Posted inଜାତୀୟ

ପଙ୍ଗପାଳ ମାଡ଼ିଆସିଲେଣି

ନୂଆଦିଲ୍ଲୀ,୨୭ା୫: ଭାରତୀୟମାନେ କରୋନା ଭୂତାଣୁ ସହ ଲଢ଼େଇ କରୁଥିବାବେଳେ ବିଦେଶରୁ ମାଡ଼ିଆସିଛି ଆଉ ଏକ ବିପଜ୍ଜନକ କୀଟ। ଆଫ୍ରିକୀୟ ଦେଶଗୁଡ଼ିକରୁ ପାକିସ୍ତାନ ପଟୁ ଆସିଥିବା ବହୁ ପଙ୍ଗପାଳ ଦଳ ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ପ୍ରଭୂତ ଫସଲହାନି କରିଛନ୍ତି। ଏହି କୀଟ ଆସିବାବେଳେ ବାଟରେ ଯାହା ପାଇଥାଏ ତାକୁ ଖାଇଯାଏ। ଫଳରେ ଖାଦ୍ୟସଶ୍ୟ ପାଇଁ ଏକ ଅଭୂତପୂର୍ବ ସଙ୍କଟ ସୃଷ୍ଟି ହେବା ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ମଧ୍ୟ ବିପନ୍ନ ହେବାରେ ଲାଗିଛି। ଭାରତୀୟ କୃଷକମାନଙ୍କ ଉପରେ ୨୭ ବର୍ଷରେ ଏହା ହେଉଛି ସବୁଠୁ ବଡ଼ ଆକ୍ରମଣ। ପଙ୍ଗପାଳର ପ୍ରାଦୁର୍ଭାବକୁ ଦେଖି ଏହାକୁ ବିଶ୍ୱର ସବୁଠୁ ବିନାଶକାରୀ ବିଦେଶାଗତ କୀଟ ବୋଲି କୁହାଯାଉଛି।
କିଛିଦିନ ହେଲା ପାକିସ୍ତାନରୁ ଆସିଥିବା ପଙ୍ଗପାଳ ଯୋଗୁ ଭାରତ ଏକ ନୂଆ ସମସ୍ୟାକୁ ସାମ୍ନା କରୁଛି। ଏହି ୪ ଇଞ୍ଚର ଛୋଟ ଜୀବ ଭାରତର ଅନେକ ରାଜ୍ୟରେ ଆତଙ୍କ ଖୋଳାଇଛି। ପଙ୍ଗପାଳ ପ୍ରଥମେ ରାଜସ୍ଥାନରେ ବ୍ୟାପକ ଫସଲ ନଷ୍ଟ କରିବା ପରେ ଏବେ ମଧ୍ୟପ୍ରଦେଶରେ ପହଞ୍ଚତ୍ସାରିଛି। ପନ୍ନା, ଆଗର ଓ ନୀମଚ ଭଳି ମଧ୍ୟପ୍ରଦେଶର ଅନେକ ଅଞ୍ଚଳରେ ଏହାର ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ମହାରାଷ୍ଟ୍ରର ନାଗପୁରରେ ମଧ୍ୟ ପଙ୍ଗପାଳ କାୟା ବିସ୍ତାର କରିସାରିଲାଣି। ରବି ଫସଲ କଟାସରିଛି। କିନ୍ତୁ ବାଜରା ଫସଲ ଓ ଗଛଲତା ଉପରେ ଏବେ ଏହାର ଆକ୍ରମଣ ଜାରି ରହିଛି। ଏଥିଯୋଗୁ ଅନେକ ଗଛର ପତ୍ର ମଧ୍ୟ ଦେଖିବାକୁ ମିଳୁନାହିଁ। ଘରଦ୍ୱାର କାନ୍ଥବାଡ଼ ଯେଉଁଆଡ଼କୁ ଚାହିଁଲେ କେବଳ ପଙ୍ଗପାଳ ଦେଖିବାକୁ ମିଳୁଛନ୍ତି। ଫସଲ ଗଛଲତା ଖାଇଯିବା ସହ ଏମାନେ ଲୋକଙ୍କ ବଞ୍ଚତ୍ବା ମୁସ୍କିଲ କରିଦେଲେଣି। ଏଥିଯୋଗୁ ରାଜସ୍ଥାନରୁ ନେଇ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ଚାଷୀମାନେ କ୍ଷତିପୂରଣ ଦାବି କରୁଛନ୍ତି। ବିଗତ କିଛି ବର୍ଷ ଧରି ଏହି କୀଟ ରାଜସ୍ଥାନରେ ହଜାର ହଜାର ଏକର ଫସଲ ନଷ୍ଟ କରିବାରେ ଲାଗିଛନ୍ତି। ଏମାନଙ୍କୁ ଘଉଡ଼ାଇବା ପାଇଁ କୃଷକମାନେ କୀଟନାଶକ ପ୍ରୟୋଗ କରୁଛନ୍ତି। ଥାଳି, ହର୍ନ ଓ ଅନ୍ୟ ବାଦ୍ୟଯନ୍ତ୍ର ବଜାଉଛନ୍ତି। କିନ୍ତୁ ଏଥିରୁ କିଛି ସୁଫଳ ମିଳୁନାହିଁ। ୨୦୧୯ରେ ଭାରତୀୟ ମହାସାଗରରେ ଉଠିଥିବା ବଡ଼ ବଡ଼ ସାମୁଦ୍ରିକ ଝଡ଼ ଯୋଗୁ ଏତେମାତ୍ରାରେ ପଙ୍ଗପାଳ ବଂଶବିସ୍ତାର କରିଥିବା ବୈଜ୍ଞାନିକମାନେ କହିଛନ୍ତି।
ରାଜସ୍ଥାନର ୨୧ ଜିଲା ପ୍ରଭାବିତ ହୋଇଥିବାବେଳେ ୫୧ ହଜାର ହେକ୍ଟରରୁ ଅଧିକ ଚାଷଜମିରେ ଗହମ ଫସଲ ନଷ୍ଟ ହୋଇସାରିଲାଣି। ସେହିପରି ଗୁଜରାଟ ଓ ପଞ୍ଜାବ ସରକାର ପଙ୍ଗପାଳ ଆକ୍ରମଣକୁ ନେଇ ଚାଷୀଙ୍କୁ ସତର୍କ କରାଇଛନ୍ତି। ଭାରତରେ ଏହା ହେଉଛି ପଙ୍ଗପାଳର ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣ। ଗତ ଡିସେମ୍ବରରୁ ଫେବୃୟାରୀ ମଧ୍ୟରେ ପ୍ରଥମ ଆକ୍ରମଣ ହୋଇଥିଲା। ସେତେବେଳେ କେବଳ ଗୁଜରାଟରେ ୨୫,୦୦୦ ହେକ୍ଟର ଜମିର ଫସଲ ନଷ୍ଟ ହୋଇଯାଇଥିଲା। ଚଳିତ ଥର ଏହି ଆକ୍ରମଣ ଆହୁରି ଘାତକ ହୋଇଛି। ଏସବୁକୁ ଦୃଷ୍ଟିରେ ରଖି ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ କହିଛି, ପଙ୍ଗପାଳ ଯୋଗୁ ଭାରତ-ପାକିସ୍ତାନ ସୀମାର ଉଭୟ ପାର୍ଶ୍ୱରେ ବିପଦ ବଢ଼ିଯାଇଛି। କେବଳ ଭାରତ କି ପାକିସ୍ତାନ ନୁହେଁ, ଏହାର ପ୍ରଭାବରେ ୧୨ଟି ଦେଶରେ ବ୍ୟାପକ ଫସଲ ନଷ୍ଟ ହୋଇଛି।

ଆଫ୍ରିକାରେ ତାଣ୍ଡବ
ପଙ୍ଗପାଳ ପ୍ରାୟତଃ ଆଫ୍ରିକୀୟ ଦେଶଗୁଡ଼ିକରେ ଅଧିକ ଦେଖାଯାଆନ୍ତି। କେନିଆ, ଉଗାଣ୍ଡା, ସୁଦାନ, ଇଥିଓପିଆ, କଙ୍ଗୋ ଓ ସୋମାଲିଆରେ ଏମାନଙ୍କ ପ୍ରାଦୁର୍ଭାବ ସବୁଠୁ ବେଶି। ୨୦୧୯ରେ ଆଫ୍ରିକା, ଆରବ ଦ୍ୱୀପପୁଞ୍ଜ ଓ ଦକ୍ଷିଣ ଏସିଆରେ ଏହି ମରୁ କୀଟ ଅଧିକ ବଂଶବିସ୍ତାର କରିଥିଲା। ଫଳରେ ସମଗ୍ର ଅଞ୍ଚଳରେ ଖାଦ୍ୟ ସଙ୍କଟ ଦେଖାଦେଇଥିଲା। ଫେବୃୟାରୀରେ ପଙ୍ଗପାଳମାନେ ଗ୍ରେଟର ହର୍ନ ଅଫ୍‌ ଆଫ୍ରିକାରେ ବ୍ୟାପକ ଫସଲ ଖାଇଯିବା ସହ ଚାରଣଭୂଇଁକୁ ନଷ୍ଟ କରିଦେଇଥିଲେ। ଇଥିଓପିଆ, କେନିଆ ଓ ସୋମାଲିଆର ଲକ୍ଷ ଲକ୍ଷ ହେକ୍ଟର ଚାଷଜମିର ଫସଲ ହାନି ହୋଇଥିଲା। ଇଥିଓପିଆ ଓ ସୋମାଲିଆରେ ଏହାକୁ ୨୫ ବର୍ଷ ମଧ୍ୟରେ ସବୁଠୁ ବଡ଼ ବିପର୍ଯ୍ୟୟ ବୋଲି କୁହାଯାଉଥିବାବେଳେ କେନିଆରେ ୭୦ ବର୍ଷ ମଧ୍ୟରେ ଏତିକି କ୍ଷତି ଦେଖିବାକୁ ମିଳି ନ ଥିଲା। ୨୦୧୯ ଶେଷ ସୁଦ୍ଧା ପଙ୍ଗପାଳ ଇଥିଓପିଆ, ଏରିଟ୍ରିଆ, ସୋମାଲିଆ, କେନିଆ, ସାଉଦି ଆରବ, ଇଜିପ୍ଟ, ଓମାନ, ଇରାନ, ଭାରତ ଓ ପାକିସ୍ତାନରେ ଆତଙ୍କ ସୃଷ୍ଟି କରିଥିଲା। ଆଫ୍ରିକାରୁ ଆସିଥିବା ଏହି କୀଟ ପାକିସ୍ତାନ ଦେଇ ଭାରତରେ ପ୍ରବେଶ କରିଛି। ଆଗକୁ ମରୁଡ଼ି କିମ୍ବା ଖାଦ୍ୟ ସଙ୍କଟ ଆସିବାକୁ ଥିଲେ ପଙ୍ଗପାଳ ବଂଶବିସ୍ତାର କରି ଏହାର ସଙ୍କେତ ଦେଇଥାଏ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଲିପରସେଲ୍‌ ନେଟ୍‌ଓ୍ବାର୍କ ବୃଦ୍ଧି ପାଇଁ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୨୦।୧୨: ବିହାରରେ ଆତଙ୍କବାଦୀଙ୍କ ପକ୍ଷରୁ ସ୍ଲିପରସେଲ୍‌ ନେଟ୍‌ଓ୍ବାର୍କ ବୃଦ୍ଧି ପାଇଁ ଷଡ଼ଯନ୍ତ୍ର ରଚାଯାଇଛି। ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ଏଭଳି କାର୍ଯ୍ୟ ଜାରି ରହିଛି। ପଶ୍ଚିମବଙ୍ଗର ସିଲିଗୁଡ଼ି...

ସେନ୍‌ଗାରଙ୍କ ବିରୋଧରେ ରାୟ ଆଜି

ନୂଆଦିଲ୍ଲୀ,୧୬ା୧୨(ପି.ଟି.): ଉନ୍ନାଓ ବଳାତ୍କାର ମାମଲାରେ ଭାଜପାରୁ ବହିଷ୍କୃତ ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କ ବିରୋଧରେ ଦିଲ୍ଲୀର ଏକ ଅଦାଲତ ସୋମବାର ରାୟ ପ୍ରଦାନ କରିବେ। ୨୦୧୭ରେ...

ବିସ୍ଫୋରଣରେ ୬ ମୃତ

ଚିକ୍କାବଲପୁର, ୨୪।୨ : କର୍ନାଟକର ଚିକ୍କାବଲପୁର ଏବଂ ବେଙ୍ଗାଲୁରୁ ସୀମାନ୍ତ ଏକ ଗ୍ରାମରେ ମଙ୍ଗଳବାର ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ...

ସବ୍ୟସାଚୀ ପଣ୍ଡାଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ,୩।୧୧: ଓଡ଼ିଶାର ବିଭିନ୍ନ କୋର୍ଟରେ ବିଚାରାଧୀନ ୬୪ ମାମଲାର ତ୍ୱରିତ ଶୁଣାଣି ସକାଶେ ନିର୍ଦ୍ଦେଶ ଦେବା ପାଇଁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଆବେଦନକୁ ବୁଧବାର...

୧୪ରେ ଦେଶବ୍ୟାପୀ ତୀବ୍ର ହେବ ଆନ୍ଦୋଳନ: କୃଷକ ସଙ୍ଗଠନ

ନୂଆଦିଲ୍ଲୀ,୯ା୧୨-କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି। ବିବାଦୀୟ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରା ନ...

ଆଜି କ୍ୟାବିନେଟ ବୈଠକ, ମହଙ୍ଗା ଭତ୍ତା ଉପରେ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୭।୩: କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ଦିଆଯାଏ। ସରକାରୀ ନିୟମ ଅନୁଯାୟୀ ମହଙ୍ଗା ଭତ୍ତା ଜାନୁଆରୀ ପହିଲା ଏବଂ ଜୁଲାଇ ପହିଲାରେ...

ବାୟୁସେନାକୁ ମିଳିବ ଅଧିକ ଶକ୍ତି: ୨୦୦ ଯୁଦ୍ଧବିମାନ କିଣିବ ଭାରତ

କୋଲକାତା,୧୩ା୧(ପି.ଟି.): ଭାରତୀୟ ବାୟୁସେନାକୁ ଅଧିକ ବଳଦେବା ପାଇଁ ସରକାର ୨୦୦ ଲଢ଼ୁଆ ବିମାନ କ୍ରୟ କରିବେ। ଏନେଇ ପ୍ରକ୍ରିୟା ଜାରି ରହିଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ...

ଭାଜପା ନେତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ଅମଲାତନ୍ତ୍ର କିଛି କରେ ନାହିଁ, ଆମ ଚପଲ ଉଠାଏ

ନୂଆଦିଲ୍ଲୀ,୨୦।୯: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଉମା ଭାରତୀଙ୍କ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଅମଲାତନ୍ତ୍ର ବିଷୟରେ ଉମା ଭାରତୀ କହିଛନ୍ତି ଯେ,...

Advertisement
Archives

Model This Week