ନ୍ୟୁୟର୍କରୁ ସିଡ୍‌ନୀ ୧୯ ଘଣ୍ଟା ଲଗାତର ବିମାନ ଯାତ୍ରା

ନ୍ୟୁୟର୍କ: ଘଣ୍ଟାଏ ନୁହେଁ କି ଦୁଇଘଣ୍ଟା ନୁହେଁ ଲଗାତର ୧୯ ଘଣ୍ଟା ୧୬ ମିନିଟ୍‌ର ବିମାନ ଯାତ୍ରା। ନ୍ୟୁୟର୍କରୁ ସିଡ୍‌ନୀକୁ କ୍ୱାଣ୍ଟାସ୍‌ ବିମାନ ଯାତ୍ରୀ ଏଭଳି ଦୀର୍ଘ ସମୟ ଉଡ଼ାଣ କରି ଇତିହାସ ରଚନା କରିଛନ୍ତି। ଦୀର୍ଘ ୧୬,୨୦୦ କିଲୋମିଟରର ବିମାନ ଯାତ୍ରା ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି କ୍ୱାଣ୍ଟାସ୍‌ ମୁଖ୍ୟ ଆଲାନ୍‌ ଜଏସ୍‌। ଏଭଳି ଯାତ୍ରା କରିବା ପୂର୍ବରୁ ମାନସିକ ପ୍ରସ୍ତୁତ ଓ ଅଭ୍ୟାସ କରିବାକୁ ପଡ଼ିଥାଏ ବୋଲି ସେ କହିଛନ୍ତି। ବୋଇଂ ୭୮୭ ଡ୍ରିମ୍‌ଲାଇନର ବିମାନଟି ନ୍ୟୁୟର୍କର ଜନ୍‌ ଏଫ୍‌. କେନେଡି ବିମାନବନ୍ଦରରୁ ଉଡ଼ାଣ କରିଥିଲା। ଦୀର୍ଘ ଯାତ୍ରା ପରେ ଏଥିରେ ଥିବା ପ୍ରାୟ ୫୦ ଯାତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା। ଦୀର୍ଘ ଉଡ଼ାଣ ପୂର୍ବରୁ ୩ ସପ୍ତାହ ଧରି ବିମାନ ଯାତ୍ରୀଙ୍କ ବିଭିନ୍ନ ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିବା ଜଏସ୍‌ ପ୍ରକାଶ କରିଛନ୍ତି। କ୍ୱାଣ୍ଟାସ୍‌ ୨୦୨୨ରୁ ନ୍ୟୁୟର୍କରୁ ସିଡ୍‌ନୀକୁ ବିମାନ ଚଳାଚଳ ଆରମ୍ଭ କରିବା ନେଇ ବିଚାର କରୁଥିବା ଜଣାପଡ଼ିଛି। ନ୍ୟୁୟର୍କରୁ ସିଡ୍‌ନୀ ପୁଣି ଏଭଳି ଦ୍ୱିତୀୟ ଦୀର୍ଘ ବିମାନଉଡ଼ାଣ କରାଯିବ ଓ ଏହା ପରେ ଲଣ୍ଡନରୁ ସିଡ୍‌ନୀକୁ ଏହି ବିମାନ ଉଡିବ ବୋଲି କ୍ୱାଣ୍ଟାସ୍‌ ପକ୍ଷରୁ କୁହାଯାଇଛି। ଏହା ସମ୍ଭବ ହୋଇପାରିଲେ ବ୍ୟବସାୟିକ ଦୃଷ୍ଟିକୋଣରୁ ଏହା ବେଶ୍‌ ସଫଳତା ଆଣିପାରିବ ବୋଲି ସିଡ୍‌ନୀ ବିଜ୍‌ନେସ୍‌ ଚାମ୍ବର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କାଥେରିନ୍‌ ଓରେଗାନ୍‌ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ କହିବା ପଡ଼ିଲା ମହଙ୍ଗା: ଅୟାଜ ସିଦ୍ଧିକ୍‌ଙ୍କୁ ଦେଶଦ୍ରୋହୀ ଘୋଷଣା କରାଯିବା ନେଇ ପ୍ରସ୍ତୁତି ଆରମ୍ଭ

ଇସଲାମାବାଦ,୧।୧୧: କୁହାଯାଏ ସତ କହିବା ସବୁବେଳେ ଭଲ। ମାତ୍ର ପାକିସ୍ତାନରେ ସତ କହିଥିବା ସାଂସଦ ଅୟାଜ ସିଦ୍ଧିକ୍‌ଙ୍କୁ ଦେଶଦ୍ରୋହୀ ଘୋଷଣା କରାଯିବା ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ୍‌...

ଇଣ୍ଡୋନେସିଆ ଇସଲାମିକ୍‌ ବିଶ୍ୱବିଦ୍ୟାଳୟରେ ପଢ଼ାଯିବ ଭାଜପାର ଇତିହାସ

ଜାକର୍ତ୍ତା,୨୪।୨: ଇଣ୍ଡୋନେସିଆ ଇସଲାମିକ୍‌ ବିଶ୍ୱବିଦ୍ୟାଳୟରେ ଭାଜପାର ଇତିହାସ ସମ୍ପର୍କରେ ପାଠପଢ଼ାଯିବ। ଭାଜପା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଥିବା ଏକ ପୁସ୍ତକକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ ବୋଲି...

କରୋନାରେ ଚାଲିଗଲା ବାପାଙ୍କ ଜୀବନ, ମନେ ପକାଇବା ପାଇଁ ସିଲିକନ୍‌ରେ ପ୍ରତିମୂର୍ତ୍ତି ନିର୍ମାଣ କଲେ ପୁଅ

ମୁମ୍ବାଇ,୨୫ା୯: କରୋନାରେ ବାପାଙ୍କ ଦେହାନ୍ତ ହେବା ପରେ ଜଣେ ପୁଅ ତାଙ୍କୁ ମନେ ପକାଇବା ପାଇଁ ବାପାଙ୍କ ଅବିକଳ ପ୍ରତିମୂର୍ତ୍ତି ତିଆରି କରି ଘରେ ପୂଜାର୍ଚ୍ଚନା...

ଜାତିଆଣ ଭେଦଭାବ ନିଷିଦ୍ଧ କରିଥିବା ପ୍ରଥମ ଆମେରିକୀୟ ସହର ହେଲା ସିଆଟେଲ, ସିଟି କାଉନସିଲରେ ପ୍ରସ୍ତାବ ପାରିତ…

ଓ୍ବାଶିଂଟନ,୨୨।୨ : ଜାତିଆଣ ଭେଦଭାବକୁ ନିଷିଦ୍ଧ କରିବାରେ ସିଆଟେଲ ଆମେରିକାର ପ୍ରଥମ ସହର ହୋଇପାରିଛି। ସିଆଟେଲ ସିଟି ପରିଷଦ ଜାତିଭେଦକୁ ସହରର ଭେଦଭାବ ବିରୋଧୀ ଆଇନରେ...

ମଣିଷ ଭଳି ଏଆଇ ମେସିନ ବି ଲୋଡ଼େ ବିଶ୍ରାମ

ଓ୍ବାଶିଂଟନ,୯।୬: ଭଲ କାମ ପ୍ରଦର୍ଶନ ପାଇଁ ବିଶ୍ରାମ ଆବଶ୍ୟକ। ତେଣୁ ମଣିଷ କାମ ମଝିରେ ମଝିରେ ବିଶ୍ରାମ ନେବା ସହିତ ଶୋଇଥାନ୍ତି। ଏହାଦ୍ୱାରା ମସ୍ତିଷ୍କ ଚାପ...

ପ୍ରତିଦିନ ୫ ଲକ୍ଷ ବ୍ୟାରେଲ ତୈଳ ଉତ୍ପାଦନ କମାଇବା ସୌଦି…

ରିଆଦ,୩।୪ : ସୌ ଆରବ, ପେଟ୍ରୋଲିୟମ ରପ୍ତାନିକାରୀ ଦେଶ ସଂଗଠନ (ଓପେକ) ର ଅନ୍ୟ ସଦସ୍ୟମାନଙ୍କ ସହିତ ମେ ମାସରୁ ୨୦୨୩ ଶେଷ ପର୍ଯ୍ୟନ୍ତ ଦିନକୁ...

ଯେଉଁ ଗାଁରେ ପ୍ରତି ଘରେ ପାଳନ କରାଯାଏ ସାପ

ଆମ ଭିତରୁ ଅନେକ ଏପରି ଲୋକ ଅଛନ୍ତି ଯେଉଁମାନେ ଜୀବଜନ୍ତୁପାଳନ କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଘରେ ସାପ ପାଳନ କରିବା କଥା ଶୁଣିଛନ୍ତି କି?...

ସଂସଦରେ ନିଆଁ ଲଗାଇଲେ ଭୋକିଲା ଲୋକେ, ରୁଟି-ବିଦ୍ୟୁତ୍‌ ଦାବି…

ତ୍ରିପୋଲି, ୩।୭ : ଲିବିୟାରେ ରୁଟି-ବିଦ୍ୟୁତ୍‌ ଦାବି କରି ଭୋକିଲା ଲୋକେ ସଂସଦରେ ନିଆଁ ଲଗାଇ ଦେଇଛନ୍ତି। ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ ସଂସଦର ମୁଖ୍ୟାଳୟରେ...

Advertisement
Archives

Model This Week