Posted inଖେଳ

ନ୍ୟୁଜିଲାଣ୍ଡ ବ୍ୟାଟିଂ କୋଚ୍‌ ପଦ ଛାଡିଲେ ଫଲଟନ

ଅକ୍‌ଲାଣ୍ଡ,୨।୭ (ପି.ଟି.): ପିଟର ଫଲଟନ ନ୍ୟୁଜିଲାଣ୍ଡର ବ୍ୟାଟିଂ କୋଚ୍‌ ପଦ ଛାଡିଛନ୍ତି। ସେ କାଣ୍ଟେରବୁରି ପୁରୁଷ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହେବା ପାଇଁ ପଦ ଛାଡିଛନ୍ତି ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ତରଫରୁ ଗୁରୁବାର କୁହାଯାଇଛି। ନ୍ୟୁଜିଲାଣ୍ଡ ତରଫରୁ ଫଲଟନ ୨୩ ଟେଷ୍ଟ ଓ ୪୯ ଦିନିକିଆ ଖେଳିଛନ୍ତି। ୨୦୧୯ ଅଗଷ୍ଟରେ ଦେଶରେ ବ୍ୟାଟିଂ କୋଚ୍‌ର ଦାୟିତ୍ୱ ନେଇଥିଲେ ଦଳ ସହିତ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ। ସେ ମଧ୍ୟ ଇଂଲଣ୍ଡ ଓ ଭାରତ ବିପକ୍ଷ ଘରୋଇ ସିରିଜରେ ସଫଳତାର ସହ ଦାୟିତ୍ୱ ସମ୍ପାଦନ କରିଥିଲେ। ଜାତୀୟ ଦଳ ସହ କାର୍ଯ୍ୟକରି ବହୁତ ସନ୍ତୁଷ ଲାଭ କରିଛି। ତେବେ କାଣ୍ଟେରବୁରି ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ଅଣଦେଖା କରି ହେଲାନାହିଁ ବୋଲି ୪୧ ବର୍ଷୀୟ ଫଲଟନ କହିଛନ୍ତି। ନୂଆ ଦାୟିତ୍ୱ ନେବାକୁ ଯାଉଥିବାରୁ ନ୍ୟୁଜିଲାଣ୍ଡ କ୍ରିକେଟ ହାଇ ପରଫରର୍ମାନ୍ସ ଜେନେରାଲ ମ୍ୟାନେଜର ବ୍ରାଏନ ଷ୍ଟ୍ରୋନଚ୍‌ ଫଲଟନଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି। କାଣ୍ଟେରବୁରି କ୍ରିକେଟକୁ ନୂଆ ରୂପ ଦେବାରେ ଫଲଟନ ସଫଳ ହେବେ ବୋଲି ସେ କହିଛନ୍ତି। ଅଗଷ୍ଟ ୧ ତାରିଖରୁ ଫଲଟନ ନୂଆ ଦାୟିତ୍ୱ ସମ୍ଭାଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟ ଆଥଲେଟିକ୍‌ ମିଟ୍‌: ଦ୍ୱିତୀୟ ଦିବସରେ ୫ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୬୭ତମ ରାଜ୍ୟ ଆଥଲେଟିକ୍‌ ମିଟ୍‌ର ଦ୍ୱିତୀୟ ଦିବସରେ ୫ଟି ମିଟ୍‌...

ଚାଲିଥିଲା ଭାରତ-ବାଂଲାଦେଶ ମ୍ୟାଚ୍‌, ଅଚାନକ ଷ୍ଟାଡିୟମରେ ଲାଗିଲା ଧୋନୀ..ଧୋନୀ ନାରା ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୪।୧୧: ମୁଶଫିକର ରହିମଙ୍କ ଲୁଆ ଅର୍ଦ୍ଧଶତକ ବଳରେ ବାଂଲାଦେଶ ପ୍ରଥମ ଟି-୨୦ ମ୍ୟାଚରେ ଭାରତକୁ ୭ ଉଇକେଟରେ ହରାଇ ଐତିହାସିକ ବିଜୟ ହାସଲ କରିଛି। ଭାରତ...

ପ୍ରଣୀଥଙ୍କୁ ବ୍ରୋଞ୍ଜ

ବାସେଲ(ସୁଇଜରଲାଣ୍ଡ),୨୪।୮(ପି.ଟି.): ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପରେ ପୁରୁଷ ସିଙ୍ଗଲ୍ସ ଖେଳାଳି ବି. ସାଇ ପ୍ରଣୀଥଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେମିଫାଇନାଲରେ...

ଟୋକିଓ ଅଲିମ୍ପିକ୍ସ: ନୂଆ ତାରିଖ ସମସ୍ତଙ୍କୁ ଖୁସି କରି ନ ପାରେ

ପ୍ୟାରିସ,୨୮।୩ (ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣ କାରଣରୁ ଟୋକିଓ ୨୦୨୦ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ଖୁବ୍‌ଶୀଘ୍ର ଏହି ମେଗା ଇଭେଣ୍ଟର ନୂଆ ତାରିଖ ଘୋଷଣା...

ଶିିକାଗୋ ମାରାଥନ ବାତିଲ

ଶିକାଗୋ, ୧୫ା୭ (ଏପି)-କରୋନାଭାଇରସ୍‌ ଯୋଗୁ ଧାବକ, ଦର୍ଶକ, ଭଲେଣ୍ଟିଅର ଏବଂ ଅନ୍ୟମାନଙ୍କର ସ୍ବାସ୍ଥ୍ୟ ସଂକଟ ଯୋଗୁ ଦି ବ୍ୟାଙ୍କ୍‌ ଅଫ୍‌ ଆମେରିକା ଶିିକାଗୋ ମାରାଥନକୁ ଏହାର...

ଗୋଆରେ ହେବ ଆଇଏସ୍‌ଏଲ୍‌-୭

ନୂଆଦିଲ୍ଲୀ, ୧୭।୮(ପି.ଟି.)- ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ୍‌)ର ସପ୍ତମ ସଂସ୍କରଣ ଗୋଆର ୩ଟି ଭେନ୍ୟୁରେ ଅନୁଷ୍ଠିତ ହେବ। କରୋନା ଭାଇରସ ଜନିତ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ...

ଶ୍ରୀଲଙ୍କାର ସହଜ ବିଜୟ

ହରାରେ, ୨୪ା୧ (ଏଏଫ୍‌ପି)- ଜିମ୍ବାଓ୍ବେ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଶ୍ରୀଲଙ୍କା ୧୦ ଉଇକେଟରେ ବିଜୟ ଲାଭ କରିଛି। ଶ୍ରୀଲଙ୍କାର ସୁରଙ୍ଗ ଲକମଲ ୨୭ ରନ...

ବାରବାଟୀ ଦିନିକିଆ: ପ୍ରସ୍ତୁତି ଅନୁଧ୍ୟାନ କଲେ ମନ୍ତ୍ରୀ

କଟକ ଅଫିସ,୮।୧୨- ଅନ୍ତର୍ଜାତୀୟ ମ୍ୟାଚ୍‌ ନେଇ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ପ୍ରସ୍ତୁତିକୁ ଶନିବାର ଅନୁଧ୍ୟାନ କରିଛନ୍ତି ଗୃହ, ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ...

Coronavirus Update


Archives

Model This Week

Why Dharitri