Posted inଜାତୀୟ

ନ୍ୟାଶନାଲ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପାଇପ୍‌ଲାଇନର ଶୁଭାରମ୍ଭ କଲେ ସୀତାରାମନ:ଖର୍ଚ୍ଚ ହେବ ୧୦୨ ଲକ୍ଷ କୋଟି

ନୂଆଦିଲ୍ଲୀ,୧-୧:ଦେଶର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପରେ କେନ୍ଦ୍ର ସରକାର ୧୦୦ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବେ। ମଙ୍ଗଳବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ ୧୦୨ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହାକୁ ନ୍ୟାଶନାଲ ଇନ୍‌ଫ୍ରାଷ୍ଟ୍ରକଚର ପାଇପଲାଇନ(ଏନ୍‌ଆଇପି) ଅଧୀନରେ ଆରମ୍ଭ କରାଯାଇଛି। ୨୦୨୫ ସୁଦ୍ଧା ଦେଶର ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାରରେ ରୂପାନ୍ତରିତ କରିବା ଦିଗରେ ଏଭଳି ପଦକ୍ଷେପ ସହାୟତା କରିବ ବୋଲି ସୀତାରାମନ ଏହି ଅବସରରେ ସୂଚନା ଦେଇଛନ୍ତି।
ସୀତାରାମନ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡିକୁ ଆଗାମୀ ୫ ବର୍ଷରେ କାର୍ଯ୍ୟାନ୍ବୟନ କରାଯିବ। ଭିତ୍ତିଭୂମି କ୍ଷେତ୍ରକୁ ଅଗ୍ରାଧିକାର ସ୍ବରୂପ କେନ୍ଦ୍ର ସରକାର ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସ୍ବାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିତ୍ତିଭୂମିରେ ୧୦୦ ଲକ୍ଷ କୋଟି ନିବେଶ ନେଇ କହିଥିଲେ। ଏହା ପରେ ଏଥିଲାଗି ଗଠିତ ଟାସ୍କଫୋର୍ସ ୧୦୨ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲା। ୪ ମାସ ମଧ୍ୟରେ ୭୦ ଅଂଶୀଦାରଙ୍କଠାରୁ ଏ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ସରକାର ପରାମର୍ଶ ଗ୍ରହଣ କରିଥିବା ସୀତାରାମନ ମତ ଦେଇଛନ୍ତି।
ଏହି ଆଧାରରେ ଅତିରିକ୍ତ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଯୋଡି ହେବ ବୋଲି ସେ ମତ ରଖିଛନ୍ତି। ଗତ ୬ ବର୍ଷ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ୫୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇଛି। ଆଗକୁ ଆସିବାକୁ ଥିବା ପ୍ରକଳ୍ପ ମଧ୍ୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ୩୯% କାର୍ଯ୍ୟକ୍ରମ ହାତକୁ ନିଆଯିବ। ବଳକା ୨୨% ଘରୋଇ କ୍ଷେତ୍ର ଦ୍ୱାରା ହେବ ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି। ପ୍ରକଳ୍ପଗୁଡିକ ଶକ୍ତି, ରେଳ, ସହର ବିକାଶ, ଜଳସେଚନ, ମୋବିଲିଟି, ଶିକ୍ଷା ଏବଂ ସ୍ବାସ୍ଥ୍ୟ ଭଳି କ୍ଷେତ୍ରରେ ହେବ। ଶକ୍ତି କ୍ଷେତ୍ର ଲାଗି ଆଗାମୀ ଦିନରେ ୨୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯିବ। ରାଜପଥ ଲାଗି ୨୦ ଲକ୍ଷ କୋଟି ଏବଂ ପ୍ରାୟ ୧୪ ଲକ୍ଷ କୋଟି ରେଳପଥର ବିକାଶ ଦିଗରେ ଖର୍ଚ୍ଚ କରାଯିବ। ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ର, ରେଳ ସହର ବିକାଶ, ଜଳସେଚନ, ଡିଜିଟାଲ ଭଳି ଅନ୍ୟ କ୍ଷେତ୍ରକୁ ସରକାର ପ୍ରାଥମିକତା ଦେଉଥିବା ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ‘ଛିଛୋରେ’କୁ ମିଳିଲା ଶ୍ରେଷ୍ଠ ଫିଲ୍ମ

ନୂଆଦିଲ୍ଲୀ,୨୨।୩ :  ୨୦୧୯ ବର୍ଷ ପାଇଁ ସୋମବାର ଘୋଷଣା କରାଯାଇଛି ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଏଥିରେ ସ୍ବର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ...

ଦୁଇ ଲଶ୍କର ଆତଙ୍କବାଦୀଙ୍କୁ କାବୁ କଲେ ଗ୍ରାମବାସୀ…

ଶ୍ରୀନଗର, ୩।୭ : ଜମ୍ମୁ-କଶ୍ମୀରର ରେସି ଜିଲାରେ ଗ୍ରାମବାସୀଙ୍କ ଦ୍ୱାରା ଦୁଇ ଜଣ ସଶସ୍ତ୍ର ଲଶ୍କର-ଇ-ତାଇବା ଆତଙ୍କବାଦୀଙ୍କୁ କାବୁ କରାଯାଇଛି। ଏହା ପରେ ତାଙ୍କୁ ପୋଲିସକୁ...

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ

ନୂଆଦିଲ୍ଲୀ,୨୪ ।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ଶନିବାରଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ବହୁ ପ୍ରତିକ୍ଷା ଓ ଟଣାଭିଡା ପରେ କଂଗ୍ରେସ...

ଟୁଇଟରର ପାସଓ୍ବାର୍ଡ କହିଲେ ମୋଦି

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟ ଚଲାଇବା ଦାୟିତ୍ୱ ୭ ଜଣ ମହିଳାଙ୍କୁ ଦିଆଯାଇଛି। ନାରୀ ଶକ୍ତି...

ପୁଅ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବେ ଲାଲୁ!

ପାଟନା,୨୪।୮: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ପୁଅ ତେଜ ପ୍ରତାପ ଯାଦବଙ୍କ ଅନୁଶାସନହୀନ କାର୍ଯ୍ୟକୁ ସହ୍ୟ କରିବାକୁ ମୁଡ୍‌ରେ...

ହରିୟାଣା କଂଗ୍ରେସରେ ସିଦ୍ଧୁଙ୍କ ବିରୋଧରେ ବିଦ୍ରୋହ

ଚଣ୍ଡିଗଡ଼,୩।୧୦: ପଞ୍ଜାବର ପୂର୍ବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ସ୍ବର ଉତ୍ତୋଳନ ତେଜିବାରେ ଲାଗିଛି। ହରିୟାଣା କଂଗ୍ରେସର ବହୁ ତୁଙ୍ଗ ନେତା ସିଦ୍ଧୁ...

ନାଁ ନୀରଜ ହୋଇଥିଲେ ମିଳିବ ମାଗଣା ପେଟ୍ରୋଲ

ନୂଆଦିଲ୍ଲୀ, ୧୦।୮: ଫିଲ୍ଡ ଓ ଆଥ୍‌ଲେଟିକ୍ସରେ ଭାରତ ପାଇଁ ପ୍ରଥମ ଅଲିମ୍ପିକ୍‌ ପଦକ ଜିତିଥିବା ନୀରଜ ଚୋପ୍ରା ରାତାରାତି ସେନସେଶନ ପାଲଟି ଯାଇଛନ୍ତି। ହରିୟାଣାର ୨୩...

ଜଷ୍ଟିସ୍‌ ଦୀପଙ୍କର ଦତ୍ତ ହେଲେ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୧୨।୧୨(ପି.ଟି.): ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପଙ୍କର ଦତ୍ତଙ୍କୁ ରବିବାର ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଅଧୀନରେ...

Advertisement
Archives

Model This Week