ନୋଟ୍‌ ମାସ୍କ

ମିରଟ୍‌: ଲକ୍‌ଡାଉନ ପାଇଁ ଏବେ ସବୁଆଡ଼େ କଟକଣା। ରାତି ୭ରୁ ସକାଳ ୭ ଯିବାଆସିବା ବନ୍ଦ। ଏଥିସହ ବାଇକ୍‌ ଚାଳକଙ୍କ ଲାଗି ପାସ୍‌ ସହିତ ମାସ୍କ ଓ ହେଲ୍‌ମେଟ୍‌ ବାଧ୍ୟତାମୂଳକ। ଏବେ ଲକ୍‌ଡାଉନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ କେତେଜଣ କଟକଣା କୋହଳ କରାଯାଇଛି। ହେଲେ କେତେକ ଲୋକ ଅଛନ୍ତି, ସବୁ କଟକଣାକୁ ଫୁ କରିଦେଉଛନ୍ତି। ଫଳରେ ପୋଲିସ ସେମାନଙ୍କ ଉପରେ ଦାଉ ସାଧୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମିରଟ୍‌ରେ। ଲକ୍‌ଡାଉନ୍‌ରେ ସରକାରୀ କଟକଣାକୁ ନ ମାନି ବାଇକ୍‌ରେ ଯାଉଥିବା କେତେଜଣ ବ୍ୟକ୍ତି ମୁହଁରେ ମାସ୍କ ପିନ୍ଧି ନ ଥିବାରୁ ପୋଲିସ ହାବୁଡ଼ରେ ପଡ଼ିଥିଲେ। ପୋଲିସ ସେମାନଙ୍କଠାରୁ ଜରିମାନା ସହ ଦଣ୍ଡବିଧାନ କରିଥିଲା। ସେତିକି ବେଳେ ସେଇପଟ ଦେଇ ଯାଉଥିବା ଦୁଇ ବାଇକ୍‌ ଆରୋହୀ ପୋଲିସ ହାବୁଡ଼ରେ ପଡ଼ିଥିଲେ। ବାଇକ୍‌ ଚାଳକ ଜଣକ ମୁହଁରେ ରୁମାଲ ବାନ୍ଧିଥିବା ବେଳେ ପଛରେ ବସିଥିବା ବ୍ୟକ୍ତି ଜଣକ ଏକ ୧୦ ଟଙ୍କଆ ନୋଟ୍‌କୁ ମାସ୍କଭାବେ ମୁହଁରେ ପିନ୍ଧିଦେଇଥିଲେ। ହେଲେ ମିରଟ୍‌ର ସିଭିଲ ଲାଇନ୍ସ ଥାନାର ସର୍କଲ ଅଫିସର ସଞ୍ଜୀବ ଦେଶଓ୍ବାଲ ତାଙ୍କୁ ଧରିଥିଲେ। କାହିଁକି ମାସ୍କ ନ ପିନ୍ଧି ବାହାରକୁ ବାହାରିଛ ବୋଲି ପଚରାଯିବାରୁ ସେମାନଙ୍କଠାରୁ ସନ୍ତୋଷଜନକ ଉତ୍ତର ପୋଲିସ ପାଇ ନ ଥିଲା। ନୋଟ୍‌ ମାସ୍କ ପିନ୍ଧିଥିବା ବ୍ୟକ୍ତି ମାସ୍କ ଦର ଅନୁଯାୟୀ ତାଙ୍କ ପାଖରେ ଟଙ୍କା ନ ଥଇବା କଥା କହିବାରୁ ପୋଲିସ ସେମାନଙ୍କୁ ୨ଟି ମାସ୍କ ପ୍ରଦାନ କରିଥିଲେ। ବିନା ମାସ୍କରେ ବାହାରକୁ ଆସିଲେ ଜରିମାନା ସହ କଠୋର ଦଣ୍ଡ ମିଳିବ ବୋଲ ପୋଲିସ ସେମାନଙ୍କୁ ଚେତାବନୀ ଶୁଣାଇଥିଲା। ପ୍ରକାଶଥାଉ କି, ମିରଟ୍‌ରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୪ ରହିଛି। ଏହି ଜିଲାରେ ୨୦୦ ଆକ୍ଟିଭ୍‌ ମାମଲା ରହିଥିବା ବେଳେ ୧୭ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଗୁ ୭ ବର୍ଷ ତଳେ ହଜିଥିବା ପୁଅକୁ ଫେରିପାଇଲେ ପରିବାର ଲୋକେ

ଛପରା,୭।୪: କରୋନା ଭାଇରସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ବିହାରର ଛପରା ଜିଲାରେ ଥିବା ଏକ ପରିବାର ପାଇଁ କିନ୍ତୁ ଖୁସିର...

ବୋହୂ ବିଦେଶିନୀ ମନ ଓଡ଼ିଆ

ଓଡ଼ିଶାର ସଂସ୍କୃତି, ପରମ୍ପରା ଅନନ୍ୟ। ଯାହାକୁ ଏବେ ଭଲ ପାଇ ବସିଛନ୍ତି କେତେଜଣ ବିଦେଶୀ ଝିଅ। ସେମାନଙ୍କ ଭିତରୁ କେତେକେ ଓଡ଼ିଆ ଯୁବକଙ୍କୁ ପ୍ରେମବିବାହ କରି...

ଚିନ୍ତା ବଢ଼ାଇଛି ପରିବର୍ତ୍ତିତ ଜଳବାୟୁ

ଜାତୀୟ କୃଷକ ଦିବସ ବା କିଷାନ ଦିବସକୁ ପ୍ରତିବର୍ଷ ଡିସେମ୍ବର ୨୩ ତାରିଖରେ ପାଳନ କରାଯାଏ। ଏହି ଦିବସଟି ଆମ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ...

ଆବର୍ଜନା ପାହାଡ଼ରେ ପାର୍କ

ରୁଷିଆ ରାଜଧାନୀ ମସ୍କୋରେ ଏଣିକି ଅଳିଆଗଦାରେ ପାର୍କ ଦେଖିବାକୁ ମିଳିବ। ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରୁ ଏଠାକୁ ବହୁ ଟନ୍‌ ଅଳିଆ ଆବର୍ଜନା ଆସିଥାଏ।...

୭ ବର୍ଷରେ ଖୋଜି ବାହାର କଲେ ୭ ଗ୍ରହାଣୁପିଣ୍ଡ …

ରିଓ ଡି ଜେନେରିଓ ,୨୯।୭: ଛୋଟ ପିଲା ସାଧାରଣତଃ ଖେଳକୁଦରେ ଅଧିକ ସମୟ ବିତାଇଥାନ୍ତି। ତେବେ ବ୍ରାଜିଲର ନିକୋଲ ଅଲିଓ୍ବେରା ଡି ଲିମା ମାତ୍ର ୭...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ, ୬।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଗତ...

ପ୍ରଥମ ରୋଜଗାର ଟଙ୍କା ବାପାଙ୍କ ହାତରେ ଦେଇଥିଲି: ହାସ୍ୟାଭିନେତା ଭକ୍ତ ପ୍ରହ୍ଲାଦ ଚରଣ

ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଓଳସିଂହ ହେଉଛି ଆମ ଗାଁ। କିନ୍ତୁ ଆମେ ଛଅ ଭାଇଭଉଣୀ (୨ ଭାଇ ଓ ୪ ଭଉଣୀ) ସମସ୍ତେ ଜନ୍ମ ହୋଇଥିଲୁ...

ମୋଦିଙ୍କୁ କୁକିଙ୍କ ନିବେଦନ: ସାର୍‌ ବିଦାୟ ସମ୍ବର୍ଦ୍ଧନା ତ କରି ଦିଅନ୍ତୁ, +୨ ପଢ଼ୁଥିବା ନେହାଙ୍କୁ ଶାଢ଼ିରେ ଦେଖିବାକୁ ଇଚ୍ଛା ଥିଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ବୈଠକ ପରେ ସିବିଏସ୍‌ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରଦ୍ଦ କରାଯିବା ନେଇ ଘୋଷଣା କରାଯାଇଥିଲା। କୋଭିଡର...

Advertisement
Archives

Model This Week