ନୋକିଆର ୪୨ କର୍ମଚାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୨୮।୫: ମୋବାଇଲ ଫୋନ ନିର୍ମାଣକାରୀ କମ୍ପାନୀ ନୋକିଆର ୪୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ବୋଲି ଜଣାପଡିଛି। ଏମାନେ ଶ୍ରୀପେରୁମ୍‌ବୁଡୁର ତାମିଲନାଡୁ ୟୁନିଟ୍‌ରୁ କାମ କରୁଥିଲେ। ଏହି ଘଟଣାକୁ ଧ୍ୟାନରେ ରଖି ଆସନ୍ତା ନିର୍ଦ୍ଦେଶାବଳୀ ପର୍ଯ୍ୟନ୍ତ କାରଖାନାର ଉତ୍ପାଦନ ବନ୍ଦ ରହିବ ବୋଲି ମଙ୍ଗଳବାର କମ୍ପାନୀ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଗତ ସପ୍ତାହରେ କମ୍ପାନୀର କିଛି କର୍ମଚାରୀ କରୋନା ସଂକ୍ରମଣ ସନ୍ଦେହରେ ସ୍ଥାନୀୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯାଇଥିଲେ ପ୍ରାଥମିକ ଚିକିତ୍ସାରୁ କମ୍ପାନୀର ପ୍ରାୟତଃ ୪୨ଜଣ କର୍ମଚାରୀ କୋଭିଡ୍‌-୧୯ରେ ଆକ୍ରାନ୍ତ ବୋଲି ଜଣାପଡ଼ିବାରୁ କାରଖାନକୁ ବନ୍ଦ ରଖିବା ପାଇଁ କମ୍ପାନୀ ନିଷ୍ପତ୍ତି ନେଇଛି। ଉକ୍ତ କର୍ମଚାରୀମାନେ କାହା କାହା ସହ ମିଳାମିଶା କରିଥିଲେ ଏବଂ କମ୍ପାନୀର କେଉଁ ସବୁ ସ୍ଥାନରେ କାମ ଓ ଚଳପ୍ରଚଳ କରିଛନ୍ତି ସେ ବିଷୟରେ ଆବଶ୍ୟକ ତଥ୍ୟ ସଂଗ୍ରହକରି ସରକାରୀ ନିୟମାବଳୀ ଅନୁସାରେ କାରଖାନାକୁ ସମ୍ପୂର୍ଣ୍ଣ ସାନିଟାଇଜ କରିବା ପାଇଁ ଏହି ବନ୍ଦ କରାଯାଇଛି । ଅନ୍ୟମାନେ ଯେପରି ଏହି ସଂକ୍ରମଣରେ ଆକ୍ରାନ୍ତ ନ ହୁଅନ୍ତି ଏବଂ ବାଣିଜି୍ୟକ କ୍ଷତି କମ୍ପାନୀ ପାଇଁ ଚିନ୍ତାର କାରଣ ହୋଇଛି। ଗତ କିଛିଦିନ ତଳେ ଓପୋ ଫୋନ’ର କେତେଜଣ କର୍ମଚାରୀ ମଧ୍ୟ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ଫଳରେ କମ୍ପାନୀ ତା’ର ଉତ୍ପାଦନକୁ ବନ୍ଦ ରଖିଥିବା କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଦ୍ରାସ୍ଫୀତି ଜୁନ୍‌ରେ ୩.୧୮%କୁ ବୃଦ୍ଧି

ନୂଆଦିଲ୍ଲୀ,୧୩।୭: ଖାଦ୍ୟଶସ୍ୟ, ଡାଲି, ମାଂସ, ମାଛ ଆଦି ପ୍ରୋଟିନଯୁକ୍ତ ଖାଦ୍ୟପଦାର୍ଥର ଦର ବୃଦ୍ଧି ଯୋଗୁ ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୩.୧୮ ପ୍ରତିଶତକୁ ବୃଦ୍ଧି ପାଇଛି। ସରକାରୀ...

୬.୩ ଲକ୍ଷ କୋଟିର ବ୍ୟୟ ମଞ୍ଜୁରୀ ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ: ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଅତିରିକ୍ତ ୬.୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି କେନ୍ଦ୍ର ସରକାର ମଞ୍ଜୁରୀ ଲୋଡ଼ିଛନ୍ତି। ଦ୍ୱିତୀୟ ଏବଂ ଅତିରିକ୍ତ...

ସାମସଙ୍ଗ ଆଣିଲା ନୂଆ ଗାଲାକ୍ସି ନୋଟ ୧୦

ମୁମ୍ବାଇ, ୨୯-୮: ସାମସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ନୋଟ ୧୦ ଏବଂ ୧୦ ପ୍ଲସ ସ୍ମାର୍ଟଫୋନ ବଜାରକୁ ଆସିଛି। ଯୁବବର୍ଗଙ୍କ ଚାହିଦାକୁ ଧ୍ୟାନରେ ରଖି କମ୍ପାନୀ...

ପ୍ରତି ସେକେଣ୍ଡ୍‌ରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି …

ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ (ଆର୍‌ଏଲ୍‌ଆଇ)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ  ବିଶ୍ୱର ୧୦ ଧନୀ ତାଲିକାରେ ସାମିଲ ହୋଇପାରିଛନ୍ତି। ଏହି ସମୟ ମଧ୍ୟରେ ଅମ୍ବାନୀଙ୍କ ସମ୍ପତ୍ତି...

କରୋନା ଆର୍ଥିକ ମାନ୍ଦାବସ୍ଥାରେ ବି ବାଜି ଲଗାଇ ଲାଭ: ୨୭୦ ଲକ୍ଷ ଡଲାର ନିବେଶ କରି ୨୬୦ କୋଟି ଡଲାର ପାଇଲେ ବିଲ୍‌ ଅକ୍‌ମ୍ୟାନ୍‌

ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି। ତେବେ ଜଣେ ବ୍ୟକ୍ତି ୨୭୦ ଲକ୍ଷ ଡଲାର ନିବେଶ କରି ୨୬୦ କୋଟି...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୫୧.୭୨%

ଭୁବନେଶ୍ୱର,୩୧-୮(ବ୍ୟୁରୋ): ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଜୁନ ମାସରେ ୩୧୬ ପଏଣ୍ଟ ଥିଲା। ଏହା ଜୁଲାଇରେ ୩ ପଏଣ୍ଟ...

ବଜାର ସ୍ଥିତି ସୁଧୁରିବାକୁ ଲାଗିବ ବର୍ଷେରୁ ଅଧିକ

ନୂଆଦିଲ୍ଲୀ,୨୨ା୫: କୋଭିଡ୍‌-୧୯ ଭୂତାଣୁକୁ ରୋକିବା ଲାଗି ସରକାର ସାରା ଦେଶରେ ଲକ୍‌ଡାଉନ କରିଥିବା ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ପଡ଼ିଛି। ଏଥିଯୋଗୁ କମ୍ପାନୀଗୁଡିକର ରାଜସ୍ବରେ ୨୫%ରୁ...

ବଜେଟ ପୂର୍ବରୁ ଉଦ୍ୟୋଗ ଜଗତକୁ ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୯-୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପୂର୍ବରୁ ଦେଶର ପ୍ରମୁଖ ଉଦ୍ୟୋଗ ସଂଗଠନଗୁଡ଼ିକର ପ୍ରତିନିଧିଙ୍କୁ ଭେଟିବେ। ଆସନ୍ତା ୧୧ରେ ହେବାକୁ...

Advertisement
Archives

Model This Week