Posted inଖେଳ

ନେଟ୍ସରେ ବୋଲିଂ କରିବେ ବୁମ୍‌ରା

ନୂଆଦିଲ୍ଲୀ,୧୩।୧୨(ପି.ଟି.): ଆହତ ହୋଇଥିବା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ରିହାବିଲିଟେଶନରେ ରହିଥିବା ବେଳେ ଏବେ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ପସ୍ତୁତି ଚଳାଇଛନ୍ତି। ତେବେ ଏଥିପାଇଁ ତାଙ୍କୁ ଫିଟ୍‌ନେସର ପ୍ରମାଣ ଦେବାକୁ ହେବ। ଫଳରେ ୧୮ ତାରିଖରେ ବିଶାଖାପାଟଣାରେ ଖେଳାଯିବାକୁଥିବା ଦ୍ୱିତୀୟ ଦିନିକିଆ ପୂର୍ବରୁ ତାଙ୍କୁ ନେଟ୍ସରେ ବୋଲିଂ କରିବା ସହ ଭାରତୀୟ ଦଳ ସହ ସମୟ ବିତାଇବାକୁ ହେବ। ଏହା ପରେ ତାଙ୍କ ଫିଟ୍‌ନେସ ନେଇ ଆକଳନ କରାଯିବ। ଏଥି ସହିତ ସେ ଦଳକୁ କେବେ ପ୍ରତ୍ୟାବର୍ତ୍ତନ କରିବେ ସେ ନେଇ ମଧ୍ୟ ସ୍ଥିତି ସ୍ପଷ୍ଟ ହେବ। ୧୫ ତାରିଖରେ ଚେନ୍ନାଇରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ।
ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ ବୁମ୍‌ରା ଷ୍ଟ୍ରେସ୍‌ ଫ୍ରାକ୍ସଚର ଯୋଗୁ ଆହତ ହୋଇଥିଲେ ମଧ୍ୟ ସମୟକ୍ରମେ ସୁସ୍ଥତା ଲାଭ କରିଛନ୍ତି। ଆସନ୍ତାବର୍ଷ ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ସେ ଫିଟ୍‌ ହୋଇଯାଇଥିବେ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ଆଶା କରୁଛି। ଏବେ ସେ ନିୟମ ଅନୁସାରେ ଭାରତୀୟ ଦଳ ସହ ନେଟ୍‌ ସେସନରେ ସାମିଲ ହେବେ। ନୂଆ ନିୟମ ଅନୁସାରେ ଯେକୌଣସି ଆଘାତପ୍ରାପ୍ତ ଖୋଳାଳି ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ପ୍ରଥମେ ରିହାବିଲିଟେଶନ ପ୍ରୋଗ୍ରାମ୍‌ରେ ସାମିଲ ହେବା ଜରୁରୀ। ଏହାପୂବରୁ ଅନ୍ୟତମ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଫିଟ୍‌ନେସ ନେଇ ବାଂଲାଦେଶ ବିପକ୍ଷ ଟେଷ୍ଟ ପୁର୍ବରୁ ଇନ୍ଦୋରରେ ଟେଷ୍ଟ କରାଯାଇଥିଲା। ଯଦିଓ ସେ ସେତେବେଳେ ଦଳରେ ନ ଥିଲେ।
ବୁମ୍‌ରାଙ୍କ ଭଳି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ରିହାବିଲିଟେଶନରେ ରହିଛନ୍ତି। ତେବେ ୨୬ ବର୍ଷୀୟ ବୁମ୍‌ରା ଆଗାମୀ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ ପୂର୍ବରୁ ଦଳକୁ ଫେରିବାର ସମ୍ଭାବନା କମ୍‌ ରହିଛି। ନ୍ୟୁଜିଲାଣ୍ଡ ଗସ୍ତରେ ସାମିଲ ହେବା ପୂର୍ବରୁ ସେ ଗୋଟିଏ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିବାର ସମ୍ଭାବନା ରହିଛଇ। ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ବୁମ୍‌ରା ପ୍ରଥମେ ଭାରତ ଏ’ ଦଳ ପାଇଁ ଖେଳିବାର ସମ୍ଭାବନା ରହିଛି। ଉଲ୍ଲେଖଥାଉ କି, ବୁମ୍‌ରା ଏପର୍ଯ୍ୟନ୍ତ ୧୨ ଟେଷ୍ଟ ଖେଳି ୬୨, ୫୮ ଦିନିକିଆ ଖେଳି ୧୦୩ ଓ ୪୨ ଟି୨୦ ୫୧ଟି ଉଇକେଟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri