ନୂତନ ଖାଉଟି ସୁରକ୍ଷା ଆଇନକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି:ରାଜ୍ୟ ସ୍ବାର୍ଥକୁ ଗୁରୁତ୍ୱ ଦେଇ ନିୟମାବଳୀ କର

ଭୁବନେଶ୍ୱର,୧୩।୧୧(ବ୍ୟୁରୋ):ଖାଉଟି ସୁରକ୍ଷା ଆଇନ ୧୯୮୬ ବଦଳରେ କେନ୍ଦ୍ର ସରକାର ନୂତନ ଖାଦ୍ୟ ସୁରକ୍ଷା ଆଇନ-୨୦୧୯ ପ୍ରଣୟନ କରିଛନ୍ତି। ଏହି ଆଇନ କାର୍ଯ୍ୟକାରୀ କରିବାକୁ ଆବଶ୍ୟକୀୟ ନିୟମାବଳୀ ପ୍ରସ୍ତୁତ କରାଯାଉଥିବା ପରିପ୍ରେକ୍ଷୀରେ ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖିବା ଆବଶ୍ୟକ। ଏଥିପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଦିଷ୍ଟ ପ୍ରସ୍ତାବକୁ ନିୟମାବଳୀରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ୍‌ଙ୍କୁ ଚିଠି ଲେଖିଛନ୍ତି।
କେନ୍ଦ୍ରମନ୍ତ୍ରୀ ପାଶ୍ୱାନଙ୍କୁ ଲେଖିଥିବା ଚିଠିରେ ମନ୍ତ୍ରୀ ସ୍ବାଇଁ ଉଲ୍ଲେଖ କରିଛନ୍ତି ଯେ, ନୂତନ ଆଇନ ଅନୁଯାୟୀ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପରିଷଦରେ ରାଜ୍ୟ ସରକାରଙ୍କ ଖାଉଟି କଲ୍ୟାଣ ବିଭାଗ ସଚିବଙ୍କୁ ସଭ୍ୟ ହିସାବରେ ଅନ୍ତର୍ଭୁକ୍ତ କରାଯାଉ। ଆଇନର ଧାରା ୨୯ ଅନୁଯାୟୀ ଜିଲା ଖାଉଟି ବିବାଦ ସମାଧାନ ଆୟୋଗରେ ସଭାପତି ଓ ସଭ୍ୟମାନଙ୍କ ଇସ୍ତଫା ଗ୍ରହଣ ଏବଂ ଅପସାରଣ କ୍ଷମତା ରାଜ୍ୟ ହାତରେ ନ୍ୟସ୍ତ କରାଯିବାର ଆବଶ୍ୟକତା ଅଛି। ସେହିପରି ଧାରା ୩୦ ଅନୁଯାୟୀ ଜିଲା ଆୟୋଗ ସଭାପତି ଓ ସଦସ୍ୟମାନଙ୍କ ଦରମା, ଭତ୍ତା ଆଦି ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଅଭିଯୋଗ ଦାଖଲ କରିବା ସମୟରେ ଖାଉଟି ନଗଦ କିମ୍ବା ଇଲେକ୍‌ଟ୍ରୋନିକ୍‌ ଫର୍ମାଟ୍‌ରେ ଦାଖଲ କରିଥିବା ଦେୟଗୁଡ଼ିକ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ହେଡ୍‌ସ ଅଫ୍‌ ଆକାଉଣ୍ଟରେ ଦାଖଲ ହେବ। ଏହି ଅର୍ଥରାଶିକୁ ରାଜ୍ୟ ଖାଉଟି କଲ୍ୟାଣ ପାଣ୍ଠିରେ ଜମା ରଖାଯିବ। ଖାଉଟି ବିବାଦ ସମାଧାନ ଆୟୋଗଙ୍କ ଇସ୍ତଫା ଗ୍ରହଣ କିମ୍ବା ଅପସାରଣ କ୍ଷମତା ରାଜ୍ୟ ସରକାରଙ୍କ ନିକଟରେ ନ୍ୟସ୍ତ କରିବା ଦରକାର। ସେହିପରି ରାଜ୍ୟ କମିଶନର ସଭାପତି ଓ ସଭ୍ୟମାନଙ୍କ ଦରମା ଓ ଭତ୍ତା ଆଦି ଖର୍ଚ୍ଚ କେନ୍ଦ୍ର ସରକାରଙ୍କ ଦ୍ୱାରା ବହନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଖାଉଟି ମଧ୍ୟସ୍ଥତା ସେଲ୍‌ ରାଜ୍ୟ ସରକାରଙ୍କ ଦ୍ବାରା ସୁପାରିସକ୍ରମେ କରାଯାଉ। ଇ-କମର୍ସ ଓ ସିଧାସଳଖ ବିକ୍ରି ବ୍ୟବସ୍ଥାରେ ଅନୈତିକ ବ୍ୟବସାୟ ରୋକିବା ଓ ଖାଉଟିମାନଙ୍କ ସ୍ବାର୍ଥରକ୍ଷା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମୁଚିତ ପଦକ୍ଷେପ ନେବା ଆବଶ୍ୟକ। କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ କୌଣସି ଖାଉଟି ବିବାଦ ସମ୍ପର୍କରେ ସିଧାସଳଖ ଜିଲାପାଳଙ୍କଠାରୁ ରିପୋର୍ଟ ତଲବ କରିବା ବ୍ୟବସ୍ଥା ରହିଛି। କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷଙ୍କ ମୁଖ୍ୟାଳୟ ନୂଆଦିଲ୍ଲୀଠାରେ ରହିବାର ବ୍ୟବସ୍ଥା ରହିଛି ମାତ୍ର ଓଡ଼ିଶା ସହିତ ସମସ୍ତ ରାଜ୍ୟଗୁଡିକରେ ଏହାର ଆଞ୍ଚଳିକ କର୍ଯ୍ୟାଳୟ ଖୋଲାଯାଉ। କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ରାଜ୍ୟ କିମ୍ବା ଜିଲା କମିଶନର ଖାଉଟି ମାମଲାରେ ସିଧାସଳଖ ହସ୍ତକ୍ଷେପ କରିବାର କ୍ଷମତା ରହିଥିବାବେଳେ ଏଥିରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି। ନିର୍ଦ୍ଦିଷ୍ଟ ମାମଲା ସମ୍ପର୍କରେ ପ୍ରଥମେ ରାଜ୍ୟ ସରକାରଙ୍କ ମତାମତ ନେବା ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri