ନୂଆ ରୂପରେ ‘ଓଡ଼ିଶା ପର୍ଯ୍ୟଟନ’

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଦୀର୍ଘଦିନର ପ୍ରତୀକ୍ଷା ପରେ ନୂଆ ରୂପ ପାଇଛି ରାଜ୍ୟ ପର୍ଯ୍ୟଟନ ବିଭାଗ ଓ୍ବେବ୍‌ସାଇଟ୍‌। ଓଡ଼ିଶା ପର୍ଯ୍ୟଟନର ଏହି ନୂଆ ଓ୍ବେବ୍‌ସାଇଟ୍‌ www.odishatourism.gov.inକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ବତନ୍ତ୍ର ଉତ୍ସବରେ ଲୋକାର୍ପଣ କରିଛନ୍ତି। ପ୍ରଥମଥର ପାଇଁ ଏକ ସରକାରୀ ବିଭାଗ ପକ୍ଷରୁ ଏହାର ଓ୍ବେବ୍‌ସାଇଟ୍‌ରେ ଭର୍ଚୁଆଲ ରିୟଲିଟି (ଭିଆର୍‌) ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ଭିଆର୍‌ ଟୁରିଜମ୍‌ ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ଏକ ଲୋକପ୍ରିୟ କନ୍‌ସେପ୍ଟ ହୋଇଥିବାବେଳେ ଏହା ମାଧ୍ୟମରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ୩୬୦ ଡିଗ୍ରୀ ଭ୍ୟୁ ଓ ଭର୍ଚୁଆଲ ଟୁର୍‌ ମାଧ୍ୟମରେ ଦର୍ଶାଯାଇଛି। ବ୍ୟାକ୍‌ଗ୍ରାଉଣ୍ଡରେ ଓଡ଼ିଶାର ଜନଜାତି ଚିତ୍ରକଳା ଏବଂ ପଟ୍ଟଚିତ୍ର ଏହାକୁ ଅଧିକ ଆକର୍ଷଣୀୟ କରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଓ୍ବେବ୍‌ସାଇଟରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପର ଅନ୍‌ଲାଇନ୍‌ ବିକ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି। ବୟନିକାର ହସ୍ତତନ୍ତ ଏବଂ ଉତ୍କଳିକାର ହସ୍ତଶିଳ୍ପ ଯେପରି ଦେଶ ବିଦେଶରେ ରହୁଥିବା ଲୋକ ତଥା ଓଡ଼ିଶା ଆସିଥିବା ପର୍ଯ୍ୟଟକମାନେ ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ଏହି ଓ୍ବେବ୍‌ସାଇଟ୍‌କୁ ଇ-କମର୍ସ ପ୍ଲାଟଫର୍ମ ସହ ଲିଙ୍କ୍‌ କରାଯାଇଛି।
ଓ୍ବେବ୍‌ସାଇଟ୍‌କୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହଛନ୍ତି, ରାଜ୍ୟର ଯୁବପିଢୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ପର୍ଯ୍ୟଟନ ଏକ ଦୀର୍ଘସ୍ଥାୟୀ ବିକଳ୍ପ। ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର ଓଡ଼ିଶା ପର୍ଯ୍ୟଟନକୁ ବ୍ୟାପକ କରିବା ସହ ଆଉପାଦେ ଆଗକୁ ନେବାରେ ସାହାଯ୍ୟ କରିବ। କେବଳ ବ୍ୟବହାରକାରୀ ନୁହଁନ୍ତି, ପର୍ଯ୍ୟଟନ ଶିଳ୍ପରେ କାର୍ଯ୍ୟ କରୁଥିବା ଲକ୍ଷାଧିକ ଲୋକ ଉପକୃତ ହେବେ। ଏହି ନୂଆ ଓ୍ବେବ୍‌ସାଇଟ୍‌ ଦ୍ୱାରା ସେମାନେ ଦେଶ ବିଦେଶ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚତ୍ପାରିବା ସହ ନୂଆ ବ୍ୟବସାୟ ସୁଯୋଗ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଓ୍ବେବ୍‌, ମୋବାଇଲ୍‌ ଏବଂ ସୋସିଆଲ ମିଡ଼ିଆକୁ ଦୃଷ୍ଟିରେ ରଖି ଡିଜାଇନ୍‌ ହୋଇଥିବା ଏହି ଓ୍ବେବ୍‌ସାଇଟ୍‌ ଓଡ଼ିଶା ବୁଲିବାକୁ ଚାହୁଁଥିବା ପର୍ଯ୍ୟଟକମାନଙ୍କ ପାଇଁ ‘ଓ୍ବାନ୍‌ଷ୍ଟେପ୍‌ ସଲ୍ୟୁଶନ୍‌’ ଭଳି କାମକରିବ। ଏଥିରୁ ଟ୍ରାଭେଲ ଏଜେଣ୍ଟମାନେ ବିଭିନ୍ନ ତଥ୍ୟ ହାସଲ କରି ସେହି ଅନୁଯାୟୀ ନିଜ ଟୁର୍‌ ପ୍ୟାକେଜ୍‌କୁ ଅପ୍‌ଡେଟ୍‌ କରିପାରିବେ। ସେହିଭଳି ହୋଟେଲିୟରମାନେ ବିଭିନ୍ନ ତଥ୍ୟ ସହ ଡିଲ୍‌ ଓ ଅଫର୍‌ ଏଠାରୁ ପାଇପାରିବେ। ଟ୍ରାଭେଲ ଏଜେଣ୍ଟ, ହୋଟେଲିୟର ଏବଂ ହୋମ୍‌ ଷ୍ଟେ’ ମାଲିକମାନେ ଏବେ ଅନ୍‌ଲାଇନ୍‌ରେ ନିଜର ପଞ୍ଜୀକରଣ କରିପାରିବେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଆୟୋଜିତ ହେଉଥିବା ହେରିଟେଜ୍‌ ଓ୍ବାକ୍‌ ଓ ବିଭିନ୍ନ ଟ୍ରେଲ୍‌ର ତଥ୍ୟ ଓ ପ୍ୟାକେଜ୍‌ ଏଠାରୁ ମିଳିପାରିବ। ଓଡ଼ିଶାରେ ରହଣୀ ସମୟରେ ପର୍ଯ୍ୟଟନସ୍ଥଳୀ ବୁଲିବା ସହ ପର୍ଯ୍ୟଟକମାନେ ଯେପରି ବିଭିନ୍ନ ନୃତ୍ୟ, ସଙ୍ଗୀତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ମଜା ନେଇପାରିବେ ସେଥିଲାଗି ସମସ୍ତ ଇଭେଣ୍ଟର ତଥ୍ୟ ଏଠାରେ ଉପଲବ୍ଧ ହେବ। ଇକୋଟୁର୍‌ ଓଡ଼ିଶା, ଓୟୋ ହୋଟେଲ୍‌ ଏବଂ ଓଟିଡିସି ପାନ୍ଥନିବାସଗୁଡ଼ିକର ବୁକିଂ ଲିଙ୍କ୍‌ ଏହି ନୂଆ ଓ୍ବେବ୍‌ସାଇଟ୍‌ରେ ରହିଛି। ଓଡ଼ିଶା ବୁଲିବାକୁ ଆସିଥିବା ପର୍ଯ୍ୟଟକ, ବ୍ଲଗର୍‌ ଓ ଫଟୋଗ୍ରାଫରମାନଙ୍କ ଫଟୋ ଓ ବ୍ଲଗ୍‌ ଏଠାରୁ ଜଣେ ପଢିପାରିବେ। ପାରମ୍ପରିକ ଓଡ଼ିଆ ଖାଦ୍ୟ, ଏହାର ପ୍ରସ୍ତୁତ ଶୈଳୀ ଓ କେଉଁଠାରେ ଏହା ଉପଲବ୍ଧ ତାହା ମଧ୍ୟ ଏଠାରୁ ପର୍ଯ୍ୟଟକମାନେ ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘କୋଭିଡ୍‌ ପାଇଁ ପାଠ ଛାଡ଼ିଥିବା ପିଲାଙ୍କୁ ସ୍କୁଲ ଫେରାଇ ଆଣ’

ଭୁବନେଶ୍ୱର, ୧୨।୩(ବ୍ୟୁରୋ): କୋଭିଡ୍‌ ସମୟରେ ପାଠ ଛାଡ଼ିଥିବା ପିଲାଙ୍କୁ ତୁରନ୍ତ ସ୍କୁଲ (ସରକାରୀ ଓ ବେସରକାରୀ) ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା...

୧୩ ଶିଳ୍ପ ପ୍ରକଳ୍ପ ଉଦ୍‌ଘାଟନ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧,୨୧୮.୦୧ କୋଟି ଟଙ୍କାର ୧୩ଟି ଶିଳ୍ପଭିତ୍ତିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରିଛନ୍ତି। ୧୫ଟି ପର୍ଯ୍ୟାୟରେ ୭୬.୯୭...

ପାରାଦୀପରେ ପ୍ରଦୂଷଣ, ଗଛ ବଞ୍ଚିବା ପାଇଁ ସଂଘର୍ଷ କରୁଛି

ପାରାଦୀପ,୨ା୨(ସ୍ବ.ପ୍ର.): ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦୀପ। ଏଠାରେ ପ୍ରଦୂଷଣ ଯୋଗୁ ଗଛ ଉପରେ କଳା ଓ ରଙ୍ଗର ଆସ୍ତରଣ ଜମି ରହୁଛି। ଫଳରେ ଗଛ...

ଗୋଷ୍ଠୀ କେନ୍ଦ୍ରକେ ରାସ୍‌ତା ତିଆରି ଦାବି

ଲାଠୋର, ୨୨।୨ (ଡି.ଏନ୍‌.ଏ.)- ବଲାଙ୍ଗାରୀ ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁ। ରେ ୨୦୧୩-୧୪ ସାଲେ ଲକ୍ଷାଧିକ୍‌ ଟଁକା ଖରଚ୍‌ରେ ଗୁଟେ ଗୋଷ୍ଠୀ କେନ୍ଦ୍ର ତିଆର...

ଅଳଙ୍କାର କିଣିବାକୁ ଆକର୍ଷଣୀୟ ସୁବିଧା

ଭୁବନେଶ୍ୱର,୨୩।୧୦: ଗତ ୨ ବର୍ଷ ପରେ ଚଳିତ ବର୍ଷ ଏକ ସୁସ୍ଥ ପରିବେଶରେ ଧନ୍‌ତେରସ ପାଳନ ପାଇଁ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ...

ପୂର୍ବତନ ମନ୍ତ୍ରୀ ହରପ୍ରସାଦ ମହାପାତ୍ରଙ୍କ ପରଲୋକ

ବାଲେଶ୍ୱର ଅଫିସ/ସୋର.୬ା୫(ଡି.ଏନ୍‌.ଏ): ବାଲେଶ୍ୱରର ଅନ୍ୟତମ ବିଶିଷ୍ଟ ବ୍ୟକ୍ତି ତଥା ପୂର୍ବତନ ମନ୍ତ୍ରୀ ହରପ୍ରସାଦ ମହାପାତ୍ର(୯୭)ଙ୍କର ବୁଧବାର ସହଦେବଖୁଣ୍ଟାସ୍ଥିତ ବାସଭବନରେ ପରଲୋକ ଘଟିଛି। ବାର୍ଦ୍ଧକ୍ୟ ଜନିତ ରୋଗରେ...

ସ୍ବର୍ଣ୍ଣାଦ୍ରି ବିଜେ କଲେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର,୧୬ା୪(ଡିଏନ୍‌.ଏ.): ପ୍ରଭୁ ଶ୍ରୀଲିଙ୍ଗରାଜ ଶୁକ୍ରବାର ସ୍ବର୍ଣ୍ଣାଦ୍ରି ବିଜେ କରିଛନ୍ତି। ଗୁରୁବାର ଶ୍ରୀଜୀଉମାନେ ରଥଖଳାରେ ରଥରେ ରହିଥିଲେ। ପାଞ୍ଚ ଦିନିଆ ରୁକୁଣା ରଥଯାତ୍ରାରେ ଶ୍ରୀଲିଙ୍ଗରାଜ ଭଉଣୀ...

କରୋନା ଆକ୍ରାନ୍ତ ମହିଳାଙ୍କ ସୁରକ୍ଷିତ ପ୍ରସବ କରାଇଲେ ଡାକ୍ତର

ମାଲକାନଗିରି,୨୬ା୪: ମାଲକାନଗିରି ଜିଲା ସଦରସ୍ଥିତ କୋଭିଡ୍‌ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ମହିଳା ସୋମବାର ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ମହିଳା ଜଣକ କରୋନା ସଂକ୍ରମିତ...

Advertisement
Archives

Model This Week