ହୋସୁର,୨୯-୬ – ଟିଭିଏସ୍ ମୋଟର କମ୍ପାନୀ ପକ୍ଷରୁ ଏହାର ଲୋକପ୍ରିୟମ ସ୍କୁଟର ମଡେଲ ଏନ୍ଟର୍କ ୧୨୫ ନୂଆ ମେଟ୍ ସିଲଭର ରଙ୍ଗରେ ବଜାରକୁ ଆସିଛି। କମ୍ପାନୀ ଏହାକୁ ଦେଶର ପ୍ରଥମ କନେକଟେଡ ସ୍କୁଟର ଭାବେ ବଜାରକୁ ଆଣିଥିଲା। ଏହା ୨୦୧୮-୧୯ ଆର୍ଥତ୍କ ବର୍ଷରେ ସବୁଠାରୁ ଅଧିକ ଆଓ୍ବାର୍ଡ ଲାଭ କରିଥିବା ସ୍କୁଟର ଭାବେ ପରିଗଣିତ ହେଉଛି। ଏହାକୁ ବିଚାର କରି ସ୍କୁଟର ଅଫ୍ ଦି ଇୟର ଚିହ୍ନକୁ କମ୍ପାନୀ ଯାନଗୁଡିକରେ ସ୍ଥାନୀତ କରିବ। ୨୦୧୮ ଫେବୃୟାରୀ ବଜାରକୁ ଆସିଥିବା ଏହି ଯାନ ଯୁବବର୍ଗଙ୍କ ଚାହିଦାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଥିଲା। ଅଟୋମୋଟିଭ କ୍ଷେତ୍ରରେ ୯ ଇଣ୍ଡଷ୍ଟ୍ରି ଆଓ୍ବାର୍ଡ ଏହା ବର୍ତ୍ତମାନ ସୁଦ୍ଧା ଲାଭ କରିଛି। ଗ୍ରାହକ ଏବଂ ଅଂଶୀଦାରଙ୍କଠାରୁ ଏହା ଉନ୍ନତ ରେସପନ୍ସ ଲାଭ କରିଛି। ମଡେଲଟି ୨ ଲକ୍ଷ ୟୁନିଟ ବିକ୍ରି ସ୍ତର ଟିପିଛି। ଏଥିରେ ପରଫରମାନ୍ସ, ଷ୍ଟାଇଲ ଏବଂ ଟେକ୍ନୋଲୋଜିକୁ ପ୍ରାଥମିକତା ଦିଆଯାଇଥିବା ଟିଭିଏସ୍ ପକ୍ଷରୁ ସୂଚନା ରହିଛି। ଟିଭିଏସ୍ର ସ୍ମାର୍ଟଜୋନେକ୍ଟ ସହ ସିଙ୍ଗଲ ସିଲିଣ୍ଡର, ୪ ଷ୍ଟ୍ରୋକ, ୩ ବଲବ, ଏୟାର କୁଲ୍ଡ ଏସ୍ଓଏଚ୍ସି ଇଞ୍ଜିନ ଭଳି ଅନ୍ୟ ଷ୍ଟେଟ ଅଫ୍ ଆର୍ଟ ଫିଚର ଏଥିରେ ରହିଛି। ଯାନଟି ମେଟ ୟେଲୋ, ମେଟ ହ୍ବାଇଟ, ମେଟ୍ ରେଡ, ମେଟାଲିକ ବ୍ଲୁ, ମେଟାଲିକ ଗ୍ରେ ଏବଂ ମେଟାଲିକ ରେଡ ରଙ୍ଗ ସହ ଆସୁଛି। ମେଟ୍ ସିଲଭର ମଡେଲଟି ଡିସ୍କ ଭାରିଆଣ୍ଟରେ ଆସୁଛି।

ଅଭିବୃଦ୍ଧି ପୂର୍ବାନୁମାନ ୪.୮%କୁ ଖସାଇଲା ଆଇଏମ୍ଏଫ୍
ନୂଆଦିଲ୍ଲୀ,୨୧-୧: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି( ଆଇଏମ୍ଏଫ୍) ସୋମବାର ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ଭାରତର ବିକାଶ ହାର ପୂର୍ବାନୁମାନକୁ ୪.୮%କୁ ଖସାଇଛି। ଏହି ଏଜେନ୍ସି ଭାରତ...

ମୋଦି ୨.୦ର ପ୍ରଥମ ବଜେଟ; ନିର୍ମଳାଙ୍କ ସମ୍ମୁଖରେ ବିକାଶ ବୃଦ୍ଧିର ଆହ୍ବାନ
ନୂଆଦିଲ୍ଲୀ,୪-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଶୁକ୍ରବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପନ କରିବେ। ସେ ଏଭଳି ସମୟରେ ଦେଶର ଅର୍ଥମନ୍ତ୍ରୀ ପଦଭାର...

ଦିଲୀପ ରଥ ଅନ୍ତର୍ଜାତୀୟ ଦୁଗ୍ଧ ଫେଡେରେଶନ ବୋର୍ଡକୁ ମନୋନୀତ
ଭୁବନେଶ୍ୱର: ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନ୍ଡିଡିବି)ର ଅଧ୍ୟକ୍ଷ ଦିଲୀପ ରଥଙ୍କୁ ୨ ନଭେମ୍ବର ୨୦୨୦ରେ ଅନ୍ତର୍ଜାତୀୟ ଦୁଗ୍ଧ ଫେଡେରେଶନ ବୋର୍ଡକୁ ମନୋନୀତ କରାଯାଇଛି। ଅନ୍ତର୍ଜାତୀୟ...

ଏନ୍ପିଏସ୍ରେ ଯୋଡ଼ିହେଲେ ୭୩ ଲକ୍ଷରୁ ଊର୍ଦ୍ଧ୍ୱ ଉପଭୋକ୍ତା
ନୂଆଦିଲ୍ଲୀ: ନ୍ୟାଶନାଲ ପେନ୍ସନ ସିଷ୍ଟମ(ଏନ୍ପିଏସ୍)ରେ ୭୩ ଲକ୍ଷରୁ ଊର୍ଦ୍ଧ୍ୱ ଉପଭୋକ୍ତା ଯୋଡିହୋଇଛନ୍ତି। ପେନ୍ସନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ(ପିଏଫ୍ଆର୍ଡିଏ) ପକ୍ଷରୁ ଅଟଳ ପେନ୍ସନ ଯୋଜନା(ଏପିଓ୍ବାଇ)...

ସେବାରେ ଗ୍ରାହକ ସନ୍ତୁଷ୍ଟ: ଶ୍ଳୋକ ସେନ
କୋଭିଡ୍ ପରଠାରୁ ଗାଡ଼ି ବ୍ୟବସାୟ ନାନା ସମସ୍ୟା ମଧ୍ୟ ଦେଇ ଗତିକରୁଛି। ଏପରିକି ଯାନବାହନ ଉତ୍ପାଦନ କମିଯାଇଥିବାବେଳେ ନିର୍ମାଣ ଲାଗି ଆବଶ୍ୟକ ଉପକରଣର ଦର ବୃଦ୍ଧି...

ସବୁ ଗାଁକୁ ମିଳିବ ଗ୍ରାମ ନେଟ୍ ଓ୍ବାଇଫାଇ ସଂଯୋଗ
ନୂଆଦିଲ୍ଲୀ, ୨୭-୮: ଦେଶର ସବୁ ଗ୍ରାମକୁ ଗ୍ରାମ ନେଟ୍ ମାଧ୍ୟମରେ ୧୦ରୁ ୧୦୦ ଏମ୍ବିପିଏସ୍ ଗତିରେ ଓ୍ବାଇଫାଇ ସୁବିଧା ଯୋଗାଇ ଦିଆଯିବ। ସି-ଡଟର ୩୬ତମ ପ୍ରତିଷ୍ଠା...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୪୬.୧୮%
ଭୁବନେଶ୍ୱର,୧।୬(ବ୍ୟୁରୋ) – ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମାର୍ଚ୍ଚରେ ୩୦୯ ପଏଣ୍ଟ ଥିଲା। ଏହା ଏପ୍ରିଲରେ ୩ ପଏଣ୍ଟ...

୩ହଜାର କୋଟି ବକେୟା ଆଦାୟ କରିବ ବିଏସ୍ଏନ୍ଏଲ୍
ନୂଆଦିଲ୍ଲୀ,୧୨-୮: ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍ଏନ୍ଏଲ୍) ବକେୟା ପ୍ରାୟ ୩ ହଜାର କୋଟି ଟଙ୍କା ଆଦାୟ...