ନୂଆ ମୋଟର ଯାନ ନିୟମକୁ ନେଇ ଭୁବନେଶ୍ୱରରେ ହଙ୍ଗାମା: ପୋଲିସ ଗାଡ଼ି ସହ ୩ ସରକାରୀ ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କଲେ ଉତ୍ତ୍ୟକ୍ତ ଲୋକେ

ଭୁବନେଶ୍ୱର,୭।୯(ବ୍ୟୁରୋ): ଭୁବନେଶ୍ୱର ରାଜମହଲ ଛକରେ ନୂଆ ମୋଟର ଯାନ ନିୟମକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ସରକାରୀ ଓ ପୋଲିସ ଗାଡିକୁ ଯାଞ୍ଚ ନ କରାଯାଇ ଛାଡ଼ିଦିଆଯାଉଥିବା ଅଭିଯୋଗ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱର ରାଜମହଲ ଛକରେ ପୋଲିସ ଗାଡ଼ି ସମେତ ୩ଟି ଗାଡି(ମୋ ବସ୍‌, ବିଏମ୍‌ସି ଗାଡି)କୁ ଅଟକାଇଥିଲେ ଲୋକେ।

ଏଥିସହ ଏସବୁ ଗାଡିର କାଗଜପତ୍ର ଠିକ୍‌ ଅଛି କି ନାହିଁ ଯାଞ୍ଚ କରିଥିଲେ। ଲୋକଙ୍କ କ୍ରୋଧଦେଖି ବିଏମ୍‌ସି ଗାଡ଼ିର ଚାଳକ ଚମ୍ପଟ ମାରିଥିବା ଜଣାପଡ଼ିଛି। ଏଥିସହ ମୋ ବସ୍‌ରେ ମାତ୍ରାଧିକ ଯାତ୍ରୀ ଉଠାଉଥିବା, ଡ୍ରାଇଭର ସିଟ୍‌ ବେଲ୍ଟ ବାନ୍ଧି ନ ଥିବା ଏବଂ ପୋଲିସ ପାଟ୍ରୋଲିଂ ଭ୍ୟାନର କାଗଜପତ୍ର ଠିକ୍‌ ନ ଥିବା ଅଭିଯୋଗ କରିଥିଲେ ଉତ୍ତ୍ୟକ୍ତ ଲୋକେ। ଏଥିରେ ସାମିଲ ହୋଇଛି ଅଟୋ ମହାସଂଘ। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ଲାଠି ଚାର୍ଜ କରିଛି। ସେଠାରେ ଏବେ ବି ପରିସ୍ଥତି ଉତ୍ତେଜନାପୂର୍ଣ୍ଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପେନ୍‌ସନ୍‌ ଟଙ୍କା ଆତ୍ମସାତ୍‌ ମାମଲା: କନିଷ୍ଠ କିରାଣି ପ୍ରମୋଦ ରଥ ଗିରଫ

ବଲାଙ୍ଗୀର ଅଫିସ,୨୯।୧୨: ପେନ୍‌ସନ୍‌ ଟଙ୍କା ହଡପ୍‌ ମାମଲାରେ ବଲାଙ୍ଗୀର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ(ବିଇଓ) ଅଫିସର ନିଲମ୍ବିତ କନିଷ୍ଠ କିରାଣି ପ୍ରମୋଦ ରଥଙ୍କୁ ଭିଜିଲାନ୍ସ ମଙ୍ଗଳବାର ଗିରଫ...

ପୋଖରୀପୁଟ ଅଞ୍ଚଳରେ କୁକୁର ଭୟ: ୧୬ ଘଣ୍ଟାରେ ୯ ଜଣଙ୍କୁ କାମୁଡ଼ିଲେ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସକାଳ ଯାଏ ଲୋକ ଘରେ ତାଟି କବାଟ ପଡ଼ିଗଲା। ସ୍ଥିତି ଏପରି ହେଲା କି ଦୁଇଟି ଲେନ୍‌ରେ ଲୋକ...

‘କରୋନାର କେବେ ଅନ୍ତ ହେବ ନାହିଁ ’

ଭୁବନେଶ୍ୱର,୨୬।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ...

ଗାୟକ ହେବେ ତାରା: ‘ଛି ଛି’ ଗୀତରେ ସରକାରଙ୍କୁ କରିବେ ଟାର୍ଗେଟ

ଜୟପୁର,୨୯।୧୨(ଡି.ଏନ୍‌.ଏ.): ଜୟପୁରରୁ ନେଇ ଭୁବନେଶ୍ୱର, ସବୁଠି ରହିଛି ତାରାପ୍ରସାଦ ବାହିନୀପତିଙ୍କ ଦବ୍‌ଦବା। ପୋଲିସରୁ ନେତା ସାଜିଥିବା ତାରା ନିଜର ଅଜବ ଓ ଖିଆଲି ଅନ୍ଦାଜ ପାଇଁ...

ବ୍ୟାଙ୍କ୍‌ ମ୍ୟାନେଜରଙ୍କ ଘରୁ ଡକାୟତି : ଦୁର୍ବୃତ୍ତ ଲୁଟିନେଲେ ୨୦ ହଜାର ଟଙ୍କା, ସୁନା ଗହଣା

ଭୁବନେଶ୍ୱର,୨୩।୧୦(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର (ଡି.ଏନ.ଏ): ଶ୍ରୀଲିଙ୍ଗରାଜ ଥାନା ଅଧୀନ ସାମନ୍ତରାପୁର ଦିବ୍ୟବିହାର ଲେନ୍‌-୭ ପ୍ଲଟ ନଂ. ୫୩/୧୩୯ରେ ଭଡ଼ା ରହୁଥିବା ବ୍ୟାଙ୍କ୍‌ ମ୍ୟାନେଜର ଶର୍ମିଷ୍ଠା ସ୍ବାଇଁଙ୍କ...

ଓଇଆର୍‌ସି ଯୋଗୁ ବୁଡ଼ିବ ୪୨୩୪ କୋଟି

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉନ୍ନତ ମାନର ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ବିଦ୍ୟୁତ୍‌ ବ୍ୟବସ୍ଥାକୁ ଘରୋଇକରଣ କରିଛନ୍ତି। ବିଂଶ ଶତାବ୍ଦୀର ୮୦ ଦଶକରୁ ଆରମ୍ଭ...

ବ୍ୟକ୍ତିତ୍ୱ, ଦଳ, ଅସନ୍ତୁଷ୍ଟକୁ ନେଇ ଅଙ୍କକଷା

ଜଗତ୍‌ସିଂହପୁର ଅଫିସ,୧୧ା୨: ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ୪ନଂ. ଜିଲା ପରିଷଦ ଜୋନର ଗୁରୁତ୍ୱ ରହିଛି। କାରଣ ଏହି ଜୋନର ଜିଲା ପରିଷଦ ସଭ୍ୟା...

ଅଗଷ୍ଟ ୩୧ ଯାଏ ସ୍କୁଲ, କଲେଜ ବନ୍ଦ

ଭୁବନେଶ୍ୱର,୧ା୭(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବେଳକୁ ବେଳ ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି। ଲକ୍‌ଡାଉନ-୫ ପରେ ରାଜ୍ୟ...

Advertisement
Archives

Model This Week