ନୂଆ ମୋଟର ଯାନ ଆଇନ : ଘାରିଲା ଭୟ, ବଢ଼ିଲା ଭିଡ଼

ଭୁବନେଶ୍ୱର, ୬।୯(ବ୍ୟୁରୋ) : ନୂଆ ମୋଟର ଆଇନ-୨୦୧୯ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଛି। ଓଡ଼ିଶାରେ ଚେକିଂ, ବ୍ଲକିଂ ଓ ଗାଡ଼ି ଧରାପଗଡ଼କୁ ଜୋର୍‌ଦାର କରାଯାଇଛି। ଟ୍ରାଫିକ ପୋଲିସ ଓ ଆର୍‌ଟିଓ ପକ୍ଷରୁ କାଗଜପତ୍ର ଯାଞ୍ଚ କଡାକଡି କରାଯିବା ସହ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ନୂଆ ଆଇନରେ ୧୦ଗୁଣା ଅଧିକ ଜରିମାନା ଏବେ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ବୁଧବାର ଭୁବନେଶ୍ୱରରେ ନିୟମ ଉଲ୍ଲଂଘନକାରୀ ଜଣେ ଅଟୋ ଚାଳକଙ୍କ ଉପରେ ବଡ଼ ଧରଣର ଜରିମାନା ହେବାପରେ ସମସ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସମସ୍ତ କାଗଜପତ୍ର ଠିକ୍‌ କରିବାକୁ ଗାଡ଼ି ଚାଳକ ଓ ମାଲିକ ଲାଗି ପଡିଛନ୍ତି। ଏଥିପାଇଁ ଏବେ ଆର୍‌ଟିଓ, ଡ୍ରାଇଭିଂ ଟ୍ରେନିଂ ସେଣ୍ଟର, ଗାଡ଼ି ବୀମା କାର୍ଯ୍ୟାଳୟ ଆଦି ସ୍ଥାନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ସେହିଭଳି ପଲ୍ୟୁଶନ ସାର୍ଟିଫିକେଟ ପାଇଁ ମଧ୍ୟ ଧାଡ଼ି ଲାଗୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ଆର୍‌ଟିଓରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ସ୍ଲଟ୍‌ ଫାଙ୍କା ନ ଥିବା ଜଣାପଡ଼ିଛି। ଭୁବନେଶ୍ୱର ଆର୍‌ଟିଓ-୧ ପ୍ରଦୀପ ମହାନ୍ତି କହିଛନ୍ତି, ପୂର୍ବରୁ ପ୍ରତିଦିନ ୨ଶହରୁ ଅଧିକ ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରନ୍ତି। ନୂଆ ନିୟମ ଲାଗୁପରଠାରୁ ଏହା ହଠାତ୍‌ ବଢ଼ିଯାଇଛି। ୫ଦିନ ଭିତରେ ରାଜଧାନୀର ଦୁଇ ଆର୍‌ଟିଓରେ ପ୍ରାୟ ୯ ହଜାର ଆବେଦନ ହୋଇଛି। ତେଣୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଆବେଦନ ପାଇଁ ଆଉ ସ୍ଲଟ୍‌ ଫାଙ୍କା ନାହିଁ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରଙ୍କୁ ଅଧିକ ସ୍ଲଟ୍‌ ଦେବାକୁ କହିଥିଲୁ। ତେବେ ମିଳିଥିବା ୭୫ ସ୍ଲଟ୍‌ ମଧ୍ୟ ସବୁ ବୁକ୍‌ ହୋଇଯାଇଛି। ପୁଣି ଲୋକଙ୍କ ଭିଡ଼ ଓ ପ୍ରଶ୍ନକୁ ସାମ୍ନା କରି କାର୍ଯ୍ୟ କରିବା କଷ୍ଟକର ହୋଇପଡୁଛି ବୋଲି ମହାନ୍ତି କହିଛନ୍ତି।
ଅନ୍ୟପକ୍ଷରେ ଗୁରୁବାର ବିଭିନ୍ନ ସ୍ଥାନରେ ଗାଡ଼ମୋଟର ଯାଞ୍ଚ କରାଯାଇଥିଲା। ଭୁବନେଶ୍ୱରରେ ଆଉଜଣେ ଅଟୋ ଚାଳକଙ୍କ ଉପରେ ୨୭ହଜାର ୫ଶହ ଟଙ୍କା ଜରିମାନା କରାଯାଇଥିବା ଜଣାପଡିଛି। ଓଡି୩୩ଡି୨୧୭୧ ନମ୍ବର ବିଶିଷ୍ଟ ଅଟୋ ଧରି ଚାଳକ କବୀନ୍ଦ୍ର ସାହୁ ମଧ୍ୟାହ୍ନ ୧୨ଟାରେ ଯାଉଥିବାବେଳେ ବାଣୀବିହାର ଓଭରବ୍ରିଜ୍‌ ଉପରେ ଆର୍‌ଟିଓ-୧ ପକ୍ଷରୁ ଚାଲିଥିବା ଯାଞ୍ଚରେ ଧରାପଡିଥିଲେ। ୫ ନିୟମ ଖିଲାପ କରିଥିବାରୁ ତାଙ୍କଠାରୁ ୨୭ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସାଧାରଣ ନିୟମ ଉଲ୍ଲଂଘନ ପାଇଁ ମୋଟର ଯାନ ଆଇ ୧୭୭ ଅନୁଯାୟୀ ୫ଶହ ଟଙ୍କା, ପ୍ରଦୂଷଣ ନିୟମ ଧାରା ୧୯୦(୨)ରେ ୧୦ ହଜାର ଟଙ୍କା, ଗାଡ଼ିର ଫିଟ୍‌ନେସ୍‌ ନ ଥିବାରୁ ଧାରା ୧୯୨ ଅନୁଯାୟୀ ୫ ହଜାର, ବିନା ପରିମିଟରେ ଗାଡି ଚାଲୁଥିବାରୁ ଧାରା ୧୯୨(ଏ)ରେ ୧୦ ହଜାର, ଇନ୍‌ସ୍ୟୁରାନ୍ସ ନ ଥିବାରୁ ଧାରା ୧୯୬ରେ ୨ହଜାର ଟଙ୍କା ଜରିମାନ କରାଯାଇଥିଲା। ସେହିପରି କଳିଙ୍ଗ ହସ୍ପିଟାଲ ଛକରେ ଯାଞ୍ଚବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଏନ୍‌ଫୋରସମେର୍ଣ୍ଟ ଗାଡ଼ି ଧରାପଡିଥିଲା। ଗାଡିରେ ନିୟମ ଉଲ୍ଲଂଘନ କରି ଶ୍ରମିକ ବସାଯାଇଥିଲା। ଗାଡିର କେତେକ କାଗଜପତ୍ର ନ ଥିବାରୁ ୧୫ ହଜାର ଟଙ୍କା ଜରିମାନା କରାଯାଇଥିଲା। ଏମ୍‌ଭି ଆକ୍ଟ ୧୯୨ ଅନୁସାରେ ମାଲଗାଡିରେ ପଛରେ ଶ୍ରମିକ ବସାଇ ନେଉଥିବାରୁ ୫ହଜାର ଟଙ୍କା ଓ ଧାରା ୧୯୨(ଏ) ବିନା ରୋଡ୍‌ ପରିମିଟ୍‌ରେ ଯାଉଥିବାରୁ ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଗାଡିର ମାଲିକ ମିନତି ମହାନ୍ତି ହୋଇଥିବାବେଳେ ଡ୍ରାଇଭର ଶିବ ନାରାୟଣ ପ୍ରଧାନ ଏହି ଜରିମାନା ଦେଇଥିବା ଜଣାପଡିଛି। ସେହିଭଳି କେତେକ ଟ୍ରକ୍‌ଓ କାର୍‌ଠାରୁ ଜରିମାନା ଆଦାୟ କରାଯାଇଥିବାବେଳେ ଏହାକୁ ନେଇ ଗାଡ଼ି ଚାଳକଙ୍କ ମଧ୍ୟରେ ଛନକା ପଶିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଦଳୀୟ ରଣନୀତି ଫେଲ୍‌, ବାଜିମାରିଲେ ସ୍ବାଧୀନ ପ୍ରାର୍ଥୀ

ପଟ୍ଟାଙ୍ଗୀ, ୨୭।୨(ଡି.ଏନ୍‌.ଏ.): ରାଜ୍ୟରେ ସରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଶନିବାର ପ୍ରଥମ ପର୍ଯ୍ୟାୟ ଭୋଟଗଣତି ଆରମ୍ଭ ହୋଇଛି। ଚୂଡ଼ାନ୍ତ ବିଜୟୀ ତାଲିକା ପ୍ରକାଶ ପାଇ ନ...

କମୁଛି ସଂଖ୍ୟା: ଭୁବନେଶ୍ୱରରୁ ଆଜି ୪୨ ପଜିିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୪୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ମୌଳିକ ସୁବିଧା ଦାବିରେ ଅନଶନ

ସାରସକଣା,୬ା୨- ମୟୂରଭଞ୍ଜ ଜିଲା ଝାରପୋଖରିଆ ସ୍ଥିତ ବସ୍‌ଷ୍ଟାଣ୍ଡଠାରେ ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଦାବିରେ ସ୍ଥାନୀୟ ଅଞ୍ଚଳର କ୍ଷୀରୋଦ ଚନ୍ଦ୍ର ଦାସ ଆମରଣ ଅନଶନରେ...

ଭାରତ ଊର୍ଜା ନ୍ୟାୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୧।୯(ବ୍ୟୁରୋ):ଭାରତରେ ଊର୍ଜା ନ୍ୟାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବୋଚ୍ଚ ପ୍ରଧାନ୍ୟ ଦେଉଛନ୍ତି। ଆବୁଧାବୀଠାରେ ସୋମବାର ଆୟୋଜିତ ଅନ୍ତର୍ଜାତୀୟ ଶକ୍ତି ଫୋରମର ଅଷ୍ଟମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ...

ଜଗାକୁ ଶେଷ ଦର୍ଶନ କରି ଚାଲିଗଲା ଜୀବନ

ପୁରୀ ଅଫିସ, ୧୭।୪: ଜଗାକୁ ଶେଷ ଦର୍ଶନ କରି ଚାଲିଗଲା ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀରେ। ରବିବାର ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ କରୁଥିବା...

ଗନ୍ଧମାର୍ଦ୍ଧନରେ ଯବାନ-ମାଓବାଦୀ ଗୁଳି ବିନିମୟ: ୪ ମାଓବାଦୀ କ୍ୟାମ୍ପ ଠାବ

ବରଗଡ଼ ଅଫିସ,୯।୮: ବରଗଡ଼ ଜିଲା ପାଇକମାଳ ନିକଟ ଗନ୍ଧମାର୍ଦ୍ଧନ ସଂରକ୍ଷିତ ଜଙ୍ଗଲରେ ଶନିବାର ଯବାନ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି। ତେବେ ଏଥିରେ କେହି...

ସମୂହ ଆତ୍ମାହୁତି ପାଇଁ ଆଶାୟୀ ଶିକ୍ଷକ ସଂଘର ଚେତାବନୀ

ଭୁବନେଶ୍ୱର, ୧୮ା୧(ବ୍ୟୁରୋ): ହାଇସ୍କୁଲରେ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ହେଉନାହାନ୍ତି। ୨୦୧୯ ସୁଦ୍ଧା ପ୍ରାୟ ୧୫ ହଜାର କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ...

ଆଜିଠୁ ଭାଜପାର ‘ଓବିସି ଜନଜାଗରଣ ଯାତ୍ରା’

ଭୁବନେଶ୍ବର, ୨୧ା୪(ବ୍ୟୁରୋ): ସାରା ଦେଶରେ ଶିକ୍ଷା ଓ ନିଯୁକ୍ତିରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳୁଥିବାବେଳେ ଓଡ଼ିଶାରେ ଏହା ମିଳୁନାହିଁ। ବିଶେଷକରି ଶିକ୍ଷାନୁଷ୍ଠାନରେ ନାମଲେଖାରେ...

Advertisement
Archives

Model This Week