ନୂଆ ମୋଟର ଯାନ ଆଇନ : ଘାରିଲା ଭୟ, ବଢ଼ିଲା ଭିଡ଼

ଭୁବନେଶ୍ୱର, ୬।୯(ବ୍ୟୁରୋ) : ନୂଆ ମୋଟର ଆଇନ-୨୦୧୯ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଛି। ଓଡ଼ିଶାରେ ଚେକିଂ, ବ୍ଲକିଂ ଓ ଗାଡ଼ି ଧରାପଗଡ଼କୁ ଜୋର୍‌ଦାର କରାଯାଇଛି। ଟ୍ରାଫିକ ପୋଲିସ ଓ ଆର୍‌ଟିଓ ପକ୍ଷରୁ କାଗଜପତ୍ର ଯାଞ୍ଚ କଡାକଡି କରାଯିବା ସହ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ନୂଆ ଆଇନରେ ୧୦ଗୁଣା ଅଧିକ ଜରିମାନା ଏବେ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ବୁଧବାର ଭୁବନେଶ୍ୱରରେ ନିୟମ ଉଲ୍ଲଂଘନକାରୀ ଜଣେ ଅଟୋ ଚାଳକଙ୍କ ଉପରେ ବଡ଼ ଧରଣର ଜରିମାନା ହେବାପରେ ସମସ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସମସ୍ତ କାଗଜପତ୍ର ଠିକ୍‌ କରିବାକୁ ଗାଡ଼ି ଚାଳକ ଓ ମାଲିକ ଲାଗି ପଡିଛନ୍ତି। ଏଥିପାଇଁ ଏବେ ଆର୍‌ଟିଓ, ଡ୍ରାଇଭିଂ ଟ୍ରେନିଂ ସେଣ୍ଟର, ଗାଡ଼ି ବୀମା କାର୍ଯ୍ୟାଳୟ ଆଦି ସ୍ଥାନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ସେହିଭଳି ପଲ୍ୟୁଶନ ସାର୍ଟିଫିକେଟ ପାଇଁ ମଧ୍ୟ ଧାଡ଼ି ଲାଗୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ଆର୍‌ଟିଓରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ସ୍ଲଟ୍‌ ଫାଙ୍କା ନ ଥିବା ଜଣାପଡ଼ିଛି। ଭୁବନେଶ୍ୱର ଆର୍‌ଟିଓ-୧ ପ୍ରଦୀପ ମହାନ୍ତି କହିଛନ୍ତି, ପୂର୍ବରୁ ପ୍ରତିଦିନ ୨ଶହରୁ ଅଧିକ ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରନ୍ତି। ନୂଆ ନିୟମ ଲାଗୁପରଠାରୁ ଏହା ହଠାତ୍‌ ବଢ଼ିଯାଇଛି। ୫ଦିନ ଭିତରେ ରାଜଧାନୀର ଦୁଇ ଆର୍‌ଟିଓରେ ପ୍ରାୟ ୯ ହଜାର ଆବେଦନ ହୋଇଛି। ତେଣୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଆବେଦନ ପାଇଁ ଆଉ ସ୍ଲଟ୍‌ ଫାଙ୍କା ନାହିଁ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରଙ୍କୁ ଅଧିକ ସ୍ଲଟ୍‌ ଦେବାକୁ କହିଥିଲୁ। ତେବେ ମିଳିଥିବା ୭୫ ସ୍ଲଟ୍‌ ମଧ୍ୟ ସବୁ ବୁକ୍‌ ହୋଇଯାଇଛି। ପୁଣି ଲୋକଙ୍କ ଭିଡ଼ ଓ ପ୍ରଶ୍ନକୁ ସାମ୍ନା କରି କାର୍ଯ୍ୟ କରିବା କଷ୍ଟକର ହୋଇପଡୁଛି ବୋଲି ମହାନ୍ତି କହିଛନ୍ତି।
ଅନ୍ୟପକ୍ଷରେ ଗୁରୁବାର ବିଭିନ୍ନ ସ୍ଥାନରେ ଗାଡ଼ମୋଟର ଯାଞ୍ଚ କରାଯାଇଥିଲା। ଭୁବନେଶ୍ୱରରେ ଆଉଜଣେ ଅଟୋ ଚାଳକଙ୍କ ଉପରେ ୨୭ହଜାର ୫ଶହ ଟଙ୍କା ଜରିମାନା କରାଯାଇଥିବା ଜଣାପଡିଛି। ଓଡି୩୩ଡି୨୧୭୧ ନମ୍ବର ବିଶିଷ୍ଟ ଅଟୋ ଧରି ଚାଳକ କବୀନ୍ଦ୍ର ସାହୁ ମଧ୍ୟାହ୍ନ ୧୨ଟାରେ ଯାଉଥିବାବେଳେ ବାଣୀବିହାର ଓଭରବ୍ରିଜ୍‌ ଉପରେ ଆର୍‌ଟିଓ-୧ ପକ୍ଷରୁ ଚାଲିଥିବା ଯାଞ୍ଚରେ ଧରାପଡିଥିଲେ। ୫ ନିୟମ ଖିଲାପ କରିଥିବାରୁ ତାଙ୍କଠାରୁ ୨୭ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସାଧାରଣ ନିୟମ ଉଲ୍ଲଂଘନ ପାଇଁ ମୋଟର ଯାନ ଆଇ ୧୭୭ ଅନୁଯାୟୀ ୫ଶହ ଟଙ୍କା, ପ୍ରଦୂଷଣ ନିୟମ ଧାରା ୧୯୦(୨)ରେ ୧୦ ହଜାର ଟଙ୍କା, ଗାଡ଼ିର ଫିଟ୍‌ନେସ୍‌ ନ ଥିବାରୁ ଧାରା ୧୯୨ ଅନୁଯାୟୀ ୫ ହଜାର, ବିନା ପରିମିଟରେ ଗାଡି ଚାଲୁଥିବାରୁ ଧାରା ୧୯୨(ଏ)ରେ ୧୦ ହଜାର, ଇନ୍‌ସ୍ୟୁରାନ୍ସ ନ ଥିବାରୁ ଧାରା ୧୯୬ରେ ୨ହଜାର ଟଙ୍କା ଜରିମାନ କରାଯାଇଥିଲା। ସେହିପରି କଳିଙ୍ଗ ହସ୍ପିଟାଲ ଛକରେ ଯାଞ୍ଚବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଏନ୍‌ଫୋରସମେର୍ଣ୍ଟ ଗାଡ଼ି ଧରାପଡିଥିଲା। ଗାଡିରେ ନିୟମ ଉଲ୍ଲଂଘନ କରି ଶ୍ରମିକ ବସାଯାଇଥିଲା। ଗାଡିର କେତେକ କାଗଜପତ୍ର ନ ଥିବାରୁ ୧୫ ହଜାର ଟଙ୍କା ଜରିମାନା କରାଯାଇଥିଲା। ଏମ୍‌ଭି ଆକ୍ଟ ୧୯୨ ଅନୁସାରେ ମାଲଗାଡିରେ ପଛରେ ଶ୍ରମିକ ବସାଇ ନେଉଥିବାରୁ ୫ହଜାର ଟଙ୍କା ଓ ଧାରା ୧୯୨(ଏ) ବିନା ରୋଡ୍‌ ପରିମିଟ୍‌ରେ ଯାଉଥିବାରୁ ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଗାଡିର ମାଲିକ ମିନତି ମହାନ୍ତି ହୋଇଥିବାବେଳେ ଡ୍ରାଇଭର ଶିବ ନାରାୟଣ ପ୍ରଧାନ ଏହି ଜରିମାନା ଦେଇଥିବା ଜଣାପଡିଛି। ସେହିଭଳି କେତେକ ଟ୍ରକ୍‌ଓ କାର୍‌ଠାରୁ ଜରିମାନା ଆଦାୟ କରାଯାଇଥିବାବେଳେ ଏହାକୁ ନେଇ ଗାଡ଼ି ଚାଳକଙ୍କ ମଧ୍ୟରେ ଛନକା ପଶିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri