ନୂଆ ମୋଟର ଯାନ ଆଇନ ଅଡୁଆ: ପରିବହନ ବିଭାଗରେ ଖୋଲିଲା କଲ୍‌ ସେଣ୍ଟର; ସକାଳ ୮ରୁ ରାତି ୧୦ଟା ଯାଏ ଖୋଲା ରହିବ

ଭୁବନେଶ୍ୱର, ୮।୯(ବ୍ୟୁରୋ): ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ କରାଯାଇଛି। ଜରିମାନା ରାଶିକୁ କେଇ ଗୁଣା ବଢାଇ ଦିଆଯାଇଛି। ଏହାକୁ ନେଇ ଜନଅସନ୍ତୋଷ ଦେଖାଦେଉଛି। ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ କେତେକ ପଦକ୍ଷେପ ନେଇଛି। ଏ ନେଇ ବିଭାଗୀୟ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସଂଶୋଧିତ ମୋଟର ଯାନ ଆଇନ ବିଷୟରେ ଜାଣିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗରେ ଏକ କଲ୍‌ ସେଣ୍ଟର ଖୋଲାଯାଇଛି। ୧୮୦୦-୩୪୫-୧୦୭୩ ଟୋଲ୍‌ ଫ୍ରି ନମ୍ବରରେ କଲ୍‌ କରିପାରିବେ। ଏହି କଲ୍‌ ସେଣ୍ଟର ସକାଳ ୮ଟାରୁ ରାତି ୧୦ଟା ଯାଏ ଖୋଲା ରହିବ। ଏଥିସହିତ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ କାର୍ଯ୍ୟାଳୟରେ ହେଲ୍‌ପ ଡେସ୍କ ଖୋଲାଯାଇଛି। ଜନସାଧାରଣ ସେଠାରୁ ସମସ୍ତ ପ୍ରକାର ସହାୟତା ପାଇପାରିବେ। ଅଟୋରିକ୍ସା ଫିଟ୍‌ନେସ ସାର୍ଟିଫିକେଟ ଏବଂ ନବୀକରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଲର୍ନିଂ ଲାଇସେନ୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ଅଧିକ ଯୋଗାଇବା ପାଇଁ ଆବେଦନକାରୀଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ସମସ୍ତ ଆରଟିଓକୁ ନିର୍ଦ୍ଦେଶ ଦିଆଯାଇଛି। ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ରାଜ୍ୟସ୍ତରରେ ଦୈନିକ ପ୍ରଦୂଷଣ ସାର୍ଟିଫିକେଟ ଏବଂ ଡ୍ରାଇଭିଂ ଲାଇସେନ୍ସକୁ ମନିଟରିଂ କରାଯିବ ବୋଲି ସଚିବ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri