ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନ ଚଳାଇଲା ରେଲଓ୍ବେ

ଭୁବନେଶ୍ୱର,୧୮-୪: ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ପୁଣି ଏକ ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କରାଯାଇଛି। ଜୁନ ମାସ ମାସ ଶେଷ ପର୍ଯ୍ୟନ୍ତ ସାନ୍ତ୍ରାଗାଛି-ଚେନ୍ନାଇ ସେଣ୍ଟ୍ରାଲ ଟ୍ରେନ ଚଳାଚଳ କରାଇବାକୁ ରେଲଓ୍ବେ ପକ୍ଷରୁ ଘୋଷଣା କରାଯାଇଛି। ଯାତ୍ରୀ ଭିଡକୁ ଏଡାଇବା ଦିଗରେ ଏହି ସ୍ବତନ୍ତ୍ର ଟ୍ରେନ ସହାୟକ ହେବ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ରହିଛି। ଯାତ୍ରୀ ଭିଡକୁ ନଜରରେ ରଖି ଏହାର ପରିସୀମା ମଧ୍ୟରୁ ଏବଂ ଏହା ମଧ୍ୟ ଦେଇ ଦେଶର ବିଭିନ୍ନ ସ୍ଥାନକୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଯାଉଛି। ଅଧିକ ବର୍ଥ ସଂଯୋଗ କରାଯିବା ସହ ଭିଡ କମାଇବାକୁ ପଦକ୍ଷେପ ନିଆଯାଇଛି। ପୂର୍ବରୁ ପୂର୍ବତଟ ରେଳପଥ ୧୫ ଯୋଡା ସ୍ବତନ୍ତ୍ର ଟ୍ରେନ ଚଳାଇବା ଲାଗି ଘୋଷଣା କରିଥିବା ବେଳେ ନୂଆ କରି ଆଉ ଏକ ଯୋଡା ଟ୍ରେନ ଚଳାଇଛି। ଏହି ସ୍ବତନ୍ତ୍ର ଟ୍ରେନରେ ଚାରଟି ଏସି ଟାୟାର, ପାଞ୍ଚଟି ୩ଏସି ଟାୟାର, ୪ଟି ସ୍ଲିପର କ୍ଲାସ, ୨ଟି ଗାର୍ଡ ଏବଂ ଲଗେଜ ଭ୍ୟାନ ରହିଛି। ଏହା ଖଡକପୁର, ଭଦ୍ରକ, ଯାଜପୁର, କେନ୍ଦୁଝର ରୋଡ, ବ୍ରହ୍ମପୁର, ବିଜୟ ନଗରମ, ଦୁଭାଦା, ରାଜମହେନ୍ଦ୍ରୀ, ବିଜୟଓ୍ବାଡା, ନେଲୋର ଏବଂ ଗୁଡୁର ଷ୍ଟେଶନଠାରେ ରହିବ।

ହିରାଖଣ୍ଡ, ରାଉରକେଲା-ଜଗଦଲପୁର ଏକ୍ସପ୍ରେସ ଜୟପୁର ଯାଏ ଚାଲିବ

ପୂର୍ବତଟ ରେଳପଥ ଓ୍ବାଲଟିୟର ରେଳମଣ୍ଡଳ ଅନ୍ତର୍ଗତ ଜୟପୁର-ଜଗଦଲଗୁର ରେଳ ସେକ୍ସନର ୩ଟି ସେକ୍ସନରେ ନିରାପତ୍ତା ସଂକ୍ରାନ୍ତ ଆଧୁନିକିକରଣ କାର୍ଯ୍ୟ ଯୋଗୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହେବ ବୋଲି ସୂଚନା ରହିଛି। ଭୁବନେଶ୍ୱରରୁ ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ଓ ରାଉରକେଲାରୁ ଜଗଦଲପୁର ଯାଉଥିବା ଏକ୍ସପ୍ରେସ ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ଜୟପୁର ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ ଦୁଇଟିକୁ ଜୟପୁର ଏବଂ ଦଗଦଲପୁର ମଧ୍ୟରେ ଆଂଶିକ ବାତିଲ କରାଯିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ରିଟେଲ ଷ୍ଟୋର୍‌ ଖୋଲିବ ଆପଲ୍‌

ନୂଆଦିଲ୍ଲୀ,୩୦-୮: ମହଙ୍ଗା ଫୋନ ଏବଂ ସଫ୍ଟଓ୍ବେର ତିଆରି କରୁଥିବା ଆମେରିକା କମ୍ପାନୀ ଆପଲ୍‌ ଭାରତରେ ଏହାର ରିଟେଲ ଷ୍ଟୋର୍‌ ଖୋଲିବାକୁ ନେଇ ଉତ୍ସୁକ ବୋଲି କହିଛି।...

ଚାଇନାକୁ ଘେରିବା ଲାଗି ଯୋଜନା; ଆମଦାନୀ ଉପରେ ଲାଗିପାରେ କଟକଣା

ନୂଆଦିଲ୍ଲୀ,୧୯।୬: ସୀମାରେ ଚାଇନାର ଔଦ୍ଧତ୍ୟ ଯୋଗୁ ଭାରତୀୟ ୨୦ ଯବାନ ଶହୀଦ ହେବା ପରେ ଦେଶରେ ପ୍ରତିବାଦର ସ୍ବର ତୀବ୍ର ହୋଇଛି। ଚାଇନାକୁ ଉଚିତ ଜବାବ...

‘କାର୍ଯ୍ୟକ୍ଷେତ୍ରରେ ନିରାପତ୍ତାକୁ ଗୁରୁତ୍ୱ’

ଭୁବନେଶ୍ୱର,୩୦।୧୨:ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍‌ ପକ୍ଷରୁ ନିରାପତ୍ତାଜନିତ ଏକ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ଖ୍ରୀଷ୍ଟମାସ ଅବସରରେ ସେଫ୍ଟି ସାନ୍ତା ଜରିଆରେ କମ୍ପାନୀର...

ଶୁଦ୍ଧତାକୁ ସୁନିଶ୍ଚିତ କରେ ହଲ୍‌ମାର୍କ: ସୌରଭ ରାୟ

କଟକ ସହରରେ ୧୨ ଦଶନ୍ଧି ଧରି ସୁନା ଗହଣା ବ୍ୟବସାୟରେ ବେଶ୍‌ ସୁନାମ ଅର୍ଜିଛି ରାଧାଗୋବିନ୍ଦ ରାୟ ଆଣ୍ଡ୍‌ କୋ ଜୁଏଲର୍ସ (ଆର୍‌ଜିଆର୍‌)। ଏହାକୁ ସୁନା...

୩୪୨୭ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ବନ୍ଦ

ନୂଆଦିଲ୍ଲୀ,୪-୧୧: ଗତ ୫ ବର୍ଷରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୩୪୨୭ ବ୍ୟାଙ୍କ ଶାଖା ବନ୍ଦ କରିଥିବା ଜଣାପଡିଛି। ସୂଚନା ଅଧିକାର କର୍ମୀ ଚନ୍ଦ୍ର ଶେଖର ଗୌଡ...

ସାମଗ୍ରୀ ଉତ୍ପତ୍ତିସ୍ଥଳ ଦର୍ଶାଇବା ବାଧ୍ୟତାମୂଳକ କଲା ଆମାଜନ

ବାଙ୍ଗାଲୋର,୧୬।୭: ଆସନ୍ତା ସପ୍ତାହରୁ ଆମାଜନ ପ୍ଲାଟ୍‌ଫର୍ମରେ ସାମଗ୍ରୀର ଉତ୍ପତ୍ତିସ୍ଥଳ କେଉଁଠି ତାହା ଗ୍ରାହକମାନେ ଜାଣିପାରିବେ। ଅର୍ଥାତ୍‌ ପ୍ଲାଟ୍‌ଫର୍ମରେ ଲିଷ୍ଟିଂ ହୋଇଥିବା ସାମଗ୍ରୀ କେଉଁଠାରେ ପ୍ରସ୍ତୁତ ହୋଇଛି...

ବଜେଟରେ ମିଳି ନ ପାରେ ଆୟକର ରିହାତି

ନୂଆଦିଲ୍ଲୀ,୨୭-୧୨: ସରକାର କର୍ପୋରେଟ ଟିକସ ହାର ହ୍ରାସ କରିବା ପରେ ବ୍ୟକ୍ତିଗତ ଆୟକର ହ୍ରାସ ହେବା ନେଇ ଚର୍ଚ୍ଚା ହେଉଛି। ଫେବୃୟାରୀ ପହିଲାରେ ଆସିବାକୁ ଥିବା...

ଫେସ୍‌ବୁକ୍‌ ଛାଡ଼ିଲେ ପବ୍ଲିକ ପଲିସି ମୁଖ୍ୟ ଆଂକ୍ଷୀ ଦାସ

ବାଙ୍ଗାଲୋର: ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ର ବଜାର ଲାଗି ନିଯୁକ୍ତ ପବ୍ଲିକ ପଲିସି ମୁଖ୍ୟ ଆଂକ୍ଷୀ ଦାସ କମ୍ପାନୀ ଛାଡ଼ିଛନ୍ତି। ଏହି ସୋସିଆଲ ମିଡିଆ...

Advertisement
Archives

Model This Week