ନୂଆ ଏମ୍‌ଡିଙ୍କୁ ନିଯୁକ୍ତି ଦେବ ରିଲାଏନ୍ସ

 

ନୂଆଦିଲ୍ଲୀ,୧୪-୧: ବଜାର ନିୟନ୍ତ୍ରକ ସେବିର ଆଦେଶ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନୂଆ ଏମ୍‌ଡିଙ୍କୁ ନିଯୁକ୍ତି ଦେବ ବୋଲି ଜଣାପଡିଛି। ଗୋଟିଏ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଏବଂ ଅଧ୍ୟକ୍ଷ ପଦବୀରେ ଜଣେ ବ୍ୟକ୍ତି ରହିପାରିବେ ନାହିଁ ବୋଲି ସେବି ନିର୍ଦ୍ଦେଶରେ କହିଛି। ୨୦୨୦ ଏପ୍ରିଲ ୧ ପରଠାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଥିବା ବେଳେ ଏହାକୁ ବର୍ତ୍ତମାନ ୨ ବର୍ଷ କୋହଳ କରାଯାଇଛି। ଏହି ନିୟମ ରିଲାଏନ୍ସରେ କାର୍ଯ୍ୟକାରୀ ହେଲେ ପ୍ରଥମଥର ଅମ୍ବାନୀ ପରିବାର ବାଦ ଅନ୍ୟ କେହି ଏମ୍‌ଡି ପଦବୀରେ ଅବସ୍ଥାପିତ ହେବେ। ବର୍ତ୍ତମାନ ରିଲାଏନ୍ସର ଏମ୍‌ଡି ପଦବୀରେ ମୁକେଶ ଅମ୍ବାନି ଅବସ୍ଥାପିତ ଅଛନ୍ତି। ସେବିର ଏହି ନିଷ୍ପତ୍ତି ମୁତାବକ ନୂଆ ଏମ୍‌ଡିଙ୍କ ନାମ ଘୋଷଣା କରିବାକୁ ପଡିବ। ଏହା ପରେ ମୁକେଶ ଅମ୍ବାନୀ ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦବୀରେ କାର୍ଯ୍ୟ କରିବେ। କମ୍ପାନୀ ଇତିହାସରେ ଏହା ପ୍ରଥମ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ନିଖିଲ ମେଶଓ୍ବାନୀ ଏବଂ ମନୋଜ ମୋଦିଙ୍କୁ ଏମ୍‌ଡି ପଦବୀ ମଳିପାରେ ବୋଲି ଚର୍ଚ୍ଚା ହେଉଛି। ମେଶଓ୍ବାନୀ ଏବେ ରିଲାଏନ୍ସରେ କାର୍ଯ୍ୟନିର୍ବାହି ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ କରୁଛନ୍ତି। ମନୋଜ ମୋଦିଙ୍କ ମୁକେଶ ଅମ୍ବାନୀଙ୍କ ଅତି ବିଶ୍ୱସ୍ତ ବୋଲି କରାଯାଏ। ପରୋକ୍ଷ ଭାବେ ତାଙ୍କୁ କମ୍ପାନୀର ସିଇଓ ବୋଲି ବିଚାର କରାଯାଏ। ଏହି ତାଲିକାରେ ନିଖିଲ ମେଶଓ୍ବାନୀଙ୍କ ସାନ ଭାଇ ହେତଲ ମେଶଓ୍ବାନୀ ଏବଂ ପିଏମ୍‌ଏସ୍‌ ପ୍ରଶାଦଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି। ମେଶଓ୍ବାନୀ ଭ୍ରାତା ୯୦ ଦଶକରୁ ରିଲାଏନ୍ସ ବୋର୍ଡରେ କାମ କରୁଛନ୍ତି। ଏମାନେ ମୁକେଶଙ୍କର ସମ୍ପର୍କୀୟ ଭାଇ। ମେଶଓ୍ବାନୀ ଭ୍ରାତାଙ୍କ ପିତା ରଶିକଲାଲ ମେଶଓ୍ବାନୀ ରିଲାଏନ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ। ଧିରୁ ଭାଇ ଅମ୍ବାନୀଙ୍କ ସହ ମିଳିତ ହୋଇ ସେ ରିଲାଏନ୍ସ ସ୍ଥାପନ କରିଥିଲେ। ଅପର ପକ୍ଷରେ ମନୋଜ ମୋଦି କମ୍ପାନୀର କୌଣସି ପଦ ପଦବୀରେ ଏବେ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?