ନୂଆବର୍ଷ ଆକର୍ଷଣ

ପୁରୁଣାବର୍ଷକୁ ବିଦାୟ ଦେଇ ୨୦୨୦କୁ ସ୍ବାଗତ କରିବା ପାଇଁ ଚାରିଆଡେ ଦେଖାଗଲାଣି ଉତ୍ସାହର ମାହୋଲ। କେବଳ ଅପେକ୍ଷା ଆଉ ଦିନ କେଇଟାକୁ। ଏହାପରେ ଆରମ୍ଭ ହୋଇଯିବ ଜିରୋ ଆଓ୍ବାର ଓ ତା’ପରେ ବହୁ ପ୍ରତୀକ୍ଷିତ ନବବର୍ଷ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଜିରୋ ଆଓ୍ବାରକୁ ସେଲିବ୍ରେସନ କରିବାକୁ ଭୁବନେଶ୍ୱରରେ ଚାଲିଛି ଜୋର୍‌ଦାର ପ୍ରସ୍ତୁତି। ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାଗୁଡିକ ଠାରୁ ଆରମ୍ଭକରି ଛୋଟବଡ଼ ହୋଟେଲ, କ୍ୟାଫେ ଓ କ୍ଲବ୍‌ ପର୍ଯ୍ୟନ୍ତ, ସମସ୍ତେ ନୂଆବର୍ଷ ପାର୍ଟି ଆୟୋଜନ ପାଇଁ ଲାଗିପଡିଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ କିଏ କପୁଲ୍‌ ଏଣ୍ଟ୍ରିରେ ରିହାତି ଦେଉଛି ତ କିଏ ଆଗୁଆ ବୁକିଂ ଓ ଅନ୍‌ଲାଇନ୍‌ ବୁକିଂ କଲେ ଅଫର୍‌ ଦେଉଛି।

ଗ୍ଲୋ ଇନ୍‌ ଦି ଡାର୍କ

୨୦୧୯କୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ବାଗତ କରିବାକୁ ସ୍ବସ୍ତି ପ୍ରିମିୟମ୍‌ର ପ୍ଲାଜା କ୍ଲବ୍‌ରେ ‘ସ୍କାଏ ଲିମିଟ ୨୦୨୦’ ଅନୁଷ୍ଠିତ ହେଉଥିବା ବେଳେ ହୋଟେଲର ଚାଣକ୍ୟ ହଲ୍‌ରେ ‘ସିମର୍‌ ୨୦୨୦’ ଆୟୋଜିତ ହେବ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ‘ସ୍କାଏ ଲିମିଟ’ ଓ ‘ସିମର’ର ଦମ୍‌ଦାର ଡିଜେ ଓ ଡ୍ୟାନ୍ସ ଶୋ’ ସହ ଅନ୍‌ଲିମିଟେଡ୍‌ ସ୍ନାକ୍‌ସ ଓ ପାନୀୟ ବ୍ୟବସ୍ଥା ଓ ବଫେଟ୍‌ ଡିନର୍‌ ଏଠାକାର ପ୍ରମୁଖ ଆକର୍ଷଣ ରହିବ। ସିଙ୍ଗଲ ଓ କପୁଲଙ୍କ ପାଇଁ ଅଲଗା ପ୍ରବେଶ ଶୁଳ୍କ ରହିଥିବା ବେଳେ ସ୍କାଏ ଲିମିଟ୍‌ର ଷ୍ଟାଗ୍‌ ଏଣ୍ଟ୍ରି ୩୫୦୦ଟଙ୍କା ଏବଂ କପୁଲ ଏଣ୍ଟ୍ରି ୫୦୦୦ ଟଙ୍କା ରହିଛି। ସେହିଭଳି ସିମର ପାଇଁ କପୁଲ ଟିକେଟ୍‌ ୭୬୯୯ ଟଙ୍କା ରହିଥିବା ବେଳେ ସ୍ବତନ୍ତ୍ର ପ୍ୟାକେଜର ବ୍ୟବସ୍ଥା ମଧ୍ୟ କରାଯାଇଛି। ‘ଗ୍ଲୋ ଇନ୍‌ ଦି ଡାର୍କ’ ଥିମ୍‌ରେ ଆୟୋଜିତ ହେଉଥିବା ଏହି ପାର୍ଟିରେ ଡିଜେ ଓ୍ବାର୍‌ ଓ ସାଲ୍‌ସା ଡ୍ୟାନ୍ସ ଏଥର ବେଶ୍‌ ଜମିବ।

ଫୁଡ୍‌ ଫନ୍‌ ମ୍ୟୁଜିକ୍‌

ଚଳିତବର୍ଷ ପ୍ରଥମଥର ପାଇଁ ଜନତା ମଇଦାନରେ ଆୟୋଜିତ ହେବ ନୂଆବର୍ଷ ପାର୍ଟି ‘ଧୁମ୍‌ ୨୦୨୦’। ୩୧ ତାରିଖ ସନ୍ଧ୍ୟା ୭ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଏହା ମଧ୍ୟରାତ୍ର୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ। ଏହି ପାର୍ଟିରେ ଲୋକେ ନୂଆବର୍ଷ ପାଇଁ କାଉଣ୍ଟଡାଉନ୍‌ କରିପାରିବେ। ଡିଜେ ଓ ଡ୍ୟାନ୍ସ ଫ୍ଲୋର୍‌ ସହ ସୁସ୍ବାଦୁ ଖାଦ୍ୟ, ବଫେଟ୍‌ ଡିନର, ପାନୀୟ, ଆତସବାଜିର ଆୟୋଜନ ମଧ୍ୟ କରାଯିବ। ଖୋଲା ଆକାଶ ତଳେ ହେବାକୁ ଥିବା ଏହି ପାର୍ଟିର ଅନ୍ୟତମ ଆକର୍ଷଣ ପଞ୍ଜାବୀ ଭାଙ୍ଗଡା ଓ ଭୋଜପୁରୀ ଡ୍ୟାନ୍ସ। ମ୍ୟୁଜିକ୍‌ ସହ ଫୁଡ୍‌ ଓ ଫନ୍‌କୁ ଭଲପାଉଥିବା ଲୋକେ ଏଠାରେ ନୂଆବର୍ଷକୁ ସ୍ବାଗତ କରିପାରିବେ। ଏହାବ୍ୟତୀତ ବରମୁଣ୍ଡା ପଡ଼ିଆରେ ‘ଦି ପିଙ୍କ୍‌ ୨୦୨୦’ ନାମରେ ଆଉଏକ ପାର୍ଟି ଆୟୋଜିତ ହେବ। ବଫେଟ୍‌ ଡିନର ସହ ଡିଜେ ନାଇଟ୍‌ ଏଠାକାର ଆକର୍ଷଣ ରହିବ।

ମାର୍ସ ଲ୍ୟାଣ୍ଡିଂ ଓ ସ୍ପେସ୍‌ ଥିମ୍‌ ପାର୍ଟି

ଭୁବନେଶ୍ୱରର ପ୍ରମୁଖ ହୋଟେଲ ମଧ୍ୟରୁ ଅନ୍ୟତମ ମେ’ଫେୟାରରେ ଆୟୋଜିତ ହେବ ୨ଟି ନୂଆବର୍ଷ ପାର୍ଟି। ମେ’ ଫେୟାରର ‘ଦି ସେଲାର’ ସହ ରେସ୍ତୋରଁ। ‘ଟି ପଟ୍‌’ରେ ଧୁମ୍‌ଧାମରେ ଜିରୋ ନାଇଟ୍‌ ସେଲିବ୍ରେସନ କରାଯିବ। ଏହାସହ ଲେମନ ଗ୍ରାସ ଓ ନକଲି ଢାବାରେ ମଧ୍ୟ ଲୋକେ ସୁସ୍ବାଦୁ ଖାଦ୍ୟ ପାଇବେ। ମନପସନ୍ଦର ମ୍ୟୁଜିକରୁ ନୂଆବର୍ଷର ମଜା ନେଇପାରିବେ। ସବୁବର୍ଗର ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏଠାରେ ଭିନ୍ନ ଭିନ୍ନ ଥିମ୍‌ରେ କାର୍ଯ୍ୟକ୍ରମର ଯୋଜନା କରାଯାଇଛି। ସମସ୍ତଙ୍କୁ ଝୁମାଇବ ସ୍ଲୋ ମ୍ୟୁଜିକ୍‌ ତ କେଉଁଠି ସେଲିବ୍ରିଟି ଡିଜେ ଓ ଲାଇଭ୍‌ ବ୍ୟାଣ୍ଡ୍‌। ‘ଦି ସେଲାର’ରେ ଏଥର ଏକ ଭିନ୍ନସ୍ବାଦର ମାର୍ସ ଲ୍ୟାଣ୍ଡିଂ ଓ ସ୍ପେସ୍‌ ଥିମ୍‌ ପାର୍ଟି ଆୟୋଜନ କରାଯାଉଛି। ଏଥିପାଇଁ ପ୍ରବେଶ ଶୁକ୍ଳ ୧୫୦୦ଟଙ୍କାରୁ ଆରମ୍ଭ ହୋଇ ୮୫୦୦ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ଖାଦ୍ୟ ଓ ପାନୀୟର ବି ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ଏହାସହ ସର୍‌ପ୍ରାଇଜ୍‌ ଗିଫ୍ଟ, ଆକର୍ଷଣୀୟ ବଫେଟ୍‌, ଡ୍ୟାନ୍ସ ଓ ସେଲିବ୍ରିଟି କଣ୍ଠଶିଳ୍ପୀ ମଧ୍ୟ ଏଥର ମେ’ଫେୟାରର ମୁଖ୍ୟ ଆକର୍ଷଣ ସାଜିବେ।

ପିଲାଙ୍କ ପାର୍ଟି

କେବଳ ଯୁବପିଢି କି ବୟସ୍କ ନୁହନ୍ତି, ଛୋଟ ଛୋଟ ପିଲାମାନେ ବି ନେଇପାରିବେ ନୂଆବର୍ଷ ପାର୍ଟିର ମଜା। ଏଥିପାଇଁ ସ୍ବତନ୍ତ୍ର କିଡ୍‌ସ ଫ୍ରେଣ୍ଡ୍‌ଲି ପାର୍ଟି ଆୟୋଜନ କରିବାକୁ ଯାଉଛି ନନ୍ଦନକାନନ ରୋଡ୍‌ରେ ଥିବା ହୋଟେଲ ଲାଲ୍‌କିଲା। ଏଠାରେ ଥିବା ସ୍ବତନ୍ତ୍ର କିଡ୍‌ସ ଜୋନ୍‌ରେ ପିଲାମାନଙ୍କୁ ଛାଡି ଅଚିନ୍ତାରେ ଆପଣ ନୂଆବର୍ଷ ସେଲିବ୍ରେଶନ କରିପାରିବେ। ପିଲାମାନଙ୍କ ପାଇଁ ରଖାଯିବ ସ୍ବତନ୍ତ୍ର ଗେମ୍‌ ଆକ୍ଟିଭିଟି ସହ ଅନ୍‌ଲିମିଟେଡ୍‌ ଫୁଡ୍‌, ମକ୍‌ଟେଲ୍‌ ଓ ମ୍ୟୁଜିକ୍‌ । ୧୨ବର୍ଷରୁ ବଡ଼ ପିଲାଙ୍କ ପାଇଁ ଏଣ୍ଟ୍ରି ଫି’ ୭୫୦ ଟଙ୍କା ଥିବାବେଳେ ୧୨ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ୫୫୦ ଟଙ୍କା ରଖାଯାଇଛି। ୩୧ ତାରିଖ ରାତି ୮ଟାରୁ ସେଲିବ୍ରେଶନ ଆରମ୍ଭହୋଇ ରାତି ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri