ନୂଆଗାଁ ବ୍ଲକରେ ଆବଶ୍ୟକଠାରୁ ୮୦ ପ୍ରତିଶତ କମ୍‌ ବର୍ଷା

ନୂଆଗାଁ, ୨୫।୭ (ଡି.ଏନ.ଏ.)-ଶ୍ରାବଣରେ ବର୍ଷା ନାହିଁ। ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌। ଚାଷୀଙ୍କୁ କେବଳ ଭଗବାନ ଭରଷା କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକରେ ଆବଶ୍ୟକତା ଠାରୁ ୮୦ ପ୍ରତିଶତ କମ୍‌ ବର୍ଷା ହୋଇଛି। ଫଳରେ ପରିସ୍ଥିତି ଖରାପ ହୋଇଛି। ବିଭିନ୍ନ ସ୍ଥାନରେ ଜମି ଫାଟି ଆଁ କରିଛି।

ଶତ୍ସ୍ୟଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ନୂଆଗାଁ ବ୍ଲକ ଜିଲାର ଅନ୍ୟ ବ୍ଲକଠାରୁ ପାଦେ ଆଗରେ। ପନିପରିବା ଚାଷ କରି ନିଜ ପରିବାରର ଆର୍ଥିକ ସ୍ଥିତି ସୁଧାରିବାରେ ବେଶ ସହାୟକ ହୋଇ ପାରିଥିବା ନୂଆଗାଁ ବ୍ଲକ ଚାଷୀ ଧାନ ଚାଷ କରି ସେଥିରୁ ବର୍ଷ ସାରା ଚାଉଳ ପାଇଥାଏ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ବର୍ଷାର ଅଭାବ ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଯେଉଁ କେତେକ ଜମିରେ ଧାନ ବୁଣାଯାଇଛି ସେଥିରୁ ଗଜା ବାହାରିଛି ସତ ହେଲେ ବର୍ଷା ଅଭାବ ଯୋଗୁ ଗଜାଗୁଡିକ ଝାଉଁଳି ମରିବା ଆରମ୍ଭ ହେଲାଣି। ଆଉ ଏକ ସପ୍ତାହ ବର୍ଷା ନହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ନୂଆଗାଁ ବ୍ଲକ ସହକାରୀ କୃଷି ଅଧିକାରୀ ପୃଥିରାଜ ମଣ୍ଡଳ ପ୍ରକାଶ କରିଛନ୍ତି।
ନୂଆଗାଁ ବ୍ଲକ କୃଷି ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ ଖରିଫ ଫସଲ ପାଇଁ ୨୧,୨୬୨ ହେକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ୧୬,୮୨୮ ହେକ୍ଟର ଜମିରେ ଧାନବୁଣା, ୧୧୦ ହେକ୍ଟର ଜମିରେ ଧାନ ରୁଆ ଯାଇଛି। ଯେଉଁ ୧୧୦ ହେକ୍ଟର ଜମିରେ ଧାନ ରୁଆ ଯାଉଛି ସେହି ଜମିରେ ଜଳସେଚନ କରି ରୁଆ କରାଯାଇଥିବା କୁହାଯାଉଛି। ସେହିଭଳି ଅଣଧାନ ଫସଲ ୬୨୧୮ ହେକ୍ଟର ଜମିରେ ବୁଣାଯିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏପର୍ଯ୍ୟନ୍ତ ମାତ୍ର ୨୬୮୪ ହେକ୍ଟର ଜମିରେ କରାଯାଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଏଭଳି ପରିସ୍ଥିତି ପାଇଁ ସ୍ବଳ୍ପ ବୃଷ୍ଟିପାତ ହିଁ ମୁଖ୍ୟ କାରଣ। ମିଳିଥିବା ସୂଚନା ମୁତାବକ ଜୁନ ଓ ଜୁଲାଇ ଶେଷ ସୁଦ୍ଧା ୬୨୩.୮ ମିମି ବର୍ଷା ହେବା କଥା। ଏପର୍ଯ୍ୟନ୍ତ ମାତ୍ର ୧୦୦.୩ ମିମି ବର୍ଷା ହୋଇଛି। ଯାହା ଆବଶ୍ୟକଠାରୁ ୮୦ ପ୍ରତିଶତ କମ୍‌ ବୋଲି କୁହାଯାଉଛି। ଏଥିରୁ ଅନୁମାନ କରାଯାଇପାରେ ନୂଆଗାଁ ବ୍ଲକରେ ଚାଷ କାର୍ଯ୍ୟକୁ ନେଇ ପରିସ୍ଥିତି କିଭଳି ଉଦ୍‌ବେଗଜନକ ରହିଛି। ହଜାର ହଜାର ଚାଷୀ ବ୍ୟାଙ୍କ, ଲ୍ୟାମ୍ପ୍ସରୁ ଋଣ ନେଇ ଚାଷ କାର୍ଯ୍ୟ କରିଛନ୍ତି। ଏପରିକି ଯେଉଁମାନଙ୍କୁ ବ୍ୟାଙ୍କ କିମ୍ବା ଲ୍ୟାମ୍ପ୍ସ ଋଣ ଦେଇ ନାହିଁ ସେମାନେ ନିଜ ଗୃହପାଳିତ ଛେଳି, ଘୁଷୁରୀ, କୁକୁଡା ଆଦି ବିକ୍ରି କରି ସାର, ଔଷଧ, ବିହନ ଆଦି କ୍ରୟ କରିଥିବା ଜଣାପଡିଛି। କ୍ଷୁଦ୍ର ଚାଷୀମାନେ ମଧ୍ୟ ହଜାର ହଜାର ଟଙ୍କା ଋଣ କରି ଚାଷ କାର୍ଯ୍ୟରେ ବିନିଯୋଗ କରିଛନ୍ତି। ହେଲେ ସ୍ବଳ୍ପ ବୃଷ୍ଟିପାତ ସେମାନଙ୍କ ଆଖିରୁ ନିଦ ହଜାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସମବାୟ ଲ୍ୟାମ୍ପ୍ସ ଏମ୍‌ଡି

ସମ୍ବଲପୁର ଅଫିସ,୩ା୧୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଜମନକିରା ସମବାୟ ଲ୍ୟାମ୍ପସ୍‌ର ଏମ୍‌ଡି ଫଣିନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ...

ରାସ୍ତା ଉପରେ କାଟିଦେଲେ ଦିନମଜୁରିଆଙ୍କ ତଣ୍ଟି

ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ବଙ୍ଗଳାପଡାର ଦ୍ୱାରିକା ରାତ୍ରେ(୨୬)।...

ଆଜି ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତି

ସମ୍ବଲପୁର,୬ା୬(ବ୍ୟୁରୋ): ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ସୋମବାର ହେଉଛି ଶେଷ ଦିନ। ଦେବ ଦମ୍ପତିଙ୍କ ବିବାହ ପରେ ଆଜି ଚାଲିଛି ଯୁଗଳ ଦର୍ଶନ ଶୋଭାଯାତ୍ରା।...

କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରାଇବା ଘଟଣା: ପାଟଣାଗଡ଼ ବିଧାୟକଙ୍କୁ ଗିରଫ ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବଲାଙ୍ଗୀର ଅଫିସ, ୧୨।୬: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଗିରଫ ଦାବିରେ ଆଦିବାସୀ ସଂଘ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳ ଅଫିସ ଘେରାଉ କରାଯାଇଥିଲା। ଏହି...

କୋଇଲା କ୍ଷେତ୍ରରେ ଏମସିଏଲ୍‌ର ସାନିଟାଇଜେସନ୍‌ କାର୍ଯ୍ୟ

ସମ୍ବଲପୁର, ୧୬।୪ (ବ୍ୟୁରୋ): କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହି କ୍ରମରେ କୋଭିଡ- ୧୯କୁ...

ଶିଶୁଯତ୍ନ କେନ୍ଦ୍ରରେ ବିବାହ ବନ୍ଧନରେ ପୂଜା-ପ୍ରମୋଦ

ସମ୍ବଲପୁର,୨୮ା୪(ବ୍ୟୁରୋ): ସମ୍ବଲପୁର ସହରର ଧନକଉଡାସ୍ଥିତ ଶିଶୁଯତ୍ନ କେନ୍ଦ୍ରରେ ଗୁରୁବାର ଏକ ଭିନ୍ନ ବାତାବରଣ ଦେଖିବାକୁ ମିଳିଥିଲା। ଏଠାକାର ଅନ୍ତେବାସୀ, ପରିଚାଳନା କମିଟି ସଦସ୍ୟ ଓ ଅଧିକାରୀ...

ଭତା ପାଏଲେ ଦୁଇ ଦିବ୍ୟାଙ୍ଗ ବହେନ୍‌

ଲୋଇସିଂହା,୧୩।୭(ଡି.ଏନ୍‌.ଏ): – ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଁଚେତ୍‌ ସଦର ଗଁ। ର ଦୁଇ ଦିବ୍ୟାଙ୍ଗ ବହେନ୍‌ ଚାର ଭୋଇ(୪୫) ଆର ସୁଦ୍ରା(୪୦)। ବ୍ଲକ...

ଘରୁ ଜବତ ହେଲା ବାର୍‌ହା ମାଂସ, ଗିରଫ ହେଲେ ୩ ଶିକାରୀ

ନାକଟିଦେଉଳ,୫ା୭(ଡି.ଏନ୍‌.ଏ.): ନାକଟିଦେଉଳ ବନାଞ୍ଚଳ ପକ୍ଷରୁ ଚଢାଉ କରାଯାଇ ଗୋଟିଏ ଦେଶୀ ବନ୍ଧୁକ ସହ ୩ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ନାକଟିଦେଉଳ ଥାନା ଜଗନ୍ନାଥପ୍ରସାଦ...

Advertisement
Archives

Model This Week