Posted inଗଜପତି

ନୂଆଗଡ଼ ବ୍ଲକରେ ଡେଙ୍ଗୁ ଆତଙ୍କ , ଜଣେ ମୃତ, ୩୩ ଆକ୍ରାନ୍ତ

ଆର.ଉଦୟଗିରି,୧୦ା୧୧(ଡି.ଏନ.ଏ.)- ଗଜପତି ଜିଲା ନୂଆଗଡ ବ୍ଲକ ନୂଆଗଡ ଗ୍ରାମ ନଦୀପାଖ ସାହିର ୩୩ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅଧିକାଂଶ ରୋଗୀ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଶୁକ୍ରବାର ଏଠାରେ ୧୦ ଜଣ ଚିକିତ୍ସିତ ହେଉଛନ୍ତି। ନଦୀପାଖ ସାହି ଗ୍ରାମର ପ୍ରିୟ ପାଣିଙ୍କୁ କିଛିଦିନ ତଳେ ଜ୍ୱର ହୋଇଥିଲା। ନିକଟସ୍ଥ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହାପରେ ଗ୍ରାମର ୪୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଜ୍ୱରରେ ପଡିଥିଲେ। ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ସହ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ କେତେକଙ୍କୁ ବ୍ରହ୍ମପୁର ବଡମେଡିକାଲ ନିଆଯାଇଥିଲା। ଏନେଇ ଗଜପତି ଜିଲା ସିଡିଏମ୍‌ଓ ଡା. ଗୁନୁରାଣୀ ପଟ୍ଟନାୟକଙ୍କୁ ପଚାରିବାରୁ ଗ୍ରାମର ୩୩ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକଲକୁ ପଠାଯାଉଛି ବୋଲି କହିଥିଲେ। ତେବେ ଡେଙ୍ଗୁ ରୋଗରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବାର କୌଣସି ସୂଚନା ନାହିଁ ବୋଲି ସେ କହିଥିଲେ। ଅନ୍ୟପକ୍ଷେର ଶୁକ୍ରବାର ନୂଆଗଡ ଗ୍ରାମର ଲୋକମାନେ ଏ ବିଷୟରେ ବିଡିଓ ପ୍ରଫୁଲ କୁମାର ମୁର୍ମୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଖଜୁରିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଜଣାଇଥିଲେ। ସେଠାରୁ ଏକ ସ୍ବାସ୍ଥ୍ୟଟିମ ଗ୍ରାମରେ ପହଞ୍ଚତ୍ ବିଭିନ୍ନ ସାହିରେ ବ୍ଲିଚିଂ ପକାଇବା ସହ ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ। ସେହିପରି ଗ୍ରାମର ଯୁବକମାନେ ମଧ୍ୟ ସଫେଇ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚରେ ଚାଲିଥିଲା ସାମୂହିକ ପ୍ରାର୍ଥନା: ପରିଚାଳକ ସମେତ ୮ ଗିରଫ

କାଶୀନଗର,୫।୪(ଡି.ଏନ୍.ଏ.): କରୋନାକୁ ପ୍ରତିହତ କରିବା ପାଇଁ ଲକ୍ ଡାଉନ ଘୋଷଣା କରାଯାଇଛି। ଘରୁ ନ ବାହାରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ...

ଭୋଟ୍‌ ବର୍ଜନ କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି,୨୦ା୨(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ ଏଙ୍ଗାରସିଂ ପଞ୍ଚାୟତର ଜାଲ ଗ୍ରାମବାସୀ ସମୂହ ଭୋଟ୍‌ ବର୍ଜନ, ପଞ୍ଚାୟତ ପୂର୍ଣ୍ଣ ଗଠନ ବେଳେ ଗ୍ରାମବାସୀଙ୍କୁ ଅଣଦେଖା...

ମୁମ୍ବାଇରୁ ୩ ଟ୍ରକ୍‌ରେ ଗଜପତି ଫେରୁଛନ୍ତି ପ୍ରବାସୀ

ପାରଳାଖେମୁଣ୍ଡି, ୧୪ା୫ (ସ୍ବ.ପ୍ର.): ମହାରାଷ୍ଟ୍ରର ନଭି ମୁମ୍ବାଇରୁ ଗଜପତି ଜିଲାକୁ ଟ୍ରକ୍‌ ଯୋଗେ ୧୫୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରୁଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ...

ଗଞ୍ଜାମ ଜିଲାକୁ ଭୋଜି ଖାଇବାକୁ ଯାଇ ଦମ୍ପତି କରୋନା ଆକ୍ରାନ୍ତ: ପିଣ୍ଡିକି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଆର.ଉଦୟଗିରି,୬।୭(ଡି.ଏନ୍‌.ଏ.): ଗଜପତି ଜିଲାର ମୋହନା ବ୍ଲକ ପିଣ୍ଡିକି ଗ୍ରାମର ଏକ ଦମ୍ପତି କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ପରେ ଗ୍ରାମକୁ ୭ ଦିନ ଲାଗି କଣ୍ଟେନମେଣ୍ଟ...

ପୋଲ ତଳକୁ ଖସିଲା କାର: ଜଣେ ମୃତ, ୬ ଗୁରୁତର

ଗଜପତି,୧୪।୩(ଡିଏନ୍‌.ଏ.): ଗଜପତି ଜିଲା ଅଡ଼ବା ଥାନା ଅଧୀନ ଖାରିଗୁଡ଼ାଠାରେ ସୋମବାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ପରିବାରର ୭ ଜଣଙ୍କୁ ଧରି ଯାଉଥିବା...

ଗାଡ଼ିରୁ ଖସି ଯୁବକ ମୃତ

ଗୁଣପୁର, ୭।୧୦(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା ଗୁଣପୁର ବ୍ଲକ ବନ୍ଧୁଗୁଡା ନିକଟରେ ସୋମବାର ଚଳନ୍ତା ଗାଡ଼ିରୁ ଖସପଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସେ ହେଲେ ଗଜପତି ଜିଲା...

ଛେଳି ଚୋରିକୁ ନେଇ କଳି

ପାରଳାଖେମୁଣ୍ଡି,୭ା୩: ଛେଳି ଚୋରିକୁ ନେଇ କଳି ହୋଇଛି। ଘଟଣାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ ହୋଇଛନ୍ତି। ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ...

ଭୟଙ୍କର ରୂପ ନେଉଛି କରୋନା: ଗଜପତି ଜିଲାପାଳ ଜାରିକଲେ କଟକଣା

ପାରଳାଖେମୁଣ୍ଡି,୧୭।୪(ଡି.ଏନ୍‌.ଏ.): ଭୟଙ୍କର ରୂପ ନେଉଛି କରୋନା। ଦେଶ ତଥା ରାଜ୍ୟରେ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ପୁଣି ଗଜପତି ଜିଲାରେ ୬୭ ଜଣ ପଜିଟିଭ୍‌...

Advertisement
Archives

Model This Week