‘ନୀରବ ବିପ୍ଳବ ଆଣୁଛି ଏମ୍‌ଏସ୍‌ଏମ୍‌ଇ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ତୃଣମୂଳସ୍ତରରେ ଅଧିକ ରୋଜଗାର ସୃଷ୍ଟି କରିଥାଏ। ଏହାକୁ ଆରମ୍ଭ କରିବା ପାଇଁ ବୃହତ୍‌ ପୁଞ୍ଜିର ମଧ୍ୟ ଆବଶ୍ୟକତା ନ ଥାଏ। ତେଣୁ ଜାତୀୟସ୍ତରରେ ଏବଂ ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଥିବା ଜଣାପଡିଛି। କେନ୍ଦ୍ରୀୟ ଯୋଜନା ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ(ପିଏମ୍‌ଇଜିପି) ମାଧ୍ୟମରେ ୬୫,୩୧୨ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି କରାଯାଇଛି। ଏହା ଦ୍ୱାରା ୫,୨୨,୪୯୬ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ଏଥିପାଇଁ ସରକାରଙ୍କ ତହବିଲରୁ ୧୯୨୯.୮୩ କୋଟି ଟଙ୍କା ସବ୍‌ସିଡି ଅର୍ଥ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
ଖଦି ଏବଂ ଗ୍ରାମ୍ୟୋଦ୍ୟୋଗ କମିଶନ ପକ୍ଷରୁ ଏକାକୀ ଗ୍ୟାସ ଅଥରଟି ଇଣ୍ଡିଆ ଲିଃ(ଜିଏଆଇଏଲ୍‌)ଠାରୁ ୫.୮୮ ଅର୍ଡର ଗ୍ରହଣ କରାଯାଇଛି। ସେହିପରି ନୂଆଦିଲ୍ଲୀର ପାୱାର ଫାଇନାନ୍ସ କର୍ପୋରେଶନ ପକ୍ଷରୁ ୭୫ ଲକ୍ଷ ଟଙ୍କାର କୁପନ ଆକାରରେ ଅଗ୍ରିମ ରଖାଯାଇଛି। ଜିଲା ଉଦ୍ୟୋଗ ସମାଗମ ପକ୍ଷରୁ ସାରା ଦେଶର ୭୩୧ ଜିଲା ପାଇଁ ୮୦ କୋଟି ଟଙ୍କାର ଅର୍ଥ ମଞ୍ଜୁର କରାଯାଇଛି। ଏହା ଦ୍ୱାରା ୩୫୦ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ନିକଟରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରୁ ଏହା ଜଣାପଡିଛି। ବାଲେଶ୍ୱର ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ଓଡ଼ିଆ ଆଇଏଏସ୍‌ ଅରୁଣ କୁମାର ପଣ୍ଡା ଏମ୍‌ଏସ୍‌ଏମ୍‌ଇ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସାରା ଦେଶର ୬୦ଟି ନୂଆ ଇଣ୍ଟେଲ୍ୟୁକ୍‌ଚୁଆଲ୍‌ ପ୍ରପର୍ଟି ଫାସିଲିଏସନ୍‌ ସେଣ୍ଟର(ଆଇପି) ପ୍ରତିଷ୍ଠା କରାଯିବ। ଏହା ଦ୍ୱାରା ବିଭିନ୍ନ ଉଦ୍ୟୋଗ ଟ୍ରେଡ୍‌ ମାର୍କ ଏବଂ ସ୍ବତ୍ୱାଧିକାର ପାଇଁ ଆବେଦନ କରିପାରିବେ। ମନ୍ତ୍ରଣାଳୟ ପକ୍ଷରୁ ୧୭ଟି ସାଧାରଣ ସୁବିଧା ଉପଲବ୍ଧ କେନ୍ଦ୍ର, ୧୪ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ସେହିପରି ଆଗାମୀ ଦିନରେ ବିଭାଗ ପକ୍ଷରୁ ୨୪ ସାଧାରଣ ସୁବିଧା ଉପଲବ୍ଧ କେନ୍ଦ୍ର ଏବଂ ୨୫ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କେନ୍ଦ୍ର ପ୍ରତିଷ୍ଠା ପାଇଁ ମଞ୍ଜୁର କରାଯାଇଛି। ପୂର୍ବରୁ ପ୍ରତିଷ୍ଠା ହୋଇଥିବା ୫୧ଟି କ୍ଲଷ୍ଟର ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇଛି। ସୋଲାର ଚକ୍ର ମିଶନ ଦ୍ୱାରା ୧୧ଟି ପ୍ରକଳ୍ପର ଡିପିଆର ପ୍ରସ୍ତୁତ ହୋଇ ଅନୁମୋଦନ ହୋଇଛି। ଚଳିତ ବର୍ଷ ଫେବୃୟାରୀରୁ କ୍ରେଡିଟ୍‌ ଲିଙ୍କେଜ୍‌ ସବ୍‌ସିଡି ବ୍ୟବସ୍ଥା ମଧ୍ୟ ପ୍ରଦାନ କରାଯାଉଛି। ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ସହ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସହଭାଗିତାରେ ଡିଜାଇନ୍‌ ଶିଳ୍ପକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସାରା ଦେଶରେ ଜାତୀୟ ଡିଜାଇନ୍‌ ସଂସ୍ଥା ଆନୁକୂଲ୍ୟରେ ଆଗାମୀ ଦିନରେ ୮୦ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଡିଜିଟାଲ ମାଧ୍ୟମ ଗଣତନ୍ତ୍ରରେ ସହଭାଗିତା ବୃଦ୍ଧି କରିବ’

ଭୁବନେଶ୍ୱର,୧୮ା୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ୫-ଟି ମନ୍ତ୍ର ମଧ୍ୟରେ ଟେକ୍ନୋଲୋଜି(ବୈଷୟିକ ବିଦ୍ୟା) ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଡିଜିଟାଲ ମାଧ୍ୟମ ଦ୍ୱାରା ଲୋକମାନେ ଗଣତନ୍ତ୍ରରେ ସିଧାସଳଖ ଭାଗ ନେଇପାରିବେ।...

ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର,୯ା୬(ବ୍ୟୁରୋ): ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ଶତପଥୀଙ୍କ  ୯୧ତମ ଜନ୍ମ ଜୟନ୍ତୀ ଗୁରୁବାର ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ରାଜଭବନ ନିକଟସ୍ଥ...

କରୋନାରେ ଚାଲିଗଲା ଜଣଙ୍କ ଜୀବନ

ଭୁବନେଶ୍ୱର,୨୩।୮(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା...

ଜେଲରୁ ମୁକୁଳିଲେ ୨୯୬୩ କଏଦୀ

ଭୁବନେଶ୍ୱର,୧୧ା୪ (ବ୍ୟୁରୋ): ଜେଲ୍‌ ବିଭାଗକୁ ଘାରିଛି କରୋନା ଭୟ। ଏପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସାମାଜିକ ଦୂରତ୍ୱ ରକ୍ଷା ଓ ସଂକ୍ରମଣ ଏଡ଼ାଇବା ପାଇଁ ରାଜ୍ୟର ବିଭିନ୍ନ...

ନନ୍ଦନକାନନ ପିଛା ଛାଡ଼ୁନି ବିବାଦ

ଭୁବନେଶ୍ୱର, (ବ୍ୟୁରୋ)/ବାରଙ୍ଗ, ୨୯।୫ (ଡି.ଏନ୍‌.ଏ.): ଦେଶର ଅନ୍ୟତମ ପ୍ରମୁଖ ଚିଡ଼ିଆଖାନା ନନ୍ଦନକାନନ ଏବେ ଅସୁରକ୍ଷିତ ପ୍ରାଣୀ ଉଦ୍ୟାନରେ ପରିଣତ ହୋଇଛି। ପ୍ରତିଦିନ ଜୀବଜନ୍ତୁଙ୍କ ମୃତ୍ୟୁ ଖବର...

ରାଶନ ପାଇଁ ଆଧାର ବାଧ୍ୟତାମୂଳକ: ସବୁ ପିଡିଏସ୍‌ରୁ ନେଇପାରିବେ ଖାଦ୍ୟ ସାମଗ୍ରୀ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଏବଂ ରାଜ୍ୟ ଖାଦ୍ୟ ନିରାପତ୍ତା ସ୍କିମ୍‌ ହିତାଧିକାରୀମାନେ ଏଣିକି ରାଜ୍ୟର ଯେକୌଣସି ସାଧାରଣ ଖାଉଟି ବଣ୍ଟନ କେନ୍ଦ୍ର(ପିଡିଏସ୍‌)ରୁ ଚାଉଳ,...

ନିର୍ମଳ ହେବ କେଦାରଗୌରୀ ପୋଖରୀ ଜଳ

ପୁରୁଣା ଭୁବନେଶ୍ୱର,୧୬।୩(ଡି.ଏନ୍‌.ଏ.): ଭୁବନେଶ୍ୱର ଏକାମ୍ର କ୍ଷେତ୍ରର କେଦାରଗୌରୀ ମନ୍ଦିର ପୋଖରୀ ଜଳ ନିର୍ମଳ କରିବା ପାଇଁ ବୁଧବାର ଦୟା ନଦୀ ତଟରୁ ପାଇପ ଯୋଗେ ବିନ୍ଦୁ...

ଦୁର୍ନୀତି ବିରୋଧରେ ସରକାରଙ୍କ କଡ଼ା ଆଭିମୁଖ୍ୟ: ୧୬ ଜଣଙ୍କୁ ଚାକିରିରୁ ବିଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪ା୯ (ବ୍ୟୁରୋ): ଦୁର୍ନୀତି ବିକାଶର ସବୁଠାରୁ ବଡ଼ ପ୍ରତିବନ୍ଧକ। ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଏ କ୍ଷେତ୍ରରେ...

Advertisement
Archives

Model This Week