ନୀରବ,ଚୋକ୍‌ସୀଙ୍କ ପଳାୟନର ପ୍ରଭାବ;ରୁପା ଗହଣା ରପ୍ତାନି କମିଛି ୭୫%

ନୂଆଦିଲ୍ଲୀ,୨୩-୪: ହୀରା ବ୍ୟବସାୟୀ ନୀରବ ମୋଦି ଓ ମେହୁଲ ଚୋକ୍‌ସୀଙ୍କ ବିଦେଶ ପଳାୟନ ପରେ ଭାରତୀୟ ରୁପା ଗହଣା ବଜାର ବେଶ୍‌ ପ୍ରଭାବିତ ହୋଇଛି। ଦେଶର ରୁପା ଗହଣା ରପ୍ତାନି ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରାୟ ୭୫% କମିଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ଋଣ ଜାଲିଆତି କରି ନୀରବ ମୋଦି ଓ ମେହୁଲ ଚୋକ୍‌ସୀ ଗତବର୍ଷ ଆରମ୍ଭରେ ବିଦେଶ ଫେରାର ହୋଇଯାଇଥିଲେ। ପଳାୟନ ଯୋଗୁ ସେମାନଙ୍କର ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ପରିଣାମସ୍ବରୂପ, ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶର ରୁପା ଗହଣା ରପ୍ତାନି ୩.୪ ବିଲିୟନ ଡଲାର ଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା ହ୍ରାସ ପାଇ ମାତ୍ର ୮୩୮ ମିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ଜେମ୍ସ ଆଣ୍ଡ ଜୁଏଲାରୀ ଏକ୍ସପୋର୍ଟ ପ୍ରମୋଶନ କାଉନସିଲ ଦ୍ୱାରା ଜାରି ତଥ୍ୟରୁ ଜଣାପଡିଛି। କାଉନସିଲରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମାମୁ-ଭଣଜା ଫେରାର ହେବା ପରେ ଦେଶର ରୁପା ଗହଣା ରପ୍ତାନି ବେଶ ପ୍ରଭାବିତ ହୋଇଛି। କାରଣ ସେମାନେ ଦର୍ଶାଉଥିବା ରପ୍ତାନି ତଥ୍ୟ କେବଳ କାଗଜକଲମରେ ବୋଲି ଜଣାପଡିଛି। କାରଣ ସେମାନେ କୌଣସି କମ୍ପାନୀ ମାଧ୍ୟମରେ ରପ୍ତାନି କରିଥିବାର ଦର୍ଶାଇ ନାହାନ୍ତି। ସରକାରୀ ଅଧିକାରୀଙ୍କ କହିବାନୁଯାୟୀ, ସୁରଟର ସ୍ପେଶାଲ ଇକୋନୋମିକ ଜୋନ୍‌ ଉପରେ ଗହଣା ରପ୍ତାନିର ସବୁଠାରୁ ବେଶି ପ୍ରଭାବ ଦେଖିବାକୁ ମିଳିଛି। ତେବେ ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ। ନୀରବ ଓ ମେହୁଲ କେବଳ କାଗଜ କଲମରେ ହିଁ ସେମାନଙ୍କର ଗହଣା ରପ୍ତାନି ଦର୍ଶାଉଥିଲେ ବୋଲି ମନେ କରାଯାଉଛି। କାରଣ ଅନ୍ୟ କୌଣସି କ୍ଷେତ୍ରରେ ଏଭଳି ବ୍ୟତିକ୍ରମ ଦେଖାଯାଇନାହିଁ। ୨.୫ ବିଲିୟନ ଡଲାରରୁ ଅଧିକ ରୁପା ଗହଣା ରପ୍ତାନି ହ୍ରାସ ପାଇଛି। ଏହି କାରଣରୁ ଜେମ୍ସ ଆଣ୍ଡ ଜୁଏଲାରୀ ରପ୍ତାନି ୩% କମିବାର ମୁଖ୍ୟ କାରଣ ବୋଲି କୁହାଯାଉଛି। ତେବେ କାଉନସିଲର ଭାଇସ ପ୍ରେସିଡେଣ୍ଟ କୋଲିନ ଶାହଙ୍କ ମତରେ ଜିଏସ୍‌ଟି ରିଫଣ୍ଡ ପାଇବାରେ ବିଳମ୍ବ ଏବଂ ନଗଦ ସଙ୍କଟ ଯୋଗୁ ରପ୍ତାନି ହ୍ରାସ ପାଇଛି। ସୂଚନାଯୋଗ୍ୟ, ଦେଶର ରପ୍ତାନିର ସିଂହଭାଗ ଅଧିକାର କରିଥାଏ ରୁପା ଗହଣା କାରବାର। ଗତବର୍ଷ ସୁନ ପଦକ ଓ ମୁଦ୍ରା ରପ୍ତାନି ୫୫% ହ୍ରାସ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିବାଧିତଙ୍କ ପାଇଁ ଆର୍‌ବିଆଇର ନୂଆ ଆପ୍‌;ନୋଟ ଚିହ୍ନିବା ହେବ ସହଜ

ନୂଆଦିଲ୍ଲୀ,୧୫-୭: ନୋଟ ଚିହ୍ନିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ନୂଆ ଆପ୍ଲିକେଶନ ଶୀଘ୍ର ଆଣିବ। ଏହା ଦ୍ୱାରା ଦୃଷ୍ଟିବାଧିତ ଲୋକମାନେ ବିଶେଷ ଭାବେ ଲାଭବାନ...

ନୂଆ ବର୍ଷ ପ୍ରଥମ ଦିନରେ ହେବ ଏହି ୫ ବଡ଼ ପରିବର୍ତ୍ତନ; ଆପଣଙ୍କ ପକେଟରେ ପଡ଼ିବ ପ୍ରଭାବ…!

ନୂଆଦିଲ୍ଲୀ,୨୮।୧୨: ଶେଷ ହେବାକୁ ଯାଉଛି ବର୍ଷ ୨୦୨୨। ନୂତନ ବର୍ଷ ୨୦୨୩କୁ ସ୍ବାଗତ କରିବା ଲାଗି ପ୍ରସ୍ତୁତି ଜୋରଦାର ହୋଇଛି। ଏସବୁ ମଧ୍ୟରେ ନୂଆ ବର୍ଷର...

୨୪ଘଣ୍ଟାରେ ଲକ୍ଷେ ଓଲା ଇଭି ବୁକିଂ

ନୂଆଦିଲ୍ଲୀ,୧୮।୭ : ନୂତନ ଜ୍ଞାନକୌଶଳରେ ନିର୍ମିତ ଓଲା ବିଦ୍ୟୁତ ଚାଳିତ ଦୁଇ ଚକିଆ ଯାନ ମାତ୍ର ୨୪ ଘଣ୍ଟା ମଧ୍ୟରେ ୧,୦୦,୦୦୦ ବୁକିଂ ହୋଇଥିବା ଯାତ୍ରୀ...

ଓପୋ ଫୋନରେ ଜିଓର ଟ୍ରୁ-୫ଜି ନେଟ୍‌ୱର୍କ

ମୁମ୍ବାଇ,୧୮।୧୧:ସ୍ମାର୍ଟଫୋନ୍‌ ନିର୍ମାତା ଓପୋ ଇଣ୍ଡିଆର ଅଧିକାଂଶ ୫ଜି ଡିଭାଇସ୍‌ ଜିଓର ଷ୍ଟାଣ୍ଡ୍‌ ଏଲୋନ୍‌ ଟ୍ରୁ-୫ଜି ନେଟ୍‌ୱର୍କକୁ ସପୋର୍ଟ କରୁଥିବା ଜିଓ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି...

ଅଜୟ ବଙ୍ଗା ବିଶ୍ୱବ୍ୟାଙ୍କର ନିର୍ବିରୋଧ ଅଧ୍ୟକ୍ଷ ହେବା ନିଶ୍ଚତ…

ଓ୍ବାଶିଂଟନ,୩୦।୩ : ମୂଳ ଭାରତୀୟ ଅଜୟ ବଙ୍ଗା ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ହେବା ପ୍ରାୟ ନିଶ୍ଚିତ। ବୁଧବାର ଏହି ପଦବୀ ପାଇଁ ନାମାଙ୍କନ ଶେଷ ହୋଇଛି। ଅନ୍ୟ...

ଓଏମ୍‌ସି ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଭୁବନେଶ୍ୱର,୧।୧୧: ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ସୋମବାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି...

ମାଲାବାରରେ ୧୦ଦିନିଆ ‘ବାଙ୍ଗ୍‌ଲେ ଫେଷ୍ଟିଭାଲ’

ଭୁବନେଶ୍ୱର,୧୧ା୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍ସର ଶହୀଦନଗର ଏକ୍ସକ୍ଲୁସିଭ ଷ୍ଟୋର ପକ୍ଷରୁ ୧୦ଦିନିଆ ‘ବାଙ୍ଗ୍‌ଲେ ଫେଷ୍ଟିଭାଲ’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି।...

ପୁରୀରେ ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବାର ଶୁଭାରମ୍ଭ

ନୂଆଦିଲ୍ଲୀ,୨୧।୧: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ୍‌ ପକ୍ଷରୁ ପୁରୀରେ ଏୟାରଟେଲ ୫ଜି ପ୍ଲସ୍‌ ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପୁରୀରେ...

Advertisement
Archives

Model This Week