ନୀତି ଆୟୋଗର ଏସ୍‌ଡିଜି ସୂଚକାଙ୍କ: ଶୀର୍ଷରେ କେରଳ, ସର୍ବାଧିକ ଉନ୍ନତିରେ ଓଡ଼ିଶା

ନୂଆଦିଲ୍ଲୀ,୩୧-୧୨: ସରକାରଙ୍କ ଥିଙ୍କ୍‌ ଟ୍ୟାଙ୍କ ନୀତି ଆୟୋଗର ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ସୂଚକାଙ୍କ ସୋମବାର ପ୍ରକାଶ ପାଇଛି। ଉକ୍ତ ସୂଚକାଙ୍କରେ କେରଳ ଶୀର୍ଷ ସ୍ଥାନରେ ରହିଥିବା ବେଳେ ବିହାରର ପ୍ରଦର୍ଶନ ଅତ୍ୟନ୍ତ ନିକୃଷ୍ଟ ରହିଥିବା ଜଣାପଡିଛି। ଏହି ରିପୋର୍ଟରେ ସାମାଜିକ, ଅର୍ଥନୈତିକ ଏବଂ ପରିବେଶ ମାପଦଣ୍ଡକୁ ବିଚାର କରି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ବିକାଶକୁ ମୂଲ୍ୟାଙ୍କନ କରାଯାଇଥାଏ। ଓଡିଶା, ଉତ୍ତରପ୍ରଦେଶ ଏବଂ ସିକିମ ନିରନ୍ତର ବିକାଶ କ୍ଷେତ୍ରରେ ସର୍ବାଧିକ ଉନ୍ନତି ହାସଲ କରିଥିବା ବେଳେ ଗୁଜରାଟ ଭଳି ରାଜ୍ୟ ଉନ୍ନତି କରି ନ ଥିବା କୁହାଯାଇଛି। ୭୦ ସ୍କୋର ସହିତ କେରଳ ଏହାର ଶୀର୍ଷ ସ୍ଥାନକୁ ବଜାୟ ରଖିଛି। କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟରେ ଚଣ୍ଡିଗଡ ଶୀର୍ଷ ସ୍ଥାନରେ ରହିଛି। ତାଲିକାର ଦ୍ୱିତୀୟ ସ୍ଥାନରେ ହିମାଚଳ ପ୍ରଦେଶ ରହିଥିବା ବେଳେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା ତୃତୀୟ ସ୍ଥାନରେ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ରାଜ୍ୟଗୁଡିକ ମଧ୍ୟରେ ବିହାର,ଝାଡଖଣ୍ଡ ଏବଂ ଅରୁଣାଞ୍ଚଳ ପ୍ରଦେଶ ରହିଛି। ମିଳିତ ଜାତିସଂଘର ଏସ୍‌ଡିଜି ଲକ୍ଷ୍ୟ-୩୦ ଭାରତ ବିନା ହାସଲ କରାଯାଇ ପାରିବ ନାହିଁ। ଏହି ଲକ୍ଷ୍ୟକୁ ହାସଲ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ ବୋଲି ନୀତି ଆୟୋଗର ସିଇଓ ଅମିତାଭ କାନ୍ତ କହିଛନ୍ତି। ଦକ୍ଷିଣାଞ୍ଚଳ ରାଜ୍ୟଗୁଡିକ ସ୍ବାସ୍ଥ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି। ୧୪ ସ୍ଥାନରେ ଥିବା ପଶ୍ଚିମବଙ୍ଗ ଚଳିତ ବର୍ଷର ଏସ୍‌ଡିଜି ସୂଚୀରେ ଉନ୍ନତ ପ୍ରଦର୍ଶନ ଜାରି ରଖିଛି। ମାତ୍ର ଶିକ୍ଷା ପ୍ରସଙ୍ଗକୁ ବିଚାର କଲେ ଏହା ଶୀର୍ଷ ୩ ଉନ୍ନତ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ସାମିଲ ହେବା କଥା ବୋଲି କୁମାର ମତ ରଖିଛନ୍ତି। ରିପୋର୍ଟ ମୁତାବକ, ୨୦୧୮ରେ ଭାରତର ସାମଗ୍ରିକ ସ୍କୋର ୫୭ ରହିଥିବା ବେଳେ ୨୦୧୯ରେ ଏହା ୬୦କୁ ବଢିଛି। ଜଳ, ପରିମଳ, ଶକ୍ତି ଏବଂ ଶିଳ୍ପ କ୍ଷେତ୍ରରେ ସଫଳତା ଯୋଗୁ ସ୍କୋରରେ ଉନ୍ନତି ହୋଇଥିବା କୁହାଯାଇଛି। ଏଭଳି ସ୍ଥିତିରେ ପୋଷଣ ଏବଂ ଲିଙ୍ଗଭେଦ ଏବେ ମଧ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହି ଦିଗରେ ସରକାର ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି।
୧୨ ଗୋଲ୍‌ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ଥିବା ୫ ରାଜ୍ୟ ମଧ୍ୟରୁ ୩ର ପରଫରମାନ୍ସ ସମାନ କିମ୍ବା ଦେଶର ହାରାହାରି ପର୍‌ଫର୍‌ମାନ୍ସ ଠାରୁ ଉନ୍ନତ ରହିଛି। ଅନ୍ୟ ୨ ରାଜ୍ୟ ୧୧ ଗୋଲ୍‌ କ୍ଷେତ୍ରରେ ସମାନ ପର୍‌ଫର୍‌ମାନ୍ସ କରିଛନ୍ତି। ଫ୍ରଣ୍ଟ ରନର ବର୍ଗରେ ୩ ରାଜ୍ୟ ସାମିଲ ରହିଛନ୍ତି। ଏହି ରାଜ୍ୟଗୁଡିକ ୬୫ରୁ ୯୯ ସ୍କୋର କରିଛନ୍ତି। ରାଜ୍ୟଗୁଡିକ ମଧ୍ୟରେ ହିମାଚଳ ପ୍ରଦେଶ, କେରଳ ଏବଂ ତାମିଲନାଡୁ ରହିଛନ୍ତି। ଏହି ଲିଗ୍‌ରେ ଅଧିକ ୫ ରାଜ୍ୟ ସାମିଲ ହୋଇଛନ୍ତି। ଉକ୍ତ ରାଜ୍ୟଗୁଡିକ ମଧ୍ୟରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ନାଟକ, ସିକିମ ଏବଂ ଗୋଆ ରହିଛନ୍ତି। ଫଳରେ ସମୁଦାୟ ୮ ରାଜ୍ୟ ଫ୍ରଣ୍ଟ ରନର୍‌ ଲିଗରେ ଯୋଗ ଦେଇଛନ୍ତି। ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ତାମିଲନାଡୁ, ତ୍ରିପୁରା, ଆନ୍ଧ୍ରପ୍ରଦେଶ, ମେଘାଳୟ, ମିଜୋରାମ ଏବଂ ସିକିମ ଭଳି ରାଜ୍ୟର ଭଲ ପ୍ରଦର୍ଶନ କରିଛି। ଏହାବାଦ ଜିରୋ ହଙ୍ଗର ବା ଶୂନ କ୍ଷୁଧା ମାନଦଣ୍ଡରେ ଗୋଆ, ମିଜୋରାମ, କେରଳ, ନାଗାଲାଣ୍ଡ, ମଣିପୁର ଭଳି ରାଜ୍ୟ ଅଗ୍ରଣୀ ସ୍ଥାନରେ ରହିଛନ୍ତି।
ମିଳିତ ଜାତି ସଂଘ ପକ୍ଷରୁ ନିର୍ଦ୍ଧାରଣ କରାଯାଇଥିବା ୧୭ ଗୋଲ୍‌ ଏସ୍‌ଡିଜି ଆଧାରରେ ନୀତି ଆୟୋଗ ପକ୍ଷରୁ ୧୬ଟି ଗୋଲ୍‌କୁ ବିଚାରକୁ ନେଇ ଭାରତୀୟ ସୂଚୀ ଗତ ବର୍ଷ ପ୍ରକାଶ ପାଇଥିଲା। ମିଳିତ ଜାତିସଂଘ ପକ୍ଷରୁ ନିର୍ଦ୍ଧାରିତ ୩୦୬ ପ୍ରସଙ୍ଗ ମଧ୍ୟରୁ ୧୦୦ ଇଣ୍ଡିକେଟର୍ସର ୫୪ ଲକ୍ଷ୍ୟକୁ ନେଇ ଭାରତୀୟ ରାଜ୍ୟଗୁଡିକୁ ର଼୍ୟାଙ୍କିଙ୍ଗ କରାଯାଇଛି। ୨୦୧୮ରେ ନୀତି ଆୟୋଗ ୩୯ ଇଣ୍ଡିକେଟର୍ସକୁ ନେଇ ପ୍ରଥମ ରିପୋର୍ଟ ପ୍ରକାଶ କରିଥିଲା। ୧୯୩ ଦେଶକୁ ନେଇ ମିଳିତ ଜାତିସଂଘ ସାଧାରଣ ପରିଷଦ ଦ୍ୱାରା ଏସ୍‌ଡିଜି କାର୍ଯ୍ୟକାରୀ କରାଇବାର ଚଳିତ ବର୍ଷ ହେଉଛି ପଞ୍ଚମ ପୂର୍ତ୍ତି। ୨୦୩୦ ସୁଦ୍ଧା ୧୬୯ ବର୍ଗରେ ୧୭ ପ୍ରମୁଖ ଲକ୍ଷ୍ୟ ଆଧାରରେ ଏସ୍‌ଡିଜି କାର୍ଯ୍ୟକାରୀ କରାଯାଇଛି। ସମାଜର ବିକାଶକୁ ଆଧାର କରି ଏଭଳି ଏକ ପଦକ୍ଷେପ ବିଶ୍ୱ ଲିଡରଙ୍କ ଦ୍ୱାରା ହାତକୁ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଏଣିକି ଲମ୍ୱା ଲାଇନରୁ ମିଳିବ ମୁକ୍ତି, ଏଟିଏମ କାର୍ଡରେ ମିଳିବ……

ନୂଆଦିଲ୍‌ଲୀ,୨୩।୬: ସମଗ୍ର ଦେଶରେ ରାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ନିକଟରେ ସରକାର କିଛି ଏମିତି ସୁବିଧା ଲାଗୁ…

ଶେୟାର ମାର୍କେଟ୍‌ କ୍ରାଶ୍‌: ୫ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୩।୬: ଦକ୍ଷିଣ କୋରିଆ ବଜାରରେ ତୀବ୍ର ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ପଡ଼ିଛି। BSE ସେନସେକ୍ସ ପ୍ରାୟ ୬୦୦-୭୦୦ ପଏଣ୍ଟ ହ୍ରାସ ପାଇଛି। NSE ନିଫ୍ଟି …

ମାତ୍ର ୫୦ ଟଙ୍କା ନିବେଶ କଲେ ମିଳିବ ୩୫ ଲକ୍ଷର ଦମଦାର୍‌ ରିଟର୍ନ; ଆପଣଙ୍କୁ ଧନୀ କରିବ ପୋଷ୍ଟ ଅଫିସର ଏହି ଯୋଜନା

ଭୁବନେଶ୍ୱର, ୨୩।୬: ମାସ ଶେଷରେ ଦରମା ବା ପାରିଶ୍ରମିକ ଯାହା ବି ହେଉ ନା କାହିଁକି, ସଞ୍ଚୟ କରିବା ନିହାତି ଜରୁରୀ ଯେପରି ଭବିଷ୍ୟତରେ ଆବଶ୍ୟକତା ସମୟରେ…

IRCTC New Rules: ବଦଳିଲା ତତ୍କାଳ ଟିକେଟ ବୁକିଂ ନିୟମ: ଏବେ ଆଧାର କାର୍ଡ ବିନା ହେବନି କୌଣସି କାମ

ନୂଆଦିଲ୍ଲୀ,୨୨।୬: ଆଜିକାଲି ସମୟରେ ଟ୍ରେନ ଟିକେଟ ମିଳିବା ବହୁତ କଷ୍ଟକର ହୋଇପଡ଼ିଛି। ପର୍ବପର୍ବାଣୀ ସମୟରେ ଯଦି ଘରକୁ ଯିବାକୁ ଥାଏ, ତେବେ ଟିକେଟ ଆଦୌ ମିଳିନଥାଏ। ଏଭଳି…

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

ଇପିଏଫ୍‌ଓ ୩.୦ରେ ବଡ଼ ପରିବର୍ତ୍ତନ! ଆଉ ୭୫% ନୁହେଁ, ଏଣିକି ବିନା କାରଣରେ ବି ଉଠାଇ ପାରିବେ ପୁରା PF ଟଙ୍କା

ନୂଆଦିଲ୍ଲୀ,୨୧।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ସଦସ୍ୟମାନଙ୍କ ପାଇଁ ‘EPFO 3.0’ ଅଧୀନରେ ଅନେକ ସହଜ ଓ ସୁବିଧାଜନକ ନିୟମ ଆଣିବାକୁ ଯାଉଛି। ଏହି…

ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପ୍ରାଇମ ଡେ’ର ୧୦ମ ସଂସ୍କରଣ

ଭୁବନେଶ୍ୱର,୨୧।୬: ଆସନ୍ତା ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରାଇମ ଡେ’-୨୦୨୬ର ୧୦ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହା ୪ ଜୁଲାଇ ରାତି ୧୨ଟାରୁ…

ସାବଧାନ! ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ,୨୧।୬: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri