ନିୟମ କଡ଼ାକଡ଼ି କଲା ବିଏମ୍‌ସି: ଖୋଲାରେ ମଳତ୍ୟାଗ, ପରିସ୍ରା କଲେ ଜରିମାନା

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଏଣିକି ଭୁବନେଶ୍ୱରରେ ଖୋଲାରେ ମଳତ୍ୟାଗ କଲେ କିମ୍ବା ପରିସ୍ରା କଲେ ଜରିମାନା ଦେବାକୁ ପଡିବ। ଏନେଇ ନିୟମ କଡ଼ାକଡ଼ି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଖୋଲାରେ ମଳତ୍ୟାଗ କଲେ ୨ଶହ ଟଙ୍କା ଓ ପରିସ୍ରା କଲେ ୧୫୦ ଟଙ୍କା ଗଣିବାକୁ ପଡ଼ିବ ବୋଲି ବିଏମ୍‌ସି ନିର୍ଦ୍ଦେଶନାମା ଜାରି କରିଛି। ଭୁବନେଶ୍ୱରକୁ ଖୋଲା ଶୌଚମୁକ୍ତ ସହରରେ ପରିଣତ କରିିବା ପାଇଁ ବିଏମ୍‌ସି ପକ୍ଷରୁ ଏପରି ପ୍ରୟାସ ହୋଇଛି ବୋଲି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ କହିଛନ୍ତି।
ତାଙ୍କ ସୂଚନାନୁସାରେ, ଦୈନିକ ୧ ଲକ୍ଷ ଲୋକଙ୍କ ଶୌଚ ପାଇଁ ବିଏମ୍‌ସି ଶୌଚାଳୟ ନିର୍ମିତ କରିଛି। ପାଖାପାଖି ୧୯୩ଟି ଦେୟମୁକ୍ତ ଶୌଚାଳୟରେ ୧୬୭୮ଟି ପାଇଖାନା ସିଟ୍‌ ରହିଛି। ଏହାସତ୍ତ୍ୱେ ଲୋକେ ବାହାରେ ଶୌଚ କରିବା ଛାଡ଼ୁ ନାହାନ୍ତି। ଏହି ଅଭ୍ୟାସ ଓ ମାନସିକତାରେ ରୋକ୍‌ ଲଗାଇବା ପାଇଁ ଏପରି କଟକଣା ଲଗାଇବାକୁ ବିଏମ୍‌ସି ବାଧ୍ୟ ହୋଇଛି। ସହରକୁ ସୁସ୍ଥ ଓ ସ୍ବଚ୍ଛ ରଖିବାକୁ ସର୍ବାଧିକ ଚେଷ୍ଟା ଚାଲିଛି। ଲୋକଙ୍କ ସୁବିଧା ପାଇଁ ବିଏମ୍‌ସି ନିୟମ କରୁଛି। ଲୋକେ ସହଯୋଗ କଲେ ସହର ହସିବ ଓ ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ପରିମଳ ବ୍ୟବସ୍ଥା ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ଭୁବନେଶ୍ୱରକୁ ଖୋଲା ମଳମୁକ୍ତ କରିବାକୁ ବିଏମ୍‌ସି ବହୁଚେଷ୍ଟା କରୁଛି। ଲୋକଙ୍କୁ ଶୌଚାଳୟରେ ମଳତ୍ୟାଗ କରିବା ଓ ପରିସ୍ରା କରିବା ଲାଗି ନିୟମିତ ଭାବେ ସଚେତନ କରାଯାଉଛି। ଏବେ କଡ଼ା ନିୟମ ହୋଇଛି। ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କୁ ଧରିବା ପାଇଁ ଜୋନ୍‌ ସ୍ତରରେ ଗୋଟିଏ ଲେଖାଏ ସ୍କ୍ବାଡ୍‌ ଗଠନ କରାଯାଇଥିବାବେଳେ ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ଏହାର ପରିଚାଳନା କରିବାକୁ କୁହାଯାଇଛି। ସ୍କ୍ବାଡ୍‌ ଯେକୌଣସି ସମୟରେ ଯେଉଁଠିକୁ ବି ଯାଞ୍ଚ କରି ପଦକ୍ଷେପ ନେଇପାରିବ।

ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ବିଏମ୍‌ସିର ପରିମଳ ବିଭାଗ ପକ୍ଷରୁ ଇ-ଶୌଚାଳୟର ପରିଚାଳନା ଓ ଠିକ୍‌ ବ୍ୟବହାର ପାଇଁ ଠିକା ସଂସ୍ଥା ସୁଲଭ ଇଣ୍ଟରନ୍ୟାଶନାଲକୁ ତାଗିଦ୍‌ କରିଥିଲା। ସୁଲଭ ନାମରେ ବିଭିନ୍ନ ଅଭିଯୋଗ ଆସୁଥିବାରୁ ଏବେ ଇ-ଶୌଚାଳୟ ଦାୟିତ୍ୱ ବିଏମ୍‌ସି ନେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ଥୁଆମୂଳ ରାମପୁରରେ ଖଣି ଖନନ ନେଇ ଜନଗର୍ଜନ: ବିରାଟ ଶୋଭାଯାତ୍ରା, ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଥୁଆମୂଳ ରାମପୁର,୨୧ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପ୍ରସ୍ତାବିତ ସିଜିମାଲି ଖଣି ଖନନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ…

୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri