ସରକାରୀ ହେଉ ବା ବେସରକାରୀ ସ୍କୁଲ, ଏହାର ପରିସରରେ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ଖୋଲି ପାରିବନି ବାହାର ଖାଦ୍ୟ ଓ ଜଙ୍କଫୁଡ୍‌ର ପସରା। ଛାତ୍ରୀଛାତ୍ରଙ୍କୁ ଜଙ୍କଫୁଡ୍‌ ଖାଇବାକୁ ଦିଆଯିବା ଦ୍ୱାରା ଭବିଷ୍ୟତରେ ସେମାନେ ମଧୁମେହ, ଉଚ୍ଚ ରକ୍ତଚାପ, ଡାଇସ୍ଲିପିଡେମିଆ ପରି ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୬ ମାର୍ଚ୍ଚ ୧୨ରେ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଥିଲା। ଏଥିରେ କେଉଁ ପ୍ରକାର ଖାଦ୍ୟ ବିଦ୍ୟାଳୟର କ୍ୟାଣ୍ଟିନ୍‌ ଓ କ୍ୟାମ୍ପସ ପରିସରରେ ବିକ୍ରି ହେବ, ସେ ନେଇ ତାଲିକା ଜାରି ହୋଇଥିଲା। ତାଲିକା ଅନୁଯାୟୀ, ଚିପ୍ସ ଜାତୀୟ ଖାଦ୍ୟ ବାରଣ କରାଯାଇଥିଲା। ଏଥିସହ ମଲାଇ ଗୋଲା, ସମସ୍ତ ପ୍ରକାର ମୃଦୁ ପାନୀୟ, ମିଠା ଜାତୀୟ ପଦାର୍ଥ(ରସଗୋଲା, ଗୋଲାପ ଜାମୁ, ପେଡା, ଜିଲାପି, ବୁନ୍ଦି), ପିଜା, ବର୍ଗର, ଗୁପ୍‌ଚୁପ୍‌, ଦହିବରା, ସମସ୍ତ ପ୍ରକାର ଚୋବାଇବା ପଦାର୍ଥ, ଚକୋଲେଟ୍‌, ମଇଦାରୁ ପ୍ରସ୍ତୁତ ପିଠା ଓ ବିସ୍କୁଟ୍‌, ପେଟିସ୍‌, ଜାମ୍‌ ଏବଂ ଜେଲି ପରି ଖାଦ୍ୟକୁ ବାରଣ କରାଯାଇଛି। ଏଗୁଡିକ ବ୍ୟତୀତ ମିଠା ଏବଂ ଲବଣଯୁକ୍ତ ଖାଦ୍ୟ ଯେପରି ପିଲାଙ୍କୁ ଦିଆ ନ ଯିବ, ସେଥିପ୍ରତି ଅଧିକ ଧ୍ୟାନ ଦେବାକୁ କୁହାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବି ଚେତାବନୀ ଦିଆଯାଇଥିଲା। ଏହି ନିୟମକୁ ସାଢେ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଲାଣି। ହେଲେ କେହି ଏହାକୁ ମାନୁ ନାହାନ୍ତି, ବେଧଡକ ଭାବେ ବିକ୍ରି ଚାଲିଛି ଜଙ୍କ୍‌ ଫୁଡ୍‌। ଅଭିଭାବକ ପଇସା ଦେଉଛନ୍ତି, ପିଲାମାନେ ଏଭଳି ଖାଦ୍ୟ ଖାଇ ଚାଲିଛନ୍ତି। ପିଲାଙ୍କଠାରୁ ଆରମ୍ଭ କରି ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅଭିଭାବକମାନେ ଏ ଦିଗରେ ଆଦୌ ସଚେତନ ନୁହନ୍ତି। ବେସରକାରୀ ସ୍କୁଲ ତ ଦୂରର କଥା ଖୋଦ୍‌ ସରକାରୀ ସ୍କୁଲଗୁଡିକରେ ସରକାରଙ୍କ ନିୟମକୁ ଏକ ପ୍ରକାର ଫୁ କରି ଦେଇଛନ୍ତି କର୍ତ୍ତୃପକ୍ଷ। ସ୍କୁଲ ଫାଟକ ସାମ୍ନାରେ ମେଲିଛି ଗୁପ୍‌ଚୁପ୍‌, ଚାଟ, ଦହିବରା, ଝାଲ ମଟର, ସୋଢା ପାଣି ଆଦିର ପସରା। ଖେଳ ଛୁଟି ଓ ସ୍କୁଲ ଛୁଟି ସମୟରେ ପିଲାଙ୍କ ସୁଅ ଛୁଟୁଛି ଏହି ଖାଦ୍ୟ ପସରା ଆଡକୁ। ଅଭିଭାବକ ଓ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପସ୍ଥିତିରେ ନିର୍ଦ୍ୱନ୍ଦ୍ୱରେ ଖାଇ ଚାଲିଛନ୍ତି ପିଲା। ବିଦ୍ୟାଳୟ ପରିସର ଓ ନିକଟବର୍ତ୍ତୀ ଅଞ୍ଚଳରେ ଏସବୁ ବିକ୍ରି ନିଷେଧ ହୋଇଥିଲେ ମଧ୍ୟ ଆଇନକୁ ଆଖିଠାର ନ୍ୟାୟରେ ନା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଏଥିପ୍ରତି କିଛି ନିଘା ଅଛି ନା ଅଭିଭାବକଙ୍କ ଦାୟିତ୍ୱ। ସ୍କୁଲ ନିକଟରେ ଏଭଳି ବ୍ୟବସାୟ କରୁଥିବା ବେପାରୀମାନଙ୍କୁ ମଧ୍ୟ ଲଗାମ ଦେବାକୁ ପ୍ରଶାସନ ପଦକ୍ଷେପ ନେଉନି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କେବଳ ଜିଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖି ଚୁପ୍‌ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୫ବର୍ଷ ଧରି ପାଣି ବୋହୁଛନ୍ତି କୃଷ୍ଣଚନ୍ଦ୍ର

ଖୋର୍ଦ୍ଧା ଅଫିସ,୧୧।୧୨: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଗୁଡୁମ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ। ବୟସ ପାଖାପାଖି ୬୫ ଛୁଇଁଲାଣି। ହେଲେ ସେ ଥକି ପଡ଼ିନାହାନ୍ତି। ଏହି ବୟସରେ...

୪ ଆଇପିଏସ୍‌ ଅଫିସରଙ୍କୁ ଡିଜି ପାହ୍ୟା

ଭୁବନେଶ୍ୱର,୨ା୯(ବ୍ୟୁରୋ): ୧୯୮୯ ବ୍ୟାଚ୍‌ର ୪ ଜଣ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କୁ ରାଜ୍ୟ ସରକାର ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ଓ...

ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଜୟପୁର,୧୯।୮(ଡି.ଏନ୍‌.ଏ): କୋରାପୁଟ ଜିଲା ଜୟପୁର ଉପଖଣ୍ଡର ୬ଟି ବ୍ଲକ ଏବଂ ଗୋଟିଏ ପୌରାଞ୍ଚଳରେ କାର୍ଯ୍ୟରତ ୫୪ ଅସ୍ଥାୟୀ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ ସୋମବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।...

ତୃଷାର୍ତ୍ତ ପକ୍ଷୀଙ୍କ ସେବାରେ କିନ୍ନର ଚିନ୍ମୟୀ

ଛେଣ୍ଡିପଦା, ୪।୪(ସ୍ବ.ପ୍ର.)- ଆତଙ୍କର ଅନ୍ୟନାମ ପାଲଟିଛି କରୋନା। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶ ଏବେ ଲକଡ଼ାଉନରେ। ଏହାପରେ ଅସ୍ୱାଭାବିକ ହୋଇପଡିଛି ଜୀବନଯାତ୍ରା। ଗରିବ,...

ତୁଷୁରା ଏନ୍‌ଏସି ସବୁ ଡ୍ରେନ୍‌ରେ ବିଶୋଧକ ସିଞ୍ଚନ କରୁନି

ଗୁଡଭେଲା,୩।୪(ଡି.ଏନ.ଏ.)-ବର୍ତ୍ତମାନର ଭୟଙ୍କର କରୋନା ପରିସ୍ଥିତିର ମୁକାବିଲା କରିବା ପାଇଁ ବଲାଙ୍ଗୀର ଜିଲା ତୁଷୁରା ଏନ୍‌ଏସି ପକ୍ଷରୁ ସହରକୁ ସ୍ବଚ୍ଛ ଓ ସଂକ୍ରମଣ ମୁକ୍ତ ରଖିବାକୁ ସ୍ବଚ୍ଛତା...

ରେଳଷ୍ଟେଶନ ନିକଟରୁ ୪ଲକ୍ଷ ଟଙ୍କାର ଭାଙ୍ଗ ଜବତ

କଟକ ରୋଡ,୧୦।୯(ଡି.ଏନ୍‌.ଏ.) : ଭୁବନେଶ୍ୱର ରେଲଓ୍ବ ଷ୍ଟେଶନ ନିକଟରୁ ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ) ସୋମବାର ୪ ବସ୍ତା ଭାଙ୍ଗ ଜବତ କରିଛି। ପରେ ଏହାକୁ ଭୁବନେଶ୍ୱର...

ପଟିଆ, ଖଣ୍ଡଗିରି, ନୟାପଲ୍ଲୀ ହଟ୍‌ସ୍ପଟ୍‌

ଭୁବନେଶ୍ୱର, ୨୮।୪ (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହଁା ହେବାରେ ଲାଗିଛି। ରାଜ୍ୟରେ ଖୋର୍ଦ୍ଧା ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି...

ପୋଖରୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ରାଜନଗର,୧୫।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାନବଡ଼ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ କୁଶାଇଲୋ ଗ୍ରାମର ନରହରି ଦାସଙ୍କ ଝିଅ ନମିତା (୧୪)ଙ୍କ ରବିବାର ପୋଖରୀରେ ବୁଡ଼ି...

Advertisement
Archives

Model This Week