ନିୟନ୍ତ୍ରିତ ହେବ ସାନିଟାରୀ ନାପକିନ୍‌ ଭଳି ଉତ୍ପାଦ ମୂଲ୍ୟ

ନୂଆଦିଲ୍ଲୀ,୨୬-୮: କେନ୍ଦ୍ର ସରକାର ଖୁବଶୀଘ୍ର ହାଇଜିନ ଉତ୍ପାଦ ସାନିଟାରୀ ନ୍ୟାପକିନ୍‌, ହ୍ୟାଣ୍ଡ ଓ୍ବାଶ୍‌, ସମସ୍ତ ପ୍ରକାର କୀଟାଣୁନାଶକ ଉତ୍ପାଦ ଏବଂ ବୟସ୍କଙ୍କ ଲାଗି ଉଦ୍ଦିଷ୍ଟ ଡାୟପର୍ସ ମୂଲ୍ୟକୁ ନିୟନ୍ତ୍ରଣ କରିବାକୁ ଯାଉଛନ୍ତି। ଏଥିଲାଗି ମେଡିକାଲ ଉପକରଣ, ଡିସ୍‌ପୋଜେବଲ ଏବଂ ହାଇଜିନ୍‌ ଉତ୍ପାଦର ସ୍ବତନ୍ତ୍ର ତାଲିକା ପ୍ରସ୍ତୁତ କରାଯାଉଛି। ସୂଚନାଯୋଗ୍ୟ ଯେ, ନିକଟରେ ସରକାର କେତେକ ଜରୁରୀ ଔଷଧର ଦାମକୁ ନିୟନ୍ତ୍ରିଣ ତାଲିକାଭୁକ୍ତ କରି ମୂଲ୍ୟ ହ୍ରାସ ଘୋଷଣା କରିଥିଲେ। ପ୍ରାୟ ୩୮୪ ଅତ୍ୟାବଶ୍ୟକ ଔଷଧ ଦରକୁ ସର୍ବାଧିକ ରିଟେଲ ମୂଲ୍ୟ(ଏମ୍‌ଆର୍‌ପି)ରେ ସୀମିତ ରଖାଯାଇଛି। ଏଥିସହିତ କ୍ୟାନସର ଚିକିତ୍ସାରେ ବ୍ୟବହୃତ ୪୨ ପ୍ରକାର ଔଷଧର ଲାଭକୁ ସର୍ବାଧିକ ୩୦ ପ୍ରତିଶତରେ ସୀମିତ ରଖାଯାଇଛି। ଏହି ତାଲିକା ବାଦ୍‌ ଅନ୍ୟ ଔଷଧଗୁଡ଼ିକ ଉପରେ କମ୍ପାନୀଗୁଡ଼ିକ ପକ୍ଷରୁ ସର୍ବାଧିକ ୧୦ ପ୍ରତିଶତ ମୂଲ୍ୟ ବଢ଼ାଇବାକୁ ଅନୁମତି ଦିଆଯାଇଛି। ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହାଇଜିନ ଉତ୍ପାଦଗୁଡ଼ିକର ତାଲିକା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି ଏବଂ ଆସନ୍ତା ୨ ମାସ ମଧ୍ୟରେ ଏହାକୁ ଜାରି କରାଯିବ। ଏହି ତାଲିକାକୁ ୨ ଭାଗରେ ବିଭକ୍ତ କରାଯିବ। ପ୍ରଥମ ଭାଗରେ ଅର୍ଥାତ ପ୍ରାଇମେରୀ ଶ୍ରେଣୀରେ ରଖାଯାଇଥିବା ଉତ୍ପାଦଗୁଡ଼ିକର ମୂଲ୍ୟକୁ ନିୟନ୍ତ୍ରିତ କରାଯିବ। ସେହିପରି ସେକେଣ୍ଡାରୀ ଶ୍ରେଣୀରେ ଥିବା ଉତ୍ପାଦଗୁଡ଼ିକ ଯେପରି ଉଚିତ୍‌ ଦାମରେ ଗ୍ରାହକ କିଣିପାରିବେ ତାହା ସରକାର ସୁନିଶ୍ଚିତ କରିବେ। ତାଲିକା ଜାରି ହେବା ପରେ ଲାଭକୁ ସୀମାବଦ୍ଧ କରାଯିବା ନେଇ ନିଷ୍ପତ୍ତି ନିଆଯିବ। ନୀତି ଆୟୋଗ କମିଟି ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ଲୋକେ: ରିପୋର୍ଟ

ନୂଆଦିଲ୍ଲୀ,୨୪।୨: ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ମଧ୍ୟରେ ହାରାହାରି ମାସିକ ଉପଭୋକ୍ତା ଖର୍ଚ୍ଚ ୨୦୨୨-୨୩ ରେ ୭୧.୨ ପ୍ରତିଶତକୁ ହ୍ରାସ ପାଇଛି। ଶନିବାର ପରିସଂଖ୍ୟାନ ଏବଂ ଯୋଜନା...

‘ଦେଶର ସମସ୍ୟା ବେକାରୀ ନୁହେଁ, ଆମକୁ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ପଡିବ’- ଅରବିନ୍ଦ ପାନାଗରିଆ

ନୂଆଦିଲ୍ଲୀ,୨୪।୨: ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା ୧୬ ତମ ଅର୍ଥ ଆୟୋଗର ଚେୟାରମ୍ୟାନ୍ ଅରବିନ୍ଦ ପାନଗାରିଆ କହିଛନ୍ତି ଯେ ବେକାରୀ ଦେଶର ସମସ୍ୟା ନୁହେଁ।...

ଲକ୍ଷ ଲକ୍ଷ ୟୁଜର୍ସଙ୍କୁ ଝଟକା, ବନ୍ଦ ହୋଇଯିବ Gmail, ଜାଣନ୍ତୁ କ’ଣ କହିଲା ଗୁଗଲ

ନୂଆଦିଲ୍ଲୀ,୨୪।୨: ଗୁଗଲ ଦ୍ୱାରା ଅନେକ ବଡ ପଦକ୍ଷେପ ନିଆଯାଉଛି। କିଛି ଦିନ ପୂର୍ବରୁ ଏହା ପ୍ରକାଶ ପାଇଥିଲା ଯେ ଗୁଗଲ ଆମେରିକାରେ ଏହାର ଜିପି ସେବା...

୨ଲକ୍ଷ କୋଟି ଉପରେ ଜେଏଫ୍‌ଏସ୍‌ଏଲ୍‌ର ବଜାର ମୂଲ୍ୟ

ଭୁବନେଶ୍ୱର,୨୪।୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଜିଓ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡ୍‌(ଜେଏଫ୍‌ଏସ୍‌ଏଲ୍‌) ର ବଜାର ମୂଲ୍ୟ ରେକର୍ଡ...

ଭୁବନେଶ୍ୱରରେ ବିଏସ୍‌ଏଚ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୨: ବିଏସ୍‌ଏଚ୍‌ ହୋମ୍‌ ଆପ୍ଲାଏନ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶୁକ୍ରବାର ଭୁବନେଶ୍ୱରର ପୁରୀ ବାଇପାସ୍‌ ରୋଡ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର...

ପାଓ୍ବାର ଗ୍ରୀଡ୍‌ ବିଶ୍ରାମ ସଦନର ଭିତ୍ତିପ୍ରସ୍ତର

ଭୁବନେଶ୍ୱର, ୨୪।୨: ପାଓ୍ବାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ପାଓ୍ବାର ଗ୍ରୀଡ୍‌) ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ‘ବିଶ୍ରାମ ସଦନ’ର ଆନୁଷ୍ଠାନିକ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ...

ମାଇଁ ଓଡ଼ିଶା,ଇଣ୍ଡିଆଜ୍‌ ପ୍ରାଇଡ୍‌ ଉଦ୍‌ଯାପିତ

ଭୁବନେଶ୍ୱର,୨୪।୨: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ଆୟୋଜିତ ‘ମାଇଁ ଓଡ଼ିଶା, ଇଣ୍ଡିଆଜ୍‌ ପ୍ରାଇଡ୍‌’ ଶୀର୍ଷକ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ...

Byju: ବାୟଜୁସ୍‌ ସିଇଓ ପଦରୁ ହଟିଲେ ରବୀନ୍ଦ୍ରନ୍‌

ନୂଆଦିଲ୍ଲୀ,୨୩ା୨: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନକାରୀ ଏଡୁଟେକ୍‌ କମ୍ପାନୀ ବାୟଜୁସ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବାୟଜୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri