ନିଶା ଖାଇବାକୁ ଟଙ୍କା ମିଳିଲାନି: ମାଆଙ୍କୁ ମାଡ଼ମାରି ଜେଲ ଗଲେ ପୁଅ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ନିଶା ଖାଇବାକୁ ଟଙ୍କା ନ ଦେବାରୁ ମାଆଙ୍କୁ ମାଡ଼ ମାରିଛନ୍ତି ପୁଅ। କ୍ୟାପିଟାଲ ଥାନା ପୋଲିସ ଏହି ଅଭିଯୁକ୍ତ ପୁଅଙ୍କୁ ଗିରଫ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ସଡକ ବସ୍ତି ଅଞ୍ଚଳରେ ରହୁଥିବା ଦିଲୀପ ନାୟକ (୨୬)। ସୂଚନା ମୁତାବକ, ଅଭିଯୁକ୍ତ ଦିଲୀପ ସବୁଦିନ ନିଶା ଖାଆନ୍ତି। ଏଥିପାଇଁ ଘରେ ଟଙ୍କା ନ ଦେଲେ ଅନେକ ସମୟରେ ପାଟିତୁଣ୍ଡ ଫିଙ୍ଗା ଫୋପଡା କରନ୍ତି। ରବିବାର ସକାଳେ ଦିଲୀପ ମଦ ଖାଇବାକୁ ମାଆଙ୍କୁ ଟଙ୍କା ମାଗିଥିଲା। ମାତ୍ର ଘରେ ଟଙ୍କା ନ ଥିବାରୁ ମାଆ ଦେଇପାରି ନ ଥିଲେ। ଏଥିରେ ଉତ୍ତେଜିତ ହୋଇ ଦିଲୀପ ତାଙ୍କୁ ମାଡ଼ ମାରିଥିଲେ। ଦିନକୁ ଦିନ ଦିଲୀପଙ୍କ ଏପରି କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଶେଷରେ ତାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୪୧୭/୧୯ରେ ଏକ ମାମଲା ରୁଜୁ କରି ଦିଲୀପଙ୍କୁ ଗିରଫ କରିଛି। ପଚରା ଉଚରା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଦ୍ରୁତ ଅଗ୍ରଗାମୀ ରାଜ୍ୟ

ଭୁବନେଶ୍ୱର,୨୧ା୮(ବ୍ୟୁରୋ):ସମସ୍ତ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ସ୍ବଚ୍ଛ ସର୍ବେକ୍ଷଣ-୨୦୨୦ରେ ଦ୍ରୁତ ଅଗ୍ରଗାମୀ ରାଜ୍ୟ ତାଲିକାରେ ପ୍ରଥମ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍‌

ଭୁବନେଶ୍ୱର,୧୪।୩(ବ୍ୟୁରୋ): ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ଦ୍ଦେଶନାମା ଜାରି କରିଛି। ବିଏମ୍‌ସି ଡେପୁଟି କମିଶନର...

ଗୁରୁବାରଠାରୁ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା କଳା, ସଂସ୍କୃତି

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଆସନ୍ତା ଗୁରୁବାରଠାରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ପ୍ରଦର୍ଶିତ ହେବ। ଏହାସହ ଓଡ଼ିଶୀ, ଛଉନୃତ୍ୟ, ପ୍ରତ୍ନତତ୍ତ୍ୱ...

ପାର୍ବଣରେ ଅବହେଳା କଲେ କୋପ ଦେଖାଇବ କରୋନା

ଭୁବନେଶ୍ୱର, ୧୭।୧୦ (ବ୍ୟୁରୋ): ରାଜ୍ୟରେ ଏବେ କରୋନା ଗ୍ରାଫ୍‌ ତଳମୁହଁା ହୋଇଛି। ଗତ ସେପ୍ଟେମ୍ବର ୨୫ ପରଠାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ବେକାବୁ...

ବାରାଣସୀକୁ ଉଡ଼ିଲା ବିମାନ

ଭୁବନେଶ୍ୱର, ୧।୨(ବ୍ୟୁରୋ): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଭାୟା ଭୁବନେଶ୍ୱର ଦେଇ ବାରାଣସୀକୁ ଶୁକ୍ରବାରଠାରୁ ବିମାନସେବା ଆରମ୍ଭ ହୋଇଛି। ଏଲାଏନ୍ସ ଏୟାର୍‌ ପକ୍ଷରୁ ଏହି...

ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା: ଫୋନ ବ୍ୟବହାର ଉପରେ ରୋକ, ସବୁ ପରୀକ୍ଷାକେନ୍ଦ୍ରରେ ସିସିଟିଭି

ଭୁବନେଶ୍ୱର,୨୯ା୨(ବ୍ୟୁରୋ): ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେଉଛି। ପରୀକ୍ଷା ଅବ୍ୟବହିତ ପୂର୍ବରୁ ଶନିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ କରାଯାଇଥିବା ପ୍ରସ୍ତୁତି...

ରାଜ୍ୟରେ ୪୦୭୩ ବି.ଟେକ୍‌ ସିଟ୍‌ ହ୍ରାସ

ଭୁବନେଶ୍ୱର, ୯ା୭(ବ୍ୟୁରୋ)- ପ୍ରତିବର୍ଷ ରାଜ୍ୟରେ ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ବି.ଟେକ୍‌ ସିଟ୍‌ ଖାଲି ପଡ଼ୁଛି। କେବଳ ଘରୋଇ ନୁହେଁ, ସରକାରୀ କଲେଜରେ ମଧ୍ୟ ସିଟ୍‌ ପୂରଣ...

ସବୁ ଚାଷୀଙ୍କୁ ମିଳିବ ପରିଚୟପତ୍ର

ଭୁବନେଶ୍ୱର,୧୪ ।୧୧(ବ୍ୟୁରୋ): ସମସ୍ତ ଚାଷୀଙ୍କୁ କୃଷକ ପରିଚୟପତ୍ର ଦିଆଯିବ। ଏଥିପାଇଁ କୃଷକ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟର ୭୬ ଲକ୍ଷ ଚାଷୀଙ୍କୁ ନେଇ କୃଷକ ଡାଟାବେସ୍‌ ଆରମ୍ଭ...

Advertisement


Archives

Model This Week

Why Dharitri