ନିର୍ମଳାଙ୍କ ହାତରେ ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩୧। ୫: ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ନିର୍ମଳା ସୀତାରମଣଙ୍କୁ ଅର୍ଥମନ୍ତ୍ରଣାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। ମୋଦିଙ୍କ ପ୍ରଥମ ପାଳିରେ ସେ ବାଣିଜ୍ୟ ଓ ଉଦ୍ୟୋଗ, ପ୍ରତିରକ୍ଷା ଭଳି ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିଲେ। ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରୁ ସେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାମିଲନାଡୁରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମିତ ସୀତାରମଣ ଜେଏନ୍‌ୟୁ କ୍ୟାମ୍ପସରେ ରାଜନୀତି ସହ ଜଡିତ ହୋଇଥିଲେ। କ୍ୟାମ୍ପସରେ ଫ୍ରି ଥିଙ୍କର୍ସ ସୋସାଇଟି ଦ୍ୱାରା ଜଣେ ବନ୍ଧୁଙ୍କ ଲାଗି ସେ କ୍ୟାମ୍ପେନ ମଧ୍ୟ କରିଥିଲେ। ସେହି ସମୟରେ କ୍ୟାମ୍ପସରେ ସବୁଠାରୁ ସକ୍ରିୟ ଥିବା ଏସ୍‌ଏଫ୍‌ଆଇ ଛାତ୍ର ସଙ୍ଗଠନ ପରାଜୟ ଲାଭ କରିଥିଲା। ତାଙ୍କ ସ୍ବାମୀ ପ୍ରଭାକର ପରକଳା ଜେଏନୟୁରେ ଛାତ୍ର ଥିଲେ। ପରବର୍ତ୍ତୀ ସମୟରେ ନିର୍ମଳା ଲଣ୍ଡନରେ ବସବାସ ଲାଗି ସ୍ବାମୀଙ୍କ ସହ ସେଠାକୁ ଚାଲିଯାଇଥିଲେ। ସେ ପ୍ରାଇସଓ୍ବାଟର ହାଉସ୍‌ କପର ସଂସ୍ଥାରେ କାମ କରିଛନ୍ତି। ଏହାବାଦ ଲଣ୍ଡନର ଏକ ଡେକର ଷ୍ଟୋରରେ ସେଲ୍‌ସ ଗାର୍ଲ ଭାବେ ମଧ୍ୟ ସେ କାମ କରିଥିଲେ ଯାହା କାହାକୁ ପ୍ରାୟ ଜଣା ନ ଥିବ।
୧୯୯୧ରେ ଭାରତ ଫେରି ହାଇଦ୍ରାବାଦରେ ଏକ ଅଲ୍‌ଟରନେଟିଭ ଏଜୁକେଶନ ସ୍କୁଲ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ବିଜେପି ନେତ୍ରୀ ସୁଷମା ସ୍ବରାଜଙ୍କ ସହ ତାଙ୍କର ଭେଟ ହେବା ପରେ ୨୦୦୩-୦୫ ମଧ୍ୟରେ ନ୍ୟାଶନାଲ କମିଶନ ଫର ଓମେନରେ ତାଙ୍କୁ ଅବସ୍ଥାପିତ କରାଯାଇଥିଲା। ୨୦୦୬ରେ ବିଜେପିରେ ଯୋଗଦେବା ସହ ଜାତୀୟ କାର୍ଯ୍ୟକାରିଣୀ ପରିଷଦ ଏବଂ ପରେ ଜାତୀୟ ପ୍ରବକ୍ତା ଭାର ସମ୍ଭାଳିଥିଲେ। ପୂର୍ଣ୍ଣକାଳିନ ସମୟ ଲାଗି ଦେଶର ମହିଳା ପ୍ରତିରକ୍ଷା ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ଭାରତର ଆତଙ୍କବାଦୀ ଅପରେଶନର ଭଏସ ହୋଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରି ନାହାନ୍ତି। ୨୦୧୬ରୁ କର୍ନାଟକରୁ ସେ ରାଜ୍ୟସଭାର ସଦସ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଭିଏସ୍‌ ୟୁରୋଗ୍ରିପ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୫।୪: ଦେଶର ପ୍ରମୁଖ ଦୁଇ ଓ ତିନିଚକିଆ ଯାନର ଟାୟାର ବ୍ରାଣ୍ଡ୍‌ ଟିଭିଏସ୍‌ ୟୁରୋଗ୍ରିପ୍‌ର ନୂତନ ଉତ୍ପାଦ ନିକଟରେ ସର୍ବଭାରତୀୟ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଷ୍ଟାର୍ଟଅପ୍‌ରେ ୪୦% ମହିଳା ଉଦ୍ୟମୀ

ଭୁବନେଶ୍ୱର:  ଭାରତୀୟ ଷ୍ଟାର୍ଟଅପ୍‌ ବ୍ୟବସ୍ଥାରେ ଓଡ଼ିଶା ଷ୍ଟାର୍ଟଅପ୍‌ଗୁଡିକର ସ୍ଥାନ ତୃତୀୟ। ରାଜ୍ୟରେ ବର୍ତ୍ତମାନ ୧୦୩୪ ଷ୍ଟାର୍ଟଅପ୍‌ ରହିଥିବା ବେଳେ ସେଥିମଧ୍ୟରୁ ୪୦% ଭାଗ ମହିଳା ଉଦ୍ୟମୀ ବୋଲି...

ୟୁନିଟ ଆଗୁଆ ବନ୍ଦ କଲା ମାରୁତି

ବାଙ୍ଗାଲୋର,୨୯।୪: କୋଭିଡ୍‌ ସ୍ଥିତିକୁ ନଜରରେ ରଖି ମାରୁତି ସୁଜୁକି ପକ୍ଷରୁ ଏହାର ଗୋଟିଏ ୟୁନିଟକୁ ଆଗୁଆ ବନ୍ଦ କରାଯାଇଛି। କମ୍ପାନୀ ଏହାର ଫ୍ୟାକ୍ଟ୍ରି ମେଣ୍ଟେନାନ୍ସ ଲାଗି...

ଡାର୍କନେଟ୍‌ରେ ୧ ଲକ୍ଷ ଲୋକଙ୍କ ଡାଟା

ନୂଆଦିଲ୍ଲୀ,୪।୬: ୧ ଲକ୍ଷରୁ ଅଧିକ ଲୋକଙ୍କ ଆଧାର, ପାନ୍‌ ଏବଂ ପାସ୍‌ପୋର୍ଟ ସମେତ ଅନ୍ୟ ତଥ୍ୟର ସ୍କାନ୍‌ ନଥି ଡାର୍କନେଟ୍‌ରେ ବିକ୍ରି ଲାଗି ଉପଲବ୍ଧ ରହିଛି।...

ଫ୍ୟୁଚର ଗ୍ରୁପ୍‌ ବିରୋଧରେ ସେବି ଦ୍ୱାରସ୍ଥ ହେଲା ଆମାଜନ

ମୁମ୍ବାଇ : ଫ୍ୟୁଚର ଗ୍ରୁପ୍‌ ଏବଂ ରିଲାଏନ୍ସ ଡିଲ୍‌କୁ ନେଇ ଆମାଜନ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)ର ଦ୍ୱାରସ୍ଥ ହୋଇଛି। ଫ୍ୟୁଚର ଗ୍ରୁପ୍‌ ମିଛ...

ପିଆଜର ଦରବୃଦ୍ଧି ନେଇ ବଢ଼ିଲା ଚିନ୍ତା;୫୦ହଜାର ଟନ ଉଠାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ -୮: ଗରିବର ପରିବା କୁହାଯାଉଥିବା ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଚିନ୍ତିତ। ଦର ନିୟନ୍ତ୍ରଣ ଲାଗି ଏବେ କେନ୍ଦ୍ର ଖାଦ୍ୟ ଯୋଗାଣ...

ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଏନ୍‌ପିଏ ଚିନ୍ତା

ନୂଆଦିଲ୍ଲୀ,୪। ୫: ଦେଶର ବ୍ୟାଙ୍କିଙ୍ଗ ସେକ୍ଟର ବର୍ତ୍ତମାନ ଅନାଦାୟ ଋଣ ସମସ୍ୟା ଦେଇ ଗତି କରୁଥିବା ବେଳେ କୋଭିଡ-୧୯ ଯୋଗୁ ଏହି ସମସ୍ୟା ଆହୁରି ବଢିଯିବ...

ଅଭିବୃଦ୍ଧିରେ ସହାୟକ ସ୍ଥିର ସରକାର:ଶିଳ୍ପ ଜଗତ

ନୂଆଦିଲ୍ଲୀ,୨୪-୫- ଦେଶରେ ସ୍ଥିର ସରକାର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବ। ସେହିଭଳି ଘରୋଇ ବଜାରକୁ ବିଦେଶୀ ପୁଞ୍ଜି ଆଗମନରେ ଏହା ସହାୟକ ହେବ। କେନ୍ଦ୍ରରେ ଏନ୍‌ଡିଏ ସରକାର...

Advertisement
Archives

Model This Week