ନିର୍ଭୟା ବଳାତ୍କାରୀଙ୍କ ସହ ୪ ଦିନ ଜେଲରେ ରୁହନ୍ତୁ ଇନ୍ଦିରା ଜୟସିଂ: କଙ୍ଗନା

ମୁମ୍ବାଇ,୨୩।୧: ବଲିଉଡ୍‌ର ‘ପଙ୍ଗା’ ଅଭିନେତ୍ରୀ କଙ୍ଗନା ରାନାଓ୍ବତ କିଛି କା କିଛି ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। ଏଥର ସେ ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଉପରେ ସେମିତି ଏକ ବିବାଦୀୟ ବୟାନ ଦେଇଛନ୍ତି। କଙ୍ଗନା କହିଛନ୍ତି ବରିଷ୍ଠ ଆଇନଜୀବି ଇନ୍ଦିରା ଜୟସିଂ ୪ ଦିନ ଜେଲ ଭିତରେ ନିର୍ଭୟା ବଳାତ୍କାରୀଙ୍କ ସହ ରହିବା ଦରକାର। କଙ୍ଗନା ତାଙ୍କ ଅପ୍‌କମିଂ ଫିଲ୍ମ ‘ପଙ୍ଗା’ର ପ୍ରମୋଶନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏଭଳି ମହିଳାଙ୍କ ଗର୍ଭରୁ କେବଳ ବଳାତ୍କାରୀ ହିଁ ଜନ୍ମ ନିଅନ୍ତି। ସୂଚନାଯୋଗ୍ୟ, ବରିଷ୍ଠ ଆଇନଜୀବି ଇନ୍ଦିରା ୨୦୧୨ର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାରର ଦୋଷୀଙ୍କୁ କ୍ଷମା କରିଦେବାକୁ ନିର୍ଭୟାଙ୍କ ମା’ ଆଶା ଦେବୀଙ୍କୁ କହିଥିଲେ। ହେଲେ ଏହାକୁ ନେଇ ଆଶା ଦେବୀ ରାଗିଯିବା ସହ ଇନ୍ଦିରା ଏମିତି ସାହସ କିପରି କଲେ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ତାଙ୍କ ସହ ଇନ୍ଦିରାଙ୍କର ବହୁବାର ସାକ୍ଷାତ୍‌ ହୋଇଥିବା ବେଳେ ସେ କେବେବି ନିର୍ଭୟାଙ୍କ ମାତାପିତାଙ୍କ ଅବସ୍ଥା ପଚାରି ନ ଥିବା ବେଳେ ଏବେ ଦୋଷୀଙ୍କୁ କ୍ଷମା କରିବାକୁ କେମିତି କହୁଛନ୍ତି ବୋଲି ଆଶା ପ୍ରଶ୍ନ ପଚାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାହା ଅନୁମାନ କରୁଥିଲେ ହୁଏତ ଓଲଟା ଫଳ ମିଳିବ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୫: ଆସନ୍ତା ରବିବାର ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଥିବା ବେଳେ ଏବେ ଫଳାଫଳକୁ ନେଇ ପ୍ରାୟ ସବୁ ରାଜନୈତିକ...

ଓଜନ କମାଉଛନ୍ତି ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ପାଇଁ ନିଜର ଓଜନ ପ୍ରାୟ ୨୦ କିଲୋ...

ଆତ୍ମହତ୍ୟା କଲେ ଆଉ ଜଣେ ଟିକ୍‌ଟକ୍‌ ଷ୍ଟାର

ନୂଆଦିଲ୍ଲୀ,୬।୭: ଦେଶରେ ଦିନକୁ ଦିନ ମାନସିକ ବିଷାଦଗ୍ରସ୍ତ ମାମଲା ବଢ଼ୁଥିବା ବେଳେ ଏହାଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ପ୍ରତିଦିନ ନୂଆ...

୧୫ ଅଫିସରଙ୍କୁ ଜବରଦସ୍ତି ଅବସର ଦେଲା ସିବିଡିଟି

ନୂଆଦିଲ୍ଲୀ,୨୭।୯: ଭ୍ରଷ୍ଟ ଓ ଦୁର୍ନୀତି ଅଭିଯୋଗରେ କର୍ମଚାରୀଙ୍କ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯାଇଛି। କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(ସିବିଡିଟି) ନିଜର ୧୫...

ଅନ୍‌ଲକ୍‌-୪: ମେଟ୍ରୋ ଚାଲିବା-ବାର୍‌ ଖୋଲିବା ନେଇ ଚର୍ଚ୍ଚା !

ନୂଆଦିଲ୍ଲୀ, ୨୫।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସେପ୍ଟେମ୍ବର ୧ରୁ ଅନ୍‌ଲକ୍‌-୪ କାର୍ଯ୍ୟକାରୀ ହେବ। ଅନ୍‌ଲକ୍‌-୪ରେ ମେଟ୍ରୋ ଚଳାଚଳ ଏବଂ ବାର୍‌ ଖୋଲିବା...

ଦିଲ୍ଲୀର କରୋନା ସ୍ଥିତି: ରିପୋର୍ଟ ତଲବ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୩।୧୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳେ ରାଜ୍ୟରେ କରୋନା ସ୍ଥିତି ନେଇ ସୁପ୍ରିମ୍‌କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କଠାରୁ...

ଏହି ବାଳକଙ୍କ ବେଲି ଡ୍ୟାନ୍ସ ଆଗରେ ଫେଲ୍‌ ମାରିଯିବେ ବଡ଼ବଡ଼ ଡ୍ୟାନ୍ସର

ପ୍ରସିଦ୍ଧ ଗାୟିକା ତଥା ବେଲି ଡ୍ୟାନ୍ସର ଶକିରାଙ୍କ ନୃତ୍ୟ ଆପଣ ନିଶ୍ଚିତ ଦେଖିଥିବେ। ମାତ୍ର ପ୍ରତିଭା କାହା ପାଖରେ କେମିତି ବି ଥାଇପାରେ। ବିହାରର କାଟିହାରରେ...

ବିଗ୍‌ ବସ୍‌ ସିଜନ୍‌ ୧୩ରେ ଅମୀଷା ପଟେଲ

ମୁମ୍ବାଇ: ଟିଭି ଦୁୁନିିଆର ସବୁଠାରୁ ବିବାଦୀୟ ଶୋ ‘ବିଗ୍‌ ବସ୍‌’କୁ ହିଟ୍‌ କରିବାକୁ ନିର୍ମାତା ସବୁବେଳେ ଚେଷ୍ଟା କରିଥାନ୍ତି। ସିଜନ୍‌ ୧ରୁ ୧୧ ଯାଏଁ ସବୁବେଳେ...

Play 250+ Trending Games
Archives

Model This Week

Why Dharitri