Posted inଖେଳ

ନିର୍ଭୀକ ଓ ବେପରୁଆ କ୍ରିକେଟ ମଧ୍ୟରେ ପାର୍ଥକ୍ୟ ରହିଛି: ରାଠୋର

ମୋହାଲି,୧୮।୯(ପି.ଟି.)- ନିର୍ଭୀକ ଓ ବେପରୁଆ କ୍ରିକେଟ ମଧ୍ୟରେ ବହୁତ ତଫାତ୍‌ ରହିଛି ଓ ଏକଥା ଦଳର ଯୁବ ଖେଳାଳିମାନଙ୍କୁ ଅବଗତ କରାଯାଇଛି ବୋଲି ନବନିଯୁକ୍ତ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର କହିଛନ୍ତି। ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଦୃଷ୍ଟିରେ ରଖି ସେ ଏହି କଥା କହିଛନ୍ତି। ଗତ କେତୋଟି ମ୍ୟାଚ୍‌ରେ ବେପରୁଆ ଶଟ୍‌ ଖେଳି ପନ୍ତ ଆଉଟ ହୋଇଥିଲେ ଓ ସେ ଏ ନେଇ ସମାଲୋଚନାର ଶିକାର ହୋଇଥିଲେ। ପନ୍ତ ଜଣେ ଅସାଧାରଣ ପ୍ରତିଭା ସମ୍ପନ୍ନ ଖେଳାଳି। ତେବେ ତାଙ୍କୁ ଶୃଙ୍ଖଳିତ ଓ ଯୋଜନାବଦ୍ଧ ଭାବେ ଖେଳିବା ଉପରେ ଗୁରୁତ୍ୱ ଦେବାକୁ ହେବ। ନିର୍ଭୀକ କ୍ରିକେଟରମାନେ ବେପରୁଆ ହେବା ଉଚିତ୍‌ ନୁହଁ। ଯେଉଁମାନେ ନିର୍ଭୀକ କ୍ରିକେଟ ଖେଳନ୍ତି ସେମାନେ ଉଚିତ୍‌ ଯୋଜନା ସହ କ୍ରିଚ୍‌କୁ ଓହ୍ଲାଇଥାନ୍ତି। ଯୁବ ଖେଳାଳିମାନେ ଏକଥାକୁ ଭଲ ଭାବେ ବୁଝିଛନ୍ତି ବୋଲି ରାଠୋର କହିିଛନ୍ତି।
ପୂର୍ବରୁ କୋହଲି ଯୁବ ଖେଳାଳିଙ୍କୁ ଅତିବେଶିରେ ୫ଟି ମ୍ୟାଚ୍‌ରେ ସୁଯୋଗ ଦିଆଯିବ ଓ ସେମାନେ ଏହାଠାରୁ ଅଧିକ ଆଶା କରିବା ଉଚିତ୍‌ ନୁହେଁ ବୋଲି କହିଥିଲେ। ତେବେ ଖେଳାଳିମାନେ ମିଳୁଥିବା ସୁଯୋଗର ସଦ୍‌ବ୍ୟବହାର କରନ୍ତୁ ବୋଲି କୋହଲି ଚାହୁଁଥିବା କଥା ରାଠୋର କହିଛନ୍ତି। ଦଳ ଯୁବ ଖେଳାଳିଙ୍କୁ ପୂରା ସମର୍ଥନ କରୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ପନ୍ତ ତାଙ୍କର ସବୁ ଶଟ୍‌ ଖେଳନ୍ତୁ। ତାଙ୍କ ଉପରେ ସମସ୍ତଙ୍କ ଅଧିକ ଆଶା ରହିଛି। ତେବେ ସେ ବେପରୁଆ ଭାବେ ଖେଳିବା ଅନାବଶ୍ୟକ। ମନୀଷ ପାଣ୍ଡେ ଓ ଆୟାର ମିଡଲ ଅର୍ଡରରେ ମିଳିଥିବା ସୁଯୋଗର ସଦ୍‌ବ୍ୟବହାର କରିବା ଉଚିତ୍‌। ପାଣ୍ଡେ ଓ ଆୟାର ପୂର୍ବରୁ ଘରୋଇ କ୍ରିକେଟରେ ଭଲ ଖେଳିଛନ୍ତି। ଏହି ସିରିଜରେ ଏହି ଦୁଇ ବ୍ୟାଟ୍ସମ୍ୟାନ ସଫଳ ହେବେ ବୋଲି ଆୟାର ଆଶା ପ୍ରକାଶ କରିଛନ୍ତି। ଟି୨୦ ବିଶ୍ୱକପ୍‌ ଆଉ ପାଖାପାଖି ବର୍ଷେ ଥିବାରୁ ସ୍ପିନ୍‌ ବୋଲିଂ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଓ ଓ୍ବାଶିଂଟନ ସୁନ୍ଦର ଉପରେ ସମସ୍ତଙ୍କ ଆଶା ବଢିଛି। ଟି୨୦ ଦଳରେ ଆମ ପାଖରେ ବହୁ ଅଲରାଉଣ୍ଡର ରହିବା ଭଲ କଥା। ବିଶ୍ୱକପ୍‌ ପାଇଁ ଆମେ ପ୍ରସ୍ତତି ଚଳାଇଛୁ। ତେଣୁ ଆଗକୁ ଥିବା ୨୦-୨୧ଟି ମ୍ୟାଚ ଆମ ପାଇଁ ବିଶେଷ ଭାବେ ଗୁରୁତ୍ୱବହନ କରୁଛି ବୋଲି ରାଠୋର ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସର୍ଫରାଜଙ୍କୁ ପିସିବି ମୁଖ୍ୟଙ୍କ ଫୋନ

ଲଣ୍ଡନ,୧୯ା୬: ଭାରତୀୟ ଦଳଠାରୁ ବିଶ୍ୱକପ୍‌ରେ କ୍ରମାଗତ ୭ମ ପରାଜୟ ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ଇଶାନ ମାନି ଦଳୀୟ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ...

ଆଇପିଏଲ୍‌ରେ ଏହି ଦଳର ଅଂଶବିଶେଷ ଥିଲେ ତେଜସ୍ବୀ ଯାଦବ

ବିହାର ବିଧାନସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହେବାରେ ଲାଗିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ ନୀତିଶ ଓ ଏନଡିଏକୁ ପଛରେ ପକାଇ ଦେଇଛି ଆରଜେଡିର ତେଜସ୍ବୀ ଯାଦବଙ୍କ...

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ପୁମାସ ୫ ଉଇକେଟରେ ବିଜୟୀ

ଭୁବନେଶ୍ୱର, ୭।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ବୁଧବାର ଅନୁଷ୍ଠିତ ପ୍ରଥମ...

ରୋହିତଙ୍କୁ ପ୍ରଶଂସକ କହିଲେ ‘ସନ୍ୟାସ ନେବା ବେଳ ହୋଇଗଲାଣି’

ଦୁବାଇ,୨୬।୮: ରବିବାର ପାକିସ୍ତାନ ବିପକ୍ଷରେ ଏସିଆ କପ୍‌ର ପ୍ରଥମ ମୁକାବିଲା ଖେଳିବ ଭାରତ। ଏହାପୂର୍ବରୁ ଖେଳାଳିମାନେ ଦୁବାଇରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି। ଗୁରୁବାର ଅଭ୍ୟାସ...

ବଡ଼ ରେକର୍ଡ ହାସଲ କଲେ ସୂର୍ଯ୍ୟକୁମାର

ସିଡନୀ,୨୭।୧୦: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର ଯାଦବ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଟି-୨୦ ବିଶ୍ୱକପ ୨୦୨୨ରେ ନେଦରଲାଣ୍ଡ୍ସ ବିପକ୍ଷରେ ସୂର୍ଯ୍ୟକୁମାର ବିସ୍ଫୋରକ ଅର୍ଦ୍ଧଶତକ...

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନୋଟିସ୍‌: ଏଥିକ୍ସ ଅଫିସରଙ୍କ ଆଗରେ ହାଜର ହେବେ, କପିଳ ଦେବ, ଗାଏକ୍ୱାଡ୍‌

ଏଥିକ୍ସ ଅଫିସରଙ୍କ ଆଗରେ ହାଜର ହେବେ, କପିଳ ଦେବ, ଗାଏକ୍ୱାଡ୍‌ ନୂଆଦିଲ୍ଲୀ, ୧୭ା୧୨ (ପି.ଟି.)- ଚଳିତ ମାସର ପରବର୍ତ୍ତୀ ଭାଗରେ ଭାରତୀୟ କ୍ରିକେଟ କଣ୍ଟ୍ରେଲ ବୋର୍ଡ(ବିସିସିଆଇ)...

ବାବର ଆଜମଙ୍କ ଯୁଗ ଶେଷ, ଏବେ ରିଜଓ୍ବାନ୍‌ ନୂଆ ବାଦ୍‌ଶାହା

ଦୁବାଇ,୭।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ପାକିସ୍ତାନର ତାରକା ଖେଳାଳି ମହମ୍ମଦ ରିଜୱାନ ଏକ...

ବୋମା ବିସ୍ଫୋରଣ ଘଟଣାରେ ଶାନକା ଆତଙ୍କିତ

ନେଗୋମ୍ବୋ, ଶ୍ରୀଲଙ୍କା, ୨୪ା୪ (ଏଏଫ୍‌ପି)-ଇଷ୍ଟରସଣ୍ଡେ ଦିନର ବୋମା ବିସ୍ଫୋରଣ ଘଟଣା ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଶ୍ରୀଲଙ୍କା କ୍ରିକେଟର ଦାସୁନ ଶାନକା। ଘର ବାହାକୁ ଯିବା ଲାଗି...

Advertisement
Archives

Model This Week