Posted inଖେଳ

ନିର୍ଭୀକ ଓ ବେପରୁଆ କ୍ରିକେଟ ମଧ୍ୟରେ ପାର୍ଥକ୍ୟ ରହିଛି: ରାଠୋର

ମୋହାଲି,୧୮।୯(ପି.ଟି.)- ନିର୍ଭୀକ ଓ ବେପରୁଆ କ୍ରିକେଟ ମଧ୍ୟରେ ବହୁତ ତଫାତ୍‌ ରହିଛି ଓ ଏକଥା ଦଳର ଯୁବ ଖେଳାଳିମାନଙ୍କୁ ଅବଗତ କରାଯାଇଛି ବୋଲି ନବନିଯୁକ୍ତ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର କହିଛନ୍ତି। ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଦୃଷ୍ଟିରେ ରଖି ସେ ଏହି କଥା କହିଛନ୍ତି। ଗତ କେତୋଟି ମ୍ୟାଚ୍‌ରେ ବେପରୁଆ ଶଟ୍‌ ଖେଳି ପନ୍ତ ଆଉଟ ହୋଇଥିଲେ ଓ ସେ ଏ ନେଇ ସମାଲୋଚନାର ଶିକାର ହୋଇଥିଲେ। ପନ୍ତ ଜଣେ ଅସାଧାରଣ ପ୍ରତିଭା ସମ୍ପନ୍ନ ଖେଳାଳି। ତେବେ ତାଙ୍କୁ ଶୃଙ୍ଖଳିତ ଓ ଯୋଜନାବଦ୍ଧ ଭାବେ ଖେଳିବା ଉପରେ ଗୁରୁତ୍ୱ ଦେବାକୁ ହେବ। ନିର୍ଭୀକ କ୍ରିକେଟରମାନେ ବେପରୁଆ ହେବା ଉଚିତ୍‌ ନୁହଁ। ଯେଉଁମାନେ ନିର୍ଭୀକ କ୍ରିକେଟ ଖେଳନ୍ତି ସେମାନେ ଉଚିତ୍‌ ଯୋଜନା ସହ କ୍ରିଚ୍‌କୁ ଓହ୍ଲାଇଥାନ୍ତି। ଯୁବ ଖେଳାଳିମାନେ ଏକଥାକୁ ଭଲ ଭାବେ ବୁଝିଛନ୍ତି ବୋଲି ରାଠୋର କହିିଛନ୍ତି।
ପୂର୍ବରୁ କୋହଲି ଯୁବ ଖେଳାଳିଙ୍କୁ ଅତିବେଶିରେ ୫ଟି ମ୍ୟାଚ୍‌ରେ ସୁଯୋଗ ଦିଆଯିବ ଓ ସେମାନେ ଏହାଠାରୁ ଅଧିକ ଆଶା କରିବା ଉଚିତ୍‌ ନୁହେଁ ବୋଲି କହିଥିଲେ। ତେବେ ଖେଳାଳିମାନେ ମିଳୁଥିବା ସୁଯୋଗର ସଦ୍‌ବ୍ୟବହାର କରନ୍ତୁ ବୋଲି କୋହଲି ଚାହୁଁଥିବା କଥା ରାଠୋର କହିଛନ୍ତି। ଦଳ ଯୁବ ଖେଳାଳିଙ୍କୁ ପୂରା ସମର୍ଥନ କରୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ପନ୍ତ ତାଙ୍କର ସବୁ ଶଟ୍‌ ଖେଳନ୍ତୁ। ତାଙ୍କ ଉପରେ ସମସ୍ତଙ୍କ ଅଧିକ ଆଶା ରହିଛି। ତେବେ ସେ ବେପରୁଆ ଭାବେ ଖେଳିବା ଅନାବଶ୍ୟକ। ମନୀଷ ପାଣ୍ଡେ ଓ ଆୟାର ମିଡଲ ଅର୍ଡରରେ ମିଳିଥିବା ସୁଯୋଗର ସଦ୍‌ବ୍ୟବହାର କରିବା ଉଚିତ୍‌। ପାଣ୍ଡେ ଓ ଆୟାର ପୂର୍ବରୁ ଘରୋଇ କ୍ରିକେଟରେ ଭଲ ଖେଳିଛନ୍ତି। ଏହି ସିରିଜରେ ଏହି ଦୁଇ ବ୍ୟାଟ୍ସମ୍ୟାନ ସଫଳ ହେବେ ବୋଲି ଆୟାର ଆଶା ପ୍ରକାଶ କରିଛନ୍ତି। ଟି୨୦ ବିଶ୍ୱକପ୍‌ ଆଉ ପାଖାପାଖି ବର୍ଷେ ଥିବାରୁ ସ୍ପିନ୍‌ ବୋଲିଂ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଓ ଓ୍ବାଶିଂଟନ ସୁନ୍ଦର ଉପରେ ସମସ୍ତଙ୍କ ଆଶା ବଢିଛି। ଟି୨୦ ଦଳରେ ଆମ ପାଖରେ ବହୁ ଅଲରାଉଣ୍ଡର ରହିବା ଭଲ କଥା। ବିଶ୍ୱକପ୍‌ ପାଇଁ ଆମେ ପ୍ରସ୍ତତି ଚଳାଇଛୁ। ତେଣୁ ଆଗକୁ ଥିବା ୨୦-୨୧ଟି ମ୍ୟାଚ ଆମ ପାଇଁ ବିଶେଷ ଭାବେ ଗୁରୁତ୍ୱବହନ କରୁଛି ବୋଲି ରାଠୋର ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri