Posted inଜାତୀୟ

ନିର୍ବାଚନ ବେଳେ ପ୍ଲାଷ୍ଟିକ୍‌ ବ୍ୟବହାର ବିରୋଧରେ ପିଟିଶନ: କେନ୍ଦ୍ର, ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୧୦ା୧(ପି.ଟି.): ନିର୍ବାଚନ ବେଳେ ପ୍ଲାଷ୍ଟିକ୍‌ ବ୍ୟାନର, ହୋର୍ଡିଂ ଇତ୍ୟାଦିର ବ୍ୟବହାରକୁ ବିରୋଧ କରି ଦାଏର ଏକ ପିଟିଶନ ଉପରେ ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ (ଇସି)ଙ୍କୁ ନୋଟିସ ଜାରି କରିଛନ୍ତି। ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଏବଂ ଇସିଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ଡବ୍ଲ୍ୟୁ. ଏଡଓ୍ବିନ୍‌ ଓ୍ବିଲ୍‌ସନ ଏହି ପିଟିଶନ ଦାଏର କରିଥିଲେ।
ପ୍ଲାଷ୍ଟିକ୍‌ ବ୍ୟବହାର ବିରୋଧରେ ଜାରି କଟକଣା କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ତଦାରଖ କରିବାକୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଭାରତର ନିର୍ବାଚନ କମିଶନ ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନରେ ପ୍ରଚୁର ପରିମାଣରେ ପିଭିସି ବ୍ୟାନର ବ୍ୟବହୃତ ହେଉଛି, ଯାହା ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହି ମୁଖ୍ୟ ପ୍ରସଙ୍ଗ ଉପରେ ଏନ୍‌ଜିଟି ପ୍ରଭାବଶାଳୀ ନିର୍ଦ୍ଦେଶନାମା ଜାରି କରି ନ ଥିବା ପିଟିଶନରେ ଦର୍ଶାଯାଇଛି। ଆଇନଜୀବୀ ସଞ୍ଜୟ ଉପାଧ୍ୟାୟ ଏବଂ ସଲିକ୍‌ ଶଫିକ୍‌ଙ୍କ ଜରିଆରେ ଏହି ପିଟିଶନ ଦାଏର କରାଯାଇଛି। ନିର୍ବାଚନ ପ୍ରଚାର ବେଳେ ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ପୋଷ୍ଟର, ବ୍ୟାନର, ହୋର୍ଡିଂ ବ୍ୟବହୃତ ହେଉଛି ଓ ପରେ ତାହା ବର୍ଜ୍ୟରେ ପରିଣତ ହେଉଛି, ଯାହାକି ପରିବେଶ ପାଇଁ ଅତ୍ୟନ୍ତ ହାନିକାରକ ବୋଲି ଆବେଦନକାରୀ ଓ୍ବିଲ୍‌ସନ ଅଭିଯୋଗ କରିଛନ୍ତି। ତେଣୁ ପିଭିସି, ସିନ୍ଥେଟିକ୍‌ ପ୍ଲାଷ୍ଟିକ୍‌ ପଲିମର ଏବଂ କ୍ଲୋରିନେଟେଡ୍‌ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛନ୍ତି।
ନିର୍ବାଚନ ପ୍ରଚାରବେଳେ ପ୍ଲାଷ୍ଟିକ୍‌ର ବିକଳ୍ପ ବ୍ୟବହାର କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ କହିବା ପରେ ଏନ୍‌ଜିଟି ଉପରୋକ୍ତ ନିଷ୍ପତ୍ତି ନେଇଥିଲେ। ମନ୍ତ୍ରଣାଳୟ ବିଘଟନ ହେଉଥିବା ପ୍ଲାଷ୍ଟିକ୍‌, ପ୍ରାକୃତିକ ଫାଇବର, ପୁନଃଚକ୍ରଣଯୋଗ୍ୟ କାଗଜ ଓ ଅନ୍ୟାନ୍ୟ ପରିବେଶ ଅନୁକୂଳ ପଦାର୍ଥକୁ ପ୍ରଚାର କାର୍ଯ୍ୟରେ ବ୍ୟବହାର କରିବା ଲାଗି ରାଜ୍ୟଗୁଡିକୁ ପତ୍ର ଲେଖିଥିଲେ ବୋଲି କହିଛନ୍ତି। ନିର୍ବାଚନ ବେଳେ ପ୍ଲାଷ୍ଟିକ ପଦାର୍ଥ ବିଶେଷ କରି ବ୍ୟାନର ଓ ହୋର୍ଡିଂ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହେବା ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଏବଂ ନିର୍ବାଚନ କମିଶନ ଚାହାନ୍ତି। ତେଣୁ ଉପରୋକ୍ତ କଟକଣା/ନିର୍ଦ୍ଦେଶାବଳୀ ଉପଯୁକ୍ତ ଭାବେ ପାଳନ ହେଉଛି କି ନାହିଁ ତାହା ନିର୍ବାଚନ କମିଶନ ଏବଂ ପ୍ରତି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଅଧିକାରୀ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଦାରଖ କରିବା ଠିକ୍‌ ହେବ ବୋଲି ଟ୍ରିବ୍ୟୁନାଲ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ୧୦ ବର୍ଷ ଅଭିଜ୍ଞତା ଆଧାରରେ କେବେ ନିଯୁକ୍ତ ହୋଇ ନାହାନ୍ତି ହାଇକୋର୍ଟ ବିଚାରପତି, କେନ୍ଦ୍ର ଦେଲା ଜବାବ୍‌…

ନୂଆଦିଲ୍ଲୀ,୨୦।୧୦: କେବଳ ୧୦ ବର୍ଷ ଆଇନଗତ ଅଭିଜ୍ଞତା ଥିବା କୌଣସି ଆଇନଜୀବୀଙ୍କୁ କେବେ ମଧ୍ୟ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇ ନାହିଁ ବୋଲି...

କେଜରିଓ୍ବାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଶିକ୍ଷକଙ୍କ ଯୋଗଦାନକୁ ନେଇ ଉଠିଲା ବିବାଦ

ନୂଆଦିଲ୍ଲୀ,୧୫।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଉତ୍ସବରେ ଯୋଗ ଦେବାକୁ କୌଣସି...

ସମସ୍ତଙ୍କୁ ମାଗଣାରେ ଯୋଗାଇ ଦିଆଯାଉ କରୋନା ଟିକା: ନୱାବ ମଲିକ

ମୁମ୍ବାଇ,୫ ।୧୨: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ସମସ୍ତଙ୍କ ନଜର କରୋନା ଟିକା ବା ଭ୍ୟାକ୍ସିନ ଉପରେ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

୫ କୋଟି ଟଙ୍କାର ରାଜ ସିଂହାସନ ଗାଏବ

ଲକ୍ଷ୍ନୌ,୩୧ା୮: ସମସ୍ତେ ଜାଣିଛନ୍ତି ସ୍ବାଧୀନତା ପୂର୍ବରୁ ଭାରତରେ ଅନେକ ରାଜା ଶାସନ କରୁଥିଲେ। ୧୯୪୭ ପରେ ଏହି ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ମାତ୍ର ଆଜି ମଧ୍ୟ...

ନୀରବି ଗଲେ ସ୍ୱରର ସରସ୍ୱତୀ, ଆଜି ହେବ ଅନ୍ତିମ ସଂସ୍କାର

ମୁମ୍ବାଇ,୬ ।୨: ‘ଭାରତ ରତ୍ନ’ ସ୍ୱର କୋକିଳା ଲତା ମଙ୍ଗେସକର ଆଉ ଆମ ଗହଣରେ ନାହାନ୍ତି । ୯୨ ବର୍ଷ ବୟସରେ ଲତା ମଙ୍ଗେସକର ରବିବାର(୬...

ବିଧାୟକ ପଦରୁ ଇସ୍ତଫା ଦେଲେ ରାଘବ: କହିଲେ, ସ୍ଥାନ ବଦଳିଛି-ସେବା ଜାରି ରହିବ

ନୂଆଦିଲ୍ଲୀ,୨୪।୩: ଦିଲ୍ଲୀର ରାଜେନ୍ଦ୍ର ନାଗରରୁ ବିଧାୟକ ଥିବା ରାଘବ ଚଡ୍ଡା ଦିଲ୍ଲୀ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲଙ୍କୁ...

ଗ୍ରାହକଙ୍କୁ ଠକୁଛନ୍ତି ପେଟ୍ରୋଲ ପମ୍ପ

ନୂଆଦିଲ୍ଲୀ,୧୨।୨:ଦେଶ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ବଢ଼ିଚାଲିଛି। ଏବେ ଇନ୍ଧନ ଦର ସର୍ବୋଚ୍ଚ ସ୍ତରରେ ରହିଛି। ଏଭଳି ସ୍ଥିତିରେ କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର...

ଭାକ୍ସିନ୍‌ କିଣା-ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ସ୍ଥାପନରେ ଖର୍ଚ୍ଚ ହେଉ ପିଏମ୍‌ କେୟାର୍ସ ଫଣ୍ଡ୍‌: ସୁପ୍ରିମ୍‌କୋର୍ଟରେ ଆବେଦନ…

ନୂଆଦିଲ୍ଲୀ,୧୫।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ଭାକ୍ସିନ୍‌ କିଣାଯାଇ ସମସ୍ତଙ୍କୁ ଟିକା ଦେବା ସହିତ ଦେଖାଦେଇଥିବା ଅକ୍ସିଜେନ...

Advertisement
Archives

Model This Week