Posted inଜାତୀୟ

ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତେଜସ୍ବୀଙ୍କ ଘର ବାହୁଡା: ବଖାଣିଲେ ନିଖୋଜ ହେବାର କାହାଣୀ

ପାଟନା,୨୯।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ନିଖୋଜ ହୋଇଯାଇଥିବା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ନେତା ତେଜସ୍ବୀ ଯାଦବ ଏବେ ନିଜ ସ୍ଥାନକୁ ଫେରିଛନ୍ତି। ଏଥିସହ କାହିଁକି ସେ ଏତେ ଦିନ ନିଖୋଜ ହୋଇଯାଇଥିଲେ ତାର କାରଣ ସର୍ବସମ୍ମୁଖରେ ରଖିଛନ୍ତି। ତେବେ ଫେରିବା ପରେ ସେ ଏକ ଟୁଇଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ବନ୍ଧୁଗଣ, କିଛି ସପ୍ତାହରୁ ମୋର ଲିଗାମେଣ୍ଟ ଇନଜ୍ୟୁରି ଓ ଏସିଏଲ୍‌ ଇନଜ୍ୟୁରି ହୋଇଥିବାରୁ ଚିକିତ୍ସାରେ ମୁଁ ବ୍ୟସ୍ତ ଥିଲି। ହେଲେ ବିରୋଧୀ ଦଳ ଓ ଗଣମାଧ୍ୟମ ଏହାକୁ ଏକ ମସାଲାଦାର କାହାଣୀର ରୂପ ଦେଇଥିବା ଦେଖି ମୁଁ ବହୁତ ମଜା ନେଇଥିଲି ବୋଲି ତେଜସ୍ବୀ କହିଛନ୍ତି। ଯେଉଁମାନେ ଆମକୁ ସାମାଜିକ ନ୍ୟାୟର ବିକଳ୍ପ ଭାବୁଛନ୍ତି ସେମାନଙ୍କ ପାଇଁ ଆମେ ସବୁବେଳେ ଦାୟିତ୍ୱବାନ ହୋଇ ରହିଛୁ। ଏଠାରେ ଆମେ ଅଛୁ ଏବଂ ଲଢ଼େଇ ଜାରି ରଖିଛୁ ବୋଲି ସେ ଜନସାଧାରଣଙ୍କୁ ଆଶ୍ୱସ୍ତ କରିଛନ୍ତି। ପରାଜୟ ପଛର କାରଣ ଜାଣିବା ପାଇଁ ସେ ଅଲଗା ପ୍ରକ୍ରିୟା ଦ୍ୱାରା ଅଧ୍ୟୟନ କରିବା ସହ ଏହାର ବିଶ୍ଳେଷଣ ଓ ମୂଲ୍ୟାୟନ କରିଛନ୍ତି। ଅପରପକ୍ଷରେ ମସ୍ତିଷ୍କ ଜ୍ୱରରେ ହଠାତ୍‌ ଏତେ ସଂଖ୍ୟାରେ ହୋଇଥିବା ପିଲାଙ୍କ ମୃତ୍ୟୁକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁଃଖ ସମୟରେ ଆରଜେଡି କର୍ମକର୍ତ୍ତାଙ୍କୁ ଓ ନେତାଙ୍କୁ ପୀଡିତ ପରିବାରଙ୍କ ଘରକୁ ଯାଇ ବିନା ଫଟୋ ପ୍ରଦର୍ଶନ କରି ତାଙ୍କୁ ଭେଟିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏମ୍‌ପିମାନେ ଏହି ମାମଲାକୁ ସଂସଦରେ ଉଠାଇବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି। ସୂଚନାଯୋଗ୍ୟ, ନିର୍ବାଚନ ଫଳାଫଳ ପରେ ତେଜସ୍ବୀ ଯାଦବଙ୍କ କିଛି ପତ୍ତା ମିଳି ନ ଥିଲା। ସେ ବହୁ ଦିନରୁ ନିଖୋଜ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟଳିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର,୧୬।୭: ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।...

ରାଜ୍ୟସଭାରେ ହଙ୍ଗାମା: ଏଏପିର ୩ ଏମ୍‌ପିଙ୍କୁ ବାହାର କଲେ ମାର୍ଶଲ

ନୂଆଦିଲ୍ଲୀ,୩।୨: କୃଷି ଆଇନକୁ ନେଇ ବୁଧବାର ମଧ୍ୟ ରାଜ୍ୟସଭା ଅଚଳ ହୋଇପଡ଼ିଛି। ବିରୋଧୀ ଦଳ ସଦସ୍ୟ କୃଷି ଆଇନକୁ ନେଇ ଗୃହରେ ହଙ୍ଗାମା ଆରମ୍ଭ କରିଛନ୍ତି।...

ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ: ଏଠି ମିଳିବ ସବୁ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ସମସ୍ତ ତଥ୍ୟ

ନୂଆଦିଲ୍ଲୀ,୧୪ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରିବେ । ଦିଲ୍ଲୀର ନେହେରୁ ସ୍ମାରକ ମ୍ୟୁଜିୟମ ଓ ଲାଇବ୍ରେରୀ ପରିସରରେ ଏହା...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ-କଶ୍ମୀର,୧୭।୮: ପାକିସ୍ତାନ ଶନିବାର ଜମ୍ମୁ-କଶ୍ମୀର ରାଜୌରି ଜିଲାର ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡିଛି। ଶହୀଦ ଯବାନ...

କାଉଡି ଯାତ୍ରାରେ ମାତାପିତାଙ୍କୁ ଭାର କରି ନେଲେ ୪ ଭାଇ

ଶାମଲି,୨୮।୭: ହରିୟାନା ପାନିପଥର ୪ ଭାଇ କାଉଡି ଯାତ୍ରାରେ ବାହାରିଥିବା ବେଳେ ସେମାନେ ତାଙ୍କ ମାତାପିତାଙ୍କୁ ଉତ୍ତରାଖଣ୍ଡର ହରିଦ୍ୱାରଠାରୁ ଭାରରେ ବୋହି ରବିବାର ଶାମଲିରେ ପହଞ୍ଚିଛନ୍ତି।...

ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ଜମ୍ମୁର ୫ ଜିଲାରେ ବନ୍ଦ ହେଲା ସିନେମା ହଲ୍‌

ଜମ୍ମୁ,୧୧।୩: କରୋନା ଭାଇରସ ଭାରତରେ ତା’ର ସ୍ଥିତି ଜାହିର କରିଥିବା ବେଳେ ଏବେ ଏହା ବଢିବାରେ ଲାଗିଛି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୬୦ ଛୁଇଁଥିବା...

କଂଗ୍ରେସ, କେଜରିଓ୍ବାଲଙ୍କ ଉପରେ ବର୍ଷିଲେ ଶାହା

ନୂଆଦିଲ୍ଲୀ,୫।୧: ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସୃଷ୍ଟି ହୋଇଥିବା ହିଂସା ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ...

ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୨୬।୧ : ସାଧାରଣତନ୍ତ୍ର ଦିବସ ଅବସରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ପହଞ୍ଚିବା ସହ ଶହୀଦ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।...

Advertisement
Archives

Model This Week