Posted inଜାତୀୟ

ନିର୍ବାଚନରେ ଠାକ୍‌ରେ ପରିବାରର ଡେବ୍ୟୁ: ପ୍ରାର୍ଥୀପତ୍ର ଦାଖଲ କଲେ ଆଦିତ୍ୟ

ମୁମ୍ବାଇ,୩।୧୦: ମହାରାଷ୍ଟ୍ରରେ ବହୁ ବର୍ଷର ପରମ୍ପରା ଭାଙ୍ଗିଛି। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପୁଅ ତଥା ଯୁବାବର୍ଗର ଅଧ୍ୟକ୍ଷ ଆଦିତ୍ୟ ଠାକରେ ମହାରାଷ୍ଟ୍ର ବିଧାନସଭା ପାଇଁ ନିର୍ବାଚନକୁ ଓହ୍ଲାଇଛନ୍ତି। ପ୍ରଥମ ଥର ଠାକରେ ପରିବାରରୁ ଆଦିତ୍ୟ ପ୍ରତ୍ୟେକ୍ଷଭାବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଠାକରେ ପରିବାର ପାଇଁ ଗୁରୁବାର ଐତିହାସିକ ଦିନ ରହିଥିବା ବେଳେ ଆଦିତ୍ୟ ଏକ ବିଶାଳ ରାଲିରେ ବିଏମ୍‌ସି କାର୍ଯ୍ୟାଳୟରେ ପହଞ୍ଚି ବର୍ଲି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ କରିବା ପୂର୍ବରୁ ମୁମ୍ବାଇରେ ଆଦିତ୍ୟ ରୋଡ଼ ଶୋ’ କରିଥିଲେ। ଆଦିତ୍ୟଙ୍କୁ ସାଧାରଣଜନତା ସମର୍ଥନ ଦେଇଥିବାରୁ ଶିବସେନା ମୁଖ୍ୟ ଉଦ୍ଧବ ଧନ୍ୟବାଦ ଜଣାଇଛନ୍ତି। ଏହି ରୋଡ ଶୋ’ରେ ଶିବସେନାର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ଆଦିତ୍ୟ ଠାକ୍‌ରେଙ୍କ ନଁାରେ ୧୧.୩୮ କୋଟି ଟଙ୍କାର ସମ୍ପତ୍ତି ରହିଥିବା ବେଳେ ବ୍ୟାଙ୍କରେ ୧୦.୩୬ କୋଟି, ୨୦.୩୯ଲକ୍ଷ ବଣ୍ଡ ଶେୟାର ରହିଛି। ଏଥିସହ ତାଙ୍କ ପାଖରେ ଗୋଟିଏ ବିଏମ୍‌ଡ଼ବ୍ଲ୍ୟୁ କାର ଓ ୬୪ଲକ୍ଷ ୬୫ ହଜାର ଟଙ୍କାର ସୁନା ଅଳଙ୍କାର ଏବଂ ଅନ୍ୟ ସମ୍ପତ୍ତି ୧୦ ଲକ୍ଷ ୨୨ ହଜାର ଟଙ୍କା ରହିଥିବା ଜଣାପଡ଼ିଛି। ସେହିପରି ତାଙ୍କ ନଁାରେ କୌଣସି ଆପରାଧିକ ମାମଲା ନ ଥିବା ନାମାନଙ୍କ ପତ୍ରରେ ଆଦିତ୍ୟ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂପେନ୍ଦ୍ର ପଟେଲ କିଏ? କାହିଁକି ତାଙ୍କୁ କରାଗଲା ଗୁଜରାଟ ମୁଖ୍ୟମନ୍ତ୍ରୀ

ଗାନ୍ଧିନଗର,୧୨।୯:ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ଭାଇ ରଜନୀକାନ୍ତ ପଟେଲଙ୍କ ନାମ ଘୋଷଣା କରାଯାଇଛି। ଭାଜପା ବିଧାନସଭା ପାର୍ଟି ବୈଠକରେ ତାଙ୍କ ନାମ ସହମତି ପ୍ରକାଶ...

ଦିଲ୍ଲୀରେ ବଢ଼ୁଛି କରୋନା ମିଟର: ଗତ ୨୪ଘଣ୍ଟାରେ ୧୪୯୦ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୮।୪: ରାଜଧାନୀରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ କିଛି ଦିନରୁ ୧ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବୁଧବାର ଦିଲ୍ଲୀରେ...

ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ୨୦୦ ଭିଭିଆଇପି

ଲକ୍ଷ୍ନୌ,୧୮।୩: ଉତ୍ତରପ୍ରଦେଶ ବିଧାନସଭାରେ ଭାଜପାର ବିପୁଳ ବିଜୟ ପରେ ଯୋଗୀ ଆଦିତ୍ୟ ନାଥଙ୍କ ଶପଥ ଗ୍ରହଣ ଉତ୍ସବ ପ୍ରସ୍ତୁତି ଜୋରଦାର ଚାଲିଛି। ଲକ୍ଷ୍ନୌ ସ୍ଥିତ ଏକନା...

ଯାଦବପୁର ବିଶ୍ୱବିଦ୍ୟାଳୟରେ ବାବୁଲ ସୁପ୍ରିଓ ହଟ୍ଟହଟା

କୋଲକାତା,୧୯ା୯(ପି.ଟି.): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଆୟୋଜିତ ଏକ ସେମିନାରରେ ଉଦ୍‌ବୋଧନ ଦେବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କୁ ଯାଦବପୁର ବିଶ୍ୱବିଦ୍ୟାଳୟରେ ହଟ୍ଟହଟା...

ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ଼ ଝଟକା

ମୁମ୍ବାଇ,୭।୧୦: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମେଟ୍ରୋ ପ୍ରୋଜେକ୍ଟ ପାଇଁ ଆରେ କଲୋନୀରେ ଗଛ କଟା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏନେଇ ସୋମବାର ସୁପ୍ରିମକୋର୍ଟ...

ଦୋକାନର ନାମ କରୋନା ଟେକ୍ସଟାଇଲ

କୋଚି,୧୮।୩: ଦେଶରେ କରୋନା ସଂକ୍ରମଣକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ କେରଳର ଜଣେ କପଡ଼ା ଦୋକାନୀ ତାଙ୍କ ଦୋକାନ ନାମ କରୋନା ଟେକ୍ସଟାଇଲ ରଖିଛନ୍ତି।...

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ,୨୪ା୭: ଚଳିତ ବର୍ଷର ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ପୂର୍ବ ଘୋଷଣା ଅନୁଯାୟୀ, ଅପରାହ୍ନ ୩ଟାରେ  ପରୀକ୍ଷା ଫଳ...

ସ୍ବଚ୍ଛ ସହର ତାଲିକାଠୁ ଦୂରରେ ରାଜଧାନୀ: ଇନ୍ଦୋର ପୁଣି ଏକ ନମ୍ବର

ନୂଆଦିଲ୍ଲୀ, ୨୦।୮: ଦେଶର ସ୍ବଚ୍ଛ ସହର ତାଲିକା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଲଗାତାର ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶର ଇନ୍ଦୋର ସହର ଏକ ନମ୍ବର...

Advertisement
Archives

Model This Week