ନିର୍ଦ୍ଦେଶନାରେ ଡେବ୍ୟୁ କରିବେ ଅମୀରଙ୍କ ଝିଅ, ଅଭିନୟରେ ବରୁଣଙ୍କ ଭାଣିଜୀ

ବଲିଉଡ୍‌ରେ ଜଣକ ପରେ ଜଣେ ଷ୍ଟାର୍‌ କିଡ୍‌ସ ଡେବ୍ୟୁ କରିଚାଲିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଷ୍ଟାର କିଡ୍‌ସ ହେଉଛନ୍ତି ଅମୀର ଖାନ୍‌ଙ୍କ ଝିଇ ଇରା ଏବଂ ବରୁଣ ଧାଓ୍ବନଙ୍କ ଭାଣିଜୀ ଅଞ୍ଜିନୀ। ଇରା ନିର୍ଦ୍ଦେଶନା ମାଧ୍ୟମରେ ଡେବ୍ୟୁ କରିଥିବାବେଳେ ଅଞ୍ଜିନୀ ଅଭିନୟ ଜରିଆରେ ଡେବ୍ୟୁ କରିବେ। ଇରା ‘Euripides Medea’ ଏକ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଏହି ଫିଲ୍ମର କାହାଣୀ ଗ୍ରୀସ୍‌ ସଂସ୍କୃତିଭତ୍ତିକ। ଯେଉଁଥିରେ ଅଧିକ ଟ୍ରାଜେଡି ରହିଛି। ଏହାର ପ୍ରିମିୟର ଡିସେମ୍ବରରେ ହେବାକୁ ଯାଉଛି। ଇରା କିଛିମାସ ଧରି ଏଥିପାଇଁ ରିସର୍ଚ୍ଚ କରୁଛନ୍ତି। ଶୋ’ର ପ୍ରିମିୟର ଭାରତର କେତେକ ସହରରେ ହେବାକୁ ଥିବାବେଳେ ଖୁବ୍‌ଶୀଘ୍ର ମୁମ୍ବାଇରେ ରିହରସାଲ ଆରମ୍ଭ ହେବ। ସେହିପରି ବରୁଣ ଧାଓ୍ବନଙ୍କ ଭାଣିଜୀ ଅଞ୍ଜିନୀ ‘କୁଲି ନଂ ୧’ର ଶୁଟି ସେଟ୍‌ରେ ଡେଭିଡ୍‌ ଧାଓ୍ବନଙ୍କୁ ସହଯୋଗ କରୁଥିବାର ଦେଖିବାକୁ ମିଳିଛି। ଅଞ୍ଜିନୀ ବର୍ତ୍ତମାନ ପାଠ ପଢୁଛନ୍ତି। ସେ ଆକ୍ଟିଂ ଏବଂ ଡ୍ୟାନ୍ସ ତାଲିମ ନେଉଛନ୍ତି। ଖୁବ୍‌ଶୀଘ୍ର ଅଭିନୟରେ ପାଦ ଥାପିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୯ ବର୍ଷରେ ଅମିତାଭ ବଚ୍ଚନ ସହ କରିଥିଲେ ଡେବ୍ୟୁ, ୨୫ରେ ମୃତ୍ୟୁ, ଏମିତି ଥିଲା ଜିଆ ଖାନ୍‌ଙ୍କ ଫିଲ୍ମ କ୍ୟାରିୟର୍‌

ବଲିଉଡ୍‌ ଅଭିନେତ୍ରୀ ଜିଆ ଖାନ୍‌ଙ୍କ ଆଜି ୩୨ ତମ ଜନ୍ମଦିବସ। ୧୯୮୮ ମସିହା ଫେବୃୟାର ୨୦ରେ ନ୍ୟୁୟର୍କରେ ସେ ଜନ୍ମଗ୍ରହଣ କରିଥିଲେ ଜିଆ। ଜିଆ ବଲିଉଡ୍‌ର...

କଶ୍ମୀର ପଣ୍ଡିତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ଅଭିନେତ୍ରୀ

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ କଶ୍ମୀରୀ ପଣ୍ଡିତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଯାଇଛନ୍ତି। ନିକଟରେ ସାଇ ଆଗାମୀ ଚଳଚ୍ଚିତ୍ର ‘ବିରାଟ ପର୍ବମର’ ପ୍ରମୋଶନ...

କାନ୍ଦିଲେ ନୋରା!

ମୁମ୍ବାଇ: ବଲିଉଡ୍ ନାୟିକା ନୋରା ଫତେହି ଏବେ ଡ୍ୟାନ୍ସିଂ କୁଇନ୍ ଭାବେ ବେଶ୍ ପରିଚିତ । ଦର୍ଶକଙ୍କର ଏବେ ସେ ପ୍ରଥମ ପସନ୍ଦ ଡ୍ୟାନ୍ସିଂ ଷ୍ଟାର...

ସ୍ବର୍ଗଠାରୁ କମ୍‌ ନୁହେଁ ବିଗ୍‌ ବି’ଙ୍କ ବଙ୍ଗଳା ‘ଜଲ୍‌ସା’

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ୫୦ ବର୍ଷ ଧରି ହିନ୍ଦୀ ଫିଲ୍ମ ଜଗତରେ ଅଛନ୍ତି। ତାଙ୍କୁ ଶତାବ୍ଦୀର ମହାନାୟକ ମଧ୍ୟ କୁହାଯାଏ। ପ୍ରଥମ ଫିଲ୍ମ...

ହାତକୁ ଦୁଇ ହାତ ହେବେ ଶାହିଦଙ୍କ ଭଉଣୀ

ବମ୍ବେ: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସାବତ ଭଉଣୀ ସନାା। ଖ୍ୟାତନାମା କଳାକାର ମନୋଜ ପାହବା-ସୀମା ପାହବାଙ୍କ ପୁଅ...

କୋହଲିଙ୍କ ପରି ‘ବ୍ଲାକ ଓ୍ବାଟର’ ପିଅନ୍ତି ବଲିଉଡ୍‌ର ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସେ ତାଙ୍କର ଏକ ତାମିଲ ଫିଲ୍ମର ଶୁଟିଂ ଶେଷ କରି ଦିଲ୍ଲୀ ଫେରିଛନ୍ତି।...

ଛାଡ଼ପତ୍ର ପରେ ମଧ୍ୟ ବଦଳିନାହିଁ ସମ୍ପର୍କ: ସୁଜୈନ ଏବଂ ପିଲାଙ୍କ ସହ ମୁଭି ଡେଟ୍‌ରେ ହ୍ରିତିକ୍‌

ମୁମ୍ବାଇ: ଅଭିନେତା ତଥା ସୁପରଷ୍ଟାର ହ୍ରିତିକ୍‌ ରୋଶନ ଜଣେ ଭଲ ଅଭିନେତା ସାଙ୍ଗକୁ ଭଲ ପୁତ୍ର ଏବଂ ପିତା ମଧ୍ୟ। ପିତା ରାକେଶ ରୋଶନଙ୍କ ସ୍ବାସ୍ଥ୍ୟ...

ଓକିଲ ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର କୁଲ୍‌ ଅଭିନେତ୍ରୀ ଇଶା ଗୁପ୍ତା ନିଜ ପାଇଁ ଏକ ବିଶେଷ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମୁଁ ଦୁଃଖିତ ଯେ, ପିଲାଦିନେ କୌଣସି...

Advertisement
Archives

Model This Week