ନିଯୁକ୍ତି ସୁରକ୍ଷାରେ ସହାୟକ ନୁହେଁ ସଂରକ୍ଷଣବାଦ:ରାଜନ

ୟୁନାଇଟେଡ ନେସନ୍ସ,୧୮-୪: ବିଶ୍ୱର ଦେଶଗୁଡିକ ଆପଣାଉଥିବା ସଂରକ୍ଷଣବାଦ ନିଯୁକ୍ତି ସୁରକ୍ଷା ଦିଗରେ ବିଶେଷ ଭାବେ ସହାୟକ ହେବ ନାହିଁ। ଅପରପକ୍ଷରେ ଅଟୋମେଶନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଗୁ ନିଯୁକ୍ତି ଉପରେ ପଡୁଥିବା ପ୍ରଭାବକୁ ଏହା ସାମାନ୍ୟ ପ୍ରତିହତ କରିବାକୁ ସକ୍ଷମ ହୋଇ ପାରେ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ମଙ୍ଗଳବାର କହିଛନ୍ତି। ଏଠାରେ ଚାଲୁଥିବା ଇକୋସୋକ୍‌-୨୦୧୯ କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ରାଜନ କହିଛନ୍ତି ଯେ, ଉଦ୍ୟୋଗୀକରଣ ଏବଂ ଜଗତୀକରଣ ଲାଭରୁ ବଞ୍ଚିତ ହୋଇଥିବା ଲୋକଙ୍କ ଗଣତାନ୍ତ୍ରିକ ମତକୁ ଶିଳ୍ପୋନ୍ନତ ଦେଶଗୁଡ଼ିକ ଅଣଦେଖା କରି ପାରିବେ ନାହିଁ। ଏପରି କରିବା ଦେଶଗୁଡିକ ଲାଗି ଭାରି ପଡିବ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମୁକ୍ତ ଏବଂ ଉଦାରଶୀଳ ବଜାର ବ୍ୟବସ୍ଥା ଯୋଗୁ ଗତ ୬ ଦଶନ୍ଧୀ ଧରି ବିଶ୍ୱ ଅନେକ ଲାଭ ପାଇଛି। ମାତ୍ର ଏହା ଉପରେ ଏବେ ବିଭିନ୍ନ ପ୍ରଭାବ ଆସିଛି। ରାଜନ ଆହୁରୀ ମଧ୍ୟ କହିଛନ୍ତି ଯେ, ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାର ବ୍ୟବସ୍ଥାରେ ସଂରକ୍ଷିତ କ୍ଷେତ୍ରରେ ନିଯୁକ୍ତିର ଫାଇଦା ନେଉଥିବା ଦେଶଗୁଡିକ ଅନ୍ୟ କ୍ଷେତ୍ରରେ ନିଯୁକ୍ତି ହରାଇଛନ୍ତି। ବର୍ଦ୍ଧିତ ଇନ୍‌ପୁଟ ଯୋଗୁ ଅଧିକ ଖର୍ଚ୍ଚ କରିବାକୁ ପଡୁଥିବାରୁ ଉକ୍ତ କ୍ଷେତ୍ରରେ ଦେଶଗୁଡିକ ପ୍ରତିଦ୍ୱନ୍ଦ୍ୱିତାଠାରୁ ଦୂରେଇ ଯାଇଛନ୍ତି। ଅଟୋମେଶନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଗୁ ଅନେକ ନିଯୁକ୍ତି ପ୍ରଭାବିତ ହେଉଛି। ଏଣୁ ସଂରକ୍ଷଣବାଦ ଏହି କ୍ଷେତ୍ରରେ ନିଯୁକ୍ତି ରକ୍ଷା ଦିଗରେ ବିଶେଷ ସହାୟକ ହେବନି। ଅପରପକ୍ଷରେ ଶିଳ୍ପୋନ୍ନତ ଦେଶଗୁଡିକର ଜନସଂଖ୍ୟାରେ ବୟସ୍କ ଲୋକଙ୍କ ସଂଖ୍ୟା ବଢୁଛି।  ଅଭିବୃଦ୍ଧି ଲାଗି ଏହି ଦେଶଗୁଡିକ ବିକାଶନ୍ମୋଖୀ ଦେଶଗୁଡିକର ଯୁବ ପ୍ରଫେସନାଲାଙ୍କ ଉପରେ ନିର୍ଭର କରୁଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଲଓ୍ବେ ଇତିହାସରେ ନୂଆ;ଚଳନ୍ତା ଟ୍ରେନରେ ମିଳିବ ମାଲିସର ମଜା

ନୂଆଦିଲ୍ଲୀ,୯-୬: ଆଗାମୀ ଦିନରେ ଚଳନ୍ତା ଟ୍ରେନରେ ଯାତ୍ରୀ ମାଲିସର ମଜା ନେଇପାରିବେ। ଭାରତୀୟ ରେଳ ଇତିହାସରେ ପ୍ରଥମଥର ଏଭଳି ପଦକ୍ଷେପ ନିଆଯିବ। ଜଣେ ବରିଷ୍ଠ ଅଧିକାରୀ...

ଆରମ୍ଭ ହେଲା ଏମ୍‌ପିସି ବୈଠକ;ରେପୋ ହାର ହ୍ରାସ ଆଶାରେ ଶିଳ୍ପ ଜଗତ

ନୂଆଦିଲ୍ଲୀ,୬-୮: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ( ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଦ୍ରା ନୀତି କମିଟି (ଏମ୍‌ପିସି) ବୈଠକ ସୋମବାରଠାରୁ ଆରମ୍ଭ ହୋଇଛି। ଏହା...

ସୁକିନ୍ଦା ଆଇଟିଆଇରୁ ୫୩ ପିଲା ମନୋନୀତ

ଭୁବନେଶ୍ୱର,୪।୪: ବିଆଇପିଏଫ୍‌ ସୁକିନ୍ଦା ଆଇଟିଆଇରୁ ୫୩ ଜଣ ପିଲା କ୍ୟାମ୍ପସ ଚୟନ ହୋଇଛନ୍ତି। ୨୦୧୮-୨୦ ବ୍ୟାଚ୍‌ର ଛାତ୍ରୀଛାତ୍ରଙ୍କ ମଧ୍ୟରୁ ବହୁରାଷ୍ଟ୍ରୀୟ କମ୍ପାନୀ ଏଲ ଆଣ୍ଡ ଟି ପକ୍ଷରୁ...

ଶୁକ୍ରବାର ସୁପ୍ରିମକୋର୍ଟରେ ମାଲ୍ୟା ମାମଲାର ଶୁଣାଣି

ନୂଆଦିଲ୍ଲୀ,୩୦-୭: ସମ୍ପତ୍ତି ବାଜ୍ୟାପ୍ତ କରିବା ଉପରେ ରହିତାଦେଶ ଜାରି କରିବା ଲକ୍ଷ୍ୟରେ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ଆସନ୍ତା...

ନିରନ୍ତର ସେବା ଯୋଗାଉଛନ୍ତି ତୈଳ ବିପଣନ କମ୍ପାନୀ

ଭୁବନେଶ୍ୱର, ୨।୪: କରୋନା ପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। ଏଭଳି ସ୍ଥିତିରେ ଦେଶର ତୈଳ ବିପଣନ କମ୍ପାନୀଗୁଡିକ ଲୋକଙ୍କୁ ନିରନ୍ତର ସେବା...

ଏପ୍ରିଲ ୧ରୁ ହଟିବ ୯ ଲକ୍ଷ ସରକାରୀ ଗାଡ଼ି

ନୂଆଦିଲ୍ଲୀ,୩୧।୧: ଚଳିତ ବର୍ଷ ଏପ୍ରିଲ ୧ରୁ ସାରା ଦେଶର ୯ ଲକ୍ଷ ସରକାରୀ ଗାଡ଼ି ରାସ୍ତା ଉପରୁ ହଟିବ ବୋଲି ସୂଚନା ମିଳିଛି। ଏପରିକି ୧୫...

ଡିସେମ୍ବରରେ ୧.୪୯ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୧: ଦେଶର ଅର୍ଥନୀତିକୁ ସଶକ୍ତ କରିବା ପାଇଁ ସରକାର ଟିକସ ଆଦାୟକୁ ଗୁରୁତ୍ୱ ଦେଉଛନ୍ତି, ଯାହାର ପ୍ରତିଫଳନ ଦେଶର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)...

ଥମାସ କୁକ୍‌ ଦେବାଳିଆ ଯୋଗୁ ପ୍ରଭାବିତ ହେବ ଭାରତର ପର୍ଯ୍ୟଟନ ଶିଳ୍ପ

ନୂଆଦିଲ୍ଲୀ,୨୫-୯: ବିଶ୍ୱର ସର୍ବବୃହତ ପର୍ଯ୍ୟଟନ ସେବା ଯୋଗାଣକାରୀ କମ୍ପାନୀ ବ୍ରିଟେନର ଥମାସ କୁକ୍‌ ରାତାରାତି ନିଜକୁ ଦେବାଳିଆ ଘୋଷଣା କରିବା ଦ୍ୱାରା ସାରାବିଶ୍ୱର ପର୍ଯ୍ୟଟନ ଶିଳ୍ପ...

Advertisement
Archives

Model This Week