ନିଯୁକ୍ତି ବ୍ୟବସ୍ଥାରେ ସ୍ବଚ୍ଛତା ପ୍ରୟାସ: ଓପିଏସ୍‌ସି ଆରମ୍ଭ କଲା ୱେବ୍‌ପୋର୍ଟାଲ

କଟକ ଅଫିସ୍‌, ୬ା୨: ସରକାରୀ ପଦ ପଦବୀ ଲାଗି ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଦିଗରେ ପଦକ୍ଷେପ ନେଇଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)। ବୁଧବାର ଓପିଏସ୍‌ସି ପକ୍ଷରୁ ଅତ୍ୟାଧୁନିକ ୱେବ୍‌ପୋର୍ଟାଲ ବା କମ୍ପ୍ରେହେନ୍‌ସିଭ୍‌ ସିଲେକ୍ସନ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ (ସିଏସ୍‌ଏମ୍‌ଏସ୍‌) ଆରମ୍ଭ ହୋଇଛି। ଅଧ୍ୟକ୍ଷ ବ୍ରିଗେଡିୟର୍‌ ଲକ୍ଷ୍ମୀଚରଣ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ନିଯୁକ୍ତି ବିଜ୍ଞପ୍ତିଠାରୁ ପରୀକ୍ଷା ଓ ଫଳ ପ୍ରକାଶ ପର୍ଯ୍ୟନ୍ତ ଏଣିକି ଏସବୁ କାର୍ଯ୍ୟ ଖୁବ୍‌ କମ୍‌ ସମୟ ମଧ୍ୟରେ ଶେଷ ହେବ। ଫଳରେ ଚାକିରି ଆଶାୟୀଙ୍କୁ ପୂର୍ବଭଳି ଅନେକ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଅଧ୍ୟକ୍ଷ ପଟ୍ଟନାୟକ କହିଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ଅଭିଯାନର ଫଳସ୍ବରୂପ ଏଭଳି ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ପୋର୍ଟାଲ୍‌ ପ୍ରସ୍ତୁତ କରିବାରେ ଏନ୍‌ଆଇସି ସହଯୋଗ କରିଛି।
ଆୟୋଜିତ ଖବରଦାତା ସମ୍ମିଳନୀରେ ଅଧ୍ୟକ୍ଷ ପଟ୍ଟନାୟକ କହିଲେ, ନିଯୁକ୍ତି ପ୍ରକ୍ରିୟାକୁ ସୀମିତ ସମୟ ଭିତରେ ସାରିବା ସହ ସ୍ବଚ୍ଛତା ଆଣିବା ଲକ୍ଷ୍ୟ ନେଇ ଏହି ୱେବ୍‌ସାଇଟ୍‌ (www.opsc.gov.in) ଲଞ୍ଚ୍‌ କରାଯାଇଛି। ଯେକୌଣସି ବିଭାଗରେ ନିଯୁକ୍ତି ପାଇଁ ପ୍ରଥମେ ସରକାରଙ୍କ ତରଫରୁ ଏକ ଚିଠି ଆସୁଥିଲା। ସେହି ଚିଠିରେ ଉକ୍ତ ପଦବୀ ସମ୍ପର୍କରେ ତଥ୍ୟ ସହ ଶିକ୍ଷାଗତ ଓ ଅନ୍ୟାନ୍ୟ ଯୋଗ୍ୟତା ସମ୍ପର୍କରେ ବିବରଣୀ ରହୁଥିଲା। ଯଦି କମିଶନ୍‌କୁ କିଛି ଅଧିକ ତଥ୍ୟ ଆବଶ୍ୟକ ପଡ଼ୁଥିଲା, ପୁଣି ଥରେ ସରକାରଙ୍କ ପାଖକୁ ଚିଠି ଲେଖିବାକୁ ପଡ଼ୁଥିଲା। ପରେ ପରୀକ୍ଷା ଓ ଫଳ ପ୍ରକାଶ ପାଉଥିଲା। ଏସବୁ କାର୍ଯ୍ୟ ମାନୁଆଲି କରାଯାଉଥିବାରୁ ପ୍ରାୟ ୯ମାସରୁ ଗୋଟିଏ ବର୍ଷ ସମୟ ଲାଗୁଥିଲା। ଏଣିକି ଅନ୍‌ଲାଇନ୍‌ରେ ଉଭୟ ପକ୍ଷ ତଥ୍ୟ ଦିଆନିଆ କରିବେ। ଅନ୍ୟପଟେ ଏହାଦ୍ୱାରା ପରୀକ୍ଷାର୍ଥୀ ମଧ୍ୟ ଉପକୃତ ହେବେ। ପୂର୍ବରୁ ସେମାନେ ଚାକିରି ପାଇଁ ଆବେଦନ କରିବା ସମୟରେ ବାରମ୍ବାର ଶିକ୍ଷାଗତ ଓ ଅନ୍ୟାନ୍ୟ ଯୋଗ୍ୟତା ତଥ୍ୟ ଦେଉଥିଲେ। ଏବେ ଗୋଟିଏ ଥର ପ୍ରାର୍ଥୀଙ୍କ ନାମ ୱେବ୍‌ପୋର୍ଟାଲରେ ପଞ୍ଜୀକୃତ ହେବା କ୍ଷଣି ତାଙ୍କୁ ଏକ ସ୍ବତନ୍ତ୍ର ନମ୍ବର ବା ପର୍ମାନେଣ୍ଟ ପବ୍ଲିକ ସର୍ଭିସ୍‌ ଆକାଉଣ୍ଟ ନମ୍ବର (ପିପିଏସ୍‌ଏଏନ୍‌) ମିଳିଯିବ। ଏଥିରେ ପ୍ରାର୍ଥୀଙ୍କ ସମସ୍ତ ପ୍ରକାର ତଥ୍ୟ ଯଥା ଶିକ୍ଷାଗତ ଓ ଅନ୍ୟାନ୍ୟ ଯୋଗ୍ୟତା ସମ୍ପର୍କିତ ତଥ୍ୟ ରହିବ। ଫଳରେ ଆଗାମୀ ଦିନରେ ସେ ଯଦି ଅନ୍ୟ ପଦବୀ ପାଇଁ ଆବେଦନ କରିବେ, ତେବେ ଆଉ ନିଜ ସମ୍ପର୍କିତ କୌଣସି ତଥ୍ୟ ଦେବାକୁ ପଡ଼ିବନି। କେବଳ ପିପିଏସ୍‌ଏଏନ୍‌ ନମ୍ବର ଦେଇଦେଲେ ଯଥେଷ୍ଟ। ସେହିଭଳି ପରୀକ୍ଷାର ଫଳାଫଳ ଶୀଘ୍ର ପ୍ରକାଶ ପାଇପାରିବ। ପ୍ରାର୍ଥୀ ଚାହିଁଲେ ଉତ୍ତରଖାତା ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ୱେବ୍‌ସାଇଟ୍‌ରେ ଆପତ୍ତି ଅଭିଯୋଗ ଗ୍ରହଣ, ଆବେଦନକାରୀଙ୍କ ତଥ୍ୟ ଯାଞ୍ଚ, ନିଯୁକ୍ତି ପରିଚାଳନା, ଅନ୍‌ଲାଇନ୍‌ ପ୍ରଶ୍ନବ୍ୟାଙ୍କ୍‌, ପରୀକ୍ଷା କେନ୍ଦ୍ର ତଥ୍ୟ, ଅନ୍‌ଲାଇନ୍‌ ଡକ୍ୟୁମେଣ୍ଟ ଭେରିଫିକେଶନ୍‌ ଆଦି ବ୍ୟବସ୍ଥା ରହିଛି। ଆଗାମୀ ଦିନରେ ମୋବାଇଲ୍‌ ଆପ୍ଲିକେଶନ୍‌ ମଧ୍ୟ ଲଞ୍ଚ୍‌ କରାଯିବ ବୋଲି ଅଧ୍ୟକ୍ଷ ପଟ୍ଟନାୟକ କହିଛନ୍ତି। କାର୍ଯ୍ୟକ୍ରମରେ ବରିଷ୍ଠ ପରାମର୍ଶଦାତା ଅବସରପ୍ରାପ୍ତ କର୍ନେଲ୍‌ ଶ୍ରୀପ୍ରକାଶ ପାଣି, ଏନ୍‌ଆଇସି ଭୁବନେଶ୍ୱରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଅନୁରାଗ ପ୍ରସାଦ, ପ୍ରତିଭା ସିଂଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଉପସଚିବ ମୈତ୍ରୀ ଭଟ୍ଟାଚାର୍ଯ୍ୟ ଅତିଥିଙ୍କୁ ସ୍ବାଗତ କରିଥିଲେ। ସଚିବ କୁମୁଦ ରଞ୍ଜନ ମଲ୍ଲିକ ଧନ୍ୟବାଦ ଦେଇଥିଲେ। ଅଧ୍ୟକ୍ଷଙ୍କ ସ୍ବତନ୍ତ୍ର କାର୍ଯ୍ୟ ଅଧିକାରୀ ସୁଶାନ୍ତ କୁମାର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ହରାଇ ଦୁର୍ଦ୍ଦିନରେ କଳାକାର

କଟକ ଅଫିସ, ୨୭ା୬- କରୋନା ମହାମାରୀ ପ୍ରଭାବରେ ସମାଜର ସବୁ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି କଳାକାର। କଳାକାରଟିଏ ଯେତେ ଦୁଃଖକଷ୍ଟରେ...

ସ୍ବାସ୍ଥ୍ୟକେନ୍ଦ୍ରରେ ସୁଧୁରୁନି ସେବା

ପରଜଙ୍ଗ, ୧୫ା୧୦(ଡି.ଏନ.ଏ.)ଦୀର୍ଘ ଦିନ ହେବ ବିଭିନ୍ନ ସମସ୍ୟା ଘେରରେ ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଡାକ୍ତର କର୍ମଚାରୀଙ୍କ ଅଭାବ, ନିଯୁକ୍ତ ଡାକ୍ତରଙ୍କ ମନମୁଖି ସେବା,...

ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା; ଖେଳ ବିଦ୍ୟାଳୟ ପାଠ୍ୟକ୍ରମର ଅଭିନ୍ନ ଅଙ୍ଗ

ନୂଆପଡା ଅଫିସ, ୩୦ା୯:  ପ୍ରାଚୀନ ଆଶ୍ରମ ଶିକ୍ଷାପ୍ରଣାଳୀରେ ଶିକ୍ଷା ବ୍ୟବସ୍ଥାରେ କ୍ରୀଡ଼ା ଯୋଡି ହୋଇଯାଇଥିଲା । ଏହା ବର୍ତ୍ତମାନ ମଧ୍ୟ ଚାଲିଛି । ଏହା ଦ୍ୱାରା...

ମରୁଡ଼ି ଘୋଷଣା ଦାବିରେ ଗଣଆନ୍ଦୋଳନ

ବାଲିଆପାଳ,୧୩।୮(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ସମେତ ବସ୍ତା, ଜଳେଶ୍ୱର, ଭୋଗରାଇ ବ୍ଲକ ଏବଂ ବାଲେଶ୍ୱର ଜିଲାକୁ ମରୁଡି ଅଞ୍ଚଳ ଘୋଷଣା ଦାବିରେ ଚାଷୀ ଏକତା ମଞ୍ଚ ଏବଂ ସୂଚନା...

କାରଖାନା ଛାଡୁଛି ବିଷାକ୍ତ ପାଣି: ପ୍ରଦୂଷିତ ଜଳ ଯୋଗୁ ଫସଲ ନଷ୍ଟ

ଯାଜପୁର ଅଫିସ,୧ା୧୦: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ପାରିପାର୍ଶ୍ୱିକ ବାୟୁର ମାନ ମାପିବା ପାଇଁ ସ୍ଥାପିତ ପରୀକ୍ଷଣ ଯନ୍ତ୍ର ଏମ୍ବିଏଣ୍ଟ ଏୟାର କ୍ବାଲିଟି ମନିଟରିଂ ଷ୍ଟାଟସ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କାର ସହାୟତା

ବାରିପଦା ଅଫିସ,୧ା୫ – ମହାମାରୀ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ବାରିପଦା ଡ଼ିଲର ମୟୂରଭଞ୍ଜ ଏଣ୍ଟରପ୍ରାଇଜସ୍‌ ପକ୍ଷରୁ ୧...

ସିଟି ହସ୍ପିଟାଲ: ସମସ୍ତଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ

କଟକ ଅଫିସ,୨୮।୫: ସିଟି ହସ୍ପିଟାଲର ଜଣେ ଶିଶୁରୋଗ ବିଶେଷଜ୍ଞ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୦ ଜଣ କର୍ମଚାରୀଙ୍କ ସ୍ବାବ୍‌ ନମୁନା...

ରାଜ୍ୟ ତାଲିକା ଆଧାରରେ ପଛୁଆବର୍ଗକୁ ସଂରକ୍ଷଣ ମିଳୁ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୨ା୮(ବ୍ୟୁରୋ): କେନ୍ଦ୍ର ସରକାର ପଛୁଆବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷାକ୍ଷେତ୍ରରେ ୨୭% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଓଡ଼ିଶାରେ ସରକାର ଏହି ବର୍ଗଙ୍କ ପାଇଁ ସ୍ଥାନ...

Advertisement


Archives

Model This Week