ନିମ୍ନ ସ୍ତରରେ ବିଜ୍‌ନେସ୍‌ ସେଣ୍ଟିମେଣ୍ଟ

କରୋନା ଯୋଗୁ ଦେଶର ମାନୁଫାକଚରିଂ କ୍ଷେତ୍ର କାର୍ଯ୍ୟକଳାପ ମାର୍ଚ୍ଚ ମାସରେ ହ୍ରାସ ଘଟିଛି। ଏହା ୪ ମାସର ସର୍ବନିମ୍ନ ସ୍ତର। କରୋନା ଏବଂ ଅନ୍ତର୍ଜାତୀୟ ବଜାରର ଚାହିଦା କମିବା ଯୋଗୁ ମାନୁଫାକଚରିଂ କମିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଆଇଏଚ୍‌ଏସ୍‌ ମାର୍କିଟ ଇଣ୍ଡିଆର ମାନୁଫାକ୍‌ଚରିଂ ପିଏମ୍‌ଆଇ ମାର୍ଚ୍ଚରେ ୫୧.୮%କୁ ଖସିଛି। ଏହା ଫେବୃୟାରିରେ ୫୪.୫% ରହିଥିଲା। ନଭେମ୍ବର ୨୦୧୯ ପରଠାରୁ ବାଣିଜି୍ୟକ ସ୍ଥିତି ନିମ୍ନରେ ରହିଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। କରୋନା ଯୋଗୁ କମ୍ପାନୀଗୁଡିକ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଥିବା ଆଇଏଚ୍‌ଏସ୍‌ ମାର୍କିଟର ଅର୍ଥନୀତିଜ୍ଞ ଇଲିୟଟ କେର୍‌ ସୂଚନା ଦେଇଛନ୍ତି। କରୋନା ଯୋଗୁ ବଜାର ଉପରେ ଖରାପ ପ୍ରଭାବ ଆଗାମୀ ଦିନଗୁଡିକରେ ମଧ୍ୟ ରହିବ ବୋଲି କେର୍‌ ମତ ପ୍ରକାଶ କରିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ, ଉଭୟ ଲକ୍‌ଡାଉନ ଏବଂ ଚାହିଦା ହ୍ରାସର ପ୍ରଭାବ ବଜାର ଉପରେ ରହିଛି। ନୂଆ ଅର୍ଡର ଆସିବା କମିବା ଯୋଗୁ ଏହାର ପ୍ରଭାବ ଉତ୍ପାଦନ ଉପରେ ପଡିଛି। ସେହିଭଳି ଘରୋଇ ବଜାରରୁ ରପ୍ତାନି ମଧ୍ୟ କମିଛି। ଏହାର ପ୍ରଭାବ ଶିଳ୍ପ ଉପରେ ରହିଛି ବୋଲି କେର୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଟା ପରେ ଏବେ ପପ୍‌କର୍ଣ୍ଣ ଉପରେ ଲାଗିଲା ୧୮% ଜିଏସ୍‌ଟି

ନୂଆଦିଲ୍ଲୀ,୨୬।୬: କର୍ଣ୍ଣାଟକରେ ମାଲାବାର ପରଟା ଉପରେ ୧୮% ଜିଏସ୍‌ଟି ଲଗାଯାଇଥିଲା। ଏବେ ଗୁଜରାଟରେ ପପ୍‌କର୍ଣ୍ଣ ଉପରେ ୧୮% ଜିଏସ୍‌ଟି ନେଇ ବିଜ୍ଞପ୍ତି ଦିଆଯାଇଛି। ଏହାକୁ ନେଇ...

ହ୍ରାସ ପାଇଲା କମର୍ସିଆଲ ଗ୍ୟାସ୍‌ ଦର

ଭୁବନେଶ୍ୱର,୨।୧: ନୂତନ ବର୍ଷ ଆରମ୍ଭରୁ ଉପଭୋକ୍ତାଙ୍କ ପାଇଁ ଭଲ ଖବର ଇନ୍ଧନ ବିପଣନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଦିଆଯାଇଛି। ୧୯ କିଲୋ ବିଶିଷ୍ଟ କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଉପରେ...

ରାଜ୍ୟଗୁଡ଼ିକର ରାଜସ୍ବ କ୍ଷତି ୪ ଗୁଣ ବଢ଼ିବ

ନୂଆଦିଲ୍ଲୀ,୨୫ା୧: କୋଭିଡ୍‌-୧୯କୁ ନିୟନ୍ତ୍ରଣ କରିବା ଲାଗି ଜାରି ହୋଇଥିବା ଲକ୍‌ଡାଉନ କାରଣରୁ ଆର୍ଥତ୍କ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବା ବେଳେ ରାଜ୍ୟଗୁଡିକର ଟିକସ ସଂଗ୍ରହରେ ହ୍ରାସ ଘଟିଛି।...

ଭାରତର ବିକାଶ ହାର -୪.୫% ରହିବ

ନୂଆଦିଲ୍ଲୀ,୨୭ା୮: ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ସାମଗ୍ରିକ ବିକାଶ ହାର ହ୍ରାସ ପାଇ -୪.୫% ରହିବ ବୋଲି ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଆକଳନ କରିଛି।...

ଆସିପାରେ କରୋନା ବଜେଟ

ନୂଆଦିଲ୍ଲୀ,୨୦ ।୪: କରୋନା ବିରୋଧୀ ଲଢ଼େଇରେ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ଶିଳ୍ପଜଗତ...

ସୋସିଆଲ୍‌ ମୋବିଲିଟି ସୂଚକାଙ୍କ: ୭୬ ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୨୧-୧: ଓ୍ବାର୍ଲଡ ଇକୋନୋମିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌) ପକ୍ଷରୁ ସୋମବାର ପ୍ରକାଶିତ ନିୟୁ ସୋସିଆଲ ମୋବିଲିଟି ସୂଚକାଙ୍କରେ ୮୨ ଦେଶ ମଧ୍ୟରୁ ଭାରତ ୭୬ତମ ସ୍ଥାନରେ ରହିଛି।...

ସତ୍ୟମ୍‌ ମାମଲାରେ ସେବିକୁ ସ୍ୟାଟ୍‌ର ଝଟକା;ପିଡବ୍ଲ୍ୟୁସି ଉପରେ ଲାଗିଥିବା କଟକଣା ଉଠିଲା

ମୁମ୍ବାଇ,୧୦-୯: ସତ୍ୟମ୍‌ କମ୍ପ୍ୟୁଟର ଦୁର୍ନୀତି ମାମଲାରେ ପୁଞ୍ଜି ବଜାର ନିୟାମକ ସେବିକୁ ଜୋରଦାର ଝଟକା ଲାଗିଛି। ପ୍ରତିଭୂତି ଅପିଲୀୟ ନ୍ୟାୟାଧିକରଣ(ସ୍ୟାଟ୍‌) ୭୮୦୦ କୋଟି ଟଙ୍କାର ସତ୍ୟମ୍‌...

ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଶୁକ୍ରବାର ଏହାର ମୁଦ୍ରା ନୀତି ଜାରି ନିଷ୍ପତ୍ତି ଜାରି କରିଛି। ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରାନୀତି କମିଟି(ଏମପିସି) ବୈଠକରେ...

Advertisement
Archives

Model This Week