ନିମାପଡ଼ାକୁ ଫେରିଲେ ୨୪୫ ପ୍ରବାସୀ

ନିମାପଡ଼ା,୧୧ା୫(ଡି.ଏନ.ଏ): କରୋନା ମହାମାରୀର ମୁକାବିଲା ଲାଗି ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି। ଏ ନେଇ କେତେଟା ନିୟମ କୋହଲ କରାଯାଇଥିବାବେଳେ ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆ ଟ୍ରେନ, ବସ୍‌ ଯୋଗେ ବହୁ ସଂଖ୍ୟାରେ ଫେରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ନିମାପଡ଼ା ଅଞ୍ଚଳକୁ ସୋମବାର ସୁଦ୍ଧା ୨୪୫ଜଣ ପ୍ରବାସୀ ଓଡ଼ିଆ ଫେରିଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଗତ ରବିବାର ଓ ସୋମବାର ପ୍ରାୟ ୬୦ଜଣ ପ୍ରବାସୀ ଗୁଜରାଟର ସୁରଟ, କୋଲକତା, କେରଳ, ହାଇଦ୍ରାବାଦ, ତେଲଙ୍ଗାନା, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ଅହମଦାବାଦ, ହାଇଦ୍ରାବାଦରୁ ଆସିଥିବା ଜଣାପଡ଼ିଛି। ଫେରିଥିବା ସମସ୍ତ ପ୍ରବାସୀଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗାଡ଼ିରେ ନେଇ ଭିଲିଗ୍ରାମ, ମିଟେଇପୁର, ବଡ଼ମାଛପୁର, ବାମନାଳ, ନୂଆସନ୍ଥ, ବାହାରେଣା, ସଲଙ୍ଗ, ବଡ଼ଶିରୁଳା, ଛଣିଜଙ୍ଗ ସମେତ ୩୦ଟି ପଞ୍ଚାୟତ ଓ ଏନଏସିର ସରକାରୀ କ୍ୱାରାଣ୍ଟାଇନଗୁଡ଼ିକରେ ରଖାଯାଇଥିବା ବିଡିଓ ମନୋଜ କୁମାର ବେହେରା କହିଛନ୍ତି। ପୁରୀରେ ଦୁଇଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ବାହାର ରାଜ୍ୟରୁ ଫେରନ୍ତା ପ୍ରବାସୀଙ୍କ ପାଇଁ ପ୍ରଶାସନ ଏବେ ଚିନ୍ତାରେ ପଡ଼ିଯାଇଥିବାବେଳେ ନିମାପଡ଼ାବାସୀ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିମାପଡ଼ାରୁ ୧୨୧ଜଣ ପ୍ରବାସୀଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ସେଥିରୁ ୬୦ଜଣଙ୍କ ରିପୋର୍ଟ ନେଗେଟିଭ ଥିବାବେଳେ ବାକି ଥିବା ସ୍ବାବର ରିପୋର୍ଟ ଆସି ନ ଥିବା ବିଡିଓ ବେହେରା, ନିମାପଡ଼ା ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା.କ୍ଷମାନିଧି ସେଠୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ଗାଇଡ୍‌ଲାଇନ ନ ମାନିବାରୁ ସିଲ୍‌ ହେଲା ୨ ଦୋକାନ

ଝାରସୁଗୁଡା ଅଫିସ୍‌,୪।୪: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା...

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ନଦୀ, ପୁଷ୍କରିଣୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

କାକଟପୁର,୧୨।୧୧(ଡି.ଏନ୍‌.ଏ.): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ପ୍ରତ୍ୟୁଷରୁ ଅଞ୍ଚଳର ଆବାଳ ବୃଦ୍ଧବନିତା ନଦୀ ଏବଂ ପୁଷ୍କରିଣୀରେ ଡଙ୍ଗା ଭସାଇ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ...

ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ହାଟଡିହୀ,୨୬।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶଙ୍ଖୁଅ ଗ୍ରାମରେ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମର ନରହରି ସାମଲଙ୍କୁ ସେହି ଗ୍ରାମର କେତେକ...

ୟୁକ୍ରେନ୍‌ରୁ ଫେରିଲେ କୋରାପୁଟ ଜିଲାର ୧୦ ଛାତ୍ରୀଛାତ୍ର

କୋରାପୁଟ,୯।୩(ସ୍ବ.ପ୍ର): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ସେଠାରେ ପାଠ ପଢୁଥିବା କୋରାପୁଟର ୧୦ ଜଣ ଛାତ୍ରୀଛାତ୍ର ଫେରୁଥିବା ଜଣାଯାଇଛି ା ବର୍ତ୍ତମାନ...

ଲୁହାପଥର ବୋଝେଇ ହାଇଓ୍ବା ଜବତ: ମାଷ୍ଟରମାଇଣ୍ଡ ସମେତ ୬ କୋର୍ଟ ଚାଲାଣ

ବଡ଼ବିଲ,୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରାଚାଲାଣ ହେଉଥିବା ୨୭ ମେଟ୍ରିକ ଟନ୍‌ ସାଇଜ ଲୁହାପଥର ବୋଝେଇ ହାଇଓ୍ବା ଜବତ କରିବା...

କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟିତ

ଜୟପୁର, ୧୮ା୫ (ନି.ପ୍ର.): କୋରାପୁଟ ମହିଳା ମହାବିଦ୍ୟାଳୟରେ କୋଭିଡ୍‌ କେୟାର ସେଣ୍ଟର ସୋମବାର ଉଦ୍‌ଘାଟିତ ହୋଇଯାଇଛି। ୨ଶହ ଶଯ୍ୟା ବିଶିଷ୍ଟ ଏହି ସେଣ୍ଟରକୁ ଜିଲାପାଳ ମଧୁସୂଦନ...

ବାଲିଗୁଡ଼ା ପୋଲିସର ଅବକାରୀ ଧରପଗଡ଼:  ୫ ମଦବେପାରୀ, ୪ ନିଶାସକ୍ତ ଚାଳକ ଗିରଫ

ବାଲିଗୁଡା,୫ା୧୨(ଡି.ଏନ୍‌.ଏ.)-ବାଲିଗୁଡା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ମହୁଲି ମଦ କାରବାର କରୁଥିବା ୫ ଜଣକୁ ଗିରଫ କରିବା ସହ ୪ ନିଶାସକ୍ତ ଗାଡି...

ଯାତ୍ରୀସେବା ଅବ୍ୟାହତ ରଖିବାକୁ ୩ ଦଫା ଦାବି

ଭୁବନେଶ୍ୱର,୨୩।୩(ବ୍ୟୁରୋ): କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅବ୍ୟାହତ ରଖିବା ଏକ ବଡ଼ ଆହ୍ବାନ ହୋଇଥିବା କହିଛି ରାଜ୍ୟ...

Advertisement
Archives

Model This Week