ନିବେଶକଙ୍କ ସମ୍ପତ୍ତି ୩.୯୮ ଲକ୍ଷ କୋଟି ବଢିଲା

ନୂଆଦିଲ୍ଲୀ,୧୦।୪: ଗୁରୁବାର ଭାରତୀୟ ଶେୟାର ବଜାରରେ କାରବାର ଉନ୍ନତ ରହିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୩.୯୮ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଥିବା ଜଣାପଡିଛି। ସରକାର ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ କରିବା ନେଇ ନିବେଶକଙ୍କ ମନରେ ଆଶା ଦୃଢୀଭୂତ ହୋଇଥିବାରୁ ଏହାର ପ୍ରତିଫଳନ ଶେୟାର ବଜାର ଉପରେ ପଡିଛି। ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୨୬୫.୬୬ ପଏଣ୍ଟ ବା ୪.୨୩% ବୃଦ୍ଧି ଘଟିବା ଯୋଗୁ କାରବାର ୩୧,୧୫୯.୬୨ ପଏଣ୍ଟରେ ବନ୍ଦ ହୋଇଛି। ଦିନ ମଧ୍ୟରେ ଶେୟାର କାରବାର ଉନ୍ନତ ରହିବା ଯୋଗୁ ସୂଚକାଙ୍କ ୧୩୩୧ ପଏଣ୍ଟ ବଢି ୩୧,୨୨୫ ପଏଣ୍ଟ ଛୁଇଁବାକୁ ସକ୍ଷମ ହୋଇଥିଲା। ପ୍ୟାକେଜ ଆଶାରେ ଶେୟାର ବଜାରର କାରବାରରେ ଉନ୍ନତ ରହିଛି ବୋଲି ଜିଓଜିତ ଫାଇନାନ୍ସିଆଲ ସର୍ଭିସର ରିସର୍ଚ୍ଚ ମୁଖ୍ୟ ବିନୋଦ ନାୟାର କହିଛନ୍ତି। ଏହି ସମୟରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଶେୟାର କାରବାର ୧୬.୭୪% ବଢିଛି। ଏହାବାଦ ମାରୁତି ସୁଜୁକି ଏବଂ ହିରୋ ମୋଟୋକର୍ପ କାରବାର ମଧ୍ୟ ଉନ୍ନତ ସ୍ଥିତିରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୬% ଖସିଯିବ ଜିଡିପି

ମୁମ୍ବାଇ,୨୩।୭: ଦେଶ ମଧ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରୁନାହିଁ। ଏଥି ଲାଗି ରାଜ୍ୟଗୁଡିକ ସ୍ତରରେ ପୁଣି ଥରେ ଲକଡାଉନ କରିବାକୁ ପଡୁଛି। ଏଥି ଯୋଗୁ ବିଗିଡିଥିବା...

ଜିଏସ୍‌ଟି ସଂଗ୍ରହ ଲକ୍ଷେ କୋଟି ଟପିଲା

ନୂଆଦିଲ୍ଲୀ: ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବାବଦକୁ ସରକାର ଲକ୍ଷେ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ସଂଗ୍ରହ କରିଛନ୍ତି। ଗତ ୮ ମାସ ମଧ୍ୟରେ...

ବିଗିଡ଼ିବ ଭାରତୀୟ ଅର୍ଥ ବ୍ୟବସ୍ଥା;ଜିଡିପିର ସ୍ପଷ୍ଟ ଚିତ୍ର ମିଳୁନାହିଁ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏବେ ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ କ୍ଷତିଗ୍ରସ୍ତ...

ବିଏସ୍‌-୬ ମୋଟର ସାଇକେଲ ଆଣିଲା ହିରୋ

ନୂଆଦିଲ୍ଲୀ,୧୧-୧୧: ହିରୋମୋଟୋକର୍ପ ଲିମିଟେଡ ପକ୍ଷରୁ ଦେଶର ପ୍ରଥମ ବିଏସ୍‌-୬ ମୋଟର ସାଇକେଲ ସ୍ପ୍ଲେଣ୍ଡର ଆଇ-ସ୍ମାର୍ଟର ବଜାର ପ୍ରବେଶ କରାଯାଇଛି। ଆଇସିଏଟି ପ୍ରମାଣପତ୍ର ଲାଭ କରିବାର ମାତ୍ର...

ସମ୍ପୂର୍ଣ୍ଣ ହଟିବନି ପେଟ୍ରୋଲ,ଡିଜେଲ ଯାନ:ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୧୮-୭: ପେଟ୍ରୋଲ, ଡିଜେଲ ଯାନଗୁଡିକୁ ସରକାର ସମ୍ପୂର୍ଣ୍ଣ ନିଷେଧ କରିବେ ନାହିଁ। ଏ ନେଇ ସରକାର ବର୍ତ୍ତମାନ କୌଣସି ଯୋଜନା ଧାର୍ଯ୍ୟ କରି ନାହାନ୍ତି। ମାତ୍ର...

ମୁକେଶ ଅମ୍ବାନୀଙ୍କ ପାଇଁ ପ୍ରତିବନ୍ଧକ ସାଜିଛନ୍ତି ଦୁଇ ଭାଇ

ନୂଆଦିଲ୍ଲୀ: ବ୍ରିଟିଶ କମ୍ପାନୀ ବୁଟ୍ସ କାରବାର ପାଇଁ ପ୍ରାୟ ୬୫,୮୬୫ କୋଟି ଟଙ୍କା (୮.୫ ବିଲିୟନ ଡଲାର)ର ମୂଲ୍ୟ ରଖାଯାଇଛି। ଏହି ଡିଲ୍‌ ଦୁନିଆର ସବୁଠୁ...

ଅର୍ଥନୀତିରେ ଆସିବ ଦ୍ରୁତ ପରିବର୍ତ୍ତନ: ଶିଳ୍ପ ଜଗତ

ନୂଆଦିଲ୍ଲୀ,୩୧। ୫- ନୂଆ ସରକାରଙ୍କୁ ନେଇ ଦେଶର ଶିଳ୍ପ ଜଗତ ବେଶ ଆଶାବାଦୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ଅର୍ଥନୀତିରେ ଦ୍ରୁତ ପରିବର୍ତ୍ତନ...

ୟୁବିଆଇର ବାର୍ଷିକ ସାଧାରଣ ବୈଠକ: ରିଟେଲ,କୃଷି,ଏମ୍‌ଏସ୍‌ଏମ୍‌ଇ ଋଣକୁ ୟୁବିଆଇର ଫୋକସ

କଲିକତା,୨୯-୬ – ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ) ପକ୍ଷରୁ ଏହାର ୧୦ମ ବାର୍ଷିକ ସାଧାରଣ ବୈଠକ କଲିକତାଠାରେ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ...

Advertisement
Archives

Model This Week