ନିଦ୍ରା ହେଲା ଶେଷନିଦ୍ରା: ଟ୍ରେନ୍‌ ଦୁର୍ଘଟଣାରେ ୧୫ ମୃତ; ୬୦ ଆହତ

ଢ଼ାକା,୧୨।୧୧: ବାଂଲାଦେଶରେ ମଙ୍ଗଳବାର ଭୋର୍‌ ୩ଟାରେ ଏକ ଟ୍ରେନ୍‌ ଦୁର୍ଘଟଣାରେ ୧୫ରୁ ଅଧିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦେଶର ପୂର୍ବ ଅଞ୍ଚଳରେ ଥିବା କସ୍ବା ନଗରର ମଣ୍ଡୋଲଭାଗ ଷ୍ଟେଶନ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଢ଼ାକାରୁ ଚିଟାଗଙ୍ଗ ଆସୁଥିବା ଟ୍ରେନ୍‌ ଅନ୍ୟ ଏକ ଟ୍ରେନ୍‌କୁ ଧକ୍କାଦେଇଥିଲା। ଏହି ସମୟରେ ଯାତ୍ରୀମାନେ ଶୋଇଥିବା କୁହାଯାଉଛି। ବହୁ ବଗି ଚେପା ହୋଇଯାଇଥିବାରୁ ଏଥିରୁ ଯାତ୍ରୀଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇଥିଲା। କଟର ମେସିନ୍‌ ଦ୍ୱାରା ବଗି କଟାଯାଇ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ଏହାର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୂଟନୈତିକ ସମାବେଶ ସ୍ଥଗିତ ରଖିଲେ ମହାରାଣୀ ଏଲିଜାବେଥ୍‌

ଲଣ୍ଡନ,୨୮।୨: ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଯୋଗୁ ବହିର୍ବ୍ୟାପାର କାର୍ଯ୍ୟାଳୟର ସୁପାରିସ୍‌ କ୍ରମେ ବ୍ରିଟେନ୍‌ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଆସନ୍ତା ସପ୍ତାହରେ ହେବାକୁ ଥିବା କୂଟନୈତିକ ସମାବେଶକୁ...

କୁଖ୍ୟାତ ଆତଙ୍କବାଦୀଙ୍କୁ କଳା ତାଲିକାଭୁକ୍ତ କରିବା ପ୍ରସ୍ତାବକୁ ବାଧା ଦେବା ଅତ୍ୟନ୍ତ ବିପଜ୍ଜନକ, ଜାତିସଂଘ ବୈଠକରେ ଚାଇନାକୁ କହିଲା ଭାରତ…

ଜେନେଭା, ୧୦।୮ : ଚାଇନାର ଅଧ୍ୟକ୍ଷତାରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକରେ ଭାରତ କହିଛି ଯେ ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ...

ଆର୍ଜେଣ୍ଟିନାରେ ଗର୍ଭପାତକୁ ଅନୁମତି

ବୁଏନ୍ସ ଏରିସ୍‌, ୩୧ା୧୨: ପ୍ରସବ ପାଇଁ ଇଚ୍ଛା କରୁ ନ ଥିବା ମହିଳା ଗର୍ଭପାତ କରାଇଲେ ତାହା ଆଇନସମ୍ମତ। ଏ ସଂକ୍ରାନ୍ତ ବିଲ୍‌ ଆର୍ଜେଣ୍ଟିନା ସିନେଟ୍‌ରେ...

୧୦୦ ତାଲିବାନ୍‌ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

କାବୁଲ,୩।୬: ସୁରକ୍ଷାକର୍ମୀଙ୍କ ସହିତ ମୁହାଁମୁହିଁ ହେବା ପରେ ଆଫଗାନିସ୍ତାନରେ ୧୦୦ ତାଲିବାନ୍‌ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏହି ଘଟଣାରେ ୫୦ ଜଣ ଆତଙ୍କବାଦୀ ଆହତ ହୋଇଥିବା...

ଚେତାବନୀକୁ ବେଖାତିର: ଏକଛତ୍ରବାଦୀ ଶାସକ କିମ୍‌ ପୁଣି କଲେ କ୍ଷେପଣାସ୍ତ୍ର ପରୀକ୍ଷଣ

ସିଓଲ୍‌,୨୫।୭: ଅନ୍ତର୍ଜାତୀୟ ଚେତାବନୀକୁ ବେଖାତିର କରିଛି ଉତ୍ତର କୋରିଆ। ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଗୁରୁବାର ପୁଣି ୨ଟି ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ...

୬ ଜଣଙ୍କୁ ମୃତ୍ୟୁ ଦଣ୍ଡ

ଲାହୋର,୧୯ା୪: ଧର୍ମନିନ୍ଦା ଅଭିଯୋଗରେ ପାକିସ୍ତାନରେ ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ହତ୍ୟା ମାମଲାରେ ଲାହୋରସ୍ଥିତ ଏକ ଆତଙ୍କବାଦୀ ନିରୋଧୀ କୋର୍ଟ ସୋମବାର ୬ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ...

ତାଲିବାନକୁ ବଡ଼ ଝଟ୍‌କା, ଦେଶ ଛାଡ଼ିବା ପୂର୍ବରୁ ବିମାନ-ରକେଟ ଡିଫେନ୍ସ୍‌ ସିଷ୍ଟମ୍‌ ଅକାମୀ କଲା ଆମେରିକା…

କାବୁଲ/ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଏହା ପୂର୍ବରୁ ସୈନ୍ୟବାହିନୀ ଆଫଗାନିସ୍ତାନରେ ଥିବା ଆମେରିକାର ବହୁ ବିମାନ ଏବଂ ରକେଟ ଡିଫେନ୍ସ୍‌ ସିଷ୍ଟମ୍‌କୁ...

ମହାକାଶ ପାଲଟୁଛି ଅଳିଆ ଗଦା, ବିଶେଷଜ୍ଞଙ୍କ ଚେତାବନୀ…

ଓ୍ବାଶିଂଟନ, ୨୩।୧ : କମର୍ସିଆଲ ସ୍ପେସ୍‌ ଇଣ୍ଡଷ୍ଟ୍ରିର ବିକାଶ ଧାରା ଜାରି ରହିଛି। ଏହା ଯୋଗୁ ମହାକାଶ ଏବେ ଅଳିଆ ଗଦା ପାଲଟିବା ଆରମ୍ଭ କରିଛି।...

Advertisement
Archives

Model This Week