Posted inଫୁରସତ

ନିଜ ମୃତ୍ୟୁ ପ୍ରମାଣପତ୍ର ନେଇ ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଲେ ଯୁବକ

ହାପୁଡ: କୁହାଯାଏ ପେଟ ପାଇଁ ସବୁ ନାଟ। ଏଭଳି ଏକ ନାଟ ଦେଖିବାକୁ ମିଳଛି ଉତ୍ତରପ୍ରଦେଶ ହାପୁଡ଼ ଜିଲାରେ । ବଡ଼ଭାଇଙ୍କ ନାଁରେ ସାନ ଭାଇ ଚାକିରି କରିବା ଓ ସାନଭାଇର ମୃତ୍ୟୁ ପରେ ବଡ଼ଭାଇଙ୍କ ମୃତ୍ୟୁ ପ୍ରମାଣପତ୍ର ମାଧ୍ୟମରେ କ୍ଷତିପୂରଣ ପାଇବା ପାଇଁ ଦାବି କରାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୋତବାଲି ଅଞ୍ଚଳରେ ମୋହଲ୍ଲା ଗାନ୍ଧୀ ବିହାରରେ ସପରିବାର ରହନ୍ତି ଅନୁଜ ଶର୍ମା। ତାଙ୍କ ସାନଭାଇ ରାହୁଲ। ଅନୁଜଙ୍କର ସବୁ ଶିକ୍ଷାଗତ ପ୍ରମାଣପତ୍ର ନେଇ ତାଙ୍କ ନାମରେ ରାହୁଲ ହୋମଗାର୍ଡରେ ଚାକିରି କରିଥିଲେ। ଚାକିରିର ସବୁ କାଗଜପତ୍ରରେ ରାହୁଲ କିନ୍ତୁ ତାଙ୍କ ସ୍ତ୍ରୀଙ୍କ ନାମ ରଖିଥିଲେ। ୮ ଏପ୍ରିଲ , ୨୦୧୮ରେ ମେରଠ ରୋଡ୍‌ରେ କାର୍ଯ୍ୟରତ ରାହୁଲଙ୍କର ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହେବାପରେ ତାଙ୍କ ପରିବାର ଥାନାରେ ଏକ କେସ୍‌ ଦାଏର କରିଥିଲେ। ସେଥିରେ ପରିବାରର ଲୋକେ ମୃତକଙ୍କ ନାମ ରାହୁଲ ବଦଳରେ ଅନୁଜ ବୋଲି ଉଲ୍ଲେଖ କରିଥିଲେ। କାଗଜ ପତ୍ରରେ ଅନୁଜଙ୍କୁ ମୃତକ ବୋଲି ଦର୍ଶାଯିବା ପରେ ରାହୁଲଙ୍କ ସ୍ତ୍ରୀ କ୍ଷତିପୂରଣ ବାବଦ ଅର୍ଥ ହଡପ କରିବା ସକାଶେ ବାପଘର ପରାମର୍ଶରେଜୀବିତ ଦେଡ଼ଶୁର ଅନୁଜଙ୍କ ନାମରେ ଅନ୍‌ଲାଇନ ଜରିଆରେ ଜାଲ୍‌ ମୃତ୍ୟୁ ପ୍ରମାଣ ପତ୍ର ଯୋଗାଡ କରିଥିଲେ। ପରେ ସେ ଏହାକୁ ନେଇ ଜିଲା ହୋମଗାର୍ଡ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟରେ ଟଙ୍କା ପାଇବାକୁ ଦାବି କରିବା ପରେ ଅନୁଜ ପୋଲିସ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ସବୁ ଜଣାଇଦେଇଛନ୍ତି। ଏହାପରେ ଘଟଣାର ରହସ୍ୟ ପଦାକୁ ଆସିବା ପରେ ଏହା ଉପରେ ତଦନ୍ତ ଲାଗି ଏକ କମିଟି ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୦।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ଏନକ୍ଲୋଜର୍ ଭିତରକୁ ପଶିଗଲେ ବ୍ୟକ୍ତି, ଝୁଣି ଖାଇଲା ରକ୍ତମୁଖା ବାଘ, ପୂରା ଘଟଣା ଜାଣିଲେ…

ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍‌ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।…

ଶୁକ୍ର-ମଙ୍ଗଳଙ୍କ ଯୋଗରେ ବଡ଼ ପରିବର୍ତ୍ତନ! ମେଷ, ମକର ସମେତ ୪ ରାଶିଙ୍କର ହେବ ଧନହାନି, ପାଖରୁ ପଳାଇବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ତୁଳା ରାଶିରେ ଏବଂ ମଙ୍ଗଳ ଗ୍ରହ କର୍କଟ ରାଶିରେ ଅବସ୍ଥାନ କରୁଛନ୍ତି। ଶୁକ୍ରଙ୍କୁ ଧନ, ସୁଖ-ସୁବିଧା ଓ ସମ୍ପର୍କର…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?