Posted inଜାତୀୟ

ନିଜ ମନ୍ତ୍ରୀଙ୍କଠାରୁ ହାରିଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୪ା୧୨: ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡବାସୀ ଭାଜପାକୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମଧ୍ୟ ନିଜ ଆସନରେ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି। ଜାମସେଦପୁର ଇଷ୍ଟ୍‌ ନିର୍ବାଚନମଣ୍ଡଳୀରେ ୧୯୯୫ରୁ ଲଗାତର ଜିତିଆସୁଥିବା ରଘୁବର ଏଠି ପ୍ରଥମଥର ପାଇଁ ହାରିଯାଇଛନ୍ତି। ତାଙ୍କ କ୍ୟାବିନେଟର ପୂର୍ବତନ ଖାଦ୍ୟମନ୍ତ୍ରୀ ସରଜୁ ରାୟଙ୍କୁ ଭାଜପା ଟିକେଟ ମିଳି ନ ଥିଲା। ଫଳରେ ସେ ରଘୁବରଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। ଏହି ଆସନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆମତ୍ସମ୍ମାନର ପ୍ରଶ୍ନ ପାଲଟିଥିବାବେଳେ ସରଜୁଙ୍କୁ ଜେଏମ୍‌ଏମ୍‌ ଏବଂ ଭାଜପାର ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ) ସମର୍ଥନ କରିଥିଲେ। ସରଜୁ ନିର୍ବାଚନରେ ରଘୁବରଙ୍କ ବିରୋଧରେ ଦୁର୍ନୀତିକୁ ବଡ଼ ପ୍ରସଙ୍ଗ କରିଥିଲେ। ଏପରି କି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଏହାକୁ ନେଇ ଫେରାଦ ହୋଇଥିଲେ। ସରଜୁ ଏହାପୂର୍ବରୁ ଲାଲୁ ଯାଦବ ଓ ମଧୁ କୋଡ଼ାଙ୍କ ବିରୋଧରେ ମଧ୍ୟ ଦୁର୍ନୀତି ଅଭିଯୋଗ ଆଣି ଚର୍ଚ୍ଚାରେ ରହିଥିଲେ। ରଘୁବରଙ୍କ ସହ ତାଙ୍କ କ୍ୟାବିନେଟର ୪ ମନ୍ତ୍ରୀ ଓ ଭାଜପା ରାଜ୍ୟ ସଭାପତି ମଧ୍ୟ ନିର୍ବାଚନରେ ପରାଜୟ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ଆଇଏସ୍‌ ଆତଙ୍କବାଦୀ ନିହତ

କରାଚୀ, ୫ା୯(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ଅନ୍ତର୍ଗତ କ୍ୱେଟ୍ଟାରେ ବୁଧବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ମହିଳାଙ୍କ ସମେତ ୬ ଆଇଏସ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ଅପରେଶନରେ ଜଣେ...

ନିର୍ଭୟା ଦୋଷୀଙ୍କୁ ମିଳିଲା ଆଉ ମାସେ ସମୟ: ୨୪ ଜାନୁୟାରୀରେ ହେବ ଶୁଣାଣି

ନୂଆଦିଲ୍ଲୀ,୧୯।୧୨: ନିର୍ଭୟା ମାମଲାର ଦୋଷୀ ପଓ୍ବନ କୁମାର ଗୁପ୍ତାଙ୍କ ଦ୍ୱାରା କରାଯାଇଥିବା ଆବେଦନର ଶୁଣାଣିକୁ ଗୁରୁବାର ଦିଲ୍ଲୀ ହାଇକୋର୍ଟ ଆସନ୍ତା ଜାନୁୟାରୀ ୨୪କୁ ଘୁଞ୍ଚାଇ ଦେଇଛନ୍ତି।...

ବାଚସ୍ପତି-ଉପବାଚସ୍ପତିଙ୍କ ଅନୁପସ୍ଥିତିରେ ମହିଳା ବିଧାୟକ କରିବେ ଗୃହ ପରିଚାଳନା…

ଥିରୁଭାନନ୍ତପୁରମ୍‌,୫।୧୨ : କେରଳ ବିଧାନସଭାରେ ଏକ ନୂତନ ତଥା ଐତିହାସିକ ପଦକ୍ଷେପ ନିଆଯାଉଛି। ଗୃହ ଇତିହାସରେ ପ୍ରଥମ ଥର ପାଇଁ ବାଚସ୍ପତି ଏବଂ ଡେପୁଟି ବାଚସ୍ପତିଙ୍କ...

ଖୋଲିପାରେ ସିନେମା ହଲ୍‌

ନୂଆଦିଲ୍ଲୀ,୨୯।୯: ଦେଶବ୍ୟାପୀ ଅନ୍‌ଲକ୍‌ ୪.୦ ସେପ୍ଟେମ୍ବର ୩୦ରେ ଶେଷ ହେଉଛି। ଅକ୍ଟୋବର ୧ରୁ ଅନ୍‌ଲକ୍‌ ୫.୦ ଆରମ୍ଭ ହେବ। ଆର୍ଥିକ କାର୍ଯ୍ୟକଳାପକୁ ସ୍ବାଭାବିକ କରିବା ଲାଗି...

ସମ୍ପତ୍ତି ବାଜ୍ୟାପ୍ତି ନୋଟିସ ପରେ ଭାଗ୍ୟ ବଦଳାଇଲା ଲଟେରି

ଥିରୁଭାନନ୍ତପୁରମ, ୧୫।୧୦: ଭାଗ୍ୟ ବଦଳିବା ପାଇଁ ବେଶି ସମୟ ଲାଗେ ନାହିଁ। କିନ୍ତୁ ଏଥିଲାଗି ଧୈର୍ଯ୍ୟର ଆବଶ୍ୟକତା ରହିଥାଏ। ଭାଗ୍ୟର ବିପର୍ଯ୍ୟୟ ବେଳେ ଲୋକଙ୍କୁ ଦୁଃଖର...

ଯିଏ ଯିବ ଯାଅ: ଭାଜପାମୁହାଁ ନେତାଙ୍କୁ ମମତାଙ୍କ ଜବାବ

ପ୍ରଥମେ ମୁକୁଲ ରାୟ, ଏବେ ଶୁଭେନ୍ଦୁ ଅଧିକାରୀ ଓ ଆଗକୁ ଅନେକ। ପଶ୍ଚିମବଙ୍ଗରେ ଏପରି ଭାବେ ଜଣେ ପରେ ଜଣେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା...

‘କଂଗ୍ରେସକୁ କେହି ହରାଇପାରିବେ ନାହିଁ, ଦଳ ନିଜକୁ ହିଁ ନିଜେ ହରାଇପାରିବ’

ଚଣ୍ଡିଗଡ,୩୦।୧: ପଞ୍ଜାବରେ ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ଦଳର ନେତାଙ୍କ ମଧ୍ୟ ଆରୋପ-ପ୍ରତ୍ୟାରୋପ ଲମ୍ବିବାରେ ଲାଗିଛି। ଶିରୋମଣି ଅକାଳୀ ଦଳର ବିଧାୟକ ବିକ୍ରମ ମାଜିଠିଆ ଏବଂ...

ମହାତ୍ମା ଗାନ୍ଧୀଙ୍କୁ ନେଇ ଧର୍ମଗୁରୁ କାଳିଚରଣଙ୍କ ବିବାଦୀୟ ବୟାନ

ରାୟପୁର,୨୭ ।୧୨: ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ‘ଧର୍ମ ସଂସଦ’ ଆୟୋଜନ କରାଯାଉଛି । ଏବେ ସେସବୁ ସ୍ଥାନରୁ କିଛି ବିବାଦୀୟ ବୟାନ ସାମ୍ନାକୁ ଆସିଛି...

Advertisement
Archives

Model This Week