Posted inଫୁରସତ

ନିଆରା ମଣିଷ, ଟ୍ରାଫିକ୍‌ରେ ଛିଡା ହୋଇ ଜନହିତକର ସନ୍ଦେଶ ବାଣ୍ଟୁଛନ୍ତି କ୍ରିଷ୍ଣା

ଆଜିର ଜଞ୍ଜାଳମୟ ଜୀବନ ଭିତରେ ମଣିଷ ଏବେ ସ୍ବାର୍ଥପର ହୋଇଯାଇଛି। ନିଜ କଥା ବ୍ୟତୀତ ଆଉ କାହା ବିଷୟରେ ଚିନ୍ତା କରିବାକୁ ତା’ପାଖରେ ସମୟ ନାହଁି। କିନ୍ତୁ ଏଭଳି ଭିଡ଼ ଭିତରେ କିଛି ମଣିଷ ଥାନ୍ତି, ଯେଉଁମାନେ ଅନ୍ୟର ସୁଖଦୁଃଖ, ବିପଦଆପଦରେ ଛିଡ଼ାହେବା ସହ ନିଜ ଜୀବନକୁ ଉତ୍ସର୍ଗ କରିଦିଅନ୍ତି। ସେମାନଙ୍କୁ କୁହାଯାଏ ରିୟଲ୍‌ ହିରୋ। ଆଉ ଏହି ରିୟଲ୍‌ ହିରୋ ମଧ୍ୟରୁ ଅନ୍ୟତମ ହେଉଛନ୍ତି କ୍ରିଷ୍ଣା ଦାସ। ଦୀର୍ଘବର୍ଷ ହେବ ସେ ମୁମ୍ବାଇର ବ୍ୟସ୍ତବହୁଳ ଜୁହୁ ସର୍କଲ ସିଗ୍‌ନାଲରେ ନିଆରା ସାଧନା କରୁଛନ୍ତି। ଖରା ହେଉ କି ବର୍ଷା କ୍ରିଷ୍ଣା ହାତରେ ପୋଷ୍ଟର ଧରି ଛିଡ଼ା ହୋଇଥାନ୍ତି। ଏଥିରେ ମାନବତା ସହ ଜଡ଼ିତ କିଛି ନା କିଛି ସନ୍ଦେଶ ରହିଥାଏ। ଅସହିଷ୍ଣୁତା ବଢୁଥିବା ବର୍ତ୍ତମାନ ସମୟରେ ତାଙ୍କ ଦ୍ୱାରା ଯେଉଁ ସନ୍ଦେଶ ଲୋକଙ୍କୁ ମିଳିଥାଏ ତା’ର ଗଭୀର ପ୍ରାସଙ୍ଗିକତା ରହିଛି। ଏହାକୁ ପଢ଼ି ଅନେକ ଲୋକ ନିଜକୁ ବଦଳାଉଥିବାର ନଜରକୁ ଆସିଲାଣି। ତାଙ୍କ ସନ୍ଦେଶ ମଧ୍ୟରୁ ଗୋଟିଏ ହେଲା ‘ନିଜ ଧର୍ମ ପାଳନ କର, ସମସ୍ତଙ୍କୁ ଭଲପାଅ’। ଏଥିପାଇଁ ସେ କାହାରିଠୁ ଆର୍ଥିକ ସାହାଯ୍ୟ ମଧ୍ୟ ନିଅନ୍ତି ନାହଁି। ସନ୍ଦେଶ ପ୍ରେରଣକୁ ଜୀବନର ଏକ ମୁଖ୍ୟ ଦାୟିତ୍ୱ ବୋଲି ସେ ଧରିନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ପାଇଁ ଦୀପାବଳିରେ କିଣନ୍ତୁ ଏସବୁ ଆସବାବପତ୍ର…

ଆଲୋକର ପର୍ବ ଦୀପାବଳିରେ ଘରକୁ ନୂଆ ଜିନିଷ କିଣି ଆଣିବାକୁ କେତେକ ସୌଭାଗ୍ୟ ବର୍ଦ୍ଧକ ବୋଲି ମନେ କରିଥାନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘର ଓ...

୧୦ ହଜାର ଟଙ୍କାର ବାଜି ଜିତିବା ପାଇଁ ଏମିତି ପଦକ୍ଷେପ ନେଲେ ଯୁବକ

ଲକ୍ଷ୍ନୌ,୧୮।୧୦: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଟି ଭିନ୍ନ ଟ୍ରାକ୍ଟର ଡ୍ରାଇଭର ଏକ ଉଚ୍ଚ କାଦୁଅ ଗଦା ଉପରେ ଟ୍ରାକ୍ଟର ଚଢାଇବା...

ବାହାଘର ଦିନ ସ୍ବାମୀଠାରୁ ୮୦ ହଜାର ଟଙ୍କା ଲୁଟି ଫେରାର୍‌ ହୋଇଥିବା କନ୍ୟା ୯ ମାସ ପରେ…

ଉଜ୍ଜୟୀନ, ୨୬।୯: ମଧ୍ୟପ୍ରଦେଶର ଉଜ୍ଜୟୀନିରୁ ଏକ ରୋଚକ ଖବର ସାମ୍ନାକୁ ଆସିଛି। ବାହାଘର ଗୋଟିଏ ଦିନ ଫେରାର୍‌ ହୋଇଯାଇଥିବା ଲୁଟେରା କନ୍ୟା ୯ ମାସ ପରେ...

ହାଓଡା ବ୍ରିଜ୍‌

ଅନେକ ଭାଷାଭାଷୀର ଚଳଚ୍ଚିତ୍ରରେ ଆପଣମାନେ ହାଓଡ଼ା ବ୍ରିଜ୍‌ର ଚିତ୍ର ଦେଖିଥିବେ ନିଶ୍ଚିତ। କଲିକତା ସହରରେ ରହିଥିବା ଏହି ବ୍ରିଜ୍‌ର ଆଶ୍ଚର୍ଯ୍ୟଜନକ ନିର୍ମାଣ ଶୈଳୀ କେବଳ ଆମ...

ବିଶ୍ୱର ସବୁଠୁ ସୁନ୍ଦରୀ ରାଣୀ, ତାଙ୍କ ରହସ୍ୟମୟ ଜୀବନ ସମ୍ପର୍କରେ ଜାଣନ୍ତୁ…

ଇତିହାସରେ ଅନେକ ରାଣୀଙ୍କ ବିଷୟରେ ଶୁଣିଥିବେ। ମାତ୍ର ବିଶ୍ୱରେ ଏମିତି ଜଣେ ରାଣୀ ଅଛନ୍ତି, ଯେକି ଖୁବ୍‌ ସୁନ୍ଦର। ତାଙ୍କୁ କେବଳ ସୁନ୍ଦରୀ ଭାବରେ ଗଣନା...

ସୋସିଆଲ ମିଡିଆରେ ଏମିତି ଦୁଃଖଭରା ବାର୍ତ୍ତା ଲେଖିଲେ ଏହି ବ୍ୟକ୍ତି, ସହାୟତା ପାଇଁ ଆଗେଇ ଆସିଲେ ଲକ୍ଷାଧିକ ଲୋକ

ଲଣ୍ଡନ,୧୯ା୧୦: କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇଛନ୍ତି। ଅନେକ ଲୋକ ଦୀର୍ଘମାସ ଧରି ବେକାର ଅଛନ୍ତି ଏବଂ ନୂତନ...

ଅଧରାତିରେ ସୂର୍ଯ୍ୟ ଉଦୟ ଦେଖି ହତବାକ୍‌ ହୋଇଯାଇଥିଲେ ଏହି ପରିବାର

ଲଣ୍ଡନ ଲଡସ୍‌ରେ ଜୁଲାଇ ୧୪ରେ ହେବାକୁ ଥିବା ଓ୍ବାଲର୍‌ଡ କପ୍‌ର ଫାଇନାଲ ମ୍ୟାଚ୍‌ ଦେଖିବା ପାଇଁ ଗୋଟିଏ ପରିବାରର ୬ଜଣ ସଦସ୍ୟ ସଡ଼କ ପଥ ଦେଇ...

ପଣସ ଦ୍ୱାରା ଚାର୍ଜ ହେବ ମୋବାଇଲ ବ୍ୟାଟେରୀ

ସିଡ୍‌ନୀ,୯।୩: ୟୁନିଭର୍ସିଟି ଅଫ୍‌ ସିଡ୍‌ନୀର ବିଶେଷଜ୍ଞଙ୍କ ଦ୍ୱାରା ଜର୍ନାଲ ଅଫ୍‌ ଏନର୍ଜି ଷ୍ଟୋରେଜରେ ପ୍ରକାଶିତ ଏକ ତଥ୍ୟରୁ ଜଣାପଡିଛି ଯେ ଏବେ ପଣସ ଓ ଦୁରିଆନ...


Coronavirus Update

Archives

Model This Week

Why Dharitri