ନାଳରେ ଭାସି ଯାଇଥିଲେ ବୃଦ୍ଧା : ୨୦ ଘଣ୍ଟା ପରେ ମୃତଦେହ ଉଦ୍ଧାର

ଝରିଗାଁ,୭।୯(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧାମନାଗୁଡ଼ା ପଞ୍ଚାୟତ ଏକମ୍ବା ଗ୍ରାମର ଜଣେ ବୃଦ୍ଧା ନାଳ ପାରି ହେବା ସମୟରେ ଭାସି ଯାଇଥିଲେ। ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଏକମ୍ବା ଗ୍ରାମର ସନମତି ଗୌଡ଼(୬୫) ଏବଂ ତାଙ୍କ ଦୁଇ ସମ୍ପର୍କୀୟ ସତାଇ ଭତ୍ରା ଏବଂ ସରା ଗୌଡ଼ କାନାକୋଟ ପଞ୍ଚାୟତ ଲିରାଗୁଡା ଗ୍ରାମରେ ରହୁଥିବା ଝିଅ ଘରକୁ ନାତୁଣୀର ଏକୋଇଶିଆରେ ଯୋଗ ଦେବାକୁ ଯାଇଥିଲେ। ଶୁକ୍ରବାର ଅପରାହ୍ନରେ ଚିତ୍ରାଙ୍ଗି ନାଳ ପାରି ହେଉଥିବା ବେଳେ ସନମତିଙ୍କ ଗୋଡ଼ ଖସିଯିବାରୁ ଭାସି ଯାଇଥିଲେ। ସାଙ୍ଗରେ ଯାଇଥିବା ଅନ୍ୟ ଦୁଇ ମହିଳା ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ଖବରପାଇ ଝରିଗାଁରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲଗାଣ ବର୍ଷା ସାଙ୍ଗକୁ ଅନ୍ଧାର ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ତେବେ ଘଟଣାର ୨୦ ଘଣ୍ଟା ପରେ ଅର୍ଥାତ ଶନିବାର ଅଗ୍ନିଶମ ବିଭାଗର ଡି ସାରକା, ସନ୍ତୋଷ କୁମାର ସ୍ବାଇଁ, ଟଙ୍କଧର ଦୁରିଆ ଏବଂ ମଦନ ମୋହନ ଶବରଙ୍କ ପ୍ରଚେଷ୍ଟାରେ ସନମତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ସୁବିଧାରୁ ବଁଚିତ୍‌ ପରିବାର

ଲୋଇସିଂହା, ୨।୧୧(ଡି.ଏନ.ଏ)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଦୁମଦୁମି ଗଁାର ବୃନ୍ଦାବନ କର୍ମୀ(୬୧)। ସେ ପକ୍ଷାଘାତ ରୋଗ୍‌ରେ ଖଟେ ପଡ଼ିଛନ୍‌। ଇଆଡ଼େ ବଡ଼ଖା ପୁଓର ଅକାଲ...

ଚିଲିକାରେ ଗଣା ହେଲେ ଡଲଫିନ୍‌

ବ୍ରହ୍ମଗିରି,୨୦।୧(ଡି.ଏନ.ଏ): ଚଳିତବର୍ଷ ଚିଲିକାର ବାହ୍ୟନାଳି ଅଞ୍ଚଳରେ ରବିବାର ଡଲ୍‌ଫିନ ଗଣନା କରାଯାଇଛି। ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଡବ୍ଲୁଡବ୍ଲୁଏଫ, ଓୟୁଏଟିର ଫରେଷ୍ଟ ବିଭାଗର ଛାତ୍ର,...

ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ

ଆନନ୍ଦପୁର,୫ା୬(ସ୍ବ.ପ୍ର.): ଆନନ୍ଦପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ଘସିପୁରା ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀ ପବିତ୍ରାନନ୍ଦ ପ୍ରଧାନ,...

ପୁତୁରାଙ୍କୁ ଆକ୍ରମଣ ମାମଲା:ଦାଦାଙ୍କୁ ୬ ବର୍ଷ ଜେଲ୍‌,୧୦ ହଜାର ଜରିମାନା

ଭଦ୍ରକ ଅଫିସ, ୨୨।୬ – ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୁକ୍ରବାର ପୁତୁରାକୁ ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ଦାଦା ବାସୁଦେବପୁର ଥାନା...

କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା: ଧୋଇଗଲା ଡାଇଭର୍ସନ, ଦାରିଙ୍ଗବାଡ଼ି-ଭବାନୀପାଟଣା-ତୁମୁଡ଼ିବନ୍ଧ ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି/କୋଟଗଡ଼,୧୨।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ରବିବାର ସନ୍ଧ୍ୟାରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି । ଫଳରେ ଜିଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ସହ ରାସ୍ତା ଧୋଇଯିବା କାରଣରୁ...

ଅଚଳ ହୋଇପଡ଼ିଛି ପାନୀୟ ଜଳ ପ୍ରକଳ୍ପ

ବେଗୁନିଆ,୫।୪(ଡି.ଏନ୍‌.ଏ.): ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅଧୀନ ଗୋବିନ୍ଦପୁର ଗ୍ରାମରେ ଥିବା ପାନୀୟ ଜଳ...

୮ ଫୁଟ କମ୍ବ ର ଅଜଗର ଉଦ୍ଧାର: ଗ୍ରାମବାସୀ ଭୟଭୀତ

ପାଟଣା,୧୯।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ବିଟ ଫୁଲପାହାଡ଼ି ଗ୍ରାମପଡ଼ିଆରୁ ବୁଧବାର ସକାଳୁ ୮ ଫୁଟ ଲମ୍ବର ଏକ ଅଜଗର ଉଦ୍ଧାର...

ବଡ଼ ଓଡିଆ ମଠ ଦେଲା ଚଉସରା ମାଳ

ପୁରୀ ଅଫିସ, ୧୪ା୧: ନବାଙ୍କରେ ଠାକୁରଙ୍କ ଫୁଲ ମେଲାଣ ହୁଏ। ମହଲକ୍ଷ୍ମୀଙ୍କ ଘରୁ ଆସିଥିବା କୁସୁମ ତଥା ଗେଣ୍ଡୁ ଫୁଲ ଲାଗି ହୋଇଥାଏ। ମହାଲକ୍ଷ୍ମୀଙ୍କ ପକ୍ଷରୁ...

Advertisement
Archives

Model This Week