Posted inଜାତୀୟ

ନାଳରୁ ମିଳିଲା ୩୦୦ରୁ ଊର୍ଦ୍ଧ୍ୱ ଏଟିଏମ କାର୍ଡ

ଜୟପୁର, ୩।୭: ରାଜସ୍ଥାନର ବାରା ଜିଲା ଉବଡା ଅଞ୍ଚଳରେ ଥିବା ଏକ ନାଳରେ ୩୦୦ରୁ ଊର୍ଦ୍ଧ୍ୱ ଏଟିଏମ୍‌ କାର୍ଡ ପଡିଥିବାର ଦେଖିବାକୁ ମିଳିଛି। ତିନିବର୍ଷ ତଳେ ଜନଧନ ଯୋଜନାରେ ବ୍ୟାଙ୍କରେ ଗରିବ ଲୋକଙ୍କ ଖାତା ଖୋଲାଯାଇ ଏଟିଏମ୍‌ କାର୍ଡ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଡ ଗୁଡିକ ସେମାନଙ୍କ ପାଖରେ ନ ପହଞ୍ଚି ନାଳରେ ପଡିଥିବାର ସ୍ଥାନୀୟ ଲୋକେ ଦେଖି ତୁରନ୍ତ ଗ୍ରାମୀଣ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ପରେ ସେମାନେ ଆସି ଏଟିଏମ୍‌ଗୁଡିକୁ ନେଇଥିଲେ। ଏନେଇ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ପଚରା ଯିବାରୁ ସେ କହିଥିଲେ, ଏଟିଏମ୍‌ଗୁଡିକୁ ଲୋକଙ୍କୁ ଦେବାପାଇଁ ପଠାଯାଇଥିଲା। କିନ୍ତୁ ସେଥିମଧ୍ୟରୁ କିଛି ଲୋକଙ୍କୁ ବ୍ୟାଙ୍କ୍‌ ଖାତା ବନ୍ଦ ହୋଇଥିବାବେଳେ ଆଉ କିଛି ବ୍ଲକ୍‌ ହୋଇଯାଇଥିଲା। ଫଳରେ ଏଗୁଡିକ ବଣ୍ଟାଯାଇପାରି ନ ଥିଲା ବୋଲି ସେ କହିଛନ୍ତି। ବନ୍ଦ ଲଫପାରେ ଥିବା ଏହି ଏଟିଏମ କାର୍ଡଗୁଡିକ ନାଳରେ କେମିତି ପଡିଲା ତାହାକୁ ନେଇ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣଧୀନ କୋଠାରେ ଲାଗିଲା ନିଆଁ

ମୁମ୍ବାଇ,୭।୨: ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠାରେ ଅଗ୍ନିକାଣ୍ଡ ଘଟିଛି। ବିଲଡିଂରେ ନିଆଁ ଲାଗିବା ମାତ୍ରେ ଘଟଣାସ୍ଥଳରେ ୫ଟି ଅଗ୍ନିଶମ ଗାଡି ପହଞ୍ଚି...

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଜମ୍ମୁ-କଶ୍ମୀରରେ ପାଟ୍ରୋଲିଂ-ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀନଗର,୨୫।୧: ଜାନୁୟାରୀ ୨୬ରେ ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ନେଇ ଗୋଇନ୍ଦା ବିଭାଗ ପକ୍ଷରୁ ଗୁପ୍ତ ସୂଚନା ମିଳିବା ପରେ ନିୟନ୍ତ୍ରଣ ରେଖା...

କଂଗ୍ରେସ ମୋ କବର ଖୋଳିବାରେ ବ୍ୟସ୍ତ, ମୁଁ ଏକ୍ସପ୍ରେସଓ୍ବେ ଲୋକାର୍ପଣରେ ବ୍ୟସ୍ତ: ପ୍ରଧାନମନ୍ତ୍ରୀ…

ବେଙ୍ଗାଲୁରୁ,୧୨।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେକୁ ଲୋକାର୍ପିତ କରିଛନ୍ତି। ଏହି ଏକ୍ସପ୍ରେସୱେ ୧୧୮ କିଲୋମିଟର ଲମ୍ବ।...

କ୍ୟାନସର୍‌ ରୋଗୀଙ୍କ ପାଇଁ କେଶ ଦାନ କଲେ ମହିଳା ପୋଲିସ ଅଫିସର

ତ୍ରିସୁର,୨୭।୯:କେରଳର ତ୍ରିସୁର ଜିଲାରେ ଜଣେ ପୋଲିସ ଅଫିସର ଅପର୍ଣ୍ଣା ଲଭକୁମାର କ୍ୟାନସର ରୋଗୀଙ୍କ ପାଇଁ ନିଜ କେଶ ଦାନ କରିଦେଇଛନ୍ତି। ଏଭଳି ମହତ୍‌ କାର୍ଯ୍ୟ ପାଇଁ...

ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରେ ଇଡିର ଚଢାଉ

ନୂଆଦିଲ୍ଲୀ,୬ ।୬: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ସୋମବାର ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢାଉ କରାଯାଇଛି । ହୱାଲା କନେକସନକୁ ନେଇ ଜୈନଙ୍କୁ...

ଗୋବର ପରେ ଏବେ ଗୋମୂତ୍ର କିଣିବେ ସରକାର, ଲିଟର ପିଛା ଦାମ ୪ ଟଙ୍କା…

ରାୟପୁର,୧୭।୭ : ଛତିଶଗଡ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି ଯେଉଁଠାରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ସରକାର ଗୋମୂତ୍ର କିଣିବାକୁ ଯାଉଛନ୍ତି। ଗୋମୂତ୍ର କିଣିବା ପାଇଁ...

ସୁପ୍ରିମକୋର୍ଟ ଗଲେ ସୁଶାନ୍ତଙ୍କ ପରିବାର

ନୂଆଦିଲ୍ଲୀ,୩୦।୭: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏବେ ବିହାର ପୋଲିସ ଯାଞ୍ଚ୍‌ ଆରମ୍ଭ କରିଛି। ଏହି ମାମଲାର ସିବିଆଇ ଯାଞ୍ଚ ଦାବିକୁ ନେଇ...

ଯୁବତୀଙ୍କୁ କମେଣ୍ଟ ମାରିବା ପରେ ହାତଧରି ଅଟୋ ଭିତରକୁ ଟାଣି ନେବାକୁ ଉଦ୍ୟମ, ସିସିଟିଭିରେ ରେକର୍ଡ ହେଲା ସମସ୍ତ ଘଟଣା

ମୁମ୍ବାଇ,୧୫ ।୧୦: ମହାରାଷ୍ଟ୍ରର ପୁଣେରେ ଏକ ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଅଟୋ ଚଳାକ ୨୨ ବର୍ଷିୟା ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ...

Advertisement
Archives

Model This Week