ନାଲ୍‌କୋର ରେକର୍ଡ ଉତ୍ପାଦନ

ଭୁବନେଶ୍ୱର, ୩।୪: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ (ନାଲ୍‌କୋ) ୨୦୧୯-୨୦ ଆର୍ଥିକ ବର୍ଷରେ ବକ୍ସାଇଟି ଏବଂ ଆଲୁମିନା ଉତ୍ପାଦନ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି। କମ୍ପାନୀ ୧୦୦%ରୁ ଉର୍ଦ୍ଧ୍ୱ କ୍ଷମତା ଉପଯୋଗକରି ଏହାର ଦାମନଯୋଡି ସ୍ଥିତ ପଞ୍ଚପଟମାଳି ବକ୍ସାଇଟ ମାଇନ୍ସରେ ୭୩.୦୨ ଲକ୍ଷ ମେଟ୍ରିକ ଟନ୍‌ ବକ୍ସାଇଟ ଉତ୍ତୋଳନ କରିପାରିଛି। ସେହିଭଳି ଆଲୁମିନା ପରିଶୋଧନ ପ୍ରକଳ୍ପରେ ୨୧.୬୧ ଲକ୍ଷ ମେଟ୍ରିକ ଟନ୍‌ ସର୍ବକାଳୀନ ରେକର୍ଡ ଉତ୍ପାଦନ କରିବାକୁ ସକ୍ଷମ ହୋଇଥିବା ନାଲ୍‌କୋ ପକ୍ଷରୁ ସୂଚନା ଦିଆଯାଇଛି। ଆଲୁମିନା ରିଫାଇନେରିର ଷ୍ଟିମ ଆଣ୍ଡ ପାଓ୍ବାର ପ୍ଲାଣ୍ଟ ମଧ୍ୟ ସର୍ବକାଳୀନ ରେକର୍ଡ ଉତ୍ପାଦନ କରିପାରିଛି। ନାଲ୍‌କୋର ଅନୁଗୋଳସ୍ଥିତ ସ୍ମେଲଟର ପ୍ଲାଣ୍ଟ ୯୦% କ୍ଷମତା ଉପଯୋଗ କରି ୪.୧୮ ଲକ୍ଷ ମେଟ୍ରିକ ଟନ୍‌ ଆଲୁମିନିୟମ ଉତ୍ପାଦନ କରିଛି। ଏହି ସଫଳତା ଲାଗି କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର କର୍ମଚାରୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ବିଶ୍ୱର ମେଟାଲ ବଜାରରେ ମାନ୍ଦାବସ୍ଥା ରହିଥିବାରୁ ଉତ୍ପାଦନରେ ଖର୍ଚ୍ଚକାଟ ନେଇ ଅଭିନବ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସେ ଆହ୍ବାନ ଦେଇଛନ୍ତି। କୋଭିଡ୍‌-୧୯ ଲାଗି କମ୍ପାନୀ ପକ୍ଷରୁ ବିଭିନ୍ନ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଏସ୍‌ଟିକୁ ୨ ବର୍ଷ;ଉପଲବ୍ଧି ଅନେକ, ବଦଳିନି ଆହ୍ବାନ

ନୂଆଦିଲ୍ଲୀ,୨-୭: ଦୁଇବର୍ଷ ପୂର୍ବେ ଆଜିର ଦିନରେ ଦେଶରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହୋଇଥିଲା। ପରୋକ୍ଷ ଟିକସ କ୍ଷେତ୍ରରେ ଏକାଧିକ ନିୟମକୁ ପ୍ରତ୍ୟାହାର କରାଯାଇ...

ଏବେ ପେଟ୍ରୋଲ,ଡିଜେଲରେ ଜିଏସ୍‌ଟି ସମ୍ଭବ ନୁହେଁ

ମୁମ୍ବାଇ: ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ ଟି) ପରିସରକୁ ଆଣିବା ସମ୍ଭବ ନୁହେଁ। ଏଥିପାଇଁ ୧୦ ବର୍ଷ ସମୟ ଲାଗିଯିବ...

ଆଜିଠାରୁ ୧୯ କୋଇଲା ବ୍ଲକ ନିଲାମ

ନୂଆଦିଲ୍ଲୀ: ସୋମବାରଠାରୁ ୧୯ କୋଇଲା ବ୍ଲକ ନିଲାମ ଆରମ୍ଭ ହେଉଛି। ବାଣିିଜି୍ୟକ ଖଣି ଅଧୀନରେ ଏହି ନିଲାମ ପ୍ରକ୍ରିୟା ସମ୍ପାଦନ ହେବ। ଏହି ବର୍ଗରେ ଏହା...

ଭୋଡାଫୋନ ଟିକସ ମାମଲାରେ ସରକାରଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଭୋଡାଫୋନ ପିଏଲ୍‌ସି ଟିକସ ମାମଲାରେ ଅନ୍ତର୍ଜାତୀୟ ମଧ୍ୟସ୍ଥତା କୋର୍ଟ ଦେଇଥିବା ରାୟକୁ ଭାରତ ସରକାର ସିଙ୍ଗାପୁରରେ ଚ୍ୟାଲେଞ୍ଜ କରିଛନ୍ତି। ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ...

ଜିଏସ୍‌ଟି କ୍ଷତିପୂରଣ ଦେବ କେନ୍ଦ୍ର

ନୂଆଦିଲ୍ଲୀ,୨୦।୯: ସାମଗ୍ରୀ ଓ ସେବା ଟିକସ( ଜିଏସ୍‌ଟି) କ୍ଷତିପୂରଣ ପ୍ରଦାନ ନେଇ କେନ୍ଦ୍ରର ଉତ୍ତରଦାୟିତ୍ୱ ରହିଛି। ଏହାକୁ ସରକାର ଅଗ୍ରାହ୍ୟ କରିନାହାନ୍ତି। ଏ ପ୍ରସଙ୍ଗରେ ଜିଏସ୍‌ଟି...

କର୍ପୋରେଟ ଟିକସ ହ୍ରାସ; ଶୀର୍ଷ ୧୦୦୦ କମ୍ପାନୀଙ୍କୁ ହେବ ୩୭ ହଜାର କୋଟିର ଫାଇଦା

ନୂଆଦିଲ୍ଲୀ,୨୩-୯: ସରକାରଙ୍କ ପକ୍ଷରୁ କର୍ପୋରେଟ ଟିକସ ହ୍ରାସ ଘୋଷଣା କରାଯିବା ଦ୍ୱାରା ତାଲିକାଭୁକ୍ତ ଶୀର୍ଷ ୧ ହଜାର କମ୍ପାନୀଙ୍କୁ ପ୍ରାୟ ୩୭ ହଜାର କୋଟି ଟଙ୍କାର...

ଆଇଟି ଶିଳ୍ପରେ ୨ ଲକ୍ଷ କର୍ମଚାରୀଙ୍କ ଛଟେଇ ଆଶଙ୍କା

ନୂଆଦିଲ୍ଲୀ,୨୭-୧୧: ଦେଶର ଆଇଟି ଶିଳ୍ପରେ ଛଟେଇ ଧାରା ବନ୍ଦ ହେବାର ନାଁ ଧରୁନାହିଁ। ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ଆଇଟି ଶିଳ୍ପରେ ୧ ରୁ ୨...

ଭାରତ ହାରିଲା କେୟର୍ନ ଟିକସ ମାମଲା

ନୂଆଦିଲ୍ଲୀ,୨୪।୧୨ : ବ୍ରିଟେନର ଶକ୍ତିି କମ୍ପାନୀ କେୟର୍ନ ବିରୋଧରେ ଅନ୍ତର୍ଜାତୀୟ ଆର୍ବିଟ୍ରେଶନ ଟ୍ରିବ୍ୟୁନାଲରେ ଚାଲିଥିବା ଟିକସ ମାମଲାରେ ଭାରତକୁ ମଙ୍ଗଳବାର ବଡ଼ ଝଟ୍‌କା ଲାଗିଛି। ଉକ୍ତ...

Advertisement


Archives

Model This Week