ନାଲ୍‌କୋରେ କୋଇଲା ସଙ୍କଟ: କିଣା ବିଦ୍ୟୁତ୍‌ରେ ଚାଲୁଛି ପ୍ଲାଣ୍ଟ

ବଅଁରପାଳ, ୧୧।୯-ନବରତ୍ନ ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ଏବେ କୋଇଲା ସଙ୍କଟ ଦେଇ ଗତି କରୁଛି। ଏମ୍‌ସିଏଲ୍‌ରୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନ ଥିବାରୁ ନିଜସ୍ବ ବିଦ୍ୟୁତ୍‌ କେନ୍ଦ୍ର (ସିପିପି)ର ୩ଟି ୟୁନିଟ୍‌ ବନ୍ଦ ରହିଛି। ଫଳରେ ଶକ୍ତି ଉତ୍ପାଦନ ହ୍ରାସ ପାଇଛି। ବର୍ତ୍ତମାନ ଉତ୍ପାଦିତ ବିଦ୍ୟୁତ୍‌ ପ୍ଲାଣ୍ଟ ଚଳାଇବାକୁ ପର୍ଯ୍ୟାପ୍ତ ହେଉ ନ ଥିବାରୁ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଚଢ଼ା ଦରରେ ବାହାରୁ ବିଦ୍ୟୁତ୍‌ କିଣୁଥିବା ଜଣାପଡ଼ିଛି। ମଙ୍ଗଳବାର ସୁଦ୍ଧା ୨୧୦ ୟୁନିଟ୍‌ କିଣା ସରିଥିବା ପ୍ଲାଣ୍ଟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
୧୨ ଶହ ମେଗାୱାଟ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ନାଲ୍‌କୋ ନିଜସ୍ବ ବିଦ୍ୟୁତ୍‌ କେନ୍ଦ୍ରରେ ମୋଟ୍‌ ୧୦ଟି ୟୁନିଟ୍‌ ରହିଛି। ଗୋଟିଏ ୟୁନିଟ୍‌ରୁ ୧୨୦ ମେଗାୱାଟ ଶକ୍ତି ଉତ୍ପାଦନ ହୋଇଥାଏ। ମାତ୍ର କୋଇଲା ଅଭାବ ଯୋଗୁ ଏବେ ଉକ୍ତ ୟୁନିଟ୍‌ ଗୁଡ଼ିକରୁ ଆବଶ୍ୟକ ପରିମାଣର ଶକ୍ତି ଉତ୍ପାଦନ ହୋଇପାରୁନାହିଁ। ୩ଟି ୟୁନିଟ୍‌କୁ ବନ୍ଦ ରଖାଯାଇଥିବା ବେଳେ ବାକି ୭ଟିରୁ ୮୪୦ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ ହେବା କଥା। କିନ୍ତୁ ମଙ୍ଗଳବାର ମାତ୍ର ୪୪୩ ମେଗାୱାଟ ଶକ୍ତି ଉତ୍ପାଦନ ହୋଇପାରିଛି। ପ୍ଲାଣ୍ଟରେ ଶକ୍ତି ଉତ୍ପାଦନ ପାଇଁ ଦୈନିକ ୧୫ରୁ ୧୬ ହଜାର ମେଟ୍ରିକ ଟନ୍‌ କୋଇଲା ଆବଶ୍ୟକ ହୋଇଥାଏ। ମାତ୍ର ଏମ୍‌ସିଏଲ୍‌ ଏବେ ଦୈନିକ ୫ରୁ ୬ ହଜାର ମେଟ୍ରିକ ଟନ୍‌ କୋଇଲା ଯୋଗାଣ କରୁଛି। ସେହିପରି ପ୍ଲାଣ୍ଟ ଷ୍ଟକୟାର୍ଡରେ ପ୍ରାୟ ୬ ଲକ୍ଷ ମେଟ୍ରିକ୍‌ ଟନ୍‌ ପରିବର୍ତ୍ତେ ୧ ଲକ୍ଷ ମେଟିକ୍ର ଟନ୍‌ କୋଇଲା ଗଚ୍ଛିତ ରହିଛି। ସେଥିମଧ୍ୟରୁ ବହୁ ପରିମାଣର କୋଇଲା ଜାଳେଣି ଅନୁପଯୋଗୀ। ସିପିପିରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଥିବାରୁ ଏହାର କୁପ୍ରଭାବ ପଟ୍‌ଲାଇନ ଉପରେ ପଡ଼ିବା ସମ୍ଭାବନା ରହିଛି। କାରଣ ପଟ୍‌ଲାଇନରେ ଥିବା ୯୬୦ ପଟ୍‌ରୁ କାର୍ଯ୍ୟକ୍ଷମ ୮୯୦ ପଟ୍‌ ଲୋ ଆମ୍ପିୟରରେ ଚାଲୁଛି। ଏଭଳି ସ୍ଥିତି କିଛି ଦିନ ଲାଗି ରହିଲେ ଅବସ୍ଥା ଦୟନୀୟ ହୋଇପଡ଼ିବ ବୋଲି ଶ୍ରମିକ ମହଲରେ ଆଲୋଚନା ହେଉଛି।
ଏ ସମ୍ପର୍କରେ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ କାର୍ଯ୍ୟକାରୀ ସଭାପତି ବିଭବ ଜେନା କହିଛନ୍ତି, ଏମ୍‌ସିଏଲ୍‌ରୁ ଯୋଗାଣ ହ୍ରାସ ପରେ ସିପିପିରେ କୋଇଲା ସଙ୍କଟ ଦେଖାଦେଇଛି। ବିଦ୍ୟୁତ୍‌ ଉତ୍ପାଦନ କମିଯିବାରୁ କର୍ତ୍ତୃପକ୍ଷ ଚଢ଼ା ଦରରେ ଗ୍ରୀଡ୍‌ରୁ ଶକ୍ତି କିଣୁଛନ୍ତି। ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଦରକାର। ବିଦ୍ୟୁତ୍‌ ମଜଦୁର ସଂଘ ସାଧାରଣ ସମ୍ପାଦକ ମନୋଜ ଅମାନ୍ତ କହିଛନ୍ତି, ଏପରି ସ୍ଥିତିରୁ ବର୍ତ୍ତିବା ପାଇଁ ନାଲ୍‌କୋ ତାହାର ନିଜସ୍ବ କୋଇଲା ଖଣିକୁ କାର୍ଯ୍ୟକାରୀ କରିବା ନିହାତି ଆବଶ୍ୟକ ରହିଛି। ନେସ୍‌ ସାଧାରଣ ସମ୍ପାଦକ ନିର୍ମଳ ସାମଲ କହିଛନ୍ତି, ଆବଶ୍ୟକ ଶକ୍ତି ଅଭାବରୁ ନାଲ୍‌କୋ ପଟ୍‌ ଗୁଡ଼ିକ ଲୋଆମ୍ପିୟରରେ ଚାଲୁଛି। ଜାଣିଶୁଣି ପଟ୍‌ଗୁଡ଼ିକୁ ବନ୍ଦ କରିବା ଏବଂ ନାଲକୋକୁ ଘରୋଇକରଣ ଦିଗରେ କେନ୍ଦ୍ର ସରକାରଙ୍କ ଏହା ଚକ୍ରାନ୍ତ। ନେପୁ ସାଧାରଣ ସମ୍ପାଦକ ମାଙ୍ଗିଲାଲ ସାମଲ କହିଛନ୍ତି, ଏଭଳି ସମସ୍ୟା ସୃଷ୍ଟି କରି ଆହୁରି ଶହେ ପଟ୍‌ ବନ୍ଦ ପାଇଁ ମସୁଧା କରାଯାଉଛି। ନାଲ୍‌କୋକୁ ଘରୋଇକରଣ ପାଇଁ ଏହା ଏକ ଷଡ଼ଯନ୍ତ୍ର। ଅପରପକ୍ଷରେ ଏପରି କୋଇଲା ସଙ୍କଟକୁ ପ୍ଲାଣ୍ଟର ଜଣେ ବରିଷ୍ଠ ଅଧିକାରୀ ସ୍ବୀକାର କରିଛନ୍ତି। କୋଇଲା ସଙ୍କଟ ଓ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଥିବାରୁ ବାହାରୁ ବିଦ୍ୟୁତ୍‌ କିଣାଯାଉଥିବା ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି।

(ଉପେନ୍ଦ୍ର ରାଉତ)


Enter your email to get our daily news in your inbox.

All Right Reserved By Dharitri.Com

କଳା, ସଂସ୍କୃତି ସମସ୍ତଙ୍କୁ ଏକାଠି କରେ

ସୋନପୁର, ୧୦।୧(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ସଂସ୍କୃତି ପରିଷଦ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି ୨୭ ତମ...

ଭୁବନେଶ୍ୱରରୁ ହଟିଲା ଆବଦ୍ଧାଞ୍ଚଳ କଟକଣା

ଭୁବନେଶ୍ୱର, ୨୨ା୪(ବ୍ୟୁରୋ):  ଭୁବନେଶ୍ବରର ସମସ୍ତ କଣ୍ଟେନମେଣ୍ଟ ଜୋନ୍‌ ତଥା ଆବଦ୍ଧାଞ୍ଚଳ ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରୁ ଆବଦ୍ଧାଞ୍ଚଳ କଟକଣା ହଟାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)...

ବିଭିନ୍ନ ଦାବି ନେଇ ମୋଦିସେନା ସେବାସଂଘର ଧାରଣା

ଚାନ୍ଦବାଲି,୮।୭(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଅଧୀନସ୍ଥ ଚାନ୍ଦବାଲି ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୋଦିସେନା ସେବା ସଂଘ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହିକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା

ବାଲେଶ୍ୱର ଅଫିସ, ୯।୪-ବାଲେଶ୍ୱରସ୍ଥିତ ବାଲିଆ ରାମେଶ୍ୱର ମନ୍ଦିର ସମ୍ମୁଖରେ ଥିବା ମେସି ଫର୍ଗୁସନ ଟ୍ରାକ୍ଟର କମ୍ପାନୀର ଜିଲା ଡିଲର ‘ମେସର୍ସ ଲକ୍ଷ୍ମୀରେଖା ଅଟୋମୋବାଇଲ୍ସ’ର ଦୁଇ ବିଜିନେସ୍‌...

ଓଡ଼ିଶାରେ କରୋନା ଟେଷ୍ଟ ଫି’ ୨୨୦୦ ଟଙ୍କା

ଭୁବନେଶ୍ୱର,୩।୭(ବ୍ୟୁରୋ): ଏଣିକି ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ କରାଇପାରିବେ। ଏଥିପାଇଁ ୨୨ଶହ ଟଙ୍କା ଫି’ ଦେବାକୁ ପଡ଼ିବ। ରାଜ୍ୟ ସରକାର ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ସର୍ବାଧିକ...

ରାସ୍ତା ଦୁରାବସ୍ଥା ଯୋଗୁ ବାଟରେ ଫସିଲା, ଖଟିଆରେ ବୋହି ଆମ୍ବୁଲାନ୍ସ ଯାଏ ରୋଗୀଙ୍କୁ ଆଣିଲେ

ମନମୁଣ୍ଡା,୨୮।୯ (ଡି.ଏନ.ଏ.)  ରୋଗୀକୁ ଆଣିବାକୁ ଯାଇଥିବା ଏକ ଆମ୍ବୁଲାନ୍ସ ରାସ୍ତା ଦୁରାବସ୍ଥା ଯୋଗୁ ବାଟରେ ଫସିଗଲା ା ଫଳରେ ରୋଗୀକୁ ସମ୍ପର୍କୀୟମାନେ ଖଟିଆରେ ବୋହି ଆମ୍ବୁଲାନ୍ସ...

କୂଅରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ଘଟଣା: ରାତି ଅଧରେ ବ୍ୟବଚ୍ଛେଦ ଦାବିରେ ସମ୍ପର୍କୀୟଙ୍କ ଡାକ୍ତରଙ୍କୁ ମାଡ଼ ଅଭିଯୋଗ

ପାଟଣା,୧୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧଙ୍କ ମୃତଦେହ ବ୍ୟବ୍ୟଚ୍ଛେଦ ଦାବିରେ ସେମାନଙ୍କ ସମ୍ପର୍କୀୟ ୨ ଡାକ୍ତରଙ୍କୁ ମାଡ଼...

ବିଜୟା ଦଶମୀରେ ନୀଳମାଧବ ଜୀଉଙ୍କୁ ଶଙ୍ଖ, ଚକ୍ର ସମର୍ପଣ

ଖଣ୍ଡପଡା,୧୦।୧୦(ସ୍ବ.ପ୍ର.): ମହିଷାସୁରର ନିଧନ ପାଇଁ ମା’ଦୁର୍ଗାଙ୍କୁ ପ୍ରଦାନ କରାଯାଇଥିବା ଶଙ୍ଖ, ଚକ୍ର ଆୟୁଧ ମଙ୍ଗଳବାର ବିଜୟା ଦଶମୀ ତିଥିରେ କଣ୍ଟିଲୋ ନୀଳମାଧବ ଜୀଉଙ୍କୁ ସମର୍ପଣ କରାଯାଇଛି...

Coronavirus Update


Archives

Model This Week

Why Dharitri