ନାଲ୍‌କୋକୁ ଗୋଲ୍‌ଡେନ ପିକକ ପୁରସ୍କାର

ଭୁବନେଶ୍ୱର,୧୪-୭(ବ୍ୟୁରୋ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ)କୁ ଗୋଲ୍‌ଡେନ ପିକକ ପରିବେଶ ପରିଚାଳନା ପୁରସ୍କାର ମିଳିଛି। ପରିବେଶ ପରିଚାଳନାରେ ବିଶ୍ୱସ୍ତରୀୟ ମାନ୍ୟତା, ଔଦ୍ୟୋଗିକ ବିକାଶ ସହ ନିରନ୍ତର ପ୍ରଗତିକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ୨୦୧୯ ବର୍ଷ ଲାଗି ନାଲ୍‌କୋକୁ ଏଭଳି ପୁରସ୍କାର ମିଳିଛି। ଏକବିଂଶତମ ପରିବେଶ ପରିଚାଳନା ଓ ଜଳବାୟୁ ପରିବର୍ତ୍ତନ ବିଶ୍ୱ କଂଗ୍ରେସ ଅବସରରେ କମ୍ପାନୀ ଏହି ଆଓ୍ବାର୍ଡ ଲାଭ କରିଥିବା ସୂଚନା ଦେଇଛି। କୋରାପୁଟ ଜିଲାର ପଞ୍ଚପଟମାଳି ବକ୍ସାଇଟ ଖଣି ପରିବେଶ ପରିଚାଳନା ଓ ସଂରକ୍ଷଣ କ୍ଷେତ୍ରରେ ଏହାର କାର୍ଯ୍ୟ ସହ ଗୋଷ୍ଠୀ ବିକାଶ ଓ ଅଂଶୀଦାରଙ୍କ ଉନ୍ନତି ଦିଗରେ କମ୍ପାନୀ ନିରନ୍ତର ଭାବେ କାର୍ଯ୍ୟ କରୁଛି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ ବିଚାରକ ମଣ୍ଡଳୀ ନାଲ୍‌କୋକୁ ଉକ୍ତ ପୁରସ୍କାର ପ୍ରଦାନ ଲାଗି ଚୟନ କରିଛନ୍ତି। ୟୁଏଇ ସରକାରଙ୍କ କ୍ୟାବିନେଟ ସଦସ୍ୟ ତଥା ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ମନ୍ତ୍ରୀ ଡ.ଥାନି ବିନ ମହମ୍ମଦଙ୍କଠାରୁ ନାଲ୍‌କୋ ଏହି ପୁରସ୍କାର ଗ୍ରହଣ କରିଛି। ବିଶ୍ୱସ୍ତରରେ ଔଦ୍ୟୋଗିକ ଉତ୍କର୍ଷ ପାଇଁ ଏହି ପୁରସ୍କାର ମାନ୍ୟତା ହାସଲ କରିଛି। ପରିବେଶ ପରିଚାଳନା କ୍ଷେତ୍ରରେ ନିରନ୍ତରତା ବଜାୟ ରଖିବା ଲାଗି ନାଲ୍‌କୋ ପରିବାରକୁ ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଶୁଭେଚ୍ଛା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଓବି ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ସ୍ବାଧୀନତା ଦିବସ

ଭୁବନେଶ୍ୱର,୧୮।୮: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ୭୬ ତମ ସ୍ବାଧୀନତା ଦିବସ ବ୍ୟାଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଆଜି ମୋରାଟୋରିୟମ ମାମଲାର ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମୋରାଟୋରିୟମ ମାମଲାର ଶୁଣାଣି ବୁଧବାର କରିବେ। ଏହି ମାମଲାରେ ଅନେକ ଆବେଦନ ହୋଇଥିବା ବେଳେ ଏହାର ଶୁଣାଣି ବର୍ତ୍ତମାନ ଜାରି ରହିଛି। ଏହି...

ଜେଟ୍‌ ଏୟାରଓ୍ବେଜ୍‌ ପକ୍ଷରୁ ନୂଆ ସିଇଓ ନିଯୁକ୍ତ

ନୂଆଦିଲ୍ଲୀ, ୫ା୩: ଓବେରୟ ହୋଟେଲ୍ସ ଆଣ୍ଡ ରିସର୍ଟର ସଭାପତି ଭାବେ କାର୍ଯ୍ୟରତ ସଞ୍ଜୀବ କପୁରଙ୍କୁ ଜେଟ୍‌ ଏୟାରଓ୍ବେଜ୍‌ର ନୂଆ ସିଇଓ ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ...

ସ୍ବୟଂସହାୟକ ଗୋଷ୍ଠୀରୁ ସଫଳ ଉଦ୍ୟୋଗୀ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ତୃତୀୟ ଦିବସରେ ମିଶନ ଶକ୍ତି ବିଭାଗ ଦ୍ୱାରା ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଶନିବାର ପୂର୍ବାହ୍ନରେ ଏହାର...

ଅଟୋ ଶିଳ୍ପରେ ସ୍ଥିତାବସ୍ଥା ଶୀଘ୍ର ଫେରିବ: ମର୍ସିଡିଜ୍‌ ଏମ୍‌ଡି

ଭୁବନେଶ୍ୱର, ୨୭-୮(ବ୍ୟୁରୋ): ଘରୋଇ ବଜାରର ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ମାନ୍ଦାବସ୍ଥାର ଶିକାର ହୋଇଛି। ଲକଜ୍ୟୁରି କାର ନିର୍ମାଣକାରୀ କମ୍ପାନୀ ମର୍ସିଡିଜ ବେଞ୍ଜ ଇଣ୍ଡିଆ ମଧ୍ୟ ଏହା...

ବିଓଆଇ ପକ୍ଷରୁ ଋଣ ମେଳା

ଭୁବନେଶ୍ୱର,୬।୩: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ନୂଆସନ୍ଥ ଶାଖାଠାରେ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କ ପାଇଁ ଏକ ଋଣ ମେଳାର ଅୟୋଜନ...

ମୁଦ୍ରା ଋଣରେ ବଢୁଛି ଏନ୍‌ପିଏ

ନୂଆଦିଲ୍ଲୀ,୨୭-୧୧: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ପ୍ରଦାନ କରାଯାଉଥିବା ଋଣ ଉପରେ ଏବେ ଅନାଦାୟ ଋଣ (ଏନ୍‌ପିଏ) ବଢୁଛି। ମଙ୍ଗଳବାର ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଡେପୁଟି...

ଭାରତ ମସଲାର ବୃହତ୍‌ ଷ୍ଟଲ୍‌

କଟକ,୯।୧୧: ରାଜ୍ୟର ପ୍ରମୁଖ ମସଲା ଉଦ୍ୟୋଗ ‘ଭାରତ ମସଲା’ର ଏକ ଆକର୍ଷଣୀୟ ଷ୍ଟଲ୍‌ କଟକ ବାଲିଯାତ୍ରା ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କଟକ ଜିଲାପାଳ...

Advertisement
Archives

Model This Week