Posted inଜାତୀୟ

ନାମାଙ୍କନ ଦାଖଲ ପୂର୍ବରୁ ୩୦ଲକ୍ଷ ଜରିମାନା ଦେଲେ ଆଜମଙ୍କ ସ୍ତ୍ରୀ

ରାମପୁର,୧।୧୦: ଉତ୍ତରପ୍ରଦେଶ ରାମପୁରରୁ ସମାଜବାଦୀ ପାର୍ଟି (ଏସ୍‌ପି)ର ଏମ୍‌ପି ଥିବା ଆଜମ ଖାନ୍‌ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏବେ ସେ ନିଜ ପାଇଁ ନୁହେଁ ବରଂ ତାଙ୍କ ସ୍ତ୍ରୀଙ୍କ ଲାଗି ଆସିଛନ୍ତି। ଆଜମଙ୍କ ସ୍ତ୍ରୀ ତଞ୍ଜୀନ ଫାତିମା ନାମାଙ୍କନ ଦାଖଲ କରିବା ପୂର୍ବରୁ ଲକ୍ଷାଧିକ ଟଙ୍କାର ଜରିମାନା ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରାମପୁର ବିଧାନସଭା ଆସନ ପାଇଁ ହେଉଥିବା ଉପନିର୍ବାଚନରେ ଫାତିମା ଆଶାୟୀ ପ୍ରାର୍ଥୀ ରହିଛନ୍ତି। ତେଣୁ ସୋମବାର ଫାତିମା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ହେଲେ ଏହା ପୂର୍ବରୁ ବିଦ୍ୟୁତ୍‌ ଚୋରି ଅଭିଯୋଗରେ ସେ ୩୦ଲକ୍ଷ ଟଙ୍କା ଜରିମାନା ଦେଇଛନ୍ତି। କିଛି ଦିନ ପୂର୍ବରୁ ଆଜମଙ୍କ ହମ୍‌ସଫର ରିସୋର୍ଟରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୫ କିଲୋ ଓ୍ବାଟ୍‌ ମିଟରରେ ପ୍ରାୟ ୩୩ କିଲୋ ଓ୍ବାଟ୍‌ର ଲୋଡ୍‌ ଥିବା ବିଦ୍ୟୁତ୍‌ ବିଭାଗ ଜାଣିବାକୁ ପାଇଥିଲା। ଏହାପରେ ରିସୋର୍ଟର ଲାଇନ୍‌କୁ କାଟି ଦିଆଯିବା ସହ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଫାତିମାଙ୍କ ଉପରେ ବିଦ୍ୟୁତ୍‌ ଚୋରି ଅଧିନିୟମ ଅନୁସାରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ଜିଦ୍‌ ଧରିଲେ ୬୫ ବର୍ଷୀୟ ବ୍ୟକ୍ତି: ଶେଷରେ ବର ବେଶରେ ସଜେଇ ହୋଇ ଜାଣନ୍ତୁ କାହାକୁ କଲେ ବିବାହ

ଆମେଠି,୨୧।୬: ଉତ୍ତରପ୍ରଦେଶର ଆମେଠିରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି। ଜଣେ ୬୫ ବର୍ଷୀୟ ବ୍ୟକ୍ତି ବିବାହ କରିବାକୁ...

ମାନସିକ ଚିନ୍ତାରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ପ୍ରାତଃ ଭ୍ରମଣ ଦ୍ୱାରା ଅସ୍ଥି ଶକ୍ତିଶାଳୀ ହୋଇଥାଏ। ଚାଲିବା ଦ୍ୱାରା କେବଳ ଶାରିରୀକ ନୁହେଁ ବରଂ ମାନସିକ କ୍ଷମତା ମଧ୍ୟ ବୃଦ୍ଧି ହୁଏ। ଏହା ଦ୍ୱାରା...

ଶତ୍ରୁକୁ କଡ଼ା ଜବାବ ଦେବ ତେଜସ୍‌: ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଅସ୍ତ୍ର’ରେ ହେବ ସଜ୍ଜିତ

ନୂଆଦିଲ୍ଲୀ,୨୩।୧୧: ଶତ୍ରୁକୁ କଡ଼ା ଜବାବ ଦେବା ପାଇଁ ଯୁଦ୍ଧ ବିମାନ ତେଜସ୍‌କୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଅସ୍ତ୍ର’ରେ ଖୁବ୍‌ ଶୀଘ୍ର ସଜ୍ଜିତ କରାଯିବ। ଧ୍ୱନିର ଗତିଠାରୁ ୪.୫...

ସୁଶାନ୍ତଙ୍କ ହତ୍ୟା ପଛରେ ଦାଉଦ ଇବ୍ରାହିମ ଗ୍ୟାଙ୍ଗ

ମୁମ୍ବାଇ, ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ। ଇତି ମଧ୍ୟରେ ତାଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ...

ଏହି ରାଜ୍ୟରେ ଶହୀଦଙ୍କ ପରିବାରଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ

ଶିମଲା,୧୧।୧୧: ଶହୀଦଙ୍କ ପରିବାରଙ୍କୁ ଏଣିକି ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ। ଏନେଇ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସୋମବାର ଘୋଷଣା କରିଛନ୍ତି। ଏଥିସହ ଶହୀଦ...

ଜେଓ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ: ସରକାରୀ କ୍ଷତିପୂରଣ ନେଇ ଚାଷୀ ଅମଙ୍ଗ; ୪୧ ଗିରଫ

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶ ଜେଓ୍ବରରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ନେଇ ସ୍ଥାନୀୟ ଚାଷୀ ଏବଂ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ଜମି ଅଧିଗ୍ରହଣରେ ନିଜର ଜମି ହରାଉଥିବା...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ,୧୧।୬: ଜମ୍ମୁ-କଶ୍ମୀର ସୀମାର ପୁଞ୍ଚ ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ କିଛି...

ବର୍ଷେ ବଢ଼ିଲା ନଡ୍ଡାଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୧୭।୧: ଭାଜପା ଅଧ୍ୟକ୍ଷ ଭାବେ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଭାଜପା କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର...

Advertisement
Archives

Model This Week