ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ: କଲେଜ ଛାତ୍ର ଗିରଫ

ପୁରୁଣା ଭୁବନେଶ୍ୱର/ପିପିଲି,୧୮ା୧୧(ଡି.ଏନ.ଏ.): ପିପିଲି ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୋଲିସ ଜଣେ କଲେଜ ଛାତ୍ରଙ୍କୁ ରବିବାର ଗିରଫ କରିଛି। କଲେଜ ଛାତ୍ରଙ୍କ ଘର ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଞ୍ଚଳରେ। ପୋଲିସ ସୂଚନା ମୁତାବକ, ଛାତ୍ର ଜଣକ ନିଜ ପରିବାର ସହ ପିପିଲି ଥାନା ଅଞ୍ଚଳରେ ୧୦ ବର୍ଷ ଧରି ରହି ଆସୁଥିଲେ। ସେ ସ୍ଥାନୀୟ ଏକ ଘରୋଇ କଲେଜରେ ପଢନ୍ତି। ଭାଇରାଲ ହୋଇଥିବା ନାବାଳିକା ଜଣକ ମଧ୍ୟ ତାଙ୍କ ସହ ଏକା ଶ୍ରେଣୀରେ ପଢନ୍ତି। ଅଭିଯୁକ୍ତ ଛାତ୍ରଙ୍କ ଭାଇ ନାବାଳିକାଙ୍କ ସହ ୯ମ ଶ୍ରେଣୀରୁ ପ୍ରେମ କରି ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ସେ ନାବାଳିକାଙ୍କ ଦୁର୍ବଳତାର ସୁଯୋଗ ନେଇ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଉତ୍ତୋଳନ କରି ମୋବାଇଲରେ ରଖିଥିଲେ। ୨ବର୍ଷ ଧରି ଅଭିଯୁକ୍ତ ଛାତ୍ରଙ୍କ ଭାଇ ଆନ୍ଧ୍ରରେ ରହି ଯାଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଛାତ୍ର ତାଙ୍କ ଭାଇଙ୍କ ମୋବାଇଲରୁ ନାବାଳିକାଙ୍କ ଫଟୋ, ଭିଡିଓ ଆଣି ତାଙ୍କୁ ଦେଖାଇ ଶାରୀରିକ ସମ୍ପର୍କ ପାଇଁ କହିଥିଲେ। ମାତ୍ର ସେ ମନା କରିବାରୁ ଛାତ୍ର ଜଣଙ୍କ ଭିଡିଓ ଭାଇରାଲ କରିଥିଲେ। ଏ ନେଇ ପୋଲିସ ଦଫା ୩୭୬, ପୋସ୍କୋ ଆକ୍ଟରେ ନଂ. ୨୯୪/୧୯ରେ ମାମଲା ରୁଜୁ କରିଥିଲା। ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ସୋମବାର ଅଭିଯୁକ୍ତ ଛାତ୍ରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶରତ ଚନ୍ଦ୍ର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି

ଭୁବନେଶ୍ୱର,୨୯।୫(ବ୍ୟୁରୋ): ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଲା। ୪ ରାଜ୍ୟ ସଭା ଆସନ ପାଇଁ ବିଜେଡ଼ି ରବିବାର ପ୍ରାର୍ଥୀ ଘୋଷଣା କରିଛି। ସୁଲତା ଦେଓ, ମାନସ ରଞ୍ଜନ...

ସଂଖ୍ୟାଲଘୁଙ୍କ ପାଖରେ ପହଞ୍ଚୁନି ସରକାରୀ ସୁବିଧା

ଭୁବନେଶ୍ବର,୨ା୧୨(ବ୍ୟୁରୋ):ଓଡ଼ିଶାରେ ସଂଖ୍ୟାଲଘୁଙ୍କୁ ସରକାରୀ ସୁବିଧା ସୁଯୋଗ ମିଳୁନାହିଁ। ସଂଖ୍ୟାଲଘୁଙ୍କ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଯେଉଁସବୁ ଯୋଜନା ଏବଂ କାର୍ଯ୍ୟକ୍ରମ କରୁଛନ୍ତି ସଚେତନତା ଅଭାବରୁ...

ରାଜଧାନୀ ଓଭରବ୍ରିଜ୍‌ରେ ମାତିଲେ ଲୁଟେରା: ଅଧଘଣ୍ଟାରେ ସିରିଜ୍‌ ଲୁଟ୍‌; ଚେନ୍‌, ଭ୍ୟାନିଟି ଝାମ୍ପିନେଲେ;ଦୁଇ ମହିଳାଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ୱର, ୧୯।୫(ବ୍ୟୁରୋ)- ରାଜଧାନୀରେ ପୁଣି ସକ୍ରିୟ ହୋଇଉଠିଛି ଲୁଟେରା ଗ୍ୟାଙ୍ଗ୍‌। ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ ହୋଇଥିବା ସିରିଜ ଲୁଟ୍‌ ମାମଲାରେ ପୋଲିସ ଏଯାଏ ଲୁଟେରାଙ୍କୁ ଠାବ କରିପାରି ନ...

ମନ୍ଦିର ହୁଣ୍ଡି, ଆଲମାରି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି

ନିରାକାରପୁର, ୨୬।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ରାମ ମନ୍ଦିର ଓ ସାଇ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ...

୩ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୩।୬(ବ୍ୟୁରୋ): ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ନୂଆପଡ଼ା,...

ଟିକାକରଣ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି

ଭୁବନେଶ୍ୱର, ୧୫।୧(ବ୍ୟୁରୋ):ଶନିବାରଠାରୁ ରାଜ୍ୟରେ ଆରମ୍ଭ ହେବ କରୋନା ଟିକାକରଣ। ଏହି ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି।...

ସୁନା, ଚାନ୍ଦି ଅଳଙ୍କାରରେ ସଜେଇ ହେବେ ହରପାର୍ବତୀ

କଟକ ରୋଡ,୨୩।୯(ଡି.ଏନ୍‌.ଏ.) : ଶାରଦୀୟ ଦୁର୍ଗାପୂଜା ସମୟରେ ରାଜଧାନୀର ବଡ଼ଗଡ଼ସ୍ଥିତ ନେତାଜୀ ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ହେଉଥିବା ହରପାର୍ବତୀ ପୂଜା ଚଳିତଥର ୪୩ବର୍ଷରେ ପହଞ୍ଚିଛି।...

ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପ: ଓଏମ୍‌ସି ଆର୍ଥିକ ସହାୟତା କରିବ

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ଆସନ୍ତା ୫ ବର୍ଷ ପାଇଁ ଉତ୍କଳମଣିଙ୍କ ଜନ୍ମପୀଠର ରକ୍ଷଣାବେକ୍ଷଣ ନିମନ୍ତେ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଆର୍ଥିକ ସହାୟତା ଯୋଗାଇବ। ଗୁରୁବାର ମୁଖ୍ୟ ଶାସନ...

Advertisement
Archives

Model This Week