Posted inଖେଳ

ନାଗାଲ ଖେଳିବେ ପ୍ରଥମ ଏଟିପି ୫୦୦ ଇଭେଣ୍ଟ

ହମବର୍ଗ, ୨୧ା୭ (ପି.ଟି.)-ଭାରତର ଯୁବ ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ସୁମିତ ନାଗାଲ ତାଙ୍କ କ୍ୟାରିୟରର ପ୍ରଥମ ଏଟିପି ୫୦୦ ଇଭେଣ୍ଟ ଖେଳିବାକୁ ଯାଉଛନ୍ତି। ରବିବାର ହମବର୍ଗ ୟୁରେପିଆନ ଓପନ୍‌ରେ ଖେଳିବା ଲାଗି ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି କ୍ଲେକୋର୍ଟ ଇଭେଣ୍ଟର ଦ୍ୱିତୀୟ ତଥା ଫାଇନାଲ କ୍ୱାଲିଫାଇଙ୍ଗ ରାଉଣ୍ଡରେ ୨୧ ବର୍ଷୀୟ ନାଗାଲ ୬-୪, ୭-୫ ସେଟ୍‌ରେ ବିଶ୍ୱର ୧୨୮ନମ୍ବର ମାନ୍ୟତାପ୍ରାପ୍ତ ସ୍ପେନର ଆଲେଜାଣ୍ଡ୍ରୋ ଡେଭିଡୋଭିଚ୍‌ ଫୋକିନାଙ୍କୁ ହରାଇ ଦେଇଛନ୍ତି। ଏହା ପୂର୍ବରୁ ୨୦୫ ର଼୍ୟାଙ୍କିଙ୍ଗପ୍ରାପ୍ତ ନାଗାଲ ୨୦୧୮ରେ ଜଣେ କ୍ୱାଲିଫାୟର ହିସାବରେ ଏଟିପି ୨୫୦ ଟାଟା ଓପନ୍‌ ମହାରାଷ୍ଟ୍ର ମୁଖ୍ୟ ଡ୍ର’ରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଗ୍ରାଣ୍ଡସ୍ଳାମ ଏବଂ ଏଟିପି ମାଷ୍ଟର୍ସ ପଛକୁ ଏଟିପି ୫୦୦ ହେଉଛି ଟେନିସର ବଡ଼ ପ୍ରତିଯୋଗିତା। ଏବେକାର ଖେଳାଳିଙ୍କ ମଧ୍ୟରେ ରାମକୁମାର ରମାନାଥନ, ପ୍ରଜନେଶ ଗୁଣେସ୍ବରନ ଏବଂ ୟୁକି ଭାମ୍ବ୍ରି କେବଳ ବଡ଼ ବଡ଼ ଟୁର୍ନାମେଣ୍ଟ ଖେଳିଛନ୍ତି। ଗତ କିଛି ସପ୍ତାହ ହେଲା ଚ୍ୟାଲେଞ୍ଜର ସର୍କିଟରେ ନଗାଲଙ୍କ ପ୍ରଦର୍ଶନ ଖୁବ୍‌ ଭଲ ରହିଛି। ସେ ଭାଗ ନେଇଥିବା ୭ଟି ଟୁର୍ନାମେଣ୍ଟ ମଧ୍ୟରୁ ୫ଟିରେ ସେମିଫାଇନାଲକୁ ଉନ୍ନୀତ ହୋଇ ପାରିଛନ୍ତି। ଗତମାସରେ ବ୍ରାଟିସିଲ୍‌ଭା ଓପନରେ ନାଗାଲ ବିଶ୍ୱର ୫୬ ନମ୍ବର ମାନ୍ୟତାପ୍ରାପ୍ତ ମାର୍ଟିନ କ୍ଲିଜାନଙ୍କୁ ହରାଇ ଦେଇଥିଲେ। ଏ ପର୍ଯ୍ୟନ୍ତ ଏହା ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ବୋଲି କୁହାଯାଉଛି। ବର୍ଷ ଆରମ୍ଭରେ ର଼୍ୟାଙ୍କିଙ୍ଗ ତାଲିକାରେ ସେ ୩୫୦ ତଳେ ରହିଥିଲେ। ବର୍ତ୍ତମାନ ସେ ଶ୍ରେଷ୍ଠ ୨୦୦ର ନିକଟର ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟରୁ ଦୁର୍ନୀତିର ମୂଳୋତ୍ପାଟନ: ମ୍ୟାଚ୍‌ ଫିକ୍ସିଂ ଆଇନ ପାଇଁ ପରାମର୍ଶ

ମୋହାଲି,୧୭ା୯ (ପି.ଟି.)-ଭାରତୀୟ କ୍ରିକେଟରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବାକୁ ହେଲେ ଏକ ମ୍ୟାଚ ଫିକ୍ସିଂ ଆଇନର ଆବଶ୍ୟକତା ରହିଛି। ଏକଥା କହିଛନ୍ତି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

ମନ ଭାଙ୍ଗିଦେଲେ ଡି’ଭିଲର୍ସ

ଜୋହାନ୍ସବର୍ଗ, ୧୮।୫ : ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲର୍ସ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ନାହିଁ। ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଅନ୍ତର୍ଜାତୀୟ...

ବିକାଶ, ବ୍ୟାଡ୍‌ମିଣ୍ଟନରୁ ରୌପ୍ୟ

ବର୍ମିଂହାମ୍‌, ୩ା୮(ପି.ଟି.): ଭାରତର ହେଭିଓ୍ବେଟ୍‌ ଲିଫ୍ଟର ବିକାଶ ଠାକୁର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ଆଉ ଏକ ପଦକ ଆଣିଦେଇଛନ୍ତି। ମଙ୍ଗଳବାର ପୁରୁଷ ୯୬କେଜି ଶ୍ରେଣୀରେ...

ପ୍ଲେ-ଅଫ୍‌ ଦ୍ୱାରରେ ମୁମ୍ବାଇ

ଆବୁଧାବି, ୨୯।୧୦- ଯଶପ୍ରୀତ ବୁମ୍‌ରାଙ୍କ ଘାତକ ବୋଲିଂ ପରେ ସୂର୍ଯ୍ୟକୁମାର ଯାଦବଙ୍କ ମ୍ୟାଚ ବିଜୟୀ ଇନିଂସ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର...

କ୍ରିକେଟ ପରେ ଏବେ ଟେନିସରେ ଜଲଓ୍ବା ଦେଖାଇଲେ ଏହି ଖେଳାଳି

ରାଞ୍ଚି,୧୦।୧୧: କ୍ରିକେଟ ମୈଦାନରେ ଅନେକ ଦିନ ଧରି ରାଜ୍‌ କରିବା ପରେ ମହେନ୍ଦ୍ର ସିଂ ଧୋନୀ ଏବେ ଟେନିସ ଜଗତରେ ପାଦ ରଖିଛନ୍ତି। ରାଞ୍ଚିର ଜେଏସସିଏରେ...

ପୁଣି ହାରିଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ,୧୬।୩: ଦିନିକିଆ ମହିଳା ବିଶ୍ୱକପ -୨୦୨୨ର ଏକ ମ୍ୟାଚରେ ବୁଧବାର ଇଂଲଣ୍ଡ ଭାରତୀୟ ମହିଳା କ୍ରିକେଟ ଦଳକୁ ୪ ଉଇକେଟରେ ପରାସ୍ତ କରିଛି। ଟୁର୍ନାମେଣ୍ଟରେ ମିତାଲି...

ଡେନ୍‌ମାର୍କ ଓପନ୍‌ରୁ ସିନ୍ଧୁ, ସମୀରଙ୍କ ବିଦାୟ

ଓଡେଞ୍ଜ୍‌, ୧୭ା୧୦ (ପି.ଟି.)-ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଡେନ୍‌ମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଏହି ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ସୁପର ୭୫୦ଇଭେଣ୍ଟର ଏକ...

ଭାରତକୁ ୨୬୧ ରନ୍‌ର ବିଜୟ ଲକ୍ଷ୍ୟ

ଖ୍ରୀଷ୍ଟଚର୍ଚ୍ଚ,୧୦।୩: ଆଇସିସି ମହିଳା ବିଶ୍ୱକପ ୨୦୨୨ର ଏକ ମ୍ୟାଚ୍‌ରେ ଗୁରୁବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ଭାରତୀୟ ଅଧିନାୟିକା ମିତାଲି ରାଜ ଟସ ଜିତି...

Advertisement
Archives

Model This Week