Posted inଜାତୀୟ

ନାଗରିକତ୍ୱ ସଂଶୋଧନ ବିଲ୍‌ ପାସ୍‌

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ନାଗରିକତ୍ୱ (ସଂଶୋଧନ) ବିଲ୍‌ (ସିଏବି) ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଛି। ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଏହା ଆଇନରେ ପରିଣତ ହେବ। ଏହାପରେ ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମୀୟ ବିଦ୍ୱେଷର ସମ୍ମୁଖୀନ ହୋଇ ଭାରତରେ ଆସି ରହିଥିବା ଅଣମୁସଲମାନମାନଙ୍କୁ ଭାରତୀୟ ନାଗରିକତ୍ୱ ମିଳିବ। ସୋମବାର ସିଏବି ଲୋକ ସଭାରେ ଗୃହୀତ ହୋଇଥିବାବେଳେ ବୁଧବାର ରାଜ୍ୟ ସଭାରେ ଦୀର୍ଘ ବିତର୍କ ପରେ ଧ୍ୱନି ଭୋଟରେ ପାରିତ ହୋଇଯାଇଛି। ବିଲ୍‌ ସପକ୍ଷରେ ୧୨୬ ଏମ୍‌ପି ଭୋଟ ଦେଇଥିବାବେଳେ ବିପକ୍ଷରେ ୧୦୭ଟି ଭୋଟ ଯାଇଥିଲା। ଶିବସେନା ଭୋଟଦାନ ପୂର୍ବରୁ କକ୍ଷତ୍ୟାଗ କରିଥିଲା। ବିଲ୍‌ ଉପରେ ତୃଣମୂଳ କଂଗ୍ରେସ ଆଣିଥିବା ୧୪ଟି ସଂଶୋଧନ ପ୍ରସ୍ତାବ ପୂର୍ବରୁ କାଟ୍‌ ଖାଇଯାଇଥିଲା। ବିଲ୍‌ ଗୃହୀତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଐତିହାସିକ ଦିନ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଇତିହାସରେ ଏହା ଏକ କଳାଦିବସ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି।
ନାଗରିକତ୍ୱ ସଂଶୋଧନ ବିଲ୍‌ ରାଜ୍ୟ ସଭାରେ ଉପସ୍ଥାପନ ହେବା ପରେ ଏହାକୁ ନେଇ ବିରୋଧୀ ତୁମ୍ବିତୋଫାନ କରିଥିଲେ। ଏହା ଅସାମ୍ବିଧାନିକ ଏବଂ ଧର୍ମ ନାମରେ ଶରଣାର୍ଥୀଙ୍କ ପ୍ରତି ପକ୍ଷପାତ କରାଯାଉଥିବା କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ। ବିଲ୍‌କୁ ନେଇ ଉତ୍ତରପୂର୍ବାଞ୍ଚଳ ସମେତ ସାରା ଦେଶରେ ବିରୋଧର ସ୍ବର ଜୋର୍‌ଦାର ହୋଇଥିବାବେଳେ ଏହା ପଛରେ ସରକାରଙ୍କର କୌଣସି ରାଜନୈତିକ ଅଭିସନ୍ଧି ନ ଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଥିଲେ। ମୁସଲମାନମାନଙ୍କର ଚିନ୍ତା କରିବାର କୌଣସି କାରଣ ନାହିଁ। ଭାରତୀୟ ମୁସଲମାନ ସୁରକ୍ଷିତ ଅଛନ୍ତି ଓ ସୁରକ୍ଷିତ ହୋଇ ରହିବେ ବୋଲି ସେ କହିଥିଲେ। ଯଦି ୫୦ ବର୍ଷ ପୂର୍ବରୁ ଏହି ବିଲ୍‌ ଅଣାଯାଇଥାନ୍ତା ତେବେ ଦେଶର ସ୍ଥିତି ଏଭଳି ହୋଇ ନ ଥାନ୍ତା। ସିଏବି ମାଧ୍ୟମରେ ସରକାର ଐତିହାସିକ ଭୁଲ୍‌କୁ ସଂଶୋଧନ କରୁଥିବା ସ୍ବରାଷ୍ଟ୍ରମନ୍ତ୍ରୀ କହିଥିଲେ।
ବିଲ୍‌ ଉପରେ ବିତର୍କ ଆରମ୍ଭ କରି କଂଗ୍ରେସ ନେତା ଆନନ୍ଦ ଶର୍ମା ଭାଜପାକୁ ଜୋରଦାର ସମାଲୋଚନା କରିଥିଲେ। କୌଣସି ରାଜନୈତିକ ଦଳର ଇସ୍ତାହାର ଭାରତର ସମ୍ବିଧାନ ଉପରେ ହୋଇ ନ ପାରେ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଭାଜପା କହିଥିଲା, ଏହା ନାଗରିକତ୍ୱ ଆଇନରେ ସଂଶୋଧନ ଇସ୍ତାହାର ଆଧାରରେ ଜନାଦେଶ ପାଇଥିଲା। ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଧର୍ମୀୟ ବିଦ୍ୱେଷର ସମ୍ମୁଖୀନ ହୋଇ ଭାରତରେ ଆସି ଶରଣାର୍ଥୀ ଭାବେ ରହିଥିବା ହିନ୍ଦୁ, ଖ୍ରୀଷ୍ଟିୟାନ, ପାର୍ସୀ, ଜୈନ, ବୌଦ୍ଧ ଓ ଶିଖ୍‌ ଧର୍ମାବଲମ୍ବୀମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବା ଲାଗି ବିଲ୍‌ରେ ପ୍ରସ୍ତାବ ରହିଛି। ଏହା ବିଭାଜନକାରୀ, ଭେଦଭାବପୂର୍ଣ୍ଣ ଏବଂ ଭାରତୀୟ ସମ୍ବିଧାନର ମୌଳିକତାର ବିରୋଧୀ ବୋଲି ଆନନ୍ଦ ଶର୍ମା କହିଥିଲେ। ସବୁ ଦଳ ନିଜସ୍ବ ଇସ୍ତାହାର ଆଣିବାର ଅଧିକାର ରହିଛି। ତେବେ ତାହା ସମ୍ବିଧାନର ଊର୍ଦ୍ଧ୍ୱରେ ରହିପାରିବ ନାହିଁ ବୋଲି ବିରୋଧୀ ଦଳ ଉପନେତା କହିଥିଲେ। ଏହି ବିଲ୍‌ ପାର୍ଲାମେଣ୍ଟ ଗାଲରେ ଚାପୁଡ଼ା ସଦୃଶ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ କହିଥିଲେ। ଏହା ମାଧ୍ୟମରେ ସରକାର ହିନ୍ଦୁତ୍ୱ ଏଜେଣ୍ଡା ଆଡ଼େ ଆଗଉଛନ୍ତି। ଏଭଳି କପଟପୂର୍ଣ୍ଣ ବିଲ୍‌ ଜରିଆରେ ସେମାନେ ସମ୍ବିଧାନର ଏକ ଅଂଶକୁ ନଷ୍ଟ ଓ ଉଚ୍ଛେଦ କରିଦେବାକୁ ଚାହାନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା କହିଥିଲେ। ନ୍ୟାୟପାଳିକା ଏହାକୁ ବାତିଲ କରି ଭାରତ ଓ ଭାରତୀୟ ଚିନ୍ତାଧାରାକୁ ସୁରକ୍ଷା ଦେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ବିଲ୍‌ରୁ ଶ୍ରୀଲଙ୍କାର ହିନ୍ଦୁ ଓ ଭୁଟାନର ଖ୍ରୀଷ୍ଟିଆନଙ୍କୁ କ’ଣ ପାଇଁ ବାଦ୍‌ ଦିଆଯାଇଛି ବୋଲି ଚିଦାମ୍ବରମ ଜାଣିବାକୁ ଚାହିଁଥିଲେ।
ସେହିପରି ତୃଣମୂଳ କଂଗ୍ରେସ ଏମ୍‌ପି ଡେରେକ୍‌ ଓ’ବ୍ରାଏନ୍‌ ବିଲ୍‌କୁ ଅସାମ୍ବିଧାନିକ କହିବା ସହ ଏହା ବିରୋଧରେ ଜନଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ସେ କହିଥିଲେ। ନାଗରିକତ୍ୱ ବିଲ୍‌ ଏବଂ ଜାତୀୟ ନାଗରିକ ପଞ୍ଜିକା ମାଧ୍ୟମରେ ଶାସକ ଦଳ ପ୍ରକୃତ ଭାରତୀୟଙ୍କୁ ସେମାନଙ୍କ ଦେଶରୁ ତଡ଼ିଦେବାକୁ ଉଦ୍ୟମ କରୁଛି ବୋଲି ଡେରେକ୍‌ ଅଭିଯୋଗ କରିଥିଲେ। ବିଲ୍‌ ମାଧ୍ୟମରେ ଭାଜପା ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନାଙ୍କ ସ୍ବପ୍ନକୁ ପୂରଣ କରୁଛି ବୋଲି ସମାଜବାଦୀ ପାର୍ଟି ଏମ୍‌ପି ଜାଭେଦ ଅଲି ଖାନ୍‌ କହିଥିଲେ।

 

ସମର୍ଥନ ଦେଲା ବିଜେଡି: ବିଧାନ ପରିଷଦ ଗଠନ ଲାଗି ସବୁଜ ସଙ୍କେତ

ଧର୍ମ ଆଧାରରେ ନାଗରିକତ୍ୱ ପ୍ରଦାନ ଲାଗି ଏନ୍‌ଡିଏ ସରକାର ଆଣିଥିବା ନାଗରିକତ୍ୱ (ସଂଶୋଧନ) ବିଲ୍‌କୁ ବିଜେଡି ରାଜ୍ୟ ସଭାରେ ସମର୍ଥନ ଦେଇଛି। ବିଲ୍‌ ଉପରେ ଆଲୋଚନା ପୂର୍ବରୁ ଅନୁଷ୍ଠିତ ରୁଦ୍ଧଦ୍ୱାର ବୈଠକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଉଚ୍ଚ ସଦନରେ ବିଲ୍‌ ଆଲୋଚନାରେ ଭାଗନେଇ ବିଜେଡି ଏମ୍‌ପି ସସ୍ମିତ୍‌ ପାତ୍ର ସରକାରଙ୍କଠାରୁ ଏହା ଉପରେ ତିନୋଟି ସ୍ପଷ୍ଟୀକରଣ ଚାହିଁଥିଲେ। ବିଲ୍‌ରୁ ଶ୍ରୀଲଙ୍କାକୁ ବାଦ୍‌ ଦିଆଯିବାର କାରଣ କ’ଣ ବୋଲି ସେ ପଚାରିଥିଲେ। ଶ୍ରୀଲଙ୍କାରେ ବହୁସଂଖ୍ୟାରେ ହିନ୍ଦୁ ଓ ମୁସଲମାନ ଅତ୍ୟାଚାରିତ ହେଉଥିବାବେଳେ ଏହି ପଡୋଶୀ ଦେଶକୁ ବିଲ୍‌ ପରିସରଭୁକ୍ତ କରାଯିବା ଉଚିତ ବୋଲି ସମ୍ବିତ୍‌ ଓଡ଼ିଆରେ କହିଥିଲେ। ଏନ୍‌ଆର୍‌ସି ଏବଂ ନାଗରିକତ୍ୱ ସଂଶୋଧନ ବିଲ୍‌ ଦୁଇଟି ଭିନ୍ନ ପ୍ରସଙ୍ଗ। ସରକାର ମୁସଲମାନ ସମ୍ପ୍ରଦାୟଙ୍କ ମନରୁ ଭୟ ଦୂରକରିବା ଉଚିତ ବୋଲି ସେ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସଭାରେ ବିଜେଡି ବିଲ୍‌କୁ ବିରୋଧ କରୁ ବୋଲି ଏଆଇଟିଏମ୍‌ସି ଆହ୍ବାନ ଦେଇଥିଲା। ବିଜେଡି ଏବଂ ଜେଡିୟୁ ବିଲ୍‌କୁ ବିରୋଧ କରିବା ସମୟ ଆସିଛି। ଯଦି ସେମାନେ ଆଜି ବିରୋଧ ନ କରନ୍ତି ତେବେ ୨୦ ବର୍ଷ ପରେ ପିଲାମାନଙ୍କୁ କି ଉତ୍ତର ଦେବେ ବୋଲି ତୃଣମୂଳ କଂଗ୍ରେସ ଏମ୍‌ପି ଡେରେକ୍‌ ଓ’ବ୍ରାଏନ୍‌ ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?